"ଚା’" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ clean up, replaced: ଔଷଧିୟ → ଔଷଧୀୟ using AWB |
ଟିକେ clean up, replaced: ମାନଙ୍କ → ମାନଙ୍କ (2) using AWB |
||
୧୩ କ ଧାଡ଼ି:
ଚା’ [[ପୃଥିବୀ]]ର ସବୁଠାରୁ ଅଧିକ ପିଆଯାଉଥିବା ଓ ସବୁଠାରୁ ପୁରାତନ ଏକ ଥଣ୍ଡା ବା ଗରମ ଜାତୀୟ ପାନୀୟ; ପିଇବା ପାଣି ପରେ ଏହା ୩ୟ ସବୁଠାରୁ ଜଣାଶୁଣା ପାନୀୟ। ଚା’ ଓ ଟି ଏହି ଦୁଇଟି ଶବ୍ଦ ଚୀନ ଦେଶରୁ ଆସିଛି। Tea ଇଂରାଜୀ ଶବ୍ଦ ହେଲେ ମଧ୍ୟ [[ଚୀନ]] ଦେଶର ଉତ୍ତର ଅଞ୍ଚଳରେ ଏହାକୁ ହଜାର ବର୍ଷ ଧରି ଟି ନାମରେ କହାଯାଏ । <ref>http://wals.info/chapter/138</ref> ପରେ ଇଂରାଜୀ ଶବ୍ଦକୋଷକୁ ତାହା ଆସିଗଲା।ଉତ୍ତର ଚୀନରେ ଟି ଶବ୍ଦ ପ୍ରଚଳିତ ଅଛି।ମାତ୍ର ଦକ୍ଷିଣ ଚୀନରେ ଏହାକୁ ଚା’ ବୋଲି କହାଯାଏ ଏବଂ ଭାରତ ସମେତ ପୃଥିବୀର ଏହି ଚା’ ନାମରେ ପ୍ରସିଦ୍ଧ ହୋଇଯାଇଛି । ଆସାମରେ ଉଚ୍ଚାରଣ ଦୃଷ୍ଟିରୁ ଚା’ କୁ '''ସା''' କହାଯାଏ।<ref>ପୌରୁଷ ପତ୍ରିକା</ref>
== ଗଛ ଓ ପରିବେଶ ==
ଚା’ର ବୋଟାନିକାଲ ନାମ ହେଉଛି '''କାଲେଲିଆ ସିନେନ୍ସିସ''' । ଏହାକୁ ନେକ ଏଭର ଗ୍ରୀନ ପ୍ଲାଣ୍ଟ ବୋଲି କହାଯାଏ । ମୂଖ୍ୟତଃ କ୍ରାନ୍ତୀୟ ଓ ଉପକ୍ରାନ୍ତୀୟ ଜଳବାୟୁରେ ହିଂ ଏହି ଗଛ ନିଜକୁ ଉପଯୋଜିତ କରି ବଢି ପାରିଥାଏ । ଅବଶ୍ୟ ଚା’ର କେତେକ ପ୍ରଜାତି ସାମୁଦ୍ରିକ ଜଳବାୟୁରେ ବଢୁଥିବା ଜଣାଯାଏ । ଗଛ ଲଗାଇବାର ଚାରି ବର୍ଷ ପରେ ଏହା ଫଳ ଧରେ ଓ ଏଥିରୁ ପ୍ରାୟ ବାର ବର୍ଷ ପର୍ଯ୍ୟନ୍ତ ଚା’ ଆମଦାନୀ କରାଯାଇପାରିଥାଏ । ମୂଖ୍ୟତଃ କଢ଼ ଓ ପତ୍ରକୁ ଚା’ ଭାବରେ ବ୍ୟବହାର କରାଯାଇଥାଏ । ଉଦ୍ଭିଦ
== କିମ୍ବଦନ୍ତୀ ==
୨୭ କ ଧାଡ଼ି:
=== ଜାପାନ ===
ଚୀନ ଦେଶରୁ ଯାଇ ପ୍ରଥମେ ଚା’ ପହଞ୍ଚିଲା [[ଜାପାନ]] ରେ। ବୌଦ୍ଧ ଭିକ୍ଷୁ ମାନେ ଚୀନରୁ ଚା’ ମଞ୍ଜି ନେଇ ଜାପାନର ବିଭିନ୍ନ ସ୍ଥାନରେ ଲଗାଇଲେ ଏବଂ ଚା’ ଜାପାନର ଧର୍ମ ଓ ସଂସ୍କୃତିରେ ମିଶିଗଲା। ଚା’ ଜାପାନର ସାଂସ୍କୃତିକ ଜୀବନରେ ଏକ ପ୍ରଧାନ ସ୍ଥାନ ଅଧିକାର କଲା। ଜାପାନର ଚା’ ଉତ୍ସବ ପ୍ରଧାନ।
=== ଆସାମ ===
ଆସାମ ଚା’ ର ଦେଶ ହେଇଥିଲେ ମଧ୍ୟ ସେଠାରେ ଚା’ ର ପ୍ରକୃତ ଆବିଷ୍କାର ହେଲା ୧୮୨୩ ମସିହାରେ। [[ସ୍କଟଲାଣ୍ଡ]]ର ରବର୍ଟ ବ୍ରୁସ୍ ନାମରେ ଜଣେ ବ୍ୟକ୍ତି ଆସାମର [[ଦିବ୍ରୁଗଡ଼ ଜିଲ୍ଲା|ଦିବ୍ରୁଗଡ଼]] ଜିଲ୍ଲାର ଏକ ଅଞ୍ଚଳରେ ବହୁ ସଂଖ୍ୟାରେ ଦିବ୍ରୁଗଡ଼ ଗଛ ଦେଖି ସ୍ତମ୍ଭୀଭୁତ ହୋଇଯାଇଥିଲେ।<ref>http://www.kew.org/plant-cultures/plants/tea_history_assam_tea.html</ref> ତାଙ୍କର ସନ୍ଦେହ ମୋଚନ ପାଇଁ ସେ କଲିକତାର [[ଇଷ୍ଟ ଇଣ୍ଡିଆ କମ୍ପାନୀ]]କୁ ଗଛ ପତ୍ରକୁ ପରୀକ୍ଷା ପାଇଁ ପଠେଇଲେ ଏବଂ ତାହା ଚା’ ବୋଲି ପ୍ରମାଣିତ ହେଲା। କିନ୍ତୁ ପ୍ରକୃତରେ ଆସାମର ସିଙ୍ଗ ପୋ ଜନଜାତିର ଲୋକ ବହୁକାଳ ଧରି ଚା’ କୁ ଏକପାନୀୟ ଏବଂ ଔଷଧ ରୂପେ ବ୍ୟବହାର କରୁଥିଲେ। ହୁଏତ ହଜାର ହଜାର ବର୍ଷ ଧରି। କିନ୍ତୁ ତାହା ଲୋକଲୋଚନକୁ ଆସି ପାରିନ ଥିଲା। ପ୍ରକୃତରେ ଏହାକୁ ଲୋକଲୋଚନକୁ ଆଣିବାର ବ୍ୟକ୍ତିହେଲେ ଆସାମର ଜଣେ ପ୍ରସିଦ୍ଧ ଦେଶପ୍ରେମୀ [[ମଣିରାମ ଦତ୍ତବରୁଆ]], ଯିଏ କି ମଣିରାମ ଦିୱ୍ଆନ ରୂପେ ପ୍ରସିଦ୍ଧ ଥିଲେ। <ref>http://www.teafestivalassam.com/history.html</ref> ମଣିରାମ ଥିଲେ ବ୍ରିଟିଶ ଶାସକ ଓ ଜନଜାତି ମଧ୍ୟରେ ଏକ ମାଧ୍ୟମ ବା ସମ୍ପର୍କ ରକ୍ଷକ। କମ୍ପାନୀ ଚୀନ ଦେଶରୁ ଚା’ ମଗାଉଥିବା ଦେଖି ଆସାମରେ ହେଉଥିବା ଚା’ ପ୍ରତି ସେ ରବର୍ଟ ବ୍ରୁସ୍ ଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ତାଙ୍କୁ ସିଙ୍ଗ ପୋ ଜନଜାତିର ମୂଖ୍ୟଙ୍କ ସହ ପରିଚିତ କରାଇ କିପରି ସେ ଅଞ୍ଚଳରେ ଜଙ୍ଗଲ ପରି ଚା’ ଗଛ ବଢୁଚି ତାହା ଦେଖାଇଥିଲେ।
|