"ରାମାୟଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: → , ମାନଙ୍କ → ମାନଙ୍କ, ଠାରେ → ଠାରେ (2) using AWB
୧୧ କ ଧାଡ଼ି:
ସରଜୁ ନଦୀ କୂଳରେ ଅବସ୍ଥିତ ଅଯୋଧ୍ୟା ନଗରୀ ହେଉଛି କୋଶଳ ରାଜ୍ୟର ରାଜଧାନୀ । କୋଶଳ ନରେଶ ରାଜା ଦଶରଥଙ୍କ ରାଜତ୍ଵ କାଳରେ ପ୍ରଜାଗଣ ଅତ୍ୟନ୍ତ ସୁଖରେ କାଳାତିପାତ କରୁଥିଲେ । ରାଜା ଦଶରଥଙ୍କ ତିନି ରାଣୀ ଥିଲେ କୌଶଲ୍ୟା, କୈକେୟୀ ଏବଂ ସୁମିତ୍ରା ।
* ଦଶରଥଙ୍କ ପୁତ୍ରେଷ୍ଟି ଯାଗ
ବହୁଦିନ ଧରି ରାଜା ଅପୁତ୍ରିକ ଥିଲେ । ତେଣୁ ଋଷି ବଶିଷ୍ଠଙ୍କ ପରାମର୍ଶକ୍ରମେ ଋଶ୍ୟଷୃଙ୍ଗ ମୁନୀଙ୍କୁ ନିମନ୍ତ୍ରଣ କରି ତାଙ୍କରି ଦ୍ଵାରା ପୁତ୍ର-କାମେଷ୍ଟି ଯଜ୍ଞର ଆୟୋଜନ କଲେ<ref>[http://books.google.co.in/books?id=3XIatVGyjmQC&hl=en "santkesavadas"] ପୃ-୨୭</ref> ।
* ରାମ ଜନ୍ମ
ପୁତ୍ର-କାମେଷ୍ଟି ଯଜ୍ଞର ଫଳ ସ୍ଵରୁପ ପ୍ରଥମେ ରାଣୀ କୌଶଲ୍ୟାଙ୍କ ଗର୍ଭରେ [[ରାମ]], ରାଣୀ କୈକେୟୀଙ୍କ ଗର୍ଭରେ [[ଭରତ]] ଏବଂ ସୁମିତ୍ରାଙ୍କ ଗର୍ଭରେ [[ଲକ୍ଷ୍ମଣ]] ଓ [[ଶତ୍ରୁଘ୍ନ]] ଜନ୍ମ ଗ୍ରହଣ କଲେ<ref>[http://books.google.co.in/books?id=3XIatVGyjmQC&hl=en "santkesavadas"] ପୃ-29</ref> । ପୁରାଣ କହେ, ରାକ୍ଷସରୂପି ରାବଣ ଦେବଗଣଙ୍କୁ ଅତ୍ୟାଚାର କରୁଥିଲା ଏବଂ ରାବଣର ମୃତ୍ୟୁ ମାନବଦ୍ଵାରା ନିଶ୍ଚିତ ଥିଲା । ତେଣୁ ରାବଣ ବଧ ନିମନ୍ତେ ମର୍ତ୍ତ୍ୟରେ ମାନବ ଅବତାର ଧାରଣ କରିବାକୁ ଭଗବାନ ବିଷ୍ଣୁ ଇଚ୍ଛା ପ୍ରକଟ କରନ୍ତେ, ତାଙ୍କରି ଅଂଶରୁ ଭଗବାନଙ୍କ ଗୁଣ ସଂପନ୍ନ ଚାରିପୁଅ ଦଶରଥଙ୍କ କୋଳ ମଣ୍ଡନ କଲେ । ସମୟକ୍ରମେ ଚାରିପୁଅ ଶାସ୍ତ୍ର ଅଧ୍ୟୟନ ସହ ଶସ୍ତ୍ର ବିଦ୍ୟାରେ ନିପୁଣତା ହାସଲ କଲେ । ରାମଙ୍କୁ ହୋଇଥାଏ ୧୬ ବର୍ଷ ବୟସ । ଋଷି ବିଶ୍ଵାମିତ୍ର ଦିନେ ରାଜା ଦଶରଥଙ୍କ ଦରବାରକୁ ଆସିଲେ । ବଣରେ ଯଜ୍ଞନଷ୍ଟ କରୁଥିବା ଅସୁର ଗଣଙ୍କୁ ନିପାତ କରିବା ପାଇଁ ସହାୟତା ସ୍ଵରୂପ ସେ ରାଜା ଦଶରଥଙ୍କୁ ପୁତ୍ର ରାମଙ୍କୁ ମାଗିଲେ । ଭ୍ରାତା ଲକ୍ଷ୍ମଣ ରାମଙ୍କୁ ଅନୁସରଣ କରିବାକୁ ଇଚ୍ଛା ପ୍ରକଟ କରନ୍ତେ ରାଜାଙ୍କ ସମ୍ମତି କ୍ରମେ ଋଷି ରାମ ଓ ଲକ୍ଷ୍ମଣଙ୍କୁ ଧରି ବଣକୁ ଚାଲିଗଲେ । ସମୟ କ୍ରମେ ରାମ ଓ ଲକ୍ଷ୍ମଣ ଋଷି ବିଶ୍ଵାମିତ୍ରଙ୍କ ଠାରୁ ବହୁ ଶସ୍ତ୍ର ବିଦ୍ୟା ସହିତ ବିଭିନ୍ନ ଦୈବୀ ଅସ୍ତ୍ର ମଧ୍ୟ ଲାଭ କଲେ ଏବଂ ଋଷିଙ୍କ ହୋମରେ ବିଘ୍ନ ସୃଷ୍ଟି କରୁଥିବା ଅସୁରମାନଙ୍କୁ ନିପାତ କରିବାକୁ ଲାଗିଲେ ।
* ରାମଙ୍କ ଦ୍ଵାରା ହରଧନୁ ଭଙ୍ଗ ଓ ସୀତାଙ୍କ ସହ ବିବାହ
ରାଜା ଜନକ ହେଉଛନ୍ତି ମିଥିଳା ନରେଶ । ଦିନେ ଜମି କର୍ଷଣ କରୁ କରୁ ରାଜା ଭୂମି ତଳୁ ଝିଅଟିଏ ପାଇ ରାଜାଙ୍କର ଆନନ୍ଦର ସୀମା ରହିଲା ନାହିଁ । ଝିଅଟିକୁ ବିଧାତାଙ୍କ ବିଚିତ୍ର ଉପହାର ମନେ କରି ରାଜା ତା ନାଁ ରଖିଲେ ସୀତା । ସଂସ୍କୃତରେ ସୀତା ଶବ୍ଦର ଅର୍ଥ ଭୂମିରେ ସୃଷ୍ଟି ହୋଇଥିବା ଏକ ଫାଟ ବା ସରୁ ଗାତ । ସୀତା ଜନକ ନନ୍ଦିନୀ ଭାବେ ପାଳିତ ହେଲେ । ସୀତାଙ୍କୁ ବିବାହଯୋଗ୍ୟା ଦେଖି ରାଜା ଜନକ ଏକ ସ୍ଵୟଂବର ଆୟୋଜନ କରିବାକୁ ମନସ୍ଥ କଲେ । ସ୍ଵୟମ୍ବର ସହିତ ରାଜା ଏକ ପ୍ରତିଯୋଗିତାର ଆୟୋଜନ କଲେ । ଶିବଙ୍କ ଦୟାରୁ ରାଜା ଏକ ଧନୁ (ଶିବଧନୁ) ପ୍ରାପ୍ତ ହୋଇଥିଲେ । ରାଜା ଘୋଷଣା କଲେ, ଯେ କେହି ଶିବଧନୁର ଗୁଣରେ ତୀର ଯୋଖି ପାରିବ ତାଙ୍କୁ ହିଁ ସୀତା ପତି ରୂପେ ବରଣ କରିବେ । ଖବର ପାଇ ଋଷି ବିଶ୍ଵାମିତ୍ର ରାମ ଓ ଲକ୍ଷ୍ମଣଙ୍କୁ ଧରି ସ୍ଵୟଂବର ସ୍ଥଳରେ ପହଞ୍ଚିଲେ । ଋଷି ଜାଣିଥିଲେ ଯେ କେବଳ ରାମ ହିଁ ଶିବଧନୁରେ ଗୁଣ ଚଢାଇ ପାରିବେ । ରାମ ଯେତେବେଳେ ଶିବଧନୁରେ ଗୁଣ ଚଢାଇ ଟଂକାର କରନ୍ତେ, ଶିବଧନୁ ଭାଙ୍ଗି ଚୁରମାର ହୋଇଗଲା । ତତ୍ପରେ ସ୍ଵୟଂବରରେ ସୀତା ରାମଙ୍କୁ ବରଣ କଲେ ଏବଂ ଉର୍ମିଳା ଲକ୍ଷ୍ମଣଙ୍କୁ ବରଣ କଲେ ।
 
=== ଅଯୋଧ୍ୟାକାଣ୍ଡ ===
* ରାମଙ୍କ ବିବାହ
[[File:Rama-Bharata-Paduka.jpg|thumb|100px|upright|ଭରତ, ଭ୍ରାତା ରାମଙ୍କୁ ପାଦୁକାଦ୍ଵୟ ମାଗୁଛନ୍ତି]]
ପରବର୍ତ୍ତୀ ସମୟରେ ଭରତ ମାଣ୍ଡବୀଙ୍କୁ ଏବଂ ଶତ୍ରୁଘ୍ନ ଶ୍ରୁତକୀରଟିଙ୍କୁ ବିବାହ କଲେ । ଏହିପରି ଭାବରେ ରାଜା ଜନକଙ୍କ ପୁତ୍ରୀ ଓ ରାଜା ଦଶରଥଙ୍କ ପୁତ୍ରମାନଙ୍କ ବିବାହ ମହା ଆଡମ୍ବରରେ ସମାହିତ ହେବା ପରେ ସମସ୍ତେ ଅଯୋଧ୍ୟାକୁ ଫେରିଲେ । ରାମ ସୀତାଙ୍କର ବିବାହର କିଛି କାଳ ପରେ ବୃଦ୍ଧ ଦଶରଥ ରାମଙ୍କ ହାତରେ ରାଜ୍ୟଭାର ସମର୍ପି ଦେବାକୁ ଇଚ୍ଛା ପ୍ରକଟ କଲେ । ଏ ଖବର ଜାଣି କୋଶଳର ପ୍ରଜା ତଥା ରାଜାଙ୍କ ପାରିଷଦ ବୃନ୍ଦ ଅତ୍ୟନ୍ତ ଆନନ୍ଦିତ ହେଲେ । ହେଲେ ଏକଥା ଶୁଣି କୈକେୟୀଙ୍କ ଦାସୀ ମନ୍ଥରା କୈକେୟୀଙ୍କୁ କୁମନ୍ତ୍ରଣା ଦେବାକୁ ଆରମ୍ଭ କଲେ । ମନ୍ଥରା କଥାରେ କୈକେୟୀ ରାଜା ଦଶରଥଙ୍କୁ ଏକଦା ପ୍ରତିଜ୍ଞା କରିଥିବା ଦୁଇଟି ବର ପ୍ରଦାନ କରିବା ଛଳରେ ଏହି ଦୁଇ ବର ମାଗିଲେ ଯେ, ରାମ ବାର ବର୍ଷ ପାଇଁ ବନବାସ କରିବାକୁ ଯିବେ ଓ ତାଙ୍କ ପୁତ୍ର ଭରତ ରାଜା ହେବେ । ରାଜା ଦଶରଥ ଅତିଶୟ ଦୁଃଖରେ ତାଙ୍କ ସତ୍ୟ ରକ୍ଷା କଲେ ।
 
* ପିତୃସତ୍ୟ ପାଳନ ନିମନ୍ତେ ବନଗମନ
୨୯ କ ଧାଡ଼ି:
ପ୍ରିୟପୁତ୍ର ରାମଙ୍କର ବନବାସ ଜନିତ ବିଚ୍ଛେଦ ଦୁଃଖ ସହ୍ୟ କରି ନ ପାରି ରାଜା ଦଶରଥ ଅଚିରେ ପ୍ରାଣତ୍ୟାଗ କରନ୍ତି ।
* ରାମ, ଲକ୍ଷ୍ମଣ ଓ ସୀତାଙ୍କର ଦଣ୍ଡକାରଣ୍ୟରେ ସ୍ଥିତି
ରାମ, ସୀତା ଏବଂ ଲକ୍ଷ୍ମଣ ଏହି ବନବାସ ସମୟରେ ଗୋଦାବରୀ ନଦୀ ତଟରେ ଗମନ କରି ପଞ୍ଚବଟୀ ଠାରେପଞ୍ଚବଟୀଠାରେ ଏକ କୁଟୀର ନିର୍ମାଣ ପୂର୍ବକ ଅବସ୍ଥାନ କଲେ । ସେହି ସମୟରେ ଋଷିମାନଙ୍କର ଅନୁରୋଧ କ୍ରମେ ସେମାନେ ଅନେକ ରାକ୍ଷସଙ୍କୁ ବଧ କରିଥିଲେ । ବିରାଧ ରାକ୍ଷସ ଏମାନଙ୍କ ମଧ୍ୟରେ ପ୍ରଥମ ଥିଲା ।
* ଖରଦୂଷଣ ବଧ
ଏହି ସମୟରେ ପଞ୍ଚବଟୀ ଠାରେପଞ୍ଚବଟୀଠାରେ ସୂର୍ପଣଖା, ଯିଏକି ରାବଣର ଭଗିନୀ ଥିଲା, ପହଞ୍ଚି ଲକ୍ଷ୍ମଣଙ୍କୁ ବଧ କରିବାକୁ ମାୟା ବିସ୍ତାର କରିଥିଲା । ହେଲେ ରାମଙ୍କ ଆଦେଶରେ ଲକ୍ଷ୍ମଣ ସୂର୍ପଣଖାର ନାସା ଚ୍ଛେଦନ କରିଥିଲେ । ଇତ୍ୟବସରରେ ରାମ ଓ ଲକ୍ଷ୍ମଣ ଖର, ଦୁଃଷଣ ଆଦି ଅନେକ ରାକ୍ଷସଙ୍କୁ ବଧ କରି ଋଷିମାନଙ୍କର କଷ୍ଟ ଦୂର କରିଥିଲେ । ରାବଣ ଏ ଖବର ପାଇ ରାମ ଲକ୍ଷ୍ମଣଙ୍କୁ ନିପାତ କରିବାପାଇଁ ମାରୀଚ ରାକ୍ଷସ ସହାୟତାରେ ଏକ ଯୋଜନା କଲା । ସୀତା କୁଟୀରରେ ଥିବା ବେଳେ ମାୟାବୀ ମାରୀଚ ଏକ ହେମ ହରିଣୀର ରୂପ ଧାରଣ କରି ସୀତାଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହେଲା ।
* ରାବଣ ଦ୍ଵାରା ସୀତା ହରଣ
