"ଅଥୀନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ clean up, replaced: ମାନଙ୍କ → ମାନଙ୍କ (5) using AWB
୧୮ କ ଧାଡ଼ି:
}}
 
'''ଅଥୀନା''' (ଅଥବା ଅଥାନା, ଅଥେନେ, ଅଥେନା) ଇଂରାଜୀ : [[:en:Athena|Athena]] , ୟୁନାନୀ : ଅଥୈନା ପ୍ରାଚୀନ ୟୁନାନୀ ଦେବୀ । ଗ୍ରୀକ୍ ଧର୍ମ ଓ ପୌରାଣିକ କିମ୍ୱଦନ୍ତୀ ଅନୁସାରେ ଅଥୀନା ବା ଅଥୀନି (କିମ୍ୱା ପାଲାସ୍ ଅଥୀନା ବା ଅଥୀନି) ହେଉଛନ୍ତି ବୁଦ୍ଧି-ବିଦ୍ୟା, ଗଣିତ, ସାହସ, ପ୍ରେରଣା, ସଂସ୍କୃତି, ନ୍ୟାୟ, ସାମରିକ କୌଶଳ, ଶକ୍ତି ଏବଂ ସମସ୍ତ କଳା, ଶିଳ୍ପ ଓ କୌଶଳ ର ଦେବୀ । ପ୍ରାଚୀନ ରୋମାନ୍ ଧର୍ମରେ ତାଙ୍କ ସମକକ୍ଷ ଦେବୀ ହେଉଛନ୍ତି ମିନର୍ଭା ।<br />
 
ଶୂରବୀର ଓ ବୀରତ୍ୱପୂର୍ଣ୍ଣ କାର୍ଯ୍ୟର ଅଧିଷ୍ଠାତ୍ରୀ ଦେବୀ ହିସାବରେ ତାଙ୍କୁ ପ୍ରାୟତଃ ପ୍ରଚୀନ ଗ୍ରୀକ୍ ବୀର ମାନଙ୍କବୀରମାନଙ୍କ ସହଚରୀ ରୂପେ ଚିତ୍ରଣ କରାଯାଏ । ସେ ଆଟ୍ରିକା ପ୍ରଦେଶ ଏବଂ ବିୟୋତିଆ ପ୍ରଦେଶ ମଧ୍ୟରେ ଥିବା ଏଥେନ୍ସ୍ ନଗରୀର ଅଧିଷ୍ଠାତ୍ରୀ କୁମାରୀ ଦେବୀ । ଏଥେନ୍ସ୍ ନଗରୀ ତାଙ୍କରି ନାମରେ ନାମିତ ଓ ଏଠାରେ ତାଙ୍କୁ ସମର୍ପିତ ପାର୍ଥେନନ୍ ନାମକ ବିଶାଳ ମନ୍ଦିର ରହିଛି । ସହଜେ ତ ସହର (polis)ର ସୁରକ୍ଷାଦାତ୍ରୀ ଦେବୀ ହିସାବରେ ପ୍ରାୟ ଅଧିକାଂଶ ଗ୍ରୀକ୍ ସହର ମାନଙ୍କରେସହରମାନଙ୍କରେ ସେ ପୂଜ୍ୟ ଥିଲେ, ତେବେ ଏଥେନ୍ସ୍‌ରେ ସେ ଜୀବନର ଅଭିନ୍ନ ଅଙ୍ଗ ଥିଲେ ।
 
==କିମ୍ୱଦନ୍ତୀ==
୪୨ କ ଧାଡ଼ି:
ହେପ୍‍ହାଏସ୍ତସ୍ ଏକଦା ଅଥୀନାଙ୍କୁ ଧର୍ଷଣର ଚେଷ୍ଟା କଲେ କିନ୍ତୁ ଅଥୀନା ନିଜ ଚତୁରତାରୁ ସେଠୁ ଖସିଗଲେ । କିନ୍ତୁ ହେପ୍‍ହାଏସ୍ତସ୍‍ଙ୍କ ବୀର୍ଯ୍ୟ ପୃଥିବୀ ଉପରେ ପଡିଲା ଓ ପୃଥିବୀର ଦେବୀ ଗାୟାଙ୍କ ଠାରୁ ଏରିଖ୍‌ତୋନିଉସ୍ ଜନ୍ମ ନେଲେ । ସାବତ ପୁଅ ରୂପେ ଅଥୀନା ତାଙ୍କୁ ପାଳିଲେ ।
 
