"କୋଣାର୍କ ସୂର୍ଯ୍ୟ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Psubhashish (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ PsubhashishBotଙ୍କ ଦେଇ କରାଯାଇଥିବା...
ଟିକେ clean up, replaced: → (31), କାରୀଗର → କାରିଗର (2), ମାନଙ୍କ → ମାନଙ୍କ, ମାନେ → ମାନେ (4), ଦେବାଦେବୀ → ଦେବଦେବୀ (2) using AWB
୧ କ ଧାଡ଼ି:
{{ଛୋଟ|Konark Sun Temple}}
{{Infobox World Heritage Site
| WHS = ସୂର୍ଯ୍ୟ ମନ୍ଦିର, କୋଣାର୍କ
| Image = [[ଫାଇଲ:Konark Sun Temple Front view.jpg|270px|Konark Sun Temple]]
| State Party = {{IND}}
| Type = ସାଂସ୍କୃତିକ
| Criteria = i, iii, vi
| ID = 246
| Region = [[ଏସିଆ-ଅଷ୍ଟ୍ରେଲିଆର ଐତିହ୍ୟ ସ୍ଥଳୀ|ଏସିଆ-ପାସିଫିକ]]
| Year = 1984
| Session = ୮ମ
| Link = http://whc.unesco.org/en/list/246
| website =konark.nic.in/
}}
୧୮ କ ଧାଡ଼ି:
== ନାମକରଣ ==
[[ଫାଇଲ:Konark Temple.jpg|thumb|300px|କୋଣାର୍କ ମନ୍ଦିର]]
ଏହା ମନ୍ଦିରଟି ଗଢିଉଠିଥିଲା ପ୍ରାଚୀ ନଦୀ ଓ ବଙ୍ଗୋପସାଗରର ସଙ୍ଗମ ସ୍ଥଳରେ । ସେ ଯୁଗରେ ଏହା ଏକ ପୋତାଶ୍ରୟୀ ବନ୍ଦର ଥିଲା । ଏହାର ନାମଥିଲା କୋଣଗର l ‘‘କୋଣଗର’’ ନାମାନୁସାରେ ମନ୍ଦିରର ନାମ କୋଣାର୍କ ହୋଇଥିବ ବୋଲି ଅନୁମାନ କରାଯାଏ । କୋଣାର୍କ ଶବ୍ଦକୁ ବିଶ୍ଳେଷଣ କଲେ ଜଣାଯାଏ ଏହା ସଂସ୍କୃତ ଶବ୍ଦ କୋଣ ଓ ଅର୍କର ସଂଯୋଗରୁ ତିଆରି ହୋଇଛି । କୋଣର ମାନେକୋଣରମାନେ ହେଲା ଗୋଟିଏ ପାଖ ଅଥବା ଦୁଇଟି ଦିଗ ବା ରେଖାର ମିଳନ ସ୍ଥାନ ଓ ଅର୍କର ଅର୍ଥ ହେଲା ସୂର୍ଯ୍ୟ । ଏହି ମନ୍ଦିରଟି ସୂର୍ଯ୍ୟ ଦେବଙ୍କ ପାଇଁ ନିର୍ମିତ ହୋଇଥିବାରୁ ଜାଗାର ନାମ ତଦନୁସାରେ କୋଣାର୍କ ହୋଇଛି ବୋଲି ମତ ପୋଷଣ କରାଯାଏ ।