ସୀତାଙ୍କ ଅନୁରୋଧ କ୍ରମେ ରାମ ଲକ୍ଷ୍ମଣଙ୍କୁ ସୀତାଙ୍କ ରକ୍ଷାର ଦାୟୀତ୍ଵ ଦେଇ ମାୟା ମୃଗର ଅନୁସରଣପୂର୍ବକ ବନ ମଧ୍ୟକୁ ଚାଲିଗଲେ । ମାୟାବୀ ରାକ୍ଷସର ଚିତ୍କାରରେ ବିହ୍ଵଳିତ ହୋଇ ସୀତା ଲକ୍ଷଣଙ୍କୁ ରାମଙ୍କ ସହାୟତା ନିମନ୍ତେ ଯିବାକୁ କହିଲେ । ଲକ୍ଷ୍ମଣ କିନ୍ତୁ ରାକ୍ଷସ ମାୟା ବୁଝିପାରି ଦେବୀ ସୀତାଙ୍କୁ ଏକାକିନୀ ଛାଡି ଯିବାକୁ ମନା କଲେ । ହେଲେ ଦେବୀ ସୀତାଙ୍କ ଆଦେଶ କ୍ରମେ ଲକ୍ଷ୍ମଣ ଅନୋନ୍ୟପାୟ ହୋଇ ସୀତାଙ୍କୁ ଏକାକିନୀ ଛାଡି ରାମଙ୍କ ସନ୍ଧାନରେ ଚାଲିଗଲେ । ହେଲେ ଯିବା ଆଗରୁ କୁଟୀର ସମ୍ମୁଖରେ ତିନିଟି ଗାର ଟାଣି କୌଣସି ପରିସ୍ଥିତିରେ ମଧ୍ୟ ସେହି ତିନି ଗାର ନ ଡେଇଁବାକୁ ପରାମର୍ଶ ଦେଇ ଗଲେ । ସୀତାଙ୍କୁ ଏକାକିନୀ ଦେଖି ଦୁଷ୍ଟ ରାବଣ ଏକ ସନ୍ୟାସୀ ବେଶରେ କୁଟୀର ସମ୍ମୁଖରେ ହାଜର ହେଲା । ରାବଣ ମାୟାରେ ଦେବୀ ସୀତା ଭିକ୍ଷା ଦେବା ବେଳେ ସେହି ତିନି ଗାର ଡେଇଁବାକ୍ଷଣି ସେ ବଳପୂର୍ବକ ସୀତାଙ୍କୁ ହରଣ କରି ଲଙ୍କାକୁ ନେଇଗଲା । ସୀତା ହରଣର ପ୍ରଥମ ସୋପାନରେ ଜଟାୟୁ ଦେବୀ ସୀତାଙ୍କୁ ରକ୍ଷା କରିବାକୁ ଯାଇ ରାବଣ ସହ ସଂଗ୍ରାମରେ କ୍ଷତାକ୍ତ ହୋଇପଡିଲା । ଇତିମଧ୍ୟରେ ରାବଣ ସୀତାଙ୍କୁ ନେଇ ଲଙ୍କାସ୍ଥିତ ଅଶୋକ ବନରେ ରଖିଲା । ଜଟାୟୁଠାରୁ ସୀତାହରଣ ଖବର ପାଇ ରାମ ଓ ଲକ୍ଷ୍ମଣ ସୀତାଙ୍କ ସନ୍ଧାନରେ ବାହାରି ପଡିଲେ । ପଥରେ କବନ୍ଧ ନାମକ ଅସୁର ସହ ଭେଟ ହେବାପରେ କବନ୍ଧର ଅନୁରୋଧକ୍ରମେ ରାମ ଓ ଲକ୍ଷ୍ମଣ ସୁଗ୍ରୀବ ସହ ବନ୍ଧୁତା ସ୍ଥାପନ କରିବା ନିମନ୍ତେ ତାଙ୍କ ସନ୍ଧାନରେ ଚାଲିଲେ ।
୩୭ କ ଧାଡ଼ି:
=== କିଷ୍କିନ୍ଧ୍ୟା କାଣ୍ଡ ===
* ସୁଗ୍ରୀବଙ୍କ ସଙ୍ଗେ ଶ୍ରୀରାମଙ୍କ ବନ୍ଧୁତା ସ୍ଥାପନ
