"ସରସ୍ୱତୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ clean up, replaced: → (93) using AWB
୧ କ ଧାଡ଼ି:
{{ଛୋଟ|Saraswati}}
{{Hdeity infobox <!-- Wikipedia:WikiProject Hindu mythology -->
| Image = saraswati.jpg
| Caption = ବୀଣା, ପୁସ୍ତକ ଧାରିଣୀ ମା ସରସ୍ୱତୀ - ରାଜା ରବି ବର୍ମାଙ୍କ ଦେଇ ଅଙ୍କିତ ଛବି
| Name = ସରସ୍ୱତୀ
| Devanagari = सरस्वती
| Sanskrit_Transliteration = ସରସ୍ୱତୀ
| Affiliation = [[ଦେବୀ]] ([[ତ୍ରିଦେବୀ]])
| god of = '''ଜ୍ଞାନ, ସଙ୍ଗୀତ ଓ କଳାର ଦେବୀ'''
| Abode = [[ବ୍ରହ୍ମଲୋକ]]
| Consort = ବ୍ରହ୍ମା
| Mantra = [[ମନ୍ତ୍ର#ସରସ୍ୱତୀ ମନ୍ତ୍ର|ଓଁ ଐଁ ସରସ୍ୱତୈ ସ୍ୱାହା]]
| Mount = [[ହଂସ]], ପ୍ରକାରାନ୍ତରେ ମୟୁର
}}
 
[[ହିନ୍ଦୁ]]ଧର୍ମରେ ସରସ୍ୱତୀଙ୍କୁ ଜ୍ଞାନର ଦେବୀ ବୋଲି ପରିଗଣିତ କରାଯାଏ। ସେ ଜ୍ଞାନ, ବୁଦ୍ଧି, ବିବେକ, ବିଦ୍ୟାର ଉତ୍ସ ବା ପ୍ରକାଶରୂପ । ସେ [[ବ୍ରହ୍ମା]]ଙ୍କ ସହଚରୀ ଓ ଶକ୍ତି ରୂପେ ବିଦିତ। <ref>{{cite web |title= Sarasvati Origine |url=http://sathyasaibaba.wordpress.com/2008/07/12/saraswati-hindu-goddess-of-learning-saraswati-devi}}</ref><ref>Sunil Sehgal (1999); Encyclopaedia of Hinduism, p. 1214; Sarup & Sons, ISBN 81-7625-064-3, 9788176250641</ref> ପଶ୍ଚିମ ଓ ମଧ୍ୟ [[ଭାରତ]]ର ଜୈନମାନେ ମଧ୍ୟ ସରସ୍ୱତୀଙ୍କୁ ପୂଜା କରିଥାନ୍ତି।<ref name=BMA>{{cite book|last=[[Birmingham Museum of Art]]|title=Birmingham Museum of Art : guide to the collection|year=2010|publisher=Birmingham Museum of