"ଧରଣୀଧର ଭୂୟାଁ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ clean up, replaced: ମାନଙ୍କ → ମାନଙ୍କ (7) using AWB |
|||
୧୭ କ ଧାଡ଼ି:
}}
ବିପ୍ଳବୀ '''ଧରଣୀଧର ଭୂୟାଁ''' (୧୮୬୪-୧୯୧୪) [[ଓଡ଼ିଶା]]ର ଜଣେ ସୁନାମଧନ୍ୟ ବିପ୍ଳବୀ ଥିଲେ । ୧୮୯୧ ମସିହାରେ କେନ୍ଦୁଝରର ତତ୍କାଳୀନ ରାଜାଙ୍କ ଅତ୍ୟାଚାର ବିରୁଦ୍ଧରେ ଯେଉଁ [[କେନ୍ଦୁଝର ପ୍ରଜାମେଳି|ପ୍ରଜାମେଳି]] ହୋଇଥିଲା, ତାହାର ନେତୃତ୍ଵ ନେଇଥିଲେ ବିପ୍ଳବୀ ଧରଣୀଧର । ଏହି ବିଦ୍ରୋହ କେନ୍ଦୁଝର ରାଜ୍ୟର ନିର୍ଦ୍ଦିଷ୍ଟ ସୀମା ଓ ସମ୍ପୃକ୍ତ ଅଞ୍ଚଳର ଆଦିବାସୀ ସଂପ୍ରଦାୟ ମଧ୍ୟରେ ସୀମିତ ଥିଲେ ମଧ୍ୟ ସମଗ୍ର ଓଡ଼ିଶା ଏପରିକି ସାରା [[ଭାରତ]]ବର୍ଷ ରେ ଚହଳ ପକାଇଥିଲା । ତାଙ୍କର ସ୍ମୃତିରେ କେନ୍ଦୁଝରର [[ଧରଣୀଧର ମହାବିଦ୍ୟାଳୟ]]ର ନାମକରଣ ହୋଇଛି ।
== ପ୍ରାରମ୍ଭିକ ଜୀବନ ==
'''ବିପ୍ଳବୀ ଧରଣୀଧର''' ୧୮୬୪ ମସିହା ମଇ ମାସ ୫ ତାରିଖରେ, [[କେନ୍ଦୁଝର ଜିଲ୍ଲା]]ର ଆଦିବାସୀ ପଲ୍ଲୀ '''କୁସୁମିତା''' ରେ ଏକ ପାହାଡ଼ି ଭୂୟାଁ ପରିବାରରେ ଜନ୍ମ ହୋଇଥିଲେ ।<ref name=TOI5M>{{cite news|last=Pattanayak|first=Naresh Chandra|title=Remembering rebellious Dharani|url=http://timesofindia.indiatimes.com/city/bhubaneswar/Remembering-rebellious-Dharani/articleshow/8180937.cms|accessdate=5 May 2015|newspaper=Times of India}}</ref>
ତାଙ୍କର ପିତା ଥିଲେ ଶ୍ରୀ ଲଇଛଣ ନାୟକ ଏବଂ ମାତା ଥିଲେ ବାଇଗଣୀ ଦେବୀ । ମାତା ପିତାଙ୍କର କନିଷ୍ଠ ପୁତ୍ର ଧରଣୀଧର ଖୁବ ମେଧାବୀ ଥିଲେ ଏବଂ ପିଲାଟି ଦିନରୁ ପଢାପଢିରେ ତାଙ୍କର ଖୁବ ଆଗ୍ରହ ଥିଲା । ସେଥିଯୋଗୁଁ, ଏକ ଦରିଦ୍ର ଆଦିବାସୀ ପରିବାରରେ ଜନ୍ମ ହୋଇ ମଧ୍ୟ ଅନେକ ବାଧାବିଘ୍ନ ସତ୍ତ୍ୱେ ଇଂରାଜୀ ବିଦ୍ୟାଳୟର ଶିକ୍ଷା ସମାପ୍ତ କରିଥିଲେ । ଶିକ୍ଷା ପ୍ରତି ତାଙ୍କର ଏ ଆଗ୍ରହ ଯୋଗୁଁ, କେନ୍ଦୁଝରର ସେ ସମୟର ରାଜା ଧନୁର୍ଜୟ ନାରାୟଣ ଭଞ୍ଜ ତାଙ୍କୁ [[କଟକ]]ରେ ଜମିଜମା ସର୍ବେକ୍ଷଣ (ସର୍ଭେ) ପାଠ ପଢିବାକୁ ପଠାଇଥିଲେ । ସେଠାରୁ ସଫଳତାର ସହ ଶିକ୍ଷା ସମାପ୍ତ କରି ଫେରିବା ପରେ, ରାଜା ଧନୁର୍ଜୟ ନାରାୟଣ ଭଞ୍ଜ ତାଙ୍କୁ ସର୍ବେକ୍ଷଣ ନିରୀକ୍ଷକ (ସର୍ଭେ ଓଭରସିୟର) ଭାବେ ନିଯୁକ୍ତ କରିଥିଲେ ।
== ଷଡ଼ଯନ୍ତ୍ରର ଶିକାର ==
୨୭ କ ଧାଡ଼ି:
== ପ୍ରଜାମେଳି ଓ ବିଦ୍ରୋହ ==
