"ଦଶାବତାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ clean up, replaced: ମାନଙ୍କ → ମାନଙ୍କ using AWB
୧ କ ଧାଡ଼ି:
{{ଛୋଟ|Dashavatara}}
[[ଫାଇଲ:Avatars.jpg|thumb|250px|[[ବିଷ୍ଣୁ]]ଙ୍କର ଦଶ ଅବତାର ଦକ୍ଷିଣାବର୍ତ୍ତ ମତ୍ସ୍ୟ ,କଚ୍ଛପ,ବରାହ,ନରସିଂହ/ନୃସିଂହ,ବାମନ,ପର୍ଶୁରାମ,ରାମ,ବଳରାମ,କୃଷ୍ଣ,ବୁଦ୍ଧ,କଳ୍କି]]
'''ଦଶ ଅବତାର''' ବା '''ଦଶାବତାର''' ଦଶଜଣ ମୁଖ୍ୟ [[ଅବତାର]]ଙ୍କୁ ବୁଝାଇଥାଏ । [[ବୈଷ୍ଣବ]] ଦର୍ଶନ ଅନୁସାରେ ଅବତାର ଏକ ମୂଳ ଭଗବାନଙ୍କର କାଳ ଆନୁସାରେ ଅଲଗା ଅଲଗା କାମ ଓ ରୂପକୁ ବୁଝାଇଥାଏ । [[ବିଷ୍ଣୁ]]ଙ୍କର ଦଶଟି ଅବତାରକୁ ଦଶାବତାର ବୋଲି କୁହାଯାଇଥାଏ । [[ଗରୁଡ଼ ପୁରାଣ]]ରେ (୧.୮୬.୧୦-୧୧) ଏହି ଅବତାର ମାନଙ୍କଅବତାରମାନଙ୍କ ଉପରେ ବର୍ଣ୍ଣନା ରହିଅଛି ।
<!--uncited text, Wikipedia doesn't accept uncited text or purely religious text without citation, nor common belief. ଶାସ୍ତ୍ରରେ ଅଛି ଯେ ଯେତେବେଳେ ପୃଥିବୀରେ ଅନ୍ୟାୟର ମାତ୍ରା ଅତି ବେଶି ହୋଇଯାଏ, ସେତେବେଳେ ଦୁଷ୍କୃତକାରୀ ବ୍ୟକ୍ତିଙ୍କୁ ନାଶ କରି ସୁକୃତୀମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଭଗବାନ ବିଷ୍ଣୁ ପାର୍ଥିବରୂପ ଧାରଣ କରି ପୃଥିବୀରେ ଅବତୀର୍ଣ୍ଣ ହୋଇ ଦୁଷ୍ଟ ଦଳନ ଓ ଶିଷ୍ଟପାଳନ କରି ପୃଥିବୀକୁ ପାପରୁ ଉଦ୍ଧାର କରି ରକ୍ଷା କରନ୍ତି । -->
 
୨୮ କ ଧାଡ଼ି:
 
===[[କଚ୍ଛପ]]===
ଦ୍ଵିତୀୟ ଅବତାରରେ କଚ୍ଛପ ରୁପେ ଆବିର୍ଭୁତ ହୋଇ ସମୁଦ୍ର ମନ୍ଥନ ବେଳେ ମନ୍ଦର ପର୍ବତକୁ ନିଜ ପୃଷ୍ଠରେ ଧାରଣ କରିଥିଲେ । ଦୁର୍ବାସାଙ୍କ ଶାପରୁ ଇନ୍ଦ୍ର ଶ୍ରୀହୀନ ହେବାରୁ ଲକ୍ଷ୍ମୀ ସ୍ଵର୍ଗରୁ ଯାଇ ସମୁଦ୍ର ଗର୍ଭରେ ବାସ କଲେ । ବ୍ରହ୍ମାଙ୍କ ଉପଦେଶ ଅନୁସାରେ ମନ୍ଦର ପର୍ବତକୁ ମନ୍ଥନ ଦଣ୍ଡ ଓ ବାସୁକୀକୁ ମନ୍ଥନ ରଜ୍ଜୁ କରି ରଜ୍ଜୁର ଏକ ପାଖକୁ ଦେବତାଗଣ ଓ ଅନ୍ୟ ପାଖକୁ ଅସୁର ମାନେ ଟାଣି ସମୁଦ୍ରକୁ ମୋହିଁଲେ । ମନ୍ଥନ ଫଳରେ ପ୍ରଥମେ ହଳାହଳ ବିଷ ବାହାରିଲା । ଏ ବିଷର ଜ୍ଵାଳାରେ ସମସ୍ତେ ଅସ୍ଥିର ହୋଇ [[ମହାଦେବ]]ଙ୍କୁ ସ୍ତବ କରିବାରୁ ସେ ସନ୍ତୁଷ୍ଟ ହୋଇ ଉକ୍ତ ବିଷକୁ ପାନ କଲେ । ତତ୍ପରେ ପୁଣି ମନ୍ଥନ କରିବାରୁ ସମୁଦ୍ର ମଧ୍ୟରୁ ଚନ୍ଦ୍ର, ପାରିଜାତ, ଉଚ୍ଚୈଃଶ୍ରବା ଅଶ୍ଵ, ଐରାବତ ଗଜ, ସୁରଭୀ ଗାଈ, ଲକ୍ଷ୍ମୀ ଓ ଧନ୍ଵନ୍ତରୀ ଅମୃତଭାଣ୍ଡ ସହିତ ବାହାରିଲେ । ଅସୁରମାନେ ଅମୃତଭାଣ୍ଡ ହରଣ କରିବାକୁ ଉଦ୍ୟତ ହେବାରୁ [[ବିଷ୍ଣୁ]] ମୋହିନୀରୂପ ଧରି ଅସୁରମାନଙ୍କୁ ବଞ୍ଚନା କରି ଦେବତାମାନଙ୍କୁ ଉକ୍ତ ଅମୃତ ଦେଲେ । ଏଥିଯୋଗୁଁ ଦେବ ଓ ଅସୁରମାନଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ଲାଗିଲା । ନାରଦ ସେହି ଯୁଦ୍ଧ ନିବାରଣ କରିଥିଲେ । ଦେବତାମାନଙ୍କ ଦ୍ଵାରା ହତ ଅସୁରମାନଙ୍କୁ ଅସୁରଗୁରୁ [[ଶୁକ୍ରାଚାର୍ଯ୍ୟ]] ବଞ୍ଚାଇଥିଲେ ।
 
===[[ବରାହ]]===
[[ପୌଷ]] [[ଅମାବାସ୍ୟା]] ବା ବକୁଳ ଅମାବାସ୍ୟା ଦିନ ତୃତୀୟ ଅବତାର ବରାହ ରୁପେ ଆବିର୍ଭୁତ ହୋଇଥିଲେ । ହିରଣ୍ୟାକ୍ଷ ନାମକ ଦୈତ୍ୟ ବ୍ରହ୍ମାଙ୍କ ବରରେ ଅତ୍ୟାଚାରୀ ହୋଇ ଦେବତାମାନଙ୍କୁ ପରାସ୍ତ କରି ପୃଥିବୀକୁ ନେଇ ପାତାଳରେ ପ୍ରବେଶ କରିଥିଲେ (ଧରଣୀ ଜଳତଳେ ନିମଗ୍ନ ଥିଲା)। ବିଷ୍ଣୁ ବରାହରୂପରେ ହିରଣ୍ୟାକ୍ଷକୁ ନିପାତ କରି ପୃଥିବୀକୁ ଜଳମଧ୍ୟରୁ ଦନ୍ତଦ୍ଵାରା ଉତ୍ତୋଳନ କରିଥିଲେ । ଏହାଙ୍କ ଔରସରେ ଧରଣୀଙ୍କ ଗର୍ଭରୁ ନରକାସୁର ଜାତ ହୋଇଥିଲେ ।
 
===[[ନୃସିଂହ|ନରସିଂହ/ନୃସିଂହ]] ===
୪୫ କ ଧାଡ଼ି:
 
=== [[ରାମ]] ===
ବିଷ୍ଣୁଙ୍କ ସପ୍ତମ ଅବତାର ରୂପେ ତ୍ରେତାଯୁଗରେ ଅଯୋଧ୍ୟାରେ ଦଶରଥଙ୍କର ଜ୍ୟେଷ୍ଠ ପୁତ୍ରରୂପେ କୌଶଲ୍ୟାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ଏହାଙ୍କ ବିଷୟ [[ରାମାୟଣ]]ରେ ବର୍ଣ୍ଣିତ । ବଶିଷ୍ଠ ଋଷି ଏହାଙ୍କ ଗୁରୁ । ଏ ବାଳକ ଥିବାବେଳେ ବିଶ୍ଵାମିତ୍ର ଏହାଙ୍କୁ ଓ ଏହାଙ୍କ ବୈମାତ୍ର ଭାଇ ଲକ୍ଷ୍ମଣଙ୍କୁ ଯାଗରକ୍ଷା କରିବାକୁ ତାଙ୍କ ଆଶ୍ରମକୁ ସାଙ୍ଗରେ ନେଇଥିଲେ ଓ ସେଠାରେ ଏ ଯଜ୍ଞବିଘ୍ନକାରୀ ବହୁ ରାକ୍ଷାସଙ୍କୁ ବଧ କରିଥିଲେ । ଯଜ୍ଞର ନିର୍ବିଘ୍ନ ସମାପ୍ତି ହେବା ପରେ ବିଶ୍ଵାମିତ୍ରଙ୍କ ସଙ୍ଗେ ଏ ଦୁଇଭାଇ ରାଜା ଜନକଙ୍କ ରାଜଧାନୀକୁ ସୀତାଙ୍କ ସ୍ଵୟମ୍ବର ସଭାକୁ ଯାଇଥିଲେ ଓ ଶିବଧନୁକୁ ଭାଙ୍ଗି ସୀତାଙ୍କ ପାଣିଗ୍ରହଣ କଲେ। ବିମାତା ରାଣି କୈକେୟୀଙ୍କ ଅନୁଜ୍ଞା ଅନୁସାରେ ଏ ପିତୃସତ୍ୟ ପାଳନ କରିବାକୁ ଲକ୍ଷ୍ମଣ ଓ ସୀତାଙ୍କୁ ସଙ୍ଗେ ନେଇ ୧୪ବର୍ଷ ବନବାସ କରିଥିଲେ । ବନବାସ କାଳରେ ଦଣ୍ଡକାରଣ୍ୟରେ ରାବଣ ସୀତାଙ୍କୁ ହରଣ କଲା । ଏ ବାନରାଜା ସୁଗ୍ରୀବ ଓ ହନୁମାନ ତଥା ବାନର ସୈନ୍ୟଙ୍କ ସହାୟତାରେ ଲଙ୍କା ଆକ୍ରମଣ କରି ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କଲେ ଓ ଅଗ୍ନିପରୀକ୍ଷା ପରେ ସୀତାଙ୍କୁ ଗ୍ରହଣ କଲେ । ୧୪ ବର୍ଷ ବନବାସର କାଳ ପୂରିବାରୁ ସୀତାଙ୍କ ସହ ଅଯୋଧ୍ୟାକୁ ଆସି ରାଜତ୍ଵ କଲେ । କିଛିଦିନ ପରେ ରାବଣହୃତା ସୀତାଙ୍କ ସତୀତ୍ଵ ବିଷୟରେ ପ୍ରଜାଙ୍କ ମନରେ ସନ୍ଦେହ ହେବା ଅବଗତ ହୋଇ ଅନ୍ତଃସତ୍ଵା ସୀତାଙ୍କୁ ଏ ନିର୍ବାସିତା କଲେ । ନିର୍ବାସନ କାଳରେ ବାଲ୍ମୀକି ଆଶ୍ରମରେ ସୀତାଙ୍କଠାରୁ ଲବ ଓ କୁଶ ନାମକ ଯମଜ କୁମାର ଜନ୍ମ ହେଲେ । ତତ୍ପରେ ପିତା ଓ ପୁତ୍ରଦ୍ଵୟଙ୍କର ମିଳନ ହେଲା । ସୀତାଙ୍କୁ ଗ୍ରହଣ କରିବା ପାଇଁ ରାମଚନ୍ଦ୍ର ପୁଣି ଅଗ୍ନିପରିକ୍ଷା ପ୍ରସ୍ତାବ କରିବାରୁ ସୀତା ଏଥିରେ ଅସମ୍ମତା ହୋଇ ନିଜର ମାତା ପୃଥିବୀଙ୍କ ଗର୍ଭରେ ଲୀନ ହେଲେ । ପରେ ଏ ପୁତ୍ରଦ୍ଵୟଙ୍କ ମଧ୍ୟରୁ କୁଶଙ୍କୁ କୋଶଳ ରାଜ୍ୟର ଏବଂ ଲବଙ୍କୁ ଉତ୍ତର କୋଶଳ ରାଜ୍ୟର ଅଧିପତି ପଦରେ ପ୍ରତିଷ୍ଠାପିତ କରି ସରଯୁ ନଦୀରେ ପ୍ରବେଶ ପୂର୍ବକ ଯୋଗାଲମ୍ବନରେ ତନୁ ତ୍ୟାଗ କଲେ ।
 
=== [[ବଳରାମ]] ===
"https://or.wikipedia.org/wiki/ଦଶାବତାର"ରୁ ଅଣାଯାଇଅଛି