Art|location=[Birmingham, Ala]|isbn=978-1-904832-77-5|pages=55|url=http://artsbma.org}}</ref> ଓଡ଼ିଆ ଭାଷାରେ ତାଙ୍କୁ ବାଣୀ ବୋଲି ମଧ୍ୟ କୁହାଯାଏ। [[ତାମିଲ ଭାଷା]]ରେ ସେ କଲାଇମଙ୍ଗଳ (கலைமகள்), କଲାଇବାଣୀ (கலைவாணி), ବାଣୀ (வாணி)ରୂପରେ ପରିଚିତା। ତାଙ୍କର ଅନ୍ୟ ନାମ ସବୁ ହେଲା ବୀଣା ପୁସ୍ତକ ଧାରିଣୀ, ବାଗ୍‌ଦେବୀ ବରଦା ଇତ୍ୟାଦି।
 
ସରସ୍ଵତୀ ଶବ୍ଦର ମୂଳ ଅର୍ଥ ହେଲା - ସ୍ଵତଃ + ବତୀ, ଅର୍ଥାତ୍ ପ୍ରସରଣ ଯାହାଙ୍କର ଅଛି । ଅଜ୍ଞାନ ଅନ୍ଧକାର ମଧ୍ୟରୁ ତେଜୋମୟ ଦିବ୍ୟଧାମକୁ ବାଟ କଢାଇ ନେବାର ସେ ହେଉଛନ୍ତି ଅଧିଷ୍ଠାତ୍ରୀ ଦେବୀ । ସରସ୍ୱତୀ ଶବ୍ଦ ସରସ (ପ୍ରବାହ) ଓ ବତୀ (ମାନା) ଶବ୍ଦରୁ ଆସିଅଛି, ଏହାର ଅର୍ଥ ହେଉଛି ପ୍ରବହମାନା। ସେ ସ୍ରୋତସ୍ୱତୀ ପରି ପ୍ରବହମାନା, ଜ୍ଞାନର ଅଧିଷ୍ଠାତ୍ରୀ, ଦିବ୍ୟତେଜଯୁକ୍ତା, ସୁନ୍ଦରୀ, ଶୁକ୍ଳବର୍ଣ୍ଣା, ଶୁକ୍ଳ ବସ୍ତ୍ର ପରିହିତା, ଶୁକ୍ଲ ପଦ୍ମାସୀନା। ସେ ହେଉଛନ୍ତି ବାକ୍ୟର ଦେବୀ ବାଗ୍‌ଦେବୀ, ବାଣୀ, ଶାରଦା । ମା ଯୋଗମାୟା ଆଦ୍ୟାଶକ୍ତିଙ୍କ କଣ୍ଠରୁ ସରସ୍ଵତୀ ସମ୍ଭୁତା । ମା ସରସ୍ଵତୀ, ମା [[ଲକ୍ଷ୍ମୀ]] ଓ ମା [[କାଳୀ]] ତିନୋଟି ସ୍ଵରୂପ ଆଦ୍ୟାଶକ୍ତିଙ୍କର। ମା ସରସ୍ଵତୀ ଶୁକ୍ଳ ବସ୍ତ୍ର ପରିଧାନ କରି କର୍ଣ୍ଣରେ ରତ୍ନବିଭୂଷିତ କୁଣ୍ଡଳ ଧାରଣ କରି ଗଳାରେ ଗଜମୋତି ଏବଂ ମୁକ୍ତାହାର ପିନ୍ଧିଛନ୍ତି ଓ ହସ୍ତରେ ବୀଣା ଓ ପୁସ୍ତକ ଧାରଣ କରି ପଦ୍ମାସନରେ ଶ୍ଵେତପଦ୍ମ ଉପରେ ଅଧିଷ୍ଠାତ୍ରୀ ହୁଅନ୍ତି । ମା ସରସ୍ଵତୀ ବିଦ୍ୟାର୍ଥୀଙ୍କୁ ଓ ସଙ୍ଗୀତ ସାଧକଙ୍କୁ ଅଶେଷ କୃପା ପ୍ରଦାନ କରିଥାନ୍ତି । ମା ସରସ୍ଵତୀ ବାଗ୍‌ଦେବୀ ସମସ୍ତଙ୍କୁ ସଦ୍‌ବୁଦ୍ଧି ସହ ସତବଚନର ଆଶୀର୍ବାଦ ଦେଇଥାନ୍ତି । ବେଦରେ ଦେବୀମାନଙ୍କର ବନ୍ଦନାରେ ଦେବୀ ସରସ୍ଵତୀଙ୍କର ବର୍ଣ୍ଣନା ପ୍ରଥମ ଏବଂ ପ୍ରଧାନ ।
୩୬ କ ଧାଡ଼ି:
</blockquote>
 
