"ମଦନ ମୋହନ ମାଲବ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
clean up, replaced: । → ।, → (28) using AWB
ଟିକେ (clean up, replaced: । → ।, → (28) using AWB)
{{Infobox officeholder
|honorific-prefix = ପଣ୍ଡିତ
|name = ମଦନ ମୋହନ ମାଲବ୍ୟ
|honorific-suffix =
|image =
|imagesize =
|alt =
|caption =
|religion = [[ହିନ୍ଦୁ]]
|birth_date = {{Birth date|df=yes|1861|12|25}}
|birth_place = [[ଆହ୍ଲାବାଦ]], ଭାରତ
|death_date ={{Death date and age|df=yes|1946|11|12|1861|12|25}}
|death_place = [[ବାରଣାସୀ]]
|nationality = ଭାରତୀୟ
|office = ଅଧ୍ୟକ୍ଷ, [[ଭାରତୀୟ ଜାତୀୟ କଂଗ୍ରେସ]]
|term =୧୯୦୯–୧୦; ୧୯୧୩,୧୯୧୯ ଓ ୧୯୩୨
|party = [[ଭାରତୀୟ ଜାତୀୟ କଂଗ୍ରେସ]]
|alma_mater = [[ଆହ୍ଲାବାଦ ବିଶ୍ଵବିଦ୍ୟାଳୟ]]<br />[[କଲିକତା ବିଶ୍ଵବିଦ୍ୟାଳୟ]]
|occupation = ଶିକ୍ଷାବିଦ, ସାମ୍ବାଦିକ, ସ୍ଵାଧୀନତା ସଂଗ୍ରାମୀ
|awards = [[ଭାରତ ରତ୍ନ]] ୨୦୧୪ (ମରଣୋତ୍ତର)
}}
 
'''ମଦନ ମୋହନ ମାଲବ୍ୟ''' (୧୮୬୧-୧୯୪୬) ଏକାଧାରରେ ଜଣେ ମହାନରାଷ୍ଟ୍ର ଭକ୍ତ, ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିଦ, ସାମାଜିକ ସଂସ୍କାରକ, ଅନେକ ସମ୍ବାଦପତ୍ରର ସମ୍ପାଦକ, ଆଇନଜିବୀ ଏବଂ ଓଜସ୍ୱୀ ବକ୍ତା ଥିଲେ । ପଣ୍ଡିତ ମାଲବ୍ୟଙ୍କ ପିତା ଥିଲେ ପଣ୍ଡିତ ବ୍ରଜନାଥ ଓ ମାତା ଥିଲେ ଶ୍ରୀମତୀ ମୁନା ଦେବୀ । ମାଲବ୍ୟଙ୍କ ପିତା ସଂସ୍କୃତ ଭାଷାର ପଣ୍ଡିତ ଥିଲେ । ପଣ୍ଡିତ ବ୍ରଜନାଥଙ୍କ ଜେଜେ ବାପା ଥିଲେ ପଣ୍ଡିତ ପ୍ରେମାଧାର ପ୍ରୟାଗ ଆସିବା ପରେ ନିଜର ପାଣ୍ଡିତ୍ୟପୂର୍ଣ୍ଣ ଓ ଭାବପୂର୍ଣ୍ଣ ଭାଷଣ ହେତୁ ମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିଲେ । ନିଜ ପୂର୍ବଜଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମଦନମୋହନ ଏକ ନୂତନ ଭାରତର କଳ୍ପନା କରିଥିଲେ ଏବଂ ନୂଆ ରାଜନୈତିକ ନେତୃତ୍ୱ ଦେବା ପାଇଁ ସେ ବଦ୍ଧପରିକର ହେବାସହ ଶିକ୍ଷାକ୍ଷେତ୍ରରେ ଅବିସ୍ମରଣୀୟ ଭୂମିକା ନିର୍ବାହ କରିଥିଲେ । ସମ୍ମାନରେ ତାଙ୍କୁ '''ପଣ୍ଡିତ ମଦନ ମୋହନ ମାଲବ୍ୟ'''<ref>https://books.google.com/books?id=BX3wIjJ9mvMC&lpg=PA340&dq=Madan%20Mohan%20Malviya&pg=PA340#v=onepage&q=Madan%20Mohan%20Malviya&f=false</ref> ଓ '''ମହାମନା'''<ref>{{cite news |title=Mahamana's life as exemplary as Mahatma's: BHU V-C|url=http://articles.timesofindia.indiatimes.com/2009-12-27/varanasi/28102158_1_bhu-v-c-bhu-alumni-cell-birth-anniversary-celebrations |publisher=[[The Times of India]] |date=27 December 2009 }}</ref> ବୋଲି ସମ୍ବୋଧନ କରାଯାଉଥିଲା ।
 
==ବାଲ୍ୟଜୀବନ ଓ ଶିକ୍ଷା==
ମାଲବ୍ୟ ୨୫ ଡିସେମ୍ବର ୧୮୬୧ ମସିହାରେ ଉତ୍ତର ପ୍ରଦେଶର ପ୍ରୟାଗ (ଆହ୍ଲାବାଦ)ରେ ଏକ ରକ୍ଷଣଶୀଳ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ ।<ref name="SharmaSharma2001">{{cite book|author1=Urmila Sharma|author2=S.K. Sharma|title=Indian Political Thought|url=http://books.google.com/books?id=BX3wIjJ9mvMC&pg=PA340|date=1 January 2001|publisher=Atlantic Publishers & Dist|isbn=978-81-7156-678-5|pages=340–}}</ref>
ମାତ୍ର ପାଞ୍ଚବର୍ଷ ବୟସରୁ ସେ ମହାଜନୀ ପାଠଶାଳାରେ ସଂସ୍କୃତ ଭାଷାରେ ଶିକ୍ଷାରମ୍ଭ କରିଥିବା ବେଳେ ହନୁମାନ ଭକ୍ତ ପାଲଟିଥିଲେ ଏବଂ ପ୍ରତଦିନ ହନୁମାନଙ୍କୁ ପୂଜା କରୁଥିଲେ । ୧୫ବର୍ଷ ବୟସରୁ ସେ ଛଦ୍ମନାମ ମକରନ୍ଦରେ କବିତା ଲେଖିବା ଆରମ୍ଭ କରିଥିଲେ । ୧୬ବର୍ଷ ବୟସରେ ସେ ମୀର୍ଜାପୁରର ପଣ୍ଡିତ ନନ୍ଦଲାଲଙ୍କ କନ୍ୟା କୁନ୍ଦନ ଦେବୀଙ୍କୁ ବିବାହ କରିଥିଲେ । ପ୍ରୟାଗ ସରକାରୀ ଉଚ୍ଚବିଦ୍ୟାଳୟରୁ ୧୮୬୮ରେ ସେ ମାଟ୍ରିକ୍ୟୁଲେସନ ପାସ କରିଥିଲେ । ପରେ ସେ ମହୀଶୂର ସେଣ୍ଟ୍ରାଲ କଲେଜରେ ନାମ ଲେଖାଇଥିଲେ । ବିଭିନ୍ନ ସ୍କୁଲ ଓ କଲେଜରେ ପଢି କଲକାତା ବିଶ୍ୱବିଦ୍ୟାଳୟରୁ ବି.ଏ ଉପାଧି ପ୍ରାପ୍ତ କରିଥିଲେ ।
 
