"ସାରଙ୍ଗଧର ଦାସ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ clean up, replaced: ବିଶିଷ୍ଠ → ବିଶିଷ୍ଟ using AWB |
ଟିକେ clean up, replaced: ମାନଙ୍କ → ମାନଙ୍କ (5) using AWB |
||
୪୦ କ ଧାଡ଼ି:
ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ସ୍ୱପ୍ନ ଦେଖୁଥିବା ସାରଙ୍ଗଧର ବିଦେଶରେ ଶିଳ୍ପ ନିମନ୍ତେ ତାଲିମ ନେବାକୁ ଆଗ୍ରହୀ ଥିଲେ । ଇଂରେଜ ମାନେ ଆମ ଦେଶକୁ ପରାଧୀନ କରି ରଖିଥିବାରୁ ସେ ଇଂଲଣ୍ଡ କିମ୍ବା ଅନ୍ୟ ୟୁରୋପୀୟ ଦେଶମାନଂକରେ ପଢ଼ିବାକୁ ଚାହିଁନଥିଲେ । ସେତେବେଳେ ଏସିଆ ମହାଦେଶରେ ଜାପାନ ଥିଲା ସବୁଠାରୁ ବିକଶିତ ତଥା ଶିଳ୍ପ ସମୃଦ୍ଧ ଦେଶ । ସେଠାରେ ମଧ୍ୟ ଖର୍ଚ କମ ପଡୁଥିଲା । ତେଣୁ ସେ ଜାପାନ ଯିବାକୁ ଇଚ୍ଛୁକ ହେଲେ ।<ref name="biplabi"/>
ହେଲେ ତାଙ୍କ ପାଖର ଅର୍ଥ ନଥିବାରୁ ପ୍ରଥମେ ସେ ନୀଳଗିରି ସ୍କୁଲ୍ରେ ଶିକ୍ଷକତା କଲେ । ସେ କଲିକତାର ଏକ ସଂସ୍ଥା ଯାହାକି ମେଧାବୀ
ଜାପାନରେ ସେ ପ୍ରଥମେ ଦିଆସିଲି ଶିଳ୍ପ ସମ୍ବନ୍ଧରେ ଶିକ୍ଷା ନେଲେ । ଅଧିକ ଶିଳ୍ପ ଶିକ୍ଷା ନିମନ୍ତେ ଜାପାନୀ ଭାଷା ଜାଣିବା ଜରୁରୀ ହେଲା । ମାତ୍ର ଜାପାନୀ ଭାଷା ଶିକ୍ଷା ନିମନ୍ତେ ଅନେକ ସମୟ ଲାଗିବାକୁ ଥିଲା । ତାପରେ ତାଙ୍କର ଧାରଣା ହେଲା ଯେ ଜାପାନରେ ଶିକ୍ଷା ସ୍ତର ଏତେ ଉଚ୍ଚ ନୁହଁ, ତେଣୁ ସେ ଜାପାନ ଛାଡ଼ି ଆମେରିକା ଯିବାକୁ ସ୍ଥିର କଲେ ଢେଙ୍କାନାଳ ରାଜା ତାଙ୍କୁ ଫେରି ଆସିବାକୁ ପତ୍ର ଲେଖିଲେ, ମାତ୍ର ତାକୁ ଭ୍ରୂକ୍ଷେପ ନ କରି ସେ ଆମେରିକା ଯିବାକୁ ବଦ୍ଧପରିକର ହେଲେ । ସେ ଶୁଣିଥିଲେ ଯେ ଆମେରିକାରେ ଚାକିରୀ କରି ପାଠ ପଢ଼ିପାରିବେ । ହେଲେ ଜାପାନରୁ ଆମେରିକା ଯିବା ନିମନ୍ତେ ଟିକଟ ଖର୍ଚ୍ଚ ମଧ୍ୟ ତାଙ୍କ ପାଖରେ ନ ଥିଲା । ପଣ୍ଡିତ ଗୋପବନ୍ଧୁ ଏବଂ ଆଚାର୍ଯ୍ୟ ହରିହର ଉତ୍କଳ ସମ୍ମିଳନୀ ତରଫରୁ ତାଙ୍କୁ ୩୦୦ ଟଙ୍କା ପଠାଇଲେ, ଏଥିରେ ସେ ତୃତୀୟ ଶ୍ରେଣୀ ଜଳ ଜାହାଜ ଟିକଟ ଖଣ୍ଡେ କରିପାରିଲେ । ପାଠ ପଢ଼ିବାକୁ ଆମେରିକା ଯାଉଥିବା
ଆମେରିକାରେ ପହଞ୍ଚି ସେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ବିଜ୍ଞାନ ଶିକ୍ଷା ପାଇଁ ନାମ ଲେଖାଇଥିଲେ । ଏହା ସେ ଢେଙ୍କାନାଳ ରାଜାଙ୍କୁ ଜଣାଇଥିଲେ, ମାତ୍ର ଏଥିରେ ରାଜା କ୍ରୋଧାନ୍ୱିତ ହୋଇ ତାଙ୍କର ବୃତ୍ତି ବନ୍ଦ କରିଦେଲେ । ଏହାପରେ ଅର୍ଥାଭାବର ସମ୍ମୁଖୀନ ହୋଇ ସେ ବେର୍କ୍ଲୀର ଜଣେ ଗୃହକର୍ତ୍ତ୍ରୀଙ୍କ ଘରେ ଦୈନିକ ଚାରିଘଣ୍ଟା କାର୍ଯ୍ୟ କରି ନିଜର ରହିବା ଓ ଖାଇବା ଖର୍ଚ୍ଚ ଯୋଗାଡ କରିଥିଲେ । ବିଶ୍ୱବିଦ୍ୟାଳୟ ପଢ଼ା ସହ ଗ୍ରୀଷ୍ମ ଛୁଟିରେ ସେ ଚିନି ବିଶୋଧନ ପ୍ରକ୍ରିୟା ମଧ୍ୟ ଶିଖିଲେ । ପଢ଼ା ଶେଷରେ ସେ ହାୱାଇ ସ୍ଥିତ ପାୟା ଚିନି କାରଖାନାରେ ଚିଫ୍ କେମିଷ୍ଟ ଭାବରେ ନିଯୁକ୍ତି ପାଇଥିଲେ ।<ref name="biplabi"/>
୬୨ କ ଧାଡ଼ି:
୧୯୪୬ ମସିହା ସେପଟେମ୍ବର୍ ପାଂଚ ତାରିଖ ଦିନ ଗୃହରେ ହୀରାକୁଦ ବନ୍ଧ ନିର୍ମାଣ ସମ୍ପର୍କରେ ଗରମ ଗରମ ଆଲୋଚନା ଚାଲିଥିଲା । ହୀରାକୁଦ ବନ୍ଧ ବିରୁଦ୍ଧରେ ସେତେବେଳେ ପାଟନା ରାଜାଂକ ନେତୃତ୍ଵରେ ଗଡଜାତର ରାଜାମାନେ ବନ୍ଧ ବିରୋଧୀ ଆନ୍ଦୋଳନ ଚଳାଇଥିଲେ । ହିରାକୁଦ ବନ୍ଧ ହୋଇଗଲେ ବହୁ ଆଦିବାସୀ ଘରଦ୍ଵାର ଜଳମଗ୍ନ ହୋଇଯିବ । ସେମାନେ ଅନାଥ ହୋଇଯିବେ ବୋଲି ବଲାଙ୍ଗୀରରୁ ଲୋକ ନେଇ ସମ୍ବଲପୁରରେ ରାଜାଙ୍କ କୁମ୍ଭୀର କାନ୍ଦଣା ଆରମ୍ଭ କରିଥିଲେ । ସାରଙ୍ଗଧର ଓଡ଼ିଶା ବିଧାନସଭାରେ ତଥ୍ୟପୂର୍ଣ୍ଣ ଯୁକ୍ତି ଉପସ୍ଥାପିତ କରି ଗଡଜାତମାନଂକ ଅସଲ ଗୁମର ପଦାରେ ପକାଇ ଦେଇଥିଲେ । ଗଡଜାତ ରାଜାମାନଙ୍କ ଦ୍ଵାରା ଆଦିବାସୀମାନେ ସର୍ବାଧିକ ଅତ୍ୟାଚାରିତ ହୋଇଛନ୍ତି । ଜଙ୍ଗଲଜାତ ପଦାର୍ଥ ଉପରେ ନିଜର ଅଧିକାର ହରାଇଛନ୍ତି । ହୀରାକୁଦ ବନ୍ଧ ବାହାନାରେ ପଶ୍ଚିମ ଓଡ଼ିଶା ରାଜନ୍ୟମଣ୍ଡଳୀ ଆଦିବାସୀ ଓ ଅଣଆଦିବାସୀ ଲୋକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଚାହୁଁଛନ୍ତି । ସେମାନଙ୍କ ଅସଲ ଲକ୍ଷ୍ୟ ହେଉଛି, ଆଦିବାସୀମାନଙ୍କ ସମର୍ଥନରେ ସ୍ଵତନ୍ତ୍ର କୋଶଳ ରାଜ୍ୟ ଗଠନ କରିବା । ହୀରାକୁଦ ବନ୍ଧ ନିର୍ମିତ ହେଲେ ତାହାର ସୁଫଳ କେବଳ ଏଇ ପିଢିର ଲୋକେ ନୁହନ୍ତି, ଉତ୍ତରପୁରୁଷ ମଧ୍ୟ ଭୋଗ କରିବେ । ସମ୍ବଲପୁର୍ ଜିଲ୍ଲାର ବହୁ ଅଞ୍ଚଳରେ ଜଳସେଚନ ହେବା ସହିତ କୃଷି ଉତ୍ପାଦନ ବୃଦ୍ଧି ପାଇବ । ଯେଉଁ ଜଳବିଦ୍ୟୁତ୍ ଉତ୍ପାଦିତ ହେବ ସେଠରେ କେବଳ ଅନ୍ଧାର ଘର ଆଲୋକିତ ହେବ ନାହିଁ,ପଶ୍ଚିମ ଓଡ଼ିଶାରେ ଶିଳ୍ପର ପ୍ରସାର ଘଟିବ । ତେଣୁ ଆଦିବାସୀ -ଅଣଆଦିବାସୀ ଉଭୟ ସମ୍ପ୍ରଦାୟର ଉନ୍ନତି ପାଇଁ ହୀରାକୁଦ ବନ୍ଧ ଏକାନ୍ତ ଜରୁରୀ ।<ref name="biplabi"/>
ବିଧାନସଭାରେ ସାରଙ୍ଗଧର ମଧ୍ୟ ଥିଲେ ଗରିବ କୃଷକ,
ସାରଙ୍ଗଧରଙ୍କର ଗାନ୍ଧୀ-ନେହେରୁ ଆଦର୍ଶରେ ପରିଚାଳିତ କଂଗ୍ରେସ ଉପରେ ଯଥେଷ୍ଟ ଭରସା ଥିଲା । ସେ ଆଶା କରୁଥିଲେ କଂଗ୍ରେସ ରାଜନୈତିକ ସ୍ଵାଧିନତା ଆଣି ସାରିବା ପରେ ଅର୍ଥନୈତିକ ସ୍ଵାଧୀନତା ମଧ୍ୟ ଆଣିଦେବ । ସେ କଂଗ୍ରେସ ମଧ୍ୟରେ ଥାଇ ଗଡଜାତ ମିଶ୍ରଣ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କାଇଦା ସହିତ ସମାଜବାଦୀ ସମାଜବ୍ୟବସ୍ଥା