<ref>http://www.indiaprofile.com/monuments-temples/india-monuments.htm</ref><br />
ପାଶ୍ଚାତ୍ୟ ଦେଶର ନାବିକମାନେ ଏହାର କୃଷ୍ଣ ପାଗୋଡ଼ା ଓ ପୁରୀ ଜଗନ୍ନାଥା ମନ୍ଦିରର ଶ୍ୱେତ ପାଗୋଡ଼ା ନାମକରଣ କରିଥିଲେ । ଏହି ମନ୍ଦିରଦ୍ୱୟ ନାବିକଙ୍କ ନିମନ୍ତେ ପଥଚିହ୍ନ ଥିଲା ।<ref name=officialkonark/><ref name="bengalgz">{{cite book|author=Lewis Sydney Steward O'Malley|title=Bengal District Gazetteer : Puri|url=http://books.google.com/books?id=pwD0-YV2LCYC&pg=PA283|accessdate=3 May 2013|date=1 January 2007|publisher=Concept Publishing Company|isbn=978-81-7268-138-8|page=283}}</ref>
 
୪୧ କ ଧାଡ଼ି:
ଦୁଆରର ଦୁଇପାଖରେ ମନ୍ଦିରକୁ ଜଗି ରହିଛନ୍ତି ଦୁଇଟି ଦନ୍ତାହାତୀଙ୍କୁ ପଦାନତ କରିଥିବା ଦୁଇଟି ଭୀମକାୟ ସିଂହ । ଏହି ହାତୀଦୁଇଟି ଦୁଇଟି ଶାୟିତ ମଣିଷକୁ ମାଡ଼ି ବସିଥିବାର ଦେଖାଯାଏ । ପ୍ରତ୍ୟେକ ପୁରାତନ ମନ୍ଦିର ପରି ଏଠାରେ ମଧ୍ୟ ମୁଖ୍ୟ ମନ୍ଦିର ପୂର୍ବରୁ ନାଟ ମନ୍ଦିରଟି ରହିଛି, ଯେଉଁଠାରେ କଳାକାରମାନେ ଦେବତାଙ୍କ ଉଦ୍ଦେଶ୍ୟରେ ନୃତ୍ୟ ଗୀତ ପରିବେଷଣ କରିଥାନ୍ତି । ମନ୍ଦିରର ଅତ୍ର ତତ୍ର ସର୍ବତ୍ର ବିବିଧ ଫୁଲ ଓ ଜ୍ୟାମିତିକ ଢାଞ୍ଚାର ନମୁନା ଦେଖିବାକୁ ମିଳେ ।
[[ଫାଇଲ:Konark Sun Temple Wheel.jpg|left|300px|thumb|କୋଣାର୍କର ରଥଚକ]]