୧୮୬୮ ମସିହାରେ ରାଜାଙ୍କ ଅତ୍ୟାଚାରକୁ ବିରୋଧ କରି ବିପ୍ଳବୀ ରତ୍ନା ନାୟକଙ୍କ ନେତୃତ୍ଵରେ ଭୂୟାଁ ସମ୍ପ୍ରଦାୟ ଯେଉଁ ମେଳି କରିଥିଲେ ତାକୁ
କେନ୍ଦୁଝରରେ ଥିବା [[ମାଛକାନ୍ଦଣା ନଦୀ]]କୁ ବନ୍ଧାଇ କେନ୍ଦୁଝର ଆଡକୁ ନେବାର ଯୋଜନା କରାଯାଇଥିଲା । ସେଥିପାଇଁ ଗରିବ
ଧରଣୀଧର ନିଜ ମେଳି ସହାୟତାରେ ସଶସ୍ତ୍ର ଲଢେଇ କରି, ରାଜାଙ୍କୁ ଗାଦିରୁ ହଟେଇ ପ୍ରଜାତନ୍ତ୍ର ପ୍ରତିଷ୍ଠା କରିବାକୁ ଏବଂ ତା ସହିତ ବିଚିତ୍ରାନନ୍ଦଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ । ବିଦ୍ରୋହ ପୂର୍ବରୁ ଧରଣୀଧର କଟକରେ ଥିବା କମିଶନର, କଲିକତାର ଇଂରେଜ କର୍ତୃପକ୍ଷ ଏବଂ [[ମୟୂରଭଞ୍ଜ]]ର ମ୍ୟାନେଜରଙ୍କୁ ରାଜାଙ୍କର ଅତ୍ୟାଚାର ବିଷୟରେ ଜଣାଇଥିଲେ । ସେଥିପାଇଁ, ବିଦ୍ରୋହ ଆରମ୍ଭ ହେଲା ପରେ ଇଂରେଜ ସରକାର ରାଜାଙ୍କୁ ସାହାଯ୍ୟ କରିବାକୁ ପଥମେ ମନା କରିଦେଲେ, କିନ୍ତୁ ଚତୁର ଦେବାନ୍ ଫକୀରମୋହନଙ୍କ ବିଚକ୍ଷଣତା ଯୋଗୁଁ ପରେ ସହାୟତା କରିଥିଲେ । କ୍ରମେ ବିଦ୍ରୋହ ଭୀଷଣ ରୂପ ଧାରଣ କଲା । ବିଦ୍ରୋହୀ ମାନେ ରାଜବାଟୀ ଆକ୍ରମଣ କରିବା ଆଗରୁ ରାଜା ଓ ବିଚିତ୍ରାନନ୍ଦ [[ଆନନ୍ଦପୁର]]କୁ ଲୁଚି ପଳାଇଲେ । ବିଦ୍ରୋହୀ ମାନେ ମଧ୍ୟ ରାଜ ନଅର ଅକ୍ତିଆର କରି ପାରିଲେ ନାହିଁ ।
== ବିଦ୍ରୋହ ଦମନ ଓ ବନ୍ଦୀ ==
ଇଂରେଜ ସରକାର ବିଦ୍ରୋହକୁ ଦମନ କରିବାକୁ ଚାଇଁବସାର ଡେପୁଟି କମିଶନର ଏଚ. ଡାଉସନଙ୍କୁ କେନ୍ଦୁଝର ପଠାଇଲେ । ଏପଟେ ଧରଣୀଧର ରାଜାବିହୀନ କେନ୍ଦୁଝରର ଟିକାୟତଭାବେ ନିଜକୁ ଘୋଷଣା କରି [[ରାଇସୁଆଁ]]ର ଏକ ଆମ୍ବତୋଟା ମଧ୍ୟରେ ଦରବାର ବସେଇଲେ । ଏହି ସମୟରେ
ଧରଣୀଧରଙ୍କ ବନ୍ଦୀ ହେବାପରେ ବିଦ୍ରୋହୀ ମାନେ ଆନ୍ଦୋଳନ ଜାରି ରଖିପାରିଲେ ନାହିଁ ଏବଂ ବିଦ୍ରୋହର ଅକାଳ ଅବସାନ ଘଟିଲା । ବିଦ୍ରୋହ କରିଥିବା ଅପରାଧରେ ବିପ୍ଳବୀ ଧରଣୀଧରଙ୍କୁ ସାତ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଗଲା ।
== ଶେଷ ଜୀବନ ==
ଧରଣୀଧର ୧୮୯୭ ମସିହାରେ କାରାଗାରରୁ ମୁକ୍ତି ପାଇଥିଲେ । [[ପୁରୀ]]ର ବାଙ୍କୀ ମୁହାଣରେ ସେ ଅନେକ ବର୍ଷ ତପସ୍ୟାରତ ରହିଥିଲେ । ଏ ସମୟରେ ତାଙ୍କ ସହିତ ଦେଖା କରିବାକୁ ଉତ୍କଳମଣି [[ଗୋପବନ୍ଧୁ ଦାସ]], ପଣ୍ଡିତ [[ନୀଳକଣ୍ଠ ଦାସ]] ଆଦି
== ଆଧାର ==
୪୫ କ ଧାଡ଼ି:
==ଅଧିକ ତଥ୍ୟ==
* http://orissa.gov.in/e-magazine/utkalprasanga/Aug-2007/augoriya.htm
[[ଶ୍ରେଣୀ:୧୮୬୪ ଜନ୍ମ]]
|