ଆର୍ଯ୍ୟ ଋଷିଗଣ ସ୍ତୁତି କରୁଛନ୍ତି : ହେ ଶ୍ରେଷ୍ଠ ମାତା, ହେ ଶ୍ରେଷ୍ଠ ନଦୀ, ହେ ଶ୍ରେଷ୍ଠ ଦେବୀ, ଆମେ ସବୁ ଅପ୍ରଶସ୍ତ ପ୍ରାଣୀ, ଆମକୁ ପ୍ରଶସ୍ତ ତଥା ବିସ୍ତାରିତ କରାଅ । ଏହି ଆଦ୍ୟାଶକ୍ତି - ଆଦିମାତାଙ୍କଠାରୁ ଭକ୍ତଭିକ୍ଷା କରି ଯୁଗେଯୁଗେ ଦେବତାମାନେ ଅସୁରଙ୍କ କବଳରୁ ରକ୍ଷା ପାଇଛନ୍ତି । ବ୍ରହ୍ମା ମଧୁକୈଟଭ ଜାତରୁ, [[ଶିବ|ମହାଦେବ]] ତ୍ରିପୁରାସୁରଠାରୁ, [[ଇନ୍ଦ୍ର]] ଦୁର୍ବାସାଙ୍କ ଅଭିଶାପରୁ ରକ୍ଷା ପାଇଥିବା ବେଳେ ପ୍ରଭୁ [[ରାମ|ଶ୍ରୀରାମ]] [[ରାବଣ]]ଙ୍କ ଉପରେ ବିଜୟ ଲାଭ କରିଛନ୍ତି । କୁରୁକ୍ଷେତ୍ରରେ ଭଗବାନ [[କୃଷ୍ଣ|ଶ୍ରୀକୃଷ୍ଣ]] [[ଅର୍ଜୁନ]]ଙ୍କୁ ଜୟଲାଭ ପାଇଁ ଦେବୀ ସରସ୍ଵତୀଙ୍କର ସ୍ତୋତ୍ରପାଠ କରାଇଥିଲେ । [[ହିନ୍ଦୁଧର୍ମ]] ବ୍ୟତୀତ [[ବୌଦ୍ଧ ଧର୍ମ|ବୌଦ୍ଧ]], [[ଜୈନ ଧର୍ମ|ଜୈନ]] ଧର୍ମରେ ମଧ୍ୟ ଦେବୀ ସରସ୍ଵତୀଙ୍କର ଆରାଧନା ରହିଛି । ଭାରତ ବାହାରେ [[ତିବ୍‌ବତ]], [[ଚୀନ]] ଏବଂ [[ଜାପାନ]]ରେ ଦେବୀ ସରସ୍ଵତୀ ବୌଦ୍ଧଦେବୀ ଭାବେ ଜନାଦୃତ । [[ମଥୁରା]] ନିକଟସ୍ଥ କାଳୀତିକା ଜୈନ ସ୍ତୁପରୁ ଏକ ମନୋଜ୍ଞ ସରସ୍ଵତୀ ମୂର୍ତ୍ତି ମିଳିବା ଘଟଣାରୁ ଜୈନଧର୍ମରେ ସରସ୍ଵତୀଙ୍କର ପୂଜା ରହିଥିବା ସୂଚନା ଦିଏ । ବୌଦ୍ଧ ଧର୍ମଶାସ୍ତ୍ର 'ସାଧନମାଳା'ରେ ଉଲ୍ଲେଖ ଅଛି ଯେ ଦେବୀ ସରସ୍ଵତୀ ଭକ୍ତମାନଙ୍କୁ ଜ୍ଞାନ ଓ ବୁଦ୍ଧି ଦାନ କରନ୍ତି । ଏହି ଗ୍ରନ୍ଥରେ ସରସ୍ଵତୀ ଚତୁଃରୂପରେ ପୂଜିତା - ମହା ସରସ୍ଵତୀ, ବଜ୍ରବୀଣା ସରସ୍ଵତୀ, ବଜ୍ରଶାରଦା ଏବଂ ବଜ୍ର ସରସ୍ଵତୀ । ବୌଦ୍ଧ ଧର୍ମ ଉପରେ ପଡ଼ିଥିବା ତାନ୍ତ୍ରିକ ପ୍ରଭାବ ଯୋଗୁଁ ହିଁ ଜ୍ଞାନ ଏବଂ ବୁଦ୍ଧିମତାର ବୌଦ୍ଧଦେବୀ 'ପ୍ରଜ୍ଞା ପାରମିତା' ପରବର୍ତ୍ତୀ ସମୟରେ ସରସ୍ଵତୀ ରୂପେ ପରିଚିତ ହେଲେ ।
<blockquote>
ମାତା ପୁତ୍ରୌ ତୁ ବାକ୍ ପ୍ରାଣୌ / ମାତା ବା ପିତରଃ ସୁତଃ ।<br />
୭୬ କ ଧାଡ଼ି:
{{ହିନ୍ଦୁ ଦେବୀ ଦେବତା ଓ ଗ୍ରନ୍ଥ}}
{{ହିନ୍ଦୁ ଧର୍ମ}}
 
 
[[ଶ୍ରେଣୀ:ହିନ୍ଦୁ ଦେବୀ]]
"https://or.wikipedia.org/wiki/ସରସ୍ୱତୀ"ରୁ ଅଣାଯାଇଅଛି