"ସିଂହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ମାନଙ୍କ → ମାନଙ୍କ (13), ଧର୍ମାଲମ୍ବୀମାନଙ୍କ → ଧର୍ମାଲବମ୍ବୀମାନଙ୍କ using AWB
ଟିକେ clean up, replaced: → , ମାନେ → ମାନେ (11) using AWB
୫୮ କ ଧାଡ଼ି:
ସିଂହମାନଙ୍କ ଭିତରେ ଲିଙ୍ଗଭେଦ ଯଥେଷ୍ଟ ପରିଲକ୍ଷିତ ହୁଏ ଯେପରିକି ପୁରୁଷ ସିଂହ ର ମୁଣ୍ଡ ରୁ କାନ୍ଧ ଚାରିପାଖେ ଗହଳିଆ ଓ ଲମ୍ବା କେଶ ଥାଏ ପରନ୍ତୁ ସ୍ତ୍ରୀ ସିଂହ ପାଖେ ସେପରି କୌଣସି କେଶ ଦେଖା ଯାଏ ନାହିଁ ।
 
ସିଂହମାନଙ୍କ ଶରୀରର ଈଷତ ଗେରୁଆ,ଈଷତ ହଳଦୀ,ମାଟିଆ ଓ କିଞ୍ଚିତ ଲାଲ ରଙ୍ଗର ହୋଇଥାଏ । ଶରୀରର ନିମ୍ନ ଭାଗ ଅପେକ୍ଷାକୃତ କମ ରଙ୍ଗ ଥାଏ ଓ ଲାଞ୍ଜ ର ଶେଷଭାଗ କଳା ହୋଇଥାଏ । ସିଂହ ର ଶାବକମାନଙ୍କ ଦେହରେ କଳା କଳା ଚିହ୍ନ ଥାଏ ଯାହାକି ବୟସ ବଢିବା ସହ ଆସ୍ତେ ଆସ୍ତେ କ୍ଷୀଣ ହେବାରେ ଲାଗେ । ଜନ୍ମ ସମୟରେ ଶାବକ ମାନେଶାବକମାନେ ଏକା ପରି ଦେଖା ଯା’ନ୍ତି ଅର୍ଥାତ କୌଣସି କେଶରୀ ନଥାଏ ତ ସେମାନଙ୍କ ମଧ୍ୟରେ କିଏ ପୁରୁଷ ଓ କିଏ ସ୍ତ୍ରୀ ସ୍ପଷ୍ଟ କରିବା ବ୍ୟାଘାତ ହୁଏ,ଜନ୍ମର ପ୍ରାୟ ୫-୬ ମାସ ପରେ ପୁରୁଷ ଶାବକ ର କେଶରୀ ବାହାରିବା ଆରମ୍ଭ ହୁଏ ଓ ୭ ମାସ ମଧ୍ୟରେ ଏହା ସ୍ପଷ୍ଟ ଜଣାପଡେ । ସିଂହମାନଙ୍କ ଓଜନ ଓ ଲମ୍ବ ର ବିବିଧତା ବାସସ୍ଥାନ ଅନୁଯାଇ ହୋଇଥାଏ ଯେପରିକି କାଲାହାରି,ରୋଢେସିଆ,କ୍ରୁଗେର ପାର୍କ ପୁରୁଷ ସିଂହର ୧୮୯.୬ କିଗ୍ରା ଓ ସ୍ତ୍ରୀ ସିଂହ ର ଓଜନ ୧୨୬.୯ କିଗ୍ରା ହୋଇଥିବା ବେଳେ ପୂର୍ବ ଆଫ୍ରିକା ର ପୁରୁଷ ସିଂହ ୧୭୪.୯ କିଗ୍ରା ଓ ସ୍ତ୍ରୀ ସିଂହ ୧୧୯.୫ କିଗ୍ରା ହୋଇଥାଏ । ତଥ୍ୟରୁ ଜଣାପଡେ ପୁରୁଷ ସିଂହ ର ଶରୀରର ୧୭୦-୨୫୦ ସେମି ଓ ଲାଞ୍ଜ ୯୦-୧୦୫ ସେମି ସେମିତି ସ୍ତ୍ରୀ ସିଂହ ର ଲମ୍ବ ୧୪୦-୧୭୫ ସେମି ଓ ଲାଞ୍ଜ ୭୦-୧୦୦ ସେମି ହୋଇଥାଏ ।
 