ଇତି ମଧ୍ୟରେ ରାମ ଓ ଲକ୍ଷ୍ମଣ ପମ୍ପା ସରୋବର ନିକଟରେ ପହଞ୍ଚିଲେ । ପଥରେ ରାମ ଶବରୀର ଭକ୍ତିପୂର୍ଣ୍ଣ ଆତିଥ୍ୟ ଗ୍ରହଣ କରିଥିଲେ । ତତ୍ପରେ ସୁଗ୍ରୀବଙ୍କ ସନ୍ଧାନରେ ଦୁଇଭାଇ ଋଷ୍ୟମୁଖ ପର୍ବତ ଅଭିମୁଖେ ଯାତ୍ରା ଆରମ୍ଭ କଲେ । ସୁଗ୍ରୀବ ସେଠାରେ ରାମଲକ୍ଷ୍ମଣ ଦୁଇ ଭାଇଙ୍କୁ ଦେଖି ପ୍ରମାଦ ଗଣିଲା । ବାଳୀଙ୍କ ଦ୍ଵାରା ପ୍ରେରିତ ହୋଇ ସୁଗ୍ରୀବଙ୍କୁ ବଧ କରିବା ଉଦ୍ଦେଶ୍ୟରେ ଆସିଥାଇପାରନ୍ତି ଭାବି ଭୟଭୀତ ହେଲା । ତେବେ ସୁଗ୍ରୀବଙ୍କ ତରଫରୁ ତାଙ୍କ ମନ୍ତ୍ରୀ ହନୁମାନ ରାମ ଲକ୍ଷ୍ମଣଙ୍କୁ ଦେଖାକରି ସୁଗ୍ରୀବଙ୍କ ବିଷୟରେ କହିଲେ ଏବଂ ସୁଗ୍ରୀବଙ୍କ ସହ ରାମ ଲକ୍ଷ୍ମଣଙ୍କ ସାକ୍ଷତ କରାଇଲେ । ସେଠାରେ ବିଶ୍ରାମ ନେବାପରେ ସୁଗ୍ରୀବଙ୍କ ସହ ତାଙ୍କର ଦେଖା ହେଲା । ସୁଗ୍ରୀବଙ୍କ ଭାଇ ବାଳୀ ଇତିମଧ୍ୟରେ ସୁଗ୍ରୀବଙ୍କୁ ତଡିଦେଇ ନିଜେ କିଷ୍କିନ୍ଧ୍ୟାର ରାଜା ହୋଇଥିଲେ ଏବଂ ସୁଗ୍ରୀବଙ୍କ ସ୍ତ୍ରୀଙ୍କୁ ବଳପୂର୍ବକ ନେଇ ରାଣୀକରି ରଖିଥିଲେ । ସୁଗ୍ରୀବଙ୍କ ସହ ବନ୍ଧୁତା ସ୍ଥାପନ କଲାପରେ ରାମ ଆଶ୍ଵାସନା ଦେଲେ ଯେ ସେ ସୁଗ୍ରୀବଙ୍କୁ ତାଙ୍କ ରାଜ୍ୟ ଓ ସ୍ତ୍ରୀ ଫେରିପାଇବାରେ ସହାୟତା କରିବେ । ପ୍ରତିବଦଳରେ ସୁଗ୍ରୀବ ରାମଙ୍କୁ ସୀତାଙ୍କ ଉଦ୍ଧାରରେ ବାନର ସେନା ସହ ସାହାଯ୍ୟ କରିବାପାଇଁ ପ୍ରତିଶ୍ରୁତି ଦେଲେ । କିନ୍ତୁ ସମୟକ୍ରମେ ସୁଗ୍ରୀବ ତାଙ୍କ ପ୍ରତିଜ୍ଞା ଭୁଲିଯିବା ଦେଖି ତାରା, ସୁଗ୍ରୀବଙ୍କ ଦ୍ଵିତୀୟ ପତ୍ନୀ, ସୁଗ୍ରୀବଙ୍କୁ ଏ କଥା ମନେ ପକାଇଦେଇ ଲକ୍ଷ୍ମଣଙ୍କ କ୍ରୋଧରୁ ବଞ୍ଚିତ କରିପାରିଥିଲେ । ସୁଗ୍ରୀବ ତାଙ୍କର ସମସ୍ତ ବାନର ପାରିଷଦ ମାନଙ୍କୁପାରିଷଦମାନଙ୍କୁ ଚାରି ଦିଗକୁ ପ୍ରେରଣ କରି ସୀତାଙ୍କ ସନ୍ଧାନ ନେବାକୁ ଆଦେଶ ଦେଲେ । ପୂର୍ବ, ପଶ୍ଚିମ ଏବଂ ଉତ୍ତର ଦିଗକୁ ଯାଇଥିବା ଦଳ ଖାଲି ହାତରେ ଫେରି ଆସିଲେ । ହେଲେ, ଅଙ୍ଗଦ ଓ ହନୁମାନ ଦକ୍ଷିଣ ଦିଗରୁ ସୂଚନା ଆଣିଲେ କି ସୀତାଙ୍କୁ ରାବଣ ହରଣ କରି ବେଇ ଲଙ୍କାରେ ବନ୍ଦୀ କରି ରଖିଛି<ref>by C. Rajagopalachari [http://www.gita-society.com/pdf2011/ramayana.pdf "RAMAYANA retold"]</ref>।
* ଶ୍ରୀରାମଙ୍କ ଦ୍ଵାରା ବାଳୀବଧ
ରାମଙ୍କ ଆଦେଶମତେ ସୁଗ୍ରୀବ ବାଳୀଙ୍କୁ ଯୁଦ୍ଧ ପାଇଁ ଆମନ୍ତ୍ରଣ କଲେ । ପ୍ରଥମ ଯୁଦ୍ଧରେ ରାମ, ବାଳୀ ଓ ସୁଗ୍ରୀଙ୍କ ରୁପ ଏବଂ ଯୁଦ୍ଧ କୌଶଳରେ ଅଦ୍ଭୁତ ସାମଞ୍ଜସ୍ୟ ଦେଖି ଦ୍ଵନ୍ଦରେ ପଡିଗଲେ ଏବଂ ବାଳୀଙ୍କୁ ବଧ କରି ପାରିଲେ ନାହିଁ । ପରାଜିତ ସୁଗ୍ରୀବ ଅତ୍ୟନ୍ତ ଦୁଃଖରେ ରାମଙ୍କୁ କହିଲେ, "ପ୍ରଭୁ, ଆପଣ ଯଦି ବାଳୀ ବଧ ଚାହାଁନ୍ତିନି, ତେବେ ମୁଁ କଦାପି ବାଳୀଙ୍କୁ ଯୁଦ୍ଧପାଇଁ ଆମନ୍ତ୍ରଣ କରି ନ ଥାନ୍ତି" । ରାମ କିନ୍ତୁ କହିଲେ, "ତୁମ ଦୁଇ ଭାଇଙ୍କ ମଧ୍ୟରେ ଏତେ ସାମଞ୍ଜସ୍ୟ ଥିଲା ଯେ ମୁଁ ବାଳୀଙ୍କୁ ଠିକଭାବେ ଚିହ୍ନଟ କରି ପାରି ନ ଥିଲି" । ଏହା ପରେ ରାମ ଓ ଲକ୍ଷ୍ମଣ ସୁଗ୍ରୀବଙ୍କୁ ପୁଣି ବୁଝାଇ ଆଉଥରେ ଯୁଦ୍ଧରେ ଅବତ୍ତୀର୍ଣ୍ଣ ହେବା ନିମନ୍ତେ ପରାମର୍ଶ ଦେଲେ । ଏଇଥର କିନ୍ତୁ ବାଳୀଙ୍କୁ ସହଜରେ ଚିହ୍ନଟ କରିବାପାଇଁ ସୁଗ୍ରୀଙ୍କ ଗଳାରେ ଏକ ଫୁଲମାଳା ଗଳାଇଦେଲେ । ଦୁହିଁଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା । ଯୁଦ୍ଧରେ ସୁଗ୍ରୀବଙ୍କ ପରାଜୟ ନିକଟ ହେବାର ଦେଖି, ରାମ ତାଙ୍କ ପ୍ରତିଜ୍ଞା ରକ୍ଷା ପୂର୍ବକ ବାଳୀକୁ ଶରବିଦ୍ଧ କରି ବଧ କଲେ । ସୁଗ୍ରୀବକୁ କିଷ୍କିନ୍ଧ୍ୟାର ରାଜା କରି ସୀତାଙ୍କ ସନ୍ଧାନରେ ପୁଣି ବ୍ୟାପୃତ ହେଲେ ।
"https://or.wikipedia.org/wiki/ରାମାୟଣ"ରୁ ଅଣାଯାଇଅଛି