କିମ୍ୱଦନ୍ତୀ ଅନୁସାରେ ଦେବୀ, ଶିଶୁ ଏରିଖ୍‌ତୋନିଉସ୍‍ଙ୍କୁ ଗୋଟେ ଛୋଟ ବାକ୍ସରେ ରଖି ଏଥେନ୍ସର ତିନି ଭ‍ଉଣୀ ହର୍ସି, ପାଣ୍ଡ୍ରୋସସ୍ ଓ ଆଗ୍ଲାଉଲସ୍ ଙ୍କୁ ଜଗିବାକୁ ଦେଲେ । ସେ ନ ଫେରିବା ଯାଏଁ ବାକ୍ସ ନ ଖୋଲିବା ଲାଗି ଚେତାବନୀ ଦେଇ ସେ ଚାଲିଗଲେ । କଥା ନ ମାନି ବାକ୍ସ ଖୋଲି ଦିଅନ୍ତେ ଏରିଖ୍‌ତୋନିଉସ୍ ସର୍ପ ରୂପରେ ପ୍ରକଟ ହେଲେ । ତାଙ୍କ ଶକ୍ତିରେ ପାଗଳ ହୋ‍ଇ ହର୍ସି ଓ ଆଗ୍ଲାଉଲସ୍ ପାହାଡରୁ ଡେଇଁ ଆତ୍ମହତ୍ୟା କଲେ । ଐତିହାସିକଙ୍କ ମତରେ ଏହି ଗଳ୍ପଟି ଥେସ୍ମୋଫୋରିଆ ପୂଜାରେ (ଯେଉଁଥିରେ ଏକ ଛୋଟ ବାକ୍ସ ବ୍ୟବହୃତ ହୁଏ) ଭାଗ ନେଉଥିବା ଯୁବତୀ ମାନଙ୍କଯୁବତୀମାନଙ୍କ ପାଇଁ ଉଦ୍ଦିଷ୍ଟ ।
 
ରୋମର କବି ଓଭିଦ୍‍ଙ୍କ (୪୩-୧୭ଖ୍ରୀ.ପୂ) କିମ୍ୱଦନ୍ତୀ ଅନୁସାରେ ଦେବତା ହର୍ମିସ୍, ହର୍ସି କୁ ଭଲପାଇବସନ୍ତି । ତିନି ଭ‍ଉଣୀ ଅଥୀନାଙ୍କ ପୂଜା ଲାଗି ମନ୍ଦିର ଯାଆନ୍ତି ଆଉ ସେଇଠି ହର୍ସିକୁ ମନେଇବା ଲାଗି ଆଗ୍ଲାଉଲସ୍ କୁ ହର୍ମିସ୍ କହନ୍ତି । ଏଥିଲାଗି ଆଗ୍ଲାଉଲସ୍ ତାଙ୍କଠୁ ଅର୍ଥ ଆଶା କରିବାରୁ ହର୍ମିସ୍ ତାକୁ ସେଇ ଧନରାଶି ଦିଅନ୍ତି ଯାହାକି ତିନି ଭ‍ଉଣୀ ଅଥୀନାଙ୍କୁ ଅର୍ପଣ କରିସାରିଥା’ନ୍ତି । ଆଗ୍ଲାଉଲସ୍‍ର ଲୋଭର ଦଣ୍ଡସ୍ୱରୂପ ଅଥୀନା ଆଗ୍ଲାଉଲସ୍ କୁ ନିଜ ଭ‍ଉଣୀ ହର୍ସି ପ୍ରତି ଈର୍ଷାନ୍ୱିତ କରିଦେଲେ । ଯେବେ ହର୍ମିସ୍, ହର୍ସିକୁ ପ୍ରେମଯାଚନା କରିବାକୁ ଆସିଲେ, ତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ଆଗ୍ଲାଉଲସ୍ ତାଙ୍କ ରାସ୍ତାରେ ଛିଡା ହେବାରୁ ହର୍ମିସ୍ ତାକୁ ପଥର କରିଦେଲେ ।
୫୬ କ ଧାଡ଼ି:
===ସହଚରୀ===
 