==ବ୍ୟବହାର ଓ ଜୀବନ ଶୈଳୀ==
ସିଂହମାନଙ୍କ ଅଧିକାଂଶ ସମୟ ବିଶ୍ରାମ ନେବାରେ ଅତିବାହିତ କରିଥା’ନ୍ତି ପାଖାପାଖି ୨୦ ଘଣ୍ଟା ଦିନକରେ ଏତଦବ୍ୟତୀତ ଏମାନେ ସବୁ ସମୟରେ ସକ୍ରିୟ ଥାଆନ୍ତି । ରାତି ହେଉ ବା ଦିନ ଯେତେବେଳେ ଚାହାନ୍ତି ଶିକାର କରନ୍ତି ଓ ୨ଘଣ୍ଟା ପ୍ରତିଦିନ ଚାଲନ୍ତି ୫୦ ମିନିଟ ଖାଇବାରେ ଅତିବାହିତ କରନ୍ତି । ସିଂହ ମାନେସିଂହମାନେ ଦଳବନ୍ଧ କରି ରୁହନ୍ତି ମୁଖ୍ୟତଃ ସିଂହୀ ମାନେସିଂହୀମାନେ ଗୋଟିଏ ଦଳରେ ୧-୨ ଟି ପୁରୁଷ ଥାଆନ୍ତି ତା ସହ ଶାବକ ମାନେଶାବକମାନେ ବି ଥାଆନ୍ତି ଏମାନଙ୍କ ସଂଖ୍ୟା ୩୦ ଟି ପର୍ଯ୍ୟନ୍ତ ହୋଇପାରେ,ପ୍ରାୟ ୫-୬ ସିଂହୀ ଗୋଟିଏ ଦଳ ରେ ରହିବାରେ ଦେଖାଯାଇଛି । । ଅଧିକାଂଶ ଶିକାର ସିଂହୀ ମାନେସିଂହୀମାନେ କରନ୍ତି ଓ ଏମାନେ ଦଳ କରି ଶିକାର କରନ୍ତି,ପୁରୁଷ ମାନେପୁରୁଷମାନେ ଶିକାର କମକରନ୍ତି କାରଣ ଓଜନ ଶରୀର ଓ ଲମ୍ବା କେଶରୀ ଏମାନଙ୍କ ପାଇଁ ଶିକାରରେ ବାଧା ସୃଷ୍ଟି କରନ୍ତି । ସିଂହୀ ମାନେସିଂହୀମାନେ ଯେବେ ଶିକାର ଗସ୍ତ ରେ ଯାନ୍ତି ପୁରୁଷ ଶାବକ ଓ ନିଜ ଅଞ୍ଚଳ ର ରକ୍ଷଣ ବେକ୍ଷଣ କରେ ।ସିଂହମାନଙ୍କ ଶିକାର ଆକାର ମାଧ୍ୟମ ଧରଣ ଯେପରିକି ବାଇଲ୍ଡେବିଷ୍ଟ,ଜେବ୍ରା ,ମଇଁଷି,ନୀଳଗାଈ,ହରିଣ ଓ ବାରହା ଇତ୍ୟାଦି । ସିଂହ ଶିକାର ଠାରୁ ୩୦ ମିଟର ରୁ କମ ଦୂରତା ନହେବା ପର୍ଯ୍ୟନ୍ତ ଆକ୍ରମଣ କରେନାହିଁ କାରଣ ଅତ୍ୟଧିକ ଦୂରତା ଦୌଡିବାରେ ଏମାନେ ସକ୍ଷମ ନୁହନ୍ତି । ଗୋଟିଏ ସିଂହୀ ୫ କିଗ୍ରା ପର୍ଯ୍ୟନ୍ତ ମାଂସ ଗୋଟିଏ ଦିନରେ ଓ ଗୋଟିଏ ସିଂହ ପ୍ରାୟ ୭କିଗ୍ରା ମାଂସ ଗୋଟିଏ ଦିନରେ ଖାଇଥାଏ । ସିଂହୀ ମାନେସିଂହୀମାନେ ଏକତ୍ର ଶିକାର କରନ୍ତି ଓ ଶିକାର କୁ ମିଳିମିଶି ଗ୍ରହଣ କରନ୍ତି କିନ୍ତୁ ସିଂହ ଯେବେ ଶିକାର କରେ କମ ପରିମାଣରେ ଦେଖା ଯାଇଛି ଯେ ଶିକାର କୁ ବାଣ୍ଟି ଖାଇବାରେ ।
 
