"ମା’ ଘର ଫାଉଣ୍ଡେସନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Psubhashish ପୃଷ୍ଠାଟିକୁ ମା' ଘରରୁ ମା’ ଘର ଫାଉଣ୍ଡେସନକୁ ଘୁଞ୍ଚାଇଲେ: ସମ୍ପୂର୍ଣ୍ଣ ନାମ
ଟିକେ clean up, replaced: ମାନଙ୍କ → ମାନଙ୍କ, ଦ୍ବିତୀୟ → ଦ୍ୱିତୀୟ using AWB
୧ କ ଧାଡ଼ି:
'''ମା’ ଘର ଫାଉଣ୍ଡେସନ''' [[ଓଡ଼ିଶା]]ର ଏକ ମହିଳା ସମାଜସେବୀ ସଂଗଠନ । ଏହା ୠତୁପର୍ଣ୍ଣା ମହାନ୍ତିଙ୍କ ନେତୃତ୍ୱରେ ୨୦୦୪ରୁ ଓଡ଼ିଶାରେ ଅସହାୟ ମହିଳା ଏବଂ ଝିଅ ମାନଙ୍କୁଝିଅମାନଙ୍କୁ ସହାୟତା ଯୋଗାଇ ଆସୁଛି ।
 
==କାର୍ଯ୍ୟ ==
ଏହାର ପ୍ରାରମ୍ଭିକ ସ୍ଥରରେ ଉଦ୍ଧାର, ଚାଲାଣ ଏବଂ ଦୁଷ୍କର୍ମ ପୀଡିତାଙ୍କୁ ପୁନର୍ବାସ,ସାମୟିକ ବାସଗୃହ, ଖାଦ୍ୟ, ସ୍ବାସ୍ଥ୍ୟସେବା, ଆଇନଗତ ସହାୟତା ଏବଂ ଦକ୍ଷତାବୃଦ୍ଧି ପ୍ରଶିକ୍ଷଣ ଆଦିର ବ୍ୟବସ୍ଥା କରେ । ଆବାସିକ ସ୍ଥାନଟି ସେପର୍ଯ୍ୟନ୍ତ ଏକ ସାମୟିକ ଘର ଭାବେ ଧରାଯାଇଥାଏ ଯେପର୍ଯ୍ୟନ୍ତ ଅସହାୟଙ୍କୁ ସମାଜିକ ସ୍ବୀକୃତି ନମିଲିଛି ଏବଂ ସେ ଆର୍ଥିକ ସ୍ବାବଲମ୍ବୀ ନହୋଇଛନ୍ତି । ପୀଡିତାଙ୍କ ପାଖ ପଡୋଶୀଙ୍କମାନଙ୍କୁ ଏକତ୍ରିତ କରାଇ ଏକ କମ୍ୟୁନିଟି ଭିଜିଲାନ୍ସ ଗୋଷ୍ଠୀ ଗଠନ କରାଯାଏ । ସେମାନଙ୍କୁ ସଶକ୍ତ କରି ଗଢିତୋଳି ନିଜ ଅଂଚଳରେ ମାନବ ଚାଲାଣ, ମହିଳାମାନଙ୍କ ପ୍ରତି ଘଟୁଥିବା ଘରୋଇ ହିଂସା ଆଦି କାର୍ଯ୍ୟରେ ହସ୍ତକ୍ଷେପ କରି ଏହି ଭଳି କାର୍ଯ୍ୟକୁ ରୋକିବାକୁ ସଚେତନ କରାଯାଇଥାଏ । ଏହିସବୁ କାର୍ଯ୍ୟ ମାତ୍ର ୫ ବର୍ଷରେ ପାଖାପାଖି ସବୁ ବୟସବର୍ଗର ୧୫,୦୦୦ ଅସହାୟ ମହିଳାଙ୍କୁ ପୁନର୍ବାସ ଏବଂ ଥଇଥାନ କରାଯାଇପାରିଛି । ଏକ ଲକ୍ଷରୁ ଅଧିକ ମହିଳା ସେମାନଙ୍କ ଅଧିକାର ବାବଦରେ ସଚେତନ ହୋଇସାରିଛନ୍ତି । ଏଠାରେ ସହସ୍ରାଧିକ ବେରୋଜଗାରୀ ଯୁବତୀଙ୍କୁ ସୁରକ୍ଷା, କମ୍ପୁଟର, ପ୍ରଶିକ୍ଷଣ ଏବଂ ତାପରେ ନିଯୁକ୍ତି ସୁଯୋଗ ମିଳିଛି । ମହିଳା ମାନେ ମଧ୍ୟ ଭିନ୍ନ ସମସ୍ୟା ମାନ ଯାହା ସେମାନଙ୍କ ଅଧିକାର କ୍ଷୁର୍ଣ୍ଣ କରୁଛି ଆସି ମା’ ଘର ଠାରେ ପଂଜିକରଣ କରିଥାନ୍ତି । <ref>http://www.maaghara.org/about-us/</ref>
 
ଦ୍ବିତୀୟଦ୍ୱିତୀୟ ସ୍ତରରେ ନ୍ୟାୟ ପ୍ରାପ୍ତି, ନୀତି ନିର୍ଦ୍ଧାରଣ, ଜନ ଶୁଣାଣୀ, ସମ୍ବେଦନଶୀଳ ନିଷ୍ପତ୍ତିନେବା ପାଇଁ ବୟସ୍କ ବ୍ୟକ୍ତି, ପୋଲିସ, ନ୍ୟାୟିକ ପଦାଧିକାରୀ, ଆଇନ ପରାମର୍ଶଦାତା, ବିଶ୍ବବିଦ୍ୟାଳୟ ଅଧ୍ୟାପକ, ଛାତ୍ରଛାତ୍ରୀ ଏବଂ ଜନପ୍ରତିନିଧିମାନଙ୍କୁ ନେଇ ସମାଜିକ ଶାନ୍ତିପ୍ରତିଷ୍ଠା ପାଇଁ ପ୍ରଚେଷ୍ଟା
ଚଳେଇଥାନ୍ତି । ଅସହାୟମାନଙ୍କ ସହ କାର୍ଯ୍ୟ କରିବା ସହ ମା’ ଘରର ମା'ମାନେ ଅନ୍ୟାନ୍ୟ ସମସ୍ୟା ଉପରେ କାର୍ଯ୍ୟକରି ଅନେକ ଅନୁଭୁତି ସମ୍ପନ୍ନ ଅଟନ୍ତି । <ref name="maaghara.org">http://www.maaghara.org</ref>