କିମ୍ୱଦନ୍ତୀ ଅନୁସାରେ ଅଥୀନା ଗ୍ରୀକ୍ ବୀର ମାନଙ୍କବୀରମାନଙ୍କ ସାହାଯ୍ୟ କରିଥାନ୍ତି । ମେଡୁସାକୁ ମାରିବାରେ ପର୍ସିୟସ୍‍ଙ୍କ ଅଭିଯାନରେ ସେ ସାହାଯ୍ୟ କରିଥିଲେ । ନିମୀଆର ସିଂହକୁ ମାରିବା ପରେ ତା’ର ଚମଡା ଉତାରିବା ଲାଗି ତାରି ନଖ ବ୍ୟବହାର କରିବା ଲାଗି ସେ ହେରାକ୍ଲେସ୍‍ଙ୍କୁ ବୁଦ୍ଧି ଦେଇଥିଲେ । ଷ୍ଟିମ୍ଫାଲିଆର ଚଢେଇକୁ ହରେଇବା ଓ ପାତାଳ ଲୋକର ସର୍ବରସ କୁକୁର କୁ କାବୁ କରିବାରେ ମଧ୍ୟ ହେରାକ୍ଲେସ୍‍ଙ୍କୁ ସେ ସହାୟ ହୋ‍ଇଥିଲେ ।
 
ଗ୍ରୀକ୍ ମହାକାବ୍ୟ ଓଡେଶୀରେ ମଧ୍ୟ ତାଙ୍କୁ ବୀର ଓଡେଶିୟସ୍‍ଙ୍କ ସହାୟତା କରିବାର ଦର୍ଶାଯାଇଛି । ଯଦିଓ ସେ ସିଧାସଳଖ ସଂପୃକ୍ତ ହୋ‍ଇନାହାନ୍ତି କିନ୍ତୁ ଦୂରରୁ ହିଁ ସେ ଓଡେଶିୟସ୍‍ଙ୍କୁ ଠିକଣା ବୁଦ୍ଧି ଯୋଗାଇଦେଉଥିଲେ । ଜାହାଜ ଦୁର୍ଘଟଣା ହେବା ପରେ ଓଡେଶିୟସ୍‍ ଗୋଟେ ଅଜଣା ଟାପୁରେ ଭାସିଆସି ଲାଗିଲେ । ସେ ଦ୍ୱୀପରେ ଥିବା ରାଜକୁମାରୀ ନାଉସିକାଙ୍କୁ ଦେବୀ ସ୍ୱପ୍ନରେ ଦେଖାଦେଇ ଓଡେଶିୟସ୍‍ଙ୍କୁ ବଞ୍ଚାଇବାକୁ ଆଦେଶ ଦେଲେ ।
୬୨ କ ଧାଡ଼ି:
===ପ୍ୟାରିସ୍‍ଙ୍କ ବିଚାର===
 
ଗୋଟିଏ କିମ୍ୱଦନ୍ତୀ ଅନୁସାରେ ପିଲିୟସ୍ ଓ ଥେଟିସ୍ ଙ୍କ ବିବାହକୁ ସବୁ ମନୁଷ୍ୟ ଓ ଦେବାଦେବୀଙ୍କୁ ଆମନ୍ତ୍ରଣ କରାଯାଇଥିଲା କେବଳ କଳିର ଦେବୀ ଏରିସ୍‍ଙ୍କ ଛଡା । ଏଥିରେ ଈର୍ଷାନ୍ୱିତ ହୋ‍ଇ ଏରିସ୍ ଗୋଟିଏ ସୁନା ସେଓ ରେ ’ସବୁଠୁ ସୁନ୍ଦରୀଙ୍କ ପାଇଁ’ ଲେଖି ସେଇ ବିବାହ ଭୋଜିରେ ସବୁ ଦେବୀମାନଙ୍କ ଭିତରେ ଫିଙ୍ଗିଦେଲେ । ସେଉଟି ଲାଗି ଦେବୀ ଆଫ୍ରୋଡାଇଟି, ହେରା ଓ ଅଥୀନାଙ୍କ ଭିତରେ କଳି ଲାଗିଲା ।
 
