"ଜୟା ପାର୍ବତୀ ବ୍ରତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:ବ୍ରତ using HotCat
ଟିକେ clean up, replaced: ୤ → । (4), → (5) using AWB
୧ କ ଧାଡ଼ି:
[[ଆଷାଢ଼]] ମାସ ଶୁକ୍ଳ [[ପକ୍ଷ]] ତ୍ରୟୋଦଶୀ ତିଥିରେ '''ବିଜୟା ପାର୍ବତୀ ବ୍ରତ''' ପାଳନ କରାଯାଇଥାଏ । ଧର୍ମ ଗ୍ରନ୍ଥାନୁସାରେ ଏହି ବ୍ରତ ମହିଳାମାନେ କରିଥାନ୍ତି। ବିଧିପୂର୍ବକ ସହ ନାରୀମାନେ ଏହି ବ୍ରତ କଲେ ସୌଭାଗ୍ୟବତୀ ହୋଇଥାନ୍ତି ଏବଂ ବୈଧବ୍ୟର ଦୁଃଖ ଦୂର ହୋଇଥାଏ । ଏହିଦିନରେ ପ୍ରତ୍ୟୁଷରୁ ଉଠି ନାରୀମାନେ ବିଜୟା ପାର୍ବତୀ ବ୍ରତ କରିବା ପାଇଁ ସଂକଳ୍ପ ନେଇଥାନ୍ତି ।୤ଏହି। । ଏହି ବ୍ରତ ସମାପନହେବା ପରେ ବ୍ରାହ୍ମଣଙ୍କୁ ଭୋଜନ କରାଇବା ସହ ଦାନ କରିଥାନ୍ତି ।୤। । ଏହା ଦ୍ଵାରା ନାରୀ ଓ ବୈଧବ୍ୟଙ୍କ ମନସ୍କାମନା ପୂରଣ ହୋଇଥାଏ ।
==ପୌରାଣିକ==
ଭଗବାନ [[ବିଷ୍ଣୁ]] ମାତା [[ଲକ୍ଷ୍ମୀ]]ଙ୍କୁ ବିଜୟା ପାର୍ବତୀ ବ୍ରତ କଥା କହିଲେ- କୌଡିନ୍ୟ ନାମକ ନଗରରେ ବାମନ ନାମକ [[ବ୍ରାହ୍ମଣ]] ନିଜ ପତ୍ନୀ ସତ୍ୟା ସହ ବାସ କରୁଥିଲା। ବ୍ରାହ୍ମଣ ଦମ୍ପତ୍ତିଙ୍କର କୌଣସି ସନ୍ତାନ ନଥିବାରୁ ସେମାନେ ସର୍ବଦା ଦୁଃଖରେ ରହୁଥିଲେ। ତାଙ୍କ ଦୁଃଖ ଦୂର କରିବା ପାଇଁ [[ନାରଦ]] ତାଙ୍କ ଗୃହକୁ ଆସିଲେ। ପତ୍ନୀ ସତ୍ୟା ନାରଦଙ୍କର ସେବା କରିବା ସହିତ ତାଙ୍କର ଦୁଃଖ ଜଣାଇଲେ। ସତ୍ୟାଙ୍କ ଠାରୁ ନାରଦ ସମସ୍ତ କଥା ଶୁଣି ତାଙ୍କୁ କହିଲେ ତୁମ ସମସ୍ୟାର ସମାଧାନ ମାତା ପାର୍ବତୀ ହିଁ କରିପାରିବେ। ନଗର ବାହାରେ ଯେଉଁ ଜଙ୍ଗଲ ଅଛି ତା’ର ଦକ୍ଷିଣ ଦିଗରେ ଏକ ବିଲ୍ଵବୃକ୍ଷ ତଳେ ଭଗବାନ୍‌ ଶଙ୍କର ଓ ମାତା ପାର୍ବତୀଙ୍କ ସହ ଏକ ଲିଙ୍ଗ ରୂପେ ବିରାଜିତ ହୋଇଛନ୍ତି। ତାଙ୍କୁ ପୂଜା କଲେ ତୁମ ମନସ୍କାମନା ଅବଶ୍ୟ ପୂରଣ ହୋଇପାରିବ। ନାରଦଙ୍କ ଠାରୁ ସମସ୍ତ କଥା ଶୁଣି ବ୍ରାହ୍ମଣ ଦମ୍ପତ୍ତି ଖୋଜି ଖୋଜି ସେହି ସ୍ଥାନରେ ପହଞ୍ଚିଲେ। ବିଲ୍ଵବୃକ୍ଷ ତଳେ ଭଗବାନ [[ଶିବ]] ଓ ମାତା ପାର୍ବତୀଙ୍କୁ ବ୍ରାହ୍ମଣ ଦମ୍ପତ୍ତି ପୂଜା କରିଚାଲିଲେ। ଥରେ ବାମନ ବ୍ରାହ୍ମଣ ପ୍ରାତଃ ସକାଳରେ ପୂଜାର୍ଚ୍ଚନା କରିବା ପାଇଁ ଫୁଲ ତୋଳୁଥିବା ବେଳେ ହଠାତ୍‌ ଗୋଟିଏ ସର୍ପ ତାଙ୍କୁ ଦଂଶନ କରିଦେଲା ଅବିଳମ୍ବେ ସେଠାରେ ସେ ମୃତ୍ୟୁବରଣ କଲେ। ଗୃହକୁ ବ୍ରାହ୍ମଣ ଜଣକ ନ ଫେରିବାରୁ ସତ୍ୟା ବ୍ୟସ୍ତବିଧୁର ହୋଇ ତାଙ୍କୁ ଖୋଜିବାକୁ ଲାଗିଲା ।୤। । ସ୍ଵାମୀ ମୃତ ଅବସ୍ଥାରେ ପଡ଼ି ରହିଥିବା ଦେଖି କ୍ରନ୍ଦନ କରିବାକୁ ଲାଗିଲା । ମୃତ ସ୍ଵାମୀଙ୍କୁ ଫେରିବା ପାଇଁ ସେ ମାତା ପାର୍ବତୀ ଓ ବନଦେବତାଙ୍କୁ ସ୍ମରଣ କରିବାକୁ ଲାଗିଲା। ମାତା ପାର୍ବତୀ ତାଙ୍କୁ ଦର୍ଶନ ଦେଇ ସ୍ଵାମୀଙ୍କୁ ଜୀବନ ଦାନ କରିବା ସହ କହିଲେ ତୁମ ପୂଜାର୍ଚ୍ଚନାରେ ମୁଁ ପ୍ରସନ୍ନ, ତୁମେ ବରଦାନ ମାଗ। ବ୍ରାହ୍ମଣ ଦମ୍ପତି ସନ୍ତାନ ପ୍ରାପ୍ତ କରିବା ଲାଗି ବରଦାନ ମାଗିଲେ। ସେହି ସମୟରେ ମାତା ପାର୍ବତୀ ବିଜୟା ପାର୍ବତୀ ବ୍ରତ କରିବାକୁ ବ୍ରାହ୍ମଣ ଦମ୍ପତିଙ୍କୁ କହିଲେ। ବ୍ରାହ୍ମଣ ଦମ୍ପତି ନିଷ୍ଠାର ସହ ବିଧି ପୂର୍ବକ ବ୍ରତ କଲେ। ଏହି ବ୍ରତ କରିବା ଦ୍ଵାରା ବ୍ରାହ୍ମଣ ଦମ୍ପତି ଏକ ପୁତ୍ର ଲାଭ କଲେ। <ref> ସମୟ, ପୃଷ୍ଠା-୨, ୧୦.୭.୨୦୧୪</ref>
==ଆଧାର==
{{ଆଧାର}}