ଏହାଛଡ଼ା ଅନେକ ପ୍ରକାରର ଦେବାଦେବୀଦେବଦେବୀ, ଯକ୍ଷ, ଗନ୍ଧର୍ବ, କିନ୍ନର, ନର ସଙ୍ଗୀତ ଶିଳ୍ପୀ, ନଟ, ନଟୀ, ପ୍ରେମୀ ଯୁଗଳ ଓ ଆନନ୍ଦ ଉତ୍ସବମୟ ଗ୍ରାମୀଣ ଜୀବନ, ଯୁଦ୍ଧ ଓ ଶିକାର ଆଦିର ଅସଂଖ୍ୟ ଚିତ୍ରଣ ଏଠାରେ ଦେଖିବାକୁ ମିଳେ । ତା’ ସହିତ କେତେ ଜାତିର ପଶୁ-ପକ୍ଷୀ, ପାଖାପାଖି ଦୁଇହଜାର ଆକର୍ଷକ ଓ ଜିଅଁନ୍ତା ଦିଶୁଥିବା ହାତୀ, ପୌରାଣିକ ଜୀବ, ନାନା ଜାତିର ଲତା ଓ ଜ୍ୟାମିତିକ ଢାଞ୍ଚାରେ ଭରା ଅଳଂକୃତ ଓ ସମ୍ଭ୍ରାନ୍ତ ଓଡ଼ିଆ ସ୍ଥାପତ୍ୟର ଅନେକ କମକୁଟ ଦର୍ଶକକୁ ବିମୋହିତ କରିବା ସହିତ ଏହାର ସଜୀବ ଚିତ୍ରଣ ଏହି ମନ୍ଦିରକୁ ଅନ୍ୟ ମନ୍ଦିରମାନଙ୍କଠାରୁ ପୃଥକ ଓ ଉତ୍କୃଷ୍ଟ ପ୍ରତିପାଦିତ କରେ।
 
ମନ୍ଦିରରେ ଖୋଦିତ କାମୋତ୍ତେଜକ ଚିତ୍ରପାଇଁ ମଧ୍ୟ କୋଣାର୍କ ପ୍ରସିଦ୍ଧ। ଜୀବନର ଏହି କୋମଳ ଗୋପନ ମାଧୁର୍ଯ୍ୟକୁ ଏତେ ସ୍ପଷ୍ଟ ଭାବରେ ଚିତ୍ରିତ କରିବା ଓଡ଼ିଆ କଳାନୈପୁଣ୍ୟର ଶ୍ରେଷ୍ଠତା ପ୍ରତିପାଦନ କରେ। ମଣିଷ, ମଣିଷୋତ୍ତର, ମଣିଷେତର ସବୁପ୍ରକାର ପ୍ରାଣୀ ମାନଙ୍କରପ୍ରାଣୀମାନଙ୍କର କାମକ୍ରୀଡ଼ାକୁ ଅତି ସଜୀବ ଭାବରେ ମନ୍ଦିରର କାନ୍ଥରେ ଚିତ୍ରିତ କରାଯାଇଛି।
 
{{clear}}
୫୩ କ ଧାଡ଼ି:
 
=== ଐତିହାସିକ ===
*# ୧୨୩୮ ଠାରୁ ୧୨୬୪ଖ୍ରୀ.ଅ ମଧ୍ୟରେ ଓଡ଼ିଶାରେ ରାଜା ଲାଙ୍ଗୁଳା ନରସିଂହଦେବ ରାଜତ୍ଵ କରୁଥିଲେ । ସେ ସୂର୍ଯ୍ୟଙ୍କ ପୂଜାପାଇଁ ସୁନ୍ଦର ମନ୍ଦିରଟିଏ ତୋଳେଇବାକୁ ଇଛାକରିଥିଲେ । ରାଜାଙ୍କ ଆଦେଶରେ ରାଜ୍ୟର ଅନେକ କାରୀଗରଙ୍କକାରିଗରଙ୍କ ମଧ୍ୟରୁ ୧୨୦୦ ଭଲ ଭଲ କାରୀଗରଙ୍କୁକାରିଗରଙ୍କୁ ବଛାହେଇ ମନ୍ଦିରର କାମ ଆରମ୍ଭ ହୋଇଥିଲା । ମନ୍ଦିର ତିଆରିରେ ମୂଖ୍ୟ କାରିଗର ଥିଲେ ବିଶୁମହାରଣା । ସମୂଦ୍ରକୂଳ ଚନ୍ଦ୍ରଭାଗାନଦୀ ମୂହାଣରେ ମନ୍ଦିରର ଆରମ୍ଭ ହୋଇଥିଲା । ମନ୍ଦିରଟି ତିଆରିହେଲା ଏକ ରଥ ଆକାରରେ । ସେଥିରେ ସାତଟି ପଥର ଘୋଡା ଯୋଖା ହେଲା । ମନ୍ଦିରର ସିଂହାସନରେ ରହିଲା ସୂର୍ଯ୍ୟଙ୍କ ପ୍ରତିମା । ଓଡ଼ିଶାର ୧୨ବର୍ଷର ରାଜସ୍ଵ ଖର୍ଚ୍ଚରେ ମନ୍ଦିରଟି ନିର୍ମାଣ ହେଲା । ମନ୍ଦିରର ମୂଳରୁ ଚୂଳ ଯାଏଁ କାରୂକାର୍ଯ୍ୟ ପୂର୍ଣ୍ଣ ହୋଇ ତିଆରି ହେଲା । କିନ୍ତୁ କାରିଗର ମାନେକାରିଗରମାନେ ଯେତେ ଥର ମନ୍ଦିରର ଦଧିନଉତିକୁ ବସାଉଥାଆନ୍ତି ତାହା ଖସି ପଡୁଥାଏ । ମୂଖ୍ୟ କାରିଗର ବିଶୁମହାରଣା, ସେ ତାଙ୍କର ସମସ୍ତ ବୁଦ୍ଧି ବିଦ୍ୟା ଖଟାଇ ମଧ୍ୟ ପାରୁନଥାନ୍ତି । ଏଣେ ରାଜା ଅଧିର ହୋଇ ବିଶୁମହାରଣାଙ୍କୁ ଡକାଇ କହିଲେ : ମୁଁ ଆଉ ସାତ ଦିନ ସମୟ ଦେଉଛି ଏହାମଧ୍ୟରେ ଦେଉଳର ମୁଣ୍ଡି ନମାରି ପାରିଲେ ୧୨୦୦ ଶହ କାରିଗରଙ୍କ ମୁଣ୍ଡ କାଟ ହେବ। ବିଶୁ ମହାରଣା ସମସ୍ତ କାରିଗରଙ୍କୁ ରାଜାଙ୍କ ଆଦେଶ ଜଣାଏଦେଲେ । ସମସ୍ତଙ୍କ ମନରେ ଭାଲେଣି ପଡ଼ିଲା କିନ୍ତୁ କରିବେ କ'ଣ? ବିଶୁମହାରଣା ଘରୁ ଆସିବା ସମୟରେ ତାଙ୍କର ଗୋଟେ ପୁଅ ହୋଇଥିଲା । ତା ନାଁ ଥିଲା ଧରମା( ଧର୍ମପଦ)। ସେ ବାପାଙ୍କୁ ଦେଖାକରିବାକୁ ଜିଦ୍ କରିବାରୁ ତା ମା ତାକୁ ତାଙ୍କଘର ବାଡ଼ିବରକୋଳି ଦେଇ ପଠେଇଥିଲେ । ଧରମା ଖୋଜି ଖୋଜି ଯାଏ ମନ୍ଦିର ପାଖରେ ପହଞ୍ଚିଲା। ୧୨ ବର୍ଷ ବିତିଯାଏଥିଲେ ମଧ୍ୟ ସେ ପୁଅ କୁ କେବେ ଦେଖି ନ ଥିଲେ । ଘରର ବାଡ଼ିବରକୋଳି ଦେଖି ସେ ପୁଅକୁ ଚିହ୍ନିପାରିଲେ । ବାପାଙ୍କ ମନରେ ଉଦାସ ଦେଖି ଧରମା ସମସ୍ତ କଥା ପଚାରି ବୁଝିଲା । ରାତି ପାହିଲେ ୧୨୦୦ବଢେଇଙ୍କ ମୁଣ୍ଡ କଟା ହେବ । ତା ମନ ବିକଳ ହୋଇ ଉଠିଲା, ସେ କାରିଗରୀ କୂଳର ପିଲା , ମନ୍ଦିରର ଦଧିନଉତି ବସାଇ ମୁଣ୍ଡି ମାରି ପାରିବ ବୋଲି ଧରମାର ସାହସ ହେଲା । ସେ ବାପାଙ୍କଠାରୁ ଅନୁମତି ନେଇ ମନ୍ଦିରର