ଝଗଡାର ସମାଧାନ ଲାଗି ସେମାନେ ଦେବରାଜ ଜିଉସ୍‍ଙ୍କ ପାଖକୁ ଗଲେ । ତେବେ ଏ କଥାରେ ମୁଣ୍ଡ ପୁରାଇବା ବିଷମ ହେବ ଜାଣି ଜିଉସ୍ ସେମାନଙ୍କୁ ଟ୍ରୟର ରାଜକୁମାର ପ୍ୟାରିସ୍‍ଙ୍କ ପାଖକୁ ପଠାଇଲେ । ତିନି ଦେବୀ ଟ୍ରୟ ନଗରୀ ଥିବା ଇଡା ପର୍ବତର ଝରଣାରେ ସ୍ନାନ କରି ପ୍ୟାରିସ୍‍ଙ୍କ ପାଖକୁ ଆସିଲେ । କିଏ ସୁନ୍ଦରୀ ବିଚାର କରିବା ଲାଗି ପ୍ୟାରିସ୍‍ଙ୍କ ଇଚ୍ଛାନୁସାରେ ସେମାନେ ନିର୍ବସ୍ତ୍ର ମଧ୍ୟ ହେଲେ । ତଥାପି ପ୍ୟାରିସ୍‍ ସ୍ଥିର କରି ପାରିଲେ ନାହିଁ । ତାଙ୍କୁ କରାୟତ୍ତ କରିବା ଲାଗି ତିନିଜଣ ଲାଞ୍ଚ ଦେବାର ଉପକ୍ରମ କଲେ । ହେରା ତଙ୍କୁ ସମଗ୍ର ଏସିଆ ଓ ଇଉରୋପର ଶାସନ ଯାଚିଲେ ତ ଅଥୀନା ତାଙ୍କୁ ବୁଦ୍ଧି, ଖ୍ୟାତି ଓ ଯୁଦ୍ଧରେ ବିଜୟ ଯାଚିଲେ । ତେବେ ଆଫ୍ରୋଡାଇଟି ତାଙ୍କୁ କହିଲେ ସେ ଯଦି ଜିତନ୍ତି ତା ହେଲେ ପ୍ୟାରିସ୍‍ଙ୍କୁ ପୃଥିବୀର ସବୁଠୁ ସୁନ୍ଦର ପତ୍ନୀ ମିଳିବ । ଏଥିରେ ଭଳିଯାଇ ପ୍ୟାରି ଆଫ୍ରୋଡାଇଟିଙ୍କୁ ବାଛିଲେ । ଦୁର୍ଭାଗ୍ୟବଶତଃ ପ୍ୟାରିସ୍‍ଙ୍କ ଭାଗ୍ୟରେ ଥିବା ସେ ସୁନ୍ଦରୀ ଜଣକ ଥିଲେ ହେଲେନ୍ ଯିଏ ପୂର୍ବରୁ ହିଁ ସ୍ପାର୍ଟାର ରାଜା ମେନେଲାଉସ୍‍ଙ୍କୁ ବିବାହ କରିଥିଲେ । ହେରା ଓ ଅଥୀନା ହାରିବା ରାଗରେ ପ୍ୟାରିସ୍‍ଙ୍କ ଦ୍ୱାରା ହେଲେନ୍‍ଙ୍କ ଅପହରଣ କରାଇ ଟ୍ରୋଜାନ୍ ଯୁଦ୍ଧ କରାଇଥିଲେ ।
୭୦ କ ଧାଡ଼ି:
ଆରାକ୍‌ନେର ଗଳ୍ପ ରୋମ୍‌ର ଗୋଟେ ଲୋକକଥା ଯାହାକି ପରେ ଗ୍ରୀକ୍ କିମ୍ୱଦନ୍ତୀରେ ସ୍ଥାନିତ ହୋ‍ଇଥିଲା । ଆରାକ୍‌ନେର ଅର୍ଥ ବୁଢୀଆଣି । ସେ ଲାଇଡିଆ ନଗରୀର ଜଣେ ଲୁଗା ରଙ୍ଗ କରୁଥିବା ବ୍ୟବସାୟୀର ଝିଅ ଥିଲା । ସେ ତନ୍ତୀକାର୍ଯ୍ୟରେ ଅତି କୁଶଳ ଥିଲା ଯାହାକି ସେ ସ୍ୱୟଂ ଅଥୀନାଙ୍କ‍ଠାରୁ ଶିକ୍ଷା କରିଥିଲା । ଧୀରେ ଧୀରେ ତା ମନରେ ଗର୍ବ ଜାତ ହେଲା ଆଉ ସେ ପ୍ରଚାର କଲା ଯେ ସେ ଖୋଦ୍ ଅଥୀନାଙ୍କ‍ଠାରୁ ବି ଅଧିକ ପାରଙ୍ଗମ । ତାକୁ ଚେତାବନୀ ଦେବା ଲାଗି ଅଥୀନା ଜଣେ ବୁଢୀର ବେଶ ଧରି ତାକୁ ଉପଦେଶ ଦେବାକୁ ଚେଷ୍ଟା କଲେ । ଏଥିରେ ଉପହାସ କରି ଆରାକ୍‌ନେ ତାଙ୍କୁ ବୁଣିବା ପ୍ରତିଯୋଗିତା ଲାଗି ଆହ୍ୱାନ ଦେଲା ।
 
