"ଇସ୍କନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଲିଙ୍କ ଯୋଡିବା
ଟିକେ →‎ଭକ୍ତିବେଦାନ୍ତ ଅନୁଷ୍ଠାନ: clean up, replaced: ମାନଙ୍କ → ମାନଙ୍କ using AWB
୧୮ କ ଧାଡ଼ି:
 
== ଭକ୍ତିବେଦାନ୍ତ ଅନୁଷ୍ଠାନ ==
ଭକ୍ତିବେଦାନ୍ତ ଅନୁଷ୍ଠାନ (BI) ହେଉଛି ଇସ୍କନର ବିଜ୍ଞାନଭିତ୍ତିକ ଗବେଷଣା କେନ୍ଦ୍ର ବା ଶାଖା । ଭକ୍ତିବେଦାନ୍ତ ସ୍ଵାମୀ ଏବଂ ଭକ୍ତିସ୍ଵରୂପ ଦାମୋଦର ସ୍ଵାମୀଙ୍କ(Dr. T.D. Singh) ଦ୍ଵାରା ଏହା ୧୯୭୬ ମସିହାରେ ପ୍ରତିଷ୍ଠିତ । ପ୍ରତିଷ୍ଠାନର ମୂଳ ଲକ୍ଷ୍ୟ ହେଉଛି ବୈଦିକ ଜ୍ଞାନ ପ୍ରୟୋଗ ପୂର୍ବକ ପ୍ରକୃତି, ଜୀବନ ଏବଂ ଜଗତର ଉତ୍ପତ୍ତି ତଥା ଆତ୍ମ ସ୍ଵରୂପ ସଂପର୍କରେ ଅବଗତ ହେବା । ଭକ୍ତିବେଦାନ୍ତ ଅନୁଷ୍ଠାନର ମୂଳ ମନ୍ତ୍ର ବିଷୟରେ ସଂସ୍କୃତରେ କୁହାଯାଇଛି- "ଅଥାତୋ ବ୍ରହ୍ମ ଜୀଜ୍ଞାସା" । ଅର୍ଥାତ୍, ପ୍ରତ୍ୟେକେ ବ୍ରହ୍ମ ବା ଭଗବତ୍ ଜୀଜ୍ଞାସୁ ହେବା ଦରକାର । ଭକ୍ତିସ୍ଵରୂପ ଦାମୋଦର ସ୍ଵାମୀଙ୍କ ନିର୍ଦ୍ଦେଶନାରେ ଭକ୍ତିବେଦାନ୍ତ ଅନୁଷ୍ଠାନ ଚାରୋଟି ଆନ୍ତର୍ଜାତିକ ସ୍ତରର ସମ୍ମେଳନ ସହିତ ଶତାଧିକ ଆଲୋଚନା ଚକ୍ରର ଆୟୋଜନ କରାଯିବା ସହିତ ତିରିଶରୁ ଅଧିକ ବହିର ପ୍ରକାଶନ କରାଯାଇଛି । ବର୍ତ୍ତମାନ ଏହି ଅନୁଷ୍ଠାନର ସଂଖ୍ୟାଧିକ ଶାଖା ଅନୁଷ୍ଠାନ ମଧ୍ୟରେ କଲିକତାରେ ଥିବା ଅନୁଷ୍ଠାନଟି ହେଉଛି ଏଠାକାର ମୁଖ୍ୟ ଅନୁଷ୍ଠାନ ମାନଙ୍କଅନୁଷ୍ଠାନମାନଙ୍କ ମଧ୍ୟରେ ଅନ୍ୟତମ । କଲିକତାସ୍ଥିତ ଅନୁଷ୍ଠାନ ନିର୍ଦ୍ଦେଶକ ରୂପେ ବ୍ରଜପତି ଦାସ ଅବସ୍ଥାପିତ । ଆତ୍ମ ଚେତନା ସମ୍ପର୍କରେ ସ୍ନାତକ ଡିଗ୍ରୀ (M.S./Ph.D.) ପାଠ୍ୟକ୍ରମ ପ୍ରଚଳନ କରିବାରେ ଭକ୍ତିବେଦାନ୍ତ ଅନୁଷ୍ଠାନ ସମଗ୍ର ବିଶ୍ଵରେ ପ୍ରଥମ ହେବାର ଗୌରବ ଅର୍ଜନ କରିଛି ।<ref>[http://www.bvinst.edu/about-bi "bvinst.edu"]</ref>
 
== ଆଧାର ==
"https://or.wikipedia.org/wiki/ଇସ୍କନ"ରୁ ଅଣାଯାଇଅଛି