୧୮୮୦ରେ ସେ ପ୍ରତିଷ୍ଠା କରିଥିଲେ ହିନ୍ଦୁ ସମାଜ । ସନାତନ ଧର୍ମର ମହାନତାର ପ୍ରସାର ସହ ସାମାଜିକ ସଂସ୍କାର କାର୍ଯ୍ୟରେ ନିୟୋଜିତ ମାଲବ୍ୟ ବିଭିନ୍ନ ସଂଗଠନ ପ୍ରତିଷ୍ଠା କରିଥିଲେ ଏବଂ ଅନେକ ପତ୍ରିକାର ସମ୍ପାଦନା କରିଥିଲେ । ସେ ପ୍ରୟାଗ ହିନ୍ଦୁ ସମାଜ ମଧ୍ୟ ଗଠନ କରିଥିଲେ ଏବଂ ସାମ୍ପ୍ରତିକ ଘଟଣାବଳୀ ସମ୍ପର୍କରେ ଅନେକ ଲେଖା ପ୍ରକାଶ କରିଥିଲେ । ୧୮୮୪ରେ ସେ ହିନ୍ଦି ଉଦ୍ଧାରିଣୀ ପ୍ରତିନିଧି ସଭାର ସଦସ୍ୟ ହୋଇଥିଲେ । ୧୮୮୭ରେ ସେ ଭାରତ ଧର୍ମ ମହାମଣ୍ଡଳ ପ୍ରତିଷ୍ଠା କରିଥିଲେ ଏବଂ ଏହା ଜରିଆରେ ହିନ୍ଦୁ ସଂସ୍କୃତିର ପ୍ରସାର ଦିଗରେ କାର୍ଯ୍ୟ କରିଥିଲେ । ୧୮୮୭ରେ ସେ "ହିନ୍ଦୁସ୍ଥାନ'ର ସମ୍ପାଦନା ଆରମ୍ଭ କରିଥିଲେ । ୧୮୮୯ରେ ସେ ଇଣ୍ଡିଆନ ୟୁନିଅନର ସମ୍ପାଦନା କରିଥଲେ । ୧୮୯୧ରେ ସେ ଆହ୍ଲାବାଦ ହାଇକୋର୍ଟରେ ଆଇନଜୀବୀ କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୧୩ରେ ସେ ଆଇନ ସେବା ଛାଡ଼ି ବ୍ରିଟିଶ ବିରୋଧୀ ସଂଗ୍ରାମରେ ଝାସ ଦେଇଥିଲେ ଏବଂ ରାଷ୍ଟ୍ରର ସେବା କରିବା ପାଇଁ ଆଗେଇ ଆସିଥିଲେ । ଉଚ୍ଚଆଶାରେ ବ୍ରତୀ ଶିକ୍ଷାର୍ଥୀଙ୍କୁ ଅଧିକ ଜ୍ଞାନ ଯୋଗାଇବା ସକାଶେ ସେ ଆହ୍ଲାବାଦରେ ମ୍ୟାକଡୋନାଲଡ ହିନ୍ଦୁ ହଷ୍ଟେଲ ପ୍ରତିଷ୍ଠା କରିଥିଲେ ଏବଂ ୧୮୮୯ରେ ଏକ ଲାଇବ୍ରେରୀ ପ୍ରତିଷ୍ଠା କରିଥିଲେ । ୧୯୧୬ ଯାଏ ସେ ଆହ୍ଲାବାଦ ମ୍ୟୁନିସିପାଲିଟିର ସଦସ୍ୟ ଭାବେ ରହିଥିଲେ । ଅନେକ ବର୍ଷ ଯାଏ ସେ [[ଭାରତୀୟ ଜାତୀୟ କଂଗ୍ରେସ]]ର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ । ୧୯୦୭ରେ ବସନ୍ତ ପଞ୍ଚମୀରେ ସେ ହିନ୍ଦୀ ସାପ୍ତାହିକୀ "ଅଭ୍ୟୁଦୟ'ର ପ୍ରକାଶନ ଆରମ୍ଭ କରିଥିଲେ । ୧୯୦୯ରେ ଇଂରାଜୀ ଖବରକାଗଜ ‘ଦ ଲିଡର’ ସ୍ଥାପନା କରିଥିଲେ । ଶିକ୍ଷା, ସାମ୍ବାଦିକତା ଓ ଓକିଲାତି କ୍ଷେତ୍ରରେ ସେ ସକ୍ରିୟ ଭୂମିକା ତୁଲାଇଥିଲେ । ୧୯୧୯ରେ ସେ ପ୍ରୟାଗରେ କୁମ୍ଭମେଳାରେ ଆରମ୍ଭ କରିଥିଲେ ପ୍ରୟାଗ ସେବା ସମିତି । ଏହା ଜରିଆରେ ସେ ତୀର୍ଥଯାତ୍ରୀମାନଙ୍କ ସେବା କରିଥିଲେ ।
 
==ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟ==
ଆନ୍ନି ବେସାନ୍ତଙ୍କ ଆଦର୍ଶରେ ଅନୁପ୍ରାଣିତ ପଣ୍ଡିତ ମାଲବ୍ୟ ଶିକ୍ଷାର ବିକାଶ ଦିଗରେ ବିଶେଷ ମନୋନିବେଶ କଲେ । ବାରଣାସୀର କାମଚ୍ଚାରେ ଆନ୍ନି ବେସାନ୍ତ ସେଣ୍ଟ୍ରାଲ ହିନ୍ଦୁ କଲେଜ ପ୍ରତିଷ୍ଠା କରିଥିଲେ ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ସହ ସହବନ୍ଧିତ ହୋଇଥିଲା । ୧୯୦୪ରେ ସେ ବନାରସ ମହାରାଜା ପ୍ରଭୁ ନାରାୟଣ ସିଂହଜୀଙ୍କୁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ୩୧ ଡିସେମ୍ବର ୧୯୦୫ରେ ବାରଣାସୀ ଟାଉନହଲରେ ଡି.ଏନ. ମହାଜନଙ୍କ ଅଧ୍ୟକ୍ଷତାରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଗଲା । ୧୯୧୧ରେ ଡ. ଆନ୍ନି ବେସାନ୍ତଙ୍କ ସହାୟତାରେ କାଶୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଏକ ପ୍ରସ୍ତାବ ଗୃହିତ ହୋଇଥିଲା ଏବଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଏକ ସୋସାଇଟି ୨୮ ନଭେମ୍ବର, ୧୯୧୧ରେ ପ୍ରତିଷ୍ଠା କରାଗଲା । ମାର୍ଚ୍ଚ ୨୫, ୧୯୧୫ରେ ସାର ହରକୋର୍ଟ ବଟଲର ଇମ୍ପେରିଆଲ ଲେଜିସଲେସନ କାଉନସିଲରେ ଏକ ବିଲ ପାସ କରାଇଥିଲେ । ଫେବୃଆରୀ ୪, ୧୯୧୬ରେ ମାଘ ଶୁକ୍ଳ ପ୍ରତିପଦାରେ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିଲା ଏବଂ ଏହି ଅବସରରେ ଏକ ଉତ୍ସବ ପାଳନ କରାଯାଇଥିଲା । ସଂସ୍କୃତ ଶିକ୍ଷଣକୁ ସର୍ବଦା ମହତ୍ୱ ଦେବା ସହିତ କାଶୀ ହିନ୍ଦୁ ବିଶ୍ୱ ବିଦ୍ୟାଳୟ ପରିସର ମଧ୍ୟରେ ଗୀତା ପ୍ରବଚନ ଦେବାର ଯେଉଁ ପରମ୍ପରା ସେ ଆରମ୍ଭ କରିଥିଲେ ତାହା ଆଜି ମଧ୍ୟ ସତତ ଜାରି ରହିଛି । କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ନିର୍ମିତ କାଶୀ ବିଶ୍ୱନାଥ ମନ୍ଦିରର ଦ୍ୱାରରେ ଲେଖା ଥିବା "ହିନ୍ଦୁନାଂ ମାନବର୍ଧନଃ' ହିଁ ତାଙ୍କର ସବୁବେଳେ ଜୀବନର ଉଦ୍ଧେଶ୍ୟ ଥିଲା ।
 