କବି ଓଭିଦ୍‍ଙ୍କ ଗଳ୍ପାନୁସାରେ ଅଥୀନା, ପୋସାଇଡନ୍‍ଙ୍କ ଉପରେ ନିଜ ବିଜୟ ଦର୍ଶାଇ ଗୋଟେ ଲୁଗା ବୁଣିଲେ । ଅନ୍ୟ ପକ୍ଷରେ ଆରାକ୍‌ନେ ଦେବତା ମାନଙ୍କଦେବତାମାନଙ୍କ ବିଶ୍ୱାସଘାତକତାର ଏକୋ‍ଇଶିଟି ଛବି ବୁଣିଥିଲା । ଯଦିଓ ଅଥୀନା ମାନିଲେ ଯେ ଆରାକ୍‌ନେର କାରୁକାର୍ଯ୍ୟ ଅତି ନିଖୁଣ ହୋ‍ଇଛି କିନ୍ତୁ ଦେବତାଙ୍କ ଅପମାନ କରିଥିବାରୁ ଅଥୀନା କ୍ରୋଧାନ୍ୱିତ ହୋ‍ଇ ସେ ବୁଣା ଲୁଗା ଆଉ ଆରାକ୍‌ନେର ଚରଖାକୁ ନଷ୍ଟ କରିଦେଲେ । କିଛି ଗଳ୍ପାନୁସାରେ ଦେବୀ ନିଜ ବାଡିରେ ତାକୁ ଆଘାତ କରନ୍ତେ ଆରାକ୍‌ନେ ବୁଢୀଆଣିରେ ପରିବର୍ତ୍ତିତ ହେଲା । ଅନ୍ୟ କିଛି ଗଳ୍ପାନୁସାରେ ନିଜ ଚରଖା ନଷ୍ଟ ହେବା ଦୁଃଖରେ ସେ ଫାଶି ଦେଇ ଆତ୍ମହତ୍ୟା କଲା । ତା ଉପରେ ସହାନୁଭୂତି ରୂପେ ଦେବୀ ତାକୁ ବୁଢୀଆଣିରେ ବଦଳିଦେଲେ । ଏ କିମ୍ୱଦନ୍ତୀ ବୁଣା କାର୍ଯ୍ୟ ବୁଢୀଆଣି ଠାରୁ ପ୍ରେରିତ ବୋଲି ଦର୍ଶାଏ ।
==ଆଧାର==
{{ଆଧାର}}
 
 
==ବାହାର ତଥ୍ୟ==
"https://or.wikipedia.org/wiki/ଅଥୀନା"ରୁ ଅଣାଯାଇଅଛି