ଚୂଳକୁ ଉଠିଲା ଓ ରାତାରାତି ମାପଚୂପ କରି ଦଧିନଉତି ବସେଇ ଦେଲା। ସକାଳହେବା ଆଗରୁ ଦେଖାଗଲା ମନ୍ଦିର କାମ ଶେଷ। ଏହା ଦେଖି ସମସ୍ତେ ଖୁସି ହୋଇଗଲେ କିନ୍ତୁ ୧୨୦୦ବଢେଇ ଭାବିଲେ ଯାହା ୧୨୦୦ ବଢେଇ କରିପାରିଲେନି ତାହା ଜଣେ ୧୨ ବର୍ଷର ପିଲା କରିଛି ଯଦି ରାଜା ଏହା ଜାଣିଲେ ନିଶ୍ଚୟ ସମସ୍ତଙ୍କ ମୁଣ୍ଡ କାଟ ହେବ। ସମସ୍ତ ବଢେଇ ଏକଥା ବିଶୁମହାରଣା ଙ୍କୁ କହିଲେ, ଏହା ଶୁଣି ଧରମା ଭାବିଲା ଜନ୍ମ ହେଲେ ମୃତ୍ୟୁ ନିଶ୍ଚିନ୍ତ, ତେଣୁ ନିଜର ଜୀବନ ଅପେକ୍ଷା ୧୨୦୦ ବଢେଇଙ୍କ ଜୀବନ ମୁଲ୍ୟବାନ ତେଣୁ ସେ ବାପାଙ୍କୁ ବୁଝେଇ ମନ୍ଦିର ଚୂଳକୁ ଯାଇ ସମୁଦ୍ର ମଧ୍ୟକୁ ଡେଇଁ ପଡ଼ିଲା ।
*# ନରସିଂହ ଦେବ ମାତ୍ର ୧୮ ବର୍ଷ ବୟସରେ ଦକ୍ଷିଣକୁ ଯୁଦ୍ଧ କରିବାକୁ ଯାଇଥିଲେ ଏବଂ ବିପୁଳ ଧନରତ୍ନ ଧରି ତିନିବର୍ଷ ପରେ ଫେରିଲେ । ପିତା [[ଅନଙ୍ଗଭୀମ ଦେବ]] ସେ ଯାଏଁ ସିଂହାସନାରୂଢ଼ । ମାତା ଉପଦେଶ ଦେଲେ , ଯେଉଁ ବିପୁଳ ଅର୍ଥ ସେଥିରେ ଗୋଟିଏ ବିଶାଳ ସୂର୍ଯ୍ୟମନ୍ଦିର ଗଢ଼ । କାରଣ ଓଡ଼ିଶାର ଚାରିଟି ବିଶିଷ୍ଟ କ୍ଷେତ୍ର ମଧ୍ୟରୁ ଏକମାତ୍ର ଅର୍କକ୍ଷେତ୍ରରେ ସେ ଯାଏଁ ଉପଯୁକ୍ତ ମନ୍ଦିରଟିଏ ଗଢା ହେଇନଥିଲା । ଅନ୍ୟ ତିନିଟି କ୍ଷେତ୍ର - [[ପୁରୀ]] , [[ଭୁବନେଶ୍ଵର]] , [[ଯାଜପୁର]] । ଉଦ୍ୟୋଗ ଆରମ୍ଭ ହୋଇଗଲା ।ଦୂର ଦୂରାନ୍ତରୁ ପଥର ଆଣିବା ଆରମ୍ଭ ହେଲା । ମନ୍ଦିର ଗଠନ ଆରମ୍ଭ କିନ୍ତୁ ଆଉ ପାଞ୍ଚ ବର୍ଷ ଆଗକୁ । ପ୍ରଥମ ନରସିଂହଦେବ ସେହି ବର୍ଷ ସିଂହାସନ ଆରୋହଣ କଲେ ।
