"ତଅପୋଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎କିମ୍ବଦନ୍ତୀ: clean up, replaced: ମାନଙ୍କ → ମାନଙ୍କ (2) using AWB
ଟିକେ →‎କିମ୍ବଦନ୍ତୀ: clean up, replaced: ମାନେ → ମାନେ (3) using AWB
୫ କ ଧାଡ଼ି:
 
== କିମ୍ବଦନ୍ତୀ ==
ଆଗକାଳରେ [[ଓଡ଼ିଆ ଲୋକ|ଓଡ଼ିଆ]] ସାଧବ ପୁଅ ମାନେପୁଅମାନେ ବିଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ । ସେହି ସମୟରେ ସାତଜଣ ସାଧବ ଭାଇ ଦୂରଦେଶକୁ ବଣିଜ କରିବାକୁ ଯାଇଥିଲା ବେଳେ ଘରେ ତାଙ୍କର ଘରଣୀ ଓ ଏକମାତ୍ର ସାନ ଭଉଣୀ ତଅପୋଇ ରହିଥିଲା । କେବଳ ସାନ ଭାଉଜଙ୍କୁ ଛାଡ଼ି ତଅପୋଇର ବାକି ସବୁ ଭାଉଜ ତାହାଙ୍କ ଉପରେ ଅନାଚାର କରୁଥିଲେ । ଅଲିଅଳରେ ବଢ଼ିଥିବା ତଅପୋଇକୁ ଘରକାମରେ, [[ଛେଳି]] ଚରେଇବା ପାଇଁ ପଠାଉଥିଲେ । ଭାଇମାନେ ଦୂରରେ ଥିବାରୁ ତଅପୋଇ ଏସବୁ କଥା ଆଉ କାହା ପାଖରେ କହିପାରୁନଥିଲା । ଏପରିକି ଭାତ ବଦଳରେ ଖୁଦ ଖାଇବାକୁ ଦେଉଥିଲେ । କେବଳ ତାହାଙ୍କର ସାନଭାଉଜ ତାହାଙ୍କୁ ଲୁଚାଇ ଲୁଚାଇ ଖାଇବାକୁ ଦେଉଥିଲେ ଓ ସ୍ନେହ କରୁଥିଲେ । ଅନେକ ଦିନ ଅନ୍ତେ ଭାଇ ମାନେଭାଇମାନେ ବିଦେଶରୁ ଫେରିବାରେ ଡେରି ହେବାରୁ ତଅପୋଇ ନଦୀ ବାଲିରେ ଉପରେ ମାଟିରେ ମୂର୍ତ୍ତି ଗଢ଼ି [[ଖୁଦୁରୁକୁଣି ଓଷା]] କରି ଭାଇମାନଙ୍କ ମଙ୍ଗଳ ମନାସି ସହଳ ଘରକୁ ଫେରାଇ ଆଣିବା ନିମନ୍ତେ ଠାକୁରାଣୀଙ୍କ ପାଖରେ ତାହାଙ୍କୁ ମିଳିଥିବା [[ଖୁଦ]] ଭୋଗ ଭାବରେ ଦେଇ ପ୍ରାର୍ଥନା କରିଥିଲା । ତାହାଙ୍କର ଡାକ ଶୁଣିପାରି [[ମା ମଙ୍ଗଳା]] (ଖୁଦୁରୁକୁଣି) ଭାଇମାନଙ୍କୁ ଘରକୁ ଲେଉଟାଇବା ପାଇଁ ପବନର ଗତି ବଦଲାଇ ଦେଇଥିଲେ । ଭାଇମାନଙ୍କୁ ବନ୍ଦାପନା କରିବା ନିମନ୍ତେ ସବୁ ଭାଉଜ ଯାଇଥିବା ବେଳେ ତଅପୋଇକୁ ଭାଉଜମାନେ ଘରକୋଣରେ ବାନ୍ଧି ଦେଇଥିଲେ । ତେବେ ତଅପୋଇ ନ ଆସିଲେ ଆମ୍ଭେ [[ବୋଇତ]]ରୁ ଓହ୍ଲାଇବୁ ନାହିଁ ବୋଲି ଭାଇମାନେ ଜିଦ ଧରି ବସିବାରୁ ସାନଭାଉଜ ସବୁ ଗୋପନ କଥା ଭାଇମାନଙ୍କ ଆଗରେ ଫିଟାଇ କହିଲେ । ଦଣ୍ଡ ସ୍ଵରୁପ କେବଳ ସାନ ଭାଉଜଙ୍କୁ ଛାଡ଼ି ସାତ ସାଧବ ବାକି ସମସ୍ତଙ୍କର ନାକ କଟାଇ ଥିଲେ । [[ଓଡ଼ିଆ ଚଳଣି]]ର ଏହି ଲୋକକଥାକୁ ନେଇ [[କୁଆଁରୀ]] ଝିଅ ମାନେଝିଅମାନେ ଭାଇମାନଙ୍କ ଶୁଭ ମନାସି ଭୋଦୁଅଁ ([[ଭାଦ୍ରବ]]) [[ମାସ]]ରେ [[ଭାଲୁକୁଣି ଓଷା]] ବା [[ଖୁଦୁରୁକୁଣି ଓଷା]] କରିଥାନ୍ତି ।<ref>[http://www.odia.org/books/Khudurukuni.pdf ତଅପୋଇ]</ref>
 
== ଆହୁରି ଦେଖନ୍ତୁ ==
"https://or.wikipedia.org/wiki/ତଅପୋଇ"ରୁ ଅଣାଯାଇଅଛି