==ପ୍ରଜନନ==
୪ବର୍ଷ ବୟସ ପରେ ସିଂହ ପ୍ରଜନନକ୍ଷମ ହୋଇଥାଏ,ସିଂହୀ ଯେବେ ଗର୍ଭଧାରଣ ପାଇଁ ଇଚ୍ଛାକରେ ତ ସେତେବେଳେ ସେ ଏକାଧିକ ସିଂହମାନଙ୍କ ସହ ମିଳନ କରେ । ସିଂହୀ ର ଗର୍ଭଧାରଣ ସମୟ ୧୧୦ ଦିନ ହୋଇଥାଏ ଓ ୧-୪ଟି ପର୍ଯ୍ୟନ୍ତ ଶାବକ ଜନ୍ମଦିଏ । ଶାବକମାନଙ୍କୁ ନିଜ ଦଳ ଠାରୁ ଦୂରରେ କୌଣସି ଗୁମ୍ଫା ବା ଅନ୍ୟାନ୍ୟ ସୁରକ୍ଷିତ ଜାଗାରେ ଜନ୍ମ ଦିଏ । ଜନ୍ମିତ ଶାବକ ଗୁଡିକ ଆଖି ବନ୍ଦ ଥାଏ ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ଓ ଏମାନଙ୍କ ଓଜନ ୧.୨-୨ କିଗ୍ରା ପର୍ଯ୍ୟନ୍ତ ହୋଇଥାଏ । ତିନି ସପ୍ତାହ ପର୍ଯ୍ୟନ୍ତ ଏମାନେ ଅକ୍ଷମ ଥାଆନ୍ତି ଏମାନଙ୍କ ମାଁ ଏମାନଙ୍କ ଗର୍ଦନ ରୁ ଧରି ସ୍ଥାନ ପରିବର୍ତନ କରାଉଥାଏ,ସ୍ଥାନ ପରିବର୍ତନର ମୁଖ୍ୟ କାରଣ ଏମାନଙ୍କୁ ବାହ୍ୟ ଶତ୍ରୁମାନଙ୍କ ଠାରୁ ସୁରକ୍ଷା ଦେବା । ଶାବକ ମାନେଶାବକମାନେ ୬-୮ ସପ୍ତାହ ର ହୋଇଯିବା ପରେ ସିଂହୀ ସେମାନଙ୍କୁ ନେଇ ଦଳରେ ସାମିଲ ହେଇଯାଏ । ଯଦି ଦଳରେ ଏକ ସମୟରେ ୨ଜଣ ସିଂହୀ ମାଁ ହୁଅନ୍ତି ତ ସେମାନେ ପରସ୍ପରକୁ ସହାୟତା କରନ୍ତି ।
 
==ସାମାଜିକତା==
ସିଂହ ଦଳର ପୁରୁଷ ସିଂହ ରୋଗିଣା ବା ଆଘାତ ପ୍ରାପ୍ତ ହେଲେ ତ ଅନ୍ୟ ସିଂହ ସେଇ ଦଳକୁ ଅକ୍ତିଆର ପାଇଁ ମୁକାବିଲା କରେ ଯଦି ସମ୍ପୃକ୍ତ ସିଂହ ବିଜୟ ଲାଭ କରେ ତ ଦଳ ର ମୁଖ୍ୟ ବୋଲି ବିବେଚିତ ହୁଏ । ଏହି ଲଢେଇ କେବେ କେବେ ଏତେ ଭୀଷଣ ହେଇଯାଏ ଯେ କାହାର ନା କାହାର ପ୍ରାଣ ହାନି ହୁଏ । କେତେକ କ୍ଷେତ୍ରରେ ସିଂହ ଠାରୁ ବିଜୟ କରି ମଧ୍ୟ ଦଳ ସହ ଯୋଡି ହେବା କଠିନ ହେଇଯାଏ କାରଣ ବିଜୟୀ ସିଂହ ନିଜ ପ୍ରତିଷ୍ଠାତା ପାଇଁ ଦଳର କନିଷ୍ଠ ସିଂହମାନଙ୍କୁ ଘଉଡାଇ ଦିଏ ବା ହତ୍ୟା କରିଦିଏ । ଯଦି ସେ ଦଳର ସିଂହୀ ମାନେସିଂହୀମାନେ ଏହାକୁ ସହ୍ୟ ନକରିପାରନ୍ତି ତ ସେମାନେ ଏହାର ମୁକାବିଲା କରନ୍ତି । ଯଦି ସିଂହୀ ମାନେସିଂହୀମାନେ ମିଳିମିଶି ସିଂହ କୁ ପରାଜୟ କରିଦିଅନ୍ତି ତ ବାଧ୍ୟ ହୋଇ ସିଂହ କୁ ଦଳ ଛାଡି ଯିବାକୁ ହୁଏ ଅନ୍ୟଥା ସିଂହ ନିଜ ପ୍ରଭୁତ୍ଵ ବଜାୟ ରଖେ । ମନୁଷ୍ୟ ଓ ସିଂହ :- ସିଂହ କୁ ପୁରାତନ ଯୁଗରୁ ମାନବିୟତା ଓ ପରାକ୍ରମ ର ଚିହ୍ନ ରୂପେ ପରିଗଣିତ କରାଯାଉଅଛି । ସନାତନ ଧର୍ମରେ ବିଷ୍ଣୁ ହିରଣ୍ୟକଶିପୂ ନାମକ ରାକ୍ଷସ କୁ ବଧ କରିବାପାଇଁ ନରସିଂହ ଅବତାର ନେଇଥିଲେ ଏବଂ ମାଁ ଦୁର୍ଗାଙ୍କ ବାହନ ମଧ୍ୟ ସିଂହ ସେ ସିଂହ ଉପରେ ବସି ମହିଂଶାସୁର ର ବଧ କରିଥିଲେ । ଭାରତର ଅଶୋକ ସ୍ତମ୍ଭରେ 3ଟି ସିଂହମାନଙ୍କ ପ୍ରତିମୁର୍ତୀ ରହିଅଛି ।ଶୀଖ ଧର୍ମାଲବମ୍ବୀମାନଙ୍କ ଶୀର୍ଷକ “ସିଂହ” ଗୁରୁଗୋବିନ୍ଦ ସିଂହ ଙ୍କ ଦ୍ଵାରା ସ୍ଵୀକାରୋକ୍ତି କରଯାଇଥିଲା । ଶ୍ରୀଲଙ୍କାବାସୀଙ୍କୁ ସିଂହଳୀ କୁହାଯାଏ ଯାହାର ଅର୍ଥ ମନୁଷ୍ୟ ଯାହା ଶରୀରେ ସିଂହରକ୍ତ ପ୍ରବାହିତ କରେ ଏତଦ୍ବ୍ୟତୀତ ସେମାନଙ୍କ ଜାତୀୟ ପତାକା ଚିହ୍ନ ମଧ୍ୟ ସିଂହ । ସିଙ୍ଗାପୁର ର ନାମ ମାଳୟ ଭାଷା ଅନୁଯାଇ ନାମିତ ହୋଇଛି ଏହାର ଅର୍ଥ ସିମହା ପୁର ବା ସିଂହପୁର ଏତଦବ୍ୟତୀତ ରୋମ,ଗ୍ରୀକ,ଚୀନ,ସୁଡାନ ଓ ଇଜିପ୍ଟ ପରି ଦେଶମାନଙ୍କରେ ଅନେକ କିମ୍ବଦନ୍ତୀ ଓ କ୍ରୀର୍ତିମାନ ରହିଅଛି ସିଂହ ନାମରେ ।
 
== ଆଧାର ==
"https://or.wikipedia.org/wiki/ସିଂହ"ରୁ ଅଣାଯାଇଅଛି