ମାଲବ୍ୟ କଂଗ୍ରେସର ଦ୍ୱିତୀୟ ଅଧିବେଶନ (କଲକାତା-୧୮୮୬)ରୁ ନେଇ ଶେଷ ନିଃଶାସ ଛାଡ଼ିବା ପର୍ଯ୍ୟନ୍ତ ସ୍ୱରାଜ ପାଇଁ କଠୋର ପରିଶ୍ରମ କରିଥିଲେ । ୧୯୦୯, ୧୯୧୮, ୧୯୩୦, ୧୯୩୨ରେ ମାଲବ୍ୟ ୪ଥର କଂଗ୍ରେସର ଅଧ୍ୟକ୍ଷ ହୋଇଥିଲେ । ମାଲବ୍ୟ ହିନ୍ଦୁ ମହାସଭାର ପ୍ରାରମ୍ଭିକ ଏବଂ ପ୍ରଭାବଶାଳୀ ନେତା ଥିଲେ ଓ ହିନ୍ଦୁ ମହାସଭାକୁ ୧୨ ବର୍ଷ ଧରି ନେତୃତ୍ୱ ଦେଇ ଥିଲେ । ମହାତ୍ମା ଗାନ୍ଧୀ ତାଙ୍କୁ ସବୁବେଳେ ଜ୍ଞାନର ମହାସାଗର ତଥା ନିଜର ଆଧ୍ୟାତ୍ମିକ ଗୁରୁର ମାନ୍ୟତା ଦେଉଥିଲେ । ସ୍ୱଦେଶର ତାଙ୍କର ବ୍ରତ ବସ୍ତୁ, ବିଚାର, ବ୍ୟବହାର, ଭାଷା ଏବଂ ଶିଳ୍ପ ସହିତ ସ୍ୱସଂସ୍କୃତିର ଜୀବନ ମୂଲ୍ୟବୋଧ ପ୍ରତି ଆସ୍ଥାବାନ ଥିଲା । ସେ ଗୋମୁଖଠାରୁ ଗଙ୍ଗାସାଗର ପର୍ଯ୍ୟନ୍ତ ଗଙ୍ଗା ନଦୀର ଅବିରଳ ପ୍ରବାହକୁ ଅବରୁଦ୍ଧ କରାଯିବାର ତୀବ୍ର ବିରୋଧ କରିଥିଲେ । ସେ ଗଙ୍ଗା ମହାସଭା ଗଠନ କରି ଇଂରେଜମାନଙ୍କ ବିରୁଦ୍ଧରେ ଏ ସଂକ୍ରାନ୍ତରେ ଆନ୍ଦୋଳନ କରିଥିଲେ ଓ ଶେଷରେ ଇଂରେଜ ଶାସକମାନଙ୍କୁ ବାଧ୍ୟ ହୋଇ ଗଙ୍ଗାର ଅବିରଳ ଧାରାକୁ ସଂରକ୍ଷିତ କରିବାକୁ ପଡିଥିଲା । ଏନି ବେସାନ୍ତ ତାଙ୍କ ସମ୍ପର୍କରେ ଥରେ କହିଥିଲେ ଯେ ମୁଁ ଏହାକୁ ଅତ୍ୟନ୍ତ ଦୃଢତାର ସହିତ କହିପାରିବି ଯେ ବିଭିନ୍ନ ମତ ମଧ୍ୟରେ କେବଳ ପଣ୍ଡିତ ମଦନ ମୋହନ ମାଲବୀୟ ଭାରତୀୟ ଏକତାର ମୂର୍ତ୍ତି ରୂପେ ଠିଆହୋଇଛନ୍ତି ।
 
ମାଲବ୍ୟ ଜଣେ ପ୍ରଖ୍ୟାତ ଓକିଲ ଥିଲେ । ଚୌରା-ଚୌରା କାଣ୍ଡରେ ୧୭୭ ଭାରତୀୟଙ୍କୁ ଦୋଷୀସାବ୍ୟସ୍ତ କରାଯାଇ ଫାଶୀଦଣ୍ଡ ଶୁଣାଯାଇଥିଲା । ତେବେ ମାଲବ୍ୟଙ୍କ ଉଦ୍ୟମ ଯୋଗୁଁ ୧୫୬ଜଣ ଫାଶୀଦଣ୍ଡରୁ ବର୍ତ୍ତିଯାଇଥିଲେ । <ref name="Vishwa Samvada Kendra">{{cite news |title=RSS Resolution 2: 150th Birth Anniversary of Mhamana Malviya ji |url= http://samvada.org/2010/news/150th-birth-anniversary-of-malviya-ji/|publisher=[[Vishwa Samvada Kendra]] |date=31 October 2010 }}</ref>
{{Reflist|30em}}
{{ଭାରତ ରତ୍ନ}}
 
[[ଶ୍ରେଣୀ:୧୮୬୧ ଜନ୍ମ]]
[[ଶ୍ରେଣୀ:୧୯୪୬ ମୃତ୍ୟୁ]]
୧,୭୦୩

ଗୋଟି ସମ୍ପାଦନା