*# ଆଉ ଗୋଟିଏ ଜନଶ୍ରୁତି , ଏ ମନ୍ଦିର ଗଢା ଶେଷ ହୋଇନଥିଲା । ଏହା ମଧ୍ୟସତ୍ୟ ନୁହେଁ । [[ବାୟାଚକଡା]]ର ଅନୁଲିପି ମତେ ମନ୍ଦିର ମଧ୍ୟରେ ବିଗ୍ରହ ପ୍ରତିଷ୍ଠା ହେଇଥିଲା ୧୨୫୬ ମାଘ ଶୁକ୍ଳ ସପ୍ତମୀ [[ରବିବାର]]ରେ(ସେ ସମୟର ଓଡ଼ିଆ ପଞ୍ଜିକା ବିଶ୍ଲେଷଣ କରି ଐତିହାସିକ ମାନେଐତିହାସିକମାନେ ଇଂରାଜୀ ବର୍ଷଟି ସ୍ଥିର କରିଛନ୍ତି । ବିଗ୍ରହ ସ୍ଥାପିତ ହେବା ପରେ ବହୁବର୍ଷ ଏଠାରେ ପୂଜାର୍ଚ୍ଚନା ହୋଇଛି- ଯାହାର ଚିହ୍ନ ଆଜିମଧ୍ୟ ବହନ କରୁଛି [[ଦେବ ସିଂହାସନ]] ।
 
== ଅବକ୍ଷୟ ==
୬୩ କ ଧାଡ଼ି:
 
=== କଳା ପାହାଡ଼ ===
ଧ୍ୱଂସର ମୂଳକାରଣ ହେଉଛି ବଙ୍ଗୀୟ ସୁଲତାନ ସୁଲେମାନ କରାଣୀର ସେନାଧ୍ୟକ୍ଷ ରୁଦ୍ରନାରାୟଣ ଯିଏ କଳାପାହାଡ଼ ନାମରେ କୁଖ୍ୟାତ। କେହି କେହି କହନ୍ତି, କଳା ପାହାଡ଼ ଆଗରୁ ହିନ୍ଦୁ ଥିଲା। <ref>http://www.mukto-mona.com/Articles/kamrun_nahar/Racial_Origin.pdf Racial Origin of the Muslim Population and their Social Stratification under Bengal Sultanate By Kamrun Nahar</ref> ପରେ ପରେ ସେ ଇସଲାମ ଧର୍ମ ଗ୍ରହଣ କରିଥିଲା। <ref>The Cult of Jagannātha By Kanhu Charan Mishra, Published 1971</ref> ଶେଖ କବୀର ବତିନିଙ୍କ ଅଫସାନା-ଈ-ଶାହାନ ଅନୁସାରେ <ref>http://orissagov.nic.in/e-magazine/orissareview/jun2004/englishpdf/gloom.pdf K.S. Behera, "Gloom and Bloom: The Case of Jagannatha Temples in Midnapore District"</ref> ସେ ଜଣେ ବତିନି(ଆଫଗାନର ପଠାଣ) ଲୋକ । ଓଡ଼ିଶା ଇତିହାସ ଅନୁସାରେ ୧୫୦୮ ଖ୍ରୀଷ୍ଟାବ୍ଦରେ କଳା ପାହାଡ଼ ଓଡ଼ିଶା ଆକ୍ରମଣ କରିଥିଲା ଓ କୋଣାର୍କ ମନ୍ଦିର ସମେତ ଓଡ଼ିଶାର ଅନେକ ମନ୍ଦିରକୁ ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଥିଲା। ପୁରୀ ଜଗନ୍ନାତ ମନ୍ଦିରରର ମାଦଳାପାଞ୍ଜିରେ ୧୫୬୮ ଖ୍ରୀଷ୍ଟାବ୍ଦରେ କଳାପାହାଡ଼ କେମିତି ଓଡ଼ିଶା ଆକ୍ରମଣ କରିଥିଲା ତାହା ବର୍ଣ୍ଣନା କରା ଯାଇଅଛି । ୨୦ ଫୁଟରୁ ୨୫ ଫୁଟର ପାଚେରୀ ଯୁକ୍ତ ଅନେକ ଓଡ଼ିଆ ମନ୍ଦିର ଓ ମନ୍ଦିରସ୍ଥ ଦେବାଦେବୀଙ୍କୁଦେବଦେବୀଙ୍କୁ ସେ ଧ୍ୱଂସ କରିଥିଲା। କୌଣସି ଉପାୟରେ ସେ କୋଣାର୍କ ମନ୍ଦିରର ଦଧିନଉତିକୁ ସ୍ଥାନାନ୍ତରିତ କରିବାରେ ସଫଳ ହେବାରୁ ପୁରା ଦେଉଳଟି ଭାଙ୍ଗି ପଡ଼ିଲା। ମନ୍ଦିର ମୁଖଶାଳାର ଚୂଡ଼ାରେ ଅନେକ ପଥର ପଡ଼ିବାରୁ ତାହା ମଧ୍ୟ କେତେକାଂଶରେ ଭାଙ୍ଗି ଯାଇଥିଲା । ତା ସହିତ କଳାପାହାଡ଼ ମନ୍ଦିରର ଅନେକ ମୂର୍ତ୍ତି ଓ ପାର୍ଶ୍ୱ ଦେଉଳକୁ ମଧ୍ୟ ଧ୍ୱଂସ କରିଦେଇଥିଲା।
 
୧୫୬୮ ଖ୍ରୀଷ୍ଟାବ୍ଦରେ ଓଡ଼ିଶାରେ ମୁସଲମାନ ରାଜତ୍ୱ ଆରମ୍ଭ ହେଲା । ସେତେବେଳେ ହିନ୍ଦୁ ମନ୍ଦିରମାନଙ୍କୁ ଧ୍ୱଂସ କରିବାପାଇଁ ନିରନ୍ତର ଚେଷ୍ଟା କରାଯାଉଥିଲା । ଏପରିକି ପ୍ରଭୁ [[ଜଗନ୍ନାଥ]]ଙ୍କୁ ବଞ୍ଚାଇବାପାଇଁ ପଣ୍ଡାମାନେ ତାଙ୍କୁ ଲୁଚାଇ ଏକ ଗୋପନ ସ୍ଥାନକୁ ନେଇ ଯାଇଥିଲେ । ଏମିତିକି କୁହାଯାଏ ଯେ, କୋଣାର୍କର ପଣ୍ଡାମାନେ ଅଧିଷ୍ଠିତ ଦେବତା ସୂର୍ଯ୍ୟକୁ ନେଇଯାଇ ବାଲି ତଳେ ପୋତି ଅନେକ ବର୍ଷ ପର୍ଯ୍ୟନ୍ତ ରଖିଥିଲେ । ପରେ ପରେ ଏହା [[ପୁରୀ]]କୁ ନିଆଗଲା ଓ [[ଜଗନ୍ନାଥ ମନ୍ଦିର]] ବେଢ଼ାରେ ଥିବା ଇନ୍ଦ୍ରଙ୍କ ମନ୍ଦିରରେ ସ୍ଥାପିତ କରାଗଲା । ଆଉ କେହି କେହି ମତ ଦିଅନ୍ତି, କୋଣାର୍କ ମନ୍ଦିରରେ ଅନୁସୃତ ପୂଜାବିଧି ଆଜି ମଧ୍ୟ ଅଜ୍ଞାତ । ଆଉ କେହି କେହି କହନ୍ତି, କୋଣାର୍କରେ ଅଧ୍ୟୁଷିତ ସୂର୍ଯ୍ୟଦେବତାଙ୍କ ମୂର୍ତ୍ତି ଏବେ [[ଦିଲ୍ଲୀ]]ର ଜାତୀୟ ସଂଗ୍ରହାଳୟରେ ରହିଛି ।
୭୪ କ ଧାଡ଼ି:
 
== ଚୁମ୍ବକ ଓ ଭାସମାନ ମୂର୍ତ୍ତି ==
