"କୁବେର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ମାନଙ୍କ → ମାନଙ୍କ (2) using AWB
ଟିକେ clean up, replaced: → (102), ମାନେ → ମାନେ using AWB
୧ କ ଧାଡ଼ି:
{{ଛୋଟ|Kubera}}
{{Hdeity infobox<!--Wikipedia:WikiProject Hindu mythology-->
| Image = SAMA Kubera 1.jpg
| Caption = Kubera at the [[San Antonio Museum of Art]]
| Name = କୁବେର
| Devanagari = कुबेर
| Sanskrit_transliteration = Kubera
| Affiliation = [[ଦେବ]], ''[[ଲୋକପାଳ]]'', [[ଦିଗପାଳ]]
| God_of = Lord of Wealth and the North-direction
| Abode = [[ଅଳକାପୁରୀ]] (ସ୍ଵର୍ଗରେ)
| Mantra = {{IAST|Oṃ Shaṃ Kuberāya Namaḥ}}
| Weapon = {{IAST|Gadā}} ([[Mace (club)|Mace]])
| Consort = Riddhi or Bhadra/Kauberi/Charvi
| Mount = ମଣିଷ/ହାତୀ
}}
 
୨୦ କ ଧାଡ଼ି:
 
== ପୁରାଣ ଓ ଗ୍ରନ୍ଥ ==
ବିଭିନ୍ନ ପୁରାଣ ଓ ଗ୍ରନ୍ଥମାନଙ୍କରେ କୁବେରଙ୍କ ରୂପ , ଆୟୁଧ ଓ ବାହାନ ବର୍ଣ୍ଣନାରେ କେତେକ ପାର୍ଥକ୍ୟ ଥିବା ସତ୍ତ୍ଵେ ସେ ପୃଥୁଳ ଶରୀର ଓ କଦାକାର । [[ମହାଭାରତ]]ରେ ତାଙ୍କ ବର୍ଣ୍ଣ ସୂର୍ଯ୍ୟଙ୍କ ସଦୃଶ୍ୟ ଉଜ୍ଜ୍ଵଳ ଓ ତାଙ୍କ ବାମ ଭାଗରେ ବାମା ରିଦ୍ଧି ରହିବା କୁହାଯାଇଛି । ବୃହତ ସଂହିତାରେ ଲମ୍ବୋଦର ଏବଂ ମସ୍ତକରେ କିଞ୍ଚିତ ବାମକୁ ଢ଼ଳିପଡ଼ିଥିବା ହୀରକଯୁକ୍ତ ମୁକୁଟ , ହସ୍ତମାନଙ୍କରେ ଶଙ୍ଖ ଓ ପଦ୍ମନିଧି ସହିତ ମୁଦ୍ଗର ଧାରଣ କରିଥିବା ବର୍ଣ୍ଣିତ ହେଇଛି । ଏଠାରେ ତାହାଙ୍କ ବାହାନ ମନ୍ୟୁଷ୍ୟ । ପ୍ରାଚୀନ ଗ୍ରନ୍ଥ ଅଂଶୁମଦ୍ଭେଦାଦଗମର ବର୍ଣ୍ଣନା ଅନୁଯାୟୀ ତାହାଙ୍କ ଦୁଇ ହସ୍ତରୁ ବାମ ହସ୍ତରେ ମୁଦ୍ଗର ଓ ଦକ୍ଷିଣ ହସ୍ତ ବରଦ କିମ୍ବା ଅଭୟ ମୁଦ୍ରାରେ ରହିବା ସହିତ ତାଙ୍କ ନିକଟରେ ଶଂଙ୍ଖ ଓ ପଦ୍ମନିଧି କିମ୍ବା ଅଷ୍ଟନିଧି ପାତ୍ର ରହିବା ବର୍ଣ୍ଣିତ ହୋଇଛି । ଏଠାରେ ତାଙ୍କ ବାହାନ ମେଷ ଓ ଯକ୍ଷମାନେ ତାଙ୍କ ଅନୁଚର ଅଟନ୍ତି ।