ପ୍ରବର୍ତ୍ତନ କରିବାରେ ସହାୟତା କରିପାରିବେ । କିନ୍ତୁ ତାଙ୍କର ସେ ସ୍ଵପ୍ନ ସଫଳ ହେବାର ସମ୍ଭାବନା ଦେଖାଗଲା ନାହିଁ । ସର୍ଦ୍ଦାର୍ ପଟେଲଙ୍କ ଉଦ୍ୟମ ଫଳରେ ମୟୂରଭଞ୍ଜ ଛାଡି ଅନ୍ୟ ପଚିଶିଟି ଗଡଜାତର ଓଡ଼ିଶା ସହିତ ମିଶ୍ରଣ ହେଲା ସତ, ହେଲେ ରାଜାମାନଙ୍କୁ ବିପୁଳ ଭୁସମ୍ପତ୍ତି ରଖିବାର ସୁଯୋଗ ଦିଆଯିବା ସହିତ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ଭତ୍ତା ଦିଆଗଲା । ଅଥଚ ପ୍ରଜାମଣ୍ଡଳ ଆନ୍ଦୋଳନବେଳେ ଗଡଜାତର ଭୁମିହୀନ କୃଷକ,
ସେତେବେଳେ ଓଡ଼ିଶା କଂଗ୍ରେସ କମିଟି ତରଫରୁ ବିଧାନସଭା ଲାଗି ପ୍ରାର୍ଥୀ ମନୋନୟନ ଦାୟିତ୍ଵ ଡକ୍ଟର ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ ଏବଂ ବାଙ୍କବିହାରୀ ଦାସଙ୍କ ଉପରେ ନ୍ୟସ୍ତ ଥିଲା । କମର୍ସ କନଷ୍ଟିଚ୍ଵେନ୍ସି ବା ବ୍ୟବସାୟୀ ନିର୍ବାଚନ ମଣ୍ଡଳୀରୁ ସେମାନେ ତିନିଜଣ ସ୍ଥିର କରିଥିଲେ ଯେ, ଯୁବନେତା ସୁରଜମଲ୍ଲ ଶାହାଙ୍କୁ କଂଗ୍ରେସ ତରଫରୁ ପ୍ରାର୍ଥୀ କରାଯିବ । କାରଣ ସେ ଉଚ୍ଚଶିକ୍ଷିତ ଏବଂ ଜଣେ ସ୍ଵାଧୀନତା ସଂଗ୍ରାମୀ ଥିଲେ । କିନ୍ତୁ ମହତାବ -ଚୌଧୁରୀ -ଦାସ ତ୍ରିମୁର୍ତ୍ତୀ ଉତ୍କଳ କଂଗ୍ରେସ ପ୍ରାର୍ଥୀ ତାଲିକା ଚୂଡାନ୍ତ କରିବା ପୁର୍ବରୁ କଂଗ୍ରେସ ପାର୍ଲିଆମେଣ୍ଟାରୀ ବୋର୍ଡର ଅଧ୍ୟକ୍ଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଂକ ପାଖରୁ ଗୋଟିଏ ରେଜିଷ୍ଟ୍ରି ଚିଠି ଡକ୍ଟର ମହାତାବଙ୍କ ନାମରେ ଆସି କଂଗ୍ରେସ ଅଫିସରେ ପହଞ୍ଚିଲା । ସେ ଚିଠି ଖୋଲା ଗଲା ପରେ ଦେଖାଗଲା, ସେଥିରେ ଦଶ ହଜାର ଟଂକା ର ଏକ ଚେକ୍ ଏବଂ ମହାତାବଙ୍କ ପାଖକୁ ସର୍ଦ୍ଦାର୍ ପଟେଲଙ୍କର ଖଣ୍ଡେ ଚିଠି ଅଛି । ସେ ଚିଠିରେ ଲେଖାଥିଲା ଯେ, ଏ ଦଶ ହଜାର ଟଙ୍କା ହେଉଛି ଶିଳ୍ପପତି ବିରଳା ବ୍ରଦର୍ସ୍ଂକର ଓଡ଼ିଶା କଂଗ୍ରେସକୁ ନିର୍ବାଚନ ଚାନ୍ଦା । ଏ ଚାନ୍ଦା ସହିତ ଓଡ଼ିଶାର କମର୍ସ୍ ସିଟରୁ ବିରଳା ବ୍ରଦର୍ସଂକ ଜି .ଡି .ଥିରାନୀଙ୍କ ପ୍ରାର୍ଥୀ ମନୋନୟନ କରିବାକୁ ମଧ୍ୟ ଥିଲା ପରାମର୍ଶ । ଜି.ଡି . ଥିରାନୀ ସେତେବେଳେ ବ୍ରଜରାଜ ନଗର ଓରିଏଣ୍ଟ କାଗଜକଳ ପରିଚାଳକ । ବିରଳା ବ୍ରଦର୍ସ୍ ଥିଲେ ଏହି କାଗଜ କଳର ମାଲିକ । ଧିରେ ଧିରେ କଂଗ୍ରେସ ଯେ ରାଜା,ଜମିଦାର୍, ଶିଳ୍ପପତିମାନଙ୍କ ସ୍ଵାର୍ଥ ପାଖରେ ବନ୍ଧା ପଡିଯାଉଛି ଅନୁଭବ କରୁଥିଲେ ସାରଙ୍ଗ । ସେ ଅନୁଭବ କଲେ ଯେ,ବିଧାନସଭାରେ ବିଧାୟକ ଥାଇ ମଧ୍ୟ ଶୋଷିତ, ଅତ୍ୟାଚାରିତ ପ୍ରଜାମାନଙ୍କ ସ୍ଵାର୍ଥରକ୍ଷା ପାଇଁ କୌଣସି ଆଇନ କରିପାରୁନାହାନ୍ତି । ବରଂ ତାଙ୍କର ତୀବ୍ର ବିରୋଧ ସତ୍ତ୍ଵେ ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରିଶପୁର୍ ଜଂଗଲ୍ କାଟି ପଦା କରିଦିଆଗଲା । କାରଣ କାଠ ତସ୍କର ମାନଂକ ସହିତ ସ୍ଥାନୀୟ କିଛି କଂଗ୍ରେସ ଲୋକଙ୍କ ସଲାସୁତୁରା ଥିଲା । ସେହିପରି ଗଡଜାତ ଜଂଗଲରୁ କେନ୍ଦୁପତ୍ର ସଂଗ୍ରହ ଏକଚାଟିଆ ବ୍ୟବସାୟ ବନ୍ଦକରି କେନ୍ଦୁପତ୍ର ତୋଳାଳି ଗରିବ ଆଦିବାସୀ ନାରୀ ଓ ପୁରୁଷମାନଙ୍କୁ ଅଧିକ ମଜୁରୀ ଦେବାଲାଗି ଆଇନ ପ୍ରଣୟନ କରିବାକୁ ତାଙ୍କ ଦାବିକୁ କଂଗ୍ରେସ ସରକାର ପ୍ରତ୍ୟାଖ୍ୟାନ କରିଦେଲେ। ବରଂ ତାଙ୍କୁ ଚୁପ୍ କରିଦେବା ପାଇଁ ମନ୍ତ୍ରୀପଦ ,ପବ୍ଲିକ ସର୍ଭିସ କମିସନ ଚେୟାରମ୍ୟାନ୍ ପଦ ଯଚାହେଲା । ଫଳରେ ତାଙ୍କର କଂଗ୍ରେସ ଦଳ ଓ ସରକାର ଉପରୁ ଆସ୍ଥା ତୁଟିଗଲା । ସେ କଂଗ୍ରେସ ଛାଡିବା ପାଇଁ ସ୍ଥିର କରିନେଲେ ।<ref name="biplabi"/>
|