ସ୍ଥାନୀୟ ଲୋକ ଓ ପଥପ୍ରଦର୍ଶକମାନେ କହିବା ଅନୁସାରେ କୋଣାର୍କ ମନ୍ଦିରର ପ୍ରତି ଦୁଇଟି ପଥର ଭିତରେ ଗୋଟିଏ ଲେଖାଏଁ ଲୁହା ପ୍ଲେଟ ଦିଆ ଯାଇଥିଲା (ଯାହା ଆଜି ବି ଦେଖିବାକୁ ମିଳେ) । ଦେଉଳକୁ ଲୁହା ବିମ୍ ଦେଇ ମଜବୁତ କରା ଯାଇଥିଲା । ଦଧିନଉତି ବା ମନ୍ଦିର ଚୂଡ଼ାରେ ୫୨ ମେଟ୍ରିକ ଟନର ଏକ ବିଶାଳ ଚୁମ୍ବକ ଖଞ୍ଜା ଯାଇଥିଲା ଯାହାକୁ ବାରଶହ ବଢେଇ କରି ପାରି ନଥିଲେ, ତାହା ବାରବର୍ଷର ଶିଳ୍ପୀପୁତ୍ର ଧରମା କରି ଦେଖାଇଥିଲା । ଏହି ଚୁମ୍ବକ କାରଣରୁ ଦେଉଳଟି ସମୁଦ୍ର କୂଳର ପ୍ରତିକୂଳତାରେ ପ୍ରଭାବିତ ନ ହୋଇ ମଜବୁତ ହୋଇ ଠିଆ ହୋଇ ପାରିଥିଲା । ମୁଖ୍ୟ ପ୍ରତିମା କୌଣସି ସିଂହାସନରେ ବସି ନ ଥିଲେ। ଖଞ୍ଜା ଯାଇଥିବା ଅନେକ ଚୁମ୍ବକର ଶକ୍ତି ବଳରେ ଏହା ଶୂନ୍ୟରେ ଭାସମାନ ଥିଲେ । ମନ୍ଦିରକୁ ଏମିତି ଭାବରେ ନିର୍ମାଣ କରା ଯାଇଥିଲା ଯେପରିକି ସୂର୍ଯ୍ୟଙ୍କର ପ୍ରଥମ କିରଣ ନାଟମନ୍ଦିର ଦେଇ ଗର୍ଭଗୃହସ୍ଥ ମୁଖ୍ୟ ପ୍ରତିମାଙ୍କ ନାଭିରେ ସଂଯୁକ୍ତ ହୀରାରେ ପ୍ରତିଫଳିତ ହେଉଥିଲା। ଏହା ସକାଳୁ ସକାଳୁ ଅଳ୍ପ କେଇ ମିନିଟ ପାଇଁ ଦେଖିବାକୁ ମିଳୁଥିଲା। ପରବର୍ତ୍ତୀ କାଳରେ କେନ୍ଦ୍ରରେ ଖଞ୍ଜାଯାଇଥିବା ଚୁମ୍ବକକୁ ଇଂରେଜ ମାନେଇଂରେଜମାନେ ବାହାର କରି ନେଇ ଯାଇଥିଲେ ।
 
ଆଉ ଏକ ଜନଶ୍ରୁତି ଶୁଣିବାକୁ ମିଳେ ଯେ, ଏହି ଚୁମ୍ବର ଶକ୍ତି ଏତେ ପ୍ରବଳ ଥିଲା ଯେ, ସମୁଦ୍ରରେ ଯାଉଥିବା ଜାହାଜଗୁଡ଼ିକରେ ଥିବା କମ୍ପାସ ଏହାଦ୍ୱାରା ପ୍ରଭାବିତ ହେଉଥିଲା। ପର୍ତ୍ତୁଗୀଜମାନେ ନିଜ ଜାହାଜର ସୁରକ୍ଷା ପାଇଁ କେନ୍ଦ୍ରସ୍ଥ ଚୁମ୍ବକ ଯାହା ଦେଉଳର ଅନ୍ୟାନ୍ୟ ଚୁମ୍ବକକୁ ସନ୍ତୁଳିତ କରି ରଖିଥିଲା ତାକୁ ବାହାର କରି ନେଇ ଯିବାଦ୍ୱାରା ଭାରସାମ୍ୟ ହରାଇ ଗର୍ଭଗୃହ ଧ୍ୱଂସପ୍ରାପ୍ତ ହୋଇଯାଇଥିଲା।