<ref>http://www.indiayogi.com/content/indgods/kuber.aspx</ref> ରୂପମଣ୍ଡନ ଗ୍ରନ୍ଥର ବର୍ଣ୍ଣନାନୁସାରେ ସେ ଚତୁର୍ଭୁଜ ଏବଂ ତାଙ୍କର ହସ୍ତରେ ନିଧିପାତ୍ର, ମୁଦ୍ଗର , ଅର୍ଦ୍ଧଚନ୍ଦ୍ର ଓ କମଣ୍ଡଳୁ ରହିଛି । ଏଠାରେ ସେ ନର କିମ୍ବା ଗଜାରୁଢ଼ । ଶିଳ୍ପଶାସ୍ତ୍ର ଶିଳ୍ପରତ୍ନରେ କୁବେରଙ୍କ କଦାକର ରୂପ , ଲୋମ୍ବୋଦର , ଆଜାନୁଲମ୍ବିତ ବାହୁ, ଅଷ୍ଟନିଧି ପାତ୍ର ସହିତ ତାହାଙ୍କ ରଥକୁ ମନ୍ୟୁଷ୍ୟ କିମ୍ବା ଗୁହ୍ୟିକ ମାନେଗୁହ୍ୟିକମାନେ ବହନ କରୁଥିବା ବର୍ଣ୍ଣନା ରହିଛି । ହେମାଦ୍ରିଙ୍କ ରଚିତ ମୟସମାଗ୍ରହ ଶିଳ୍ପଶାସ୍ତ୍ରରେ ସେ ହସ୍ତରେ ନିଧିପାତ୍ର , ମଦ୍ୟପାତ୍ର ଧାରଣ କରିବା ସହ ପରିଚାରିକାମାନଙ୍କ ଗ୍ରହଣରେ ନିଶାଗ୍ରସ୍ତ ଦେଖାଯାଉଥିବା ଉଲ୍ଲେଖ ଅଛି । ଉତ୍ତର ଓ ଉତ୍ତର-ପଶ୍ଚିମାଞ୍ଚଳ ଅର୍ଥାତ ଗାନ୍ଧାର ଶୈଳୀର ଅନେକ ପ୍ରାଚୀନ ମୂର୍ତ୍ତି ଏହି ଭାବକୁ ନେଇ ନିର୍ମିତ ହୋଇଥିବା ଦେଖାଯାଏ ।
== ବିଶ୍ଵାସ ==
ବିଶ୍ଵାସ କରାଯାଏ ଯେ କୁବେର ତାଙ୍କ ଧନରାଶି ଓ ଅଷ୍ଟନିଧିର ରକ୍ଷାନିମନ୍ତେ ବିଭିନ୍ନ ଯୁଦ୍ଧାସ୍ତ୍ର ଧାରଣ କରିବା ସଙ୍ଗେ ସଙ୍ଗେ ଯକ୍ଷ ଓ ଗୁହ୍ଵିକଗଣଙ୍କୁ ଅନୁଚର ଭାବେ ନିଯୁକ୍ତ କରିଥାନ୍ତି । [[ମାର୍କଣ୍ଡେୟ ପୁରାଣ]] ଅନୁଯାୟୀ କୁବେରଙ୍କ ଅଷ୍ଟନିଧି ହେଲା - [[ପଦ୍ମ ଫୁଲ|ପଦ୍ମ]], ମହାପଦ୍ମ, କପଚ୍ଛ, ମୁକୁନ୍ଦ, ନୀଳ, ନଳ, ଶଙ୍ଖ ଓ ରତ୍ନ । କୁବେର ତାହାଙ୍କ ପତ୍ନୀ , ସମୃଦ୍ଧିର ଦେବୀ [[ରିଦ୍ଧୀ]]ଙ୍କ ସହିତ ପୂଜା ହୁଅନ୍ତି । କୌଟିଲ୍ୟ ତାହାଙ୍କ ଅର୍ଥଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି ଯେ ଶ୍ରୀ ଓ ସମୃଦ୍ଧି ପ୍ରାପ୍ତି ନିମନ୍ତେ ରାଜପ୍ରାସାଦମାନଙ୍କର ଉତ୍ତର ଦିଗରେ କୁବେରଙ୍କ ମନ୍ଦିର ରହିବା ବିଧେୟ । ଏହି ବିଶ୍ଵାସରେ ପୂଜିତ ହେଉଥିବା ପ୍ରାଚୀନ ଭାରତର ନଗର, ନଗରୀ ଓ ପ୍ରାସାଦମାନଙ୍କରୁ ବହୁ ମୂର୍ତ୍ତି ପ୍ରାପ୍ତ ହେଉଛି ।
"https://or.wikipedia.org/wiki/କୁବେର"ରୁ ଅଣାଯାଇଅଛି