"ଉଇକିପିଡ଼ିଆ:ନବକଳେବର ଗଣସମ୍ପାଦନା ୨୦୧୫" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Tripathysusama (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ Saileshpatଙ୍କ ଦେଇ କରାଯାଇଥିବା...
୧ କ ଧାଡ଼ି:
"ଉତ୍କଳ ବନାମ୍ ଜଗନ୍ନାଥ ସଂସ୍କୃତି |"
ଉତ୍କଳ ବା ଓଡିଶା କହିଲେ ଯେ କେବଳ ଏକ ଭୌଗୋଳିକ ଭୂ-ଖଣ୍ଡ କୁ ବୁଝାଇଥାଏ ତାହା ନୁହେଁ ବରଂ ମୁଲ୍ୟବୋଧର ଭିତ୍ତିପ୍ରସ୍ତର ଉପରେ ଦଣ୍ଡାୟମାନ ଏକ ମହାନ୍ ସଂସ୍କୃତି କୁ ଦର୍ଶାଇଥାଏ ,ଯିଏକି କାଳର ଦାଢରେ ନିଜକୁ ଅବଶ୍ୟ ପ୍ରମାଣିତ କରିସାରିଛି | ଏହା ହେଲା ଆମର ଜଗନ୍ନାଥ ସଂସ୍କୃତି |ଏହା ମହୋଦଧି ଭଳି ଉଦାର ଏବଂ ବିଶାଳ |ଜାତି,ଧର୍ମ,ବର୍ଣ ନିର୍ବିଶେଷରେ ଏଇ ମହାନ ସଂସ୍କୃତି ଯୁଗ ଯୁଗ ଧରି ମାନବୀୟ ମୁଲ୍ୟବୋଧର ପ୍ରଚାର କରିଆସିଛି |ଦାସିଆ ବାଉରୀ ହୁଅନ୍ତୁ ବା ଭକ୍ତ ସାଲବେଗ ହୁଅନ୍ତୁ,ସେମାନଂକ ମହାନତାର ବାଣୀ ଏ ମାଟି ଗୌରବ ର ସହ ଗାନ କରି ଚାଲିଛି |
ବାର ବର୍ଷର ବାଳକ ଧର୍ମପଦ,ଯେତେବେଳେଅନୁଭବ କରିପାରିଥିଲା ,ଆରେ ବାରଶହ ବଢେଇଂକ ,ବାରବର୍ଷର କୀର୍ତ୍ତି ,ତାର କୀର୍ତ୍ତି ଆଗରେ ମଳିନ ପଡିଯାଇଥିଲା ,ସମସ୍ତ ଗୌରବକୁ ନିଜ ଉପରକୁ ନେଇଯିବା ଅପେକ୍ଷା,ମହାସମୁଦ୍ରରେ ନିଜକୁ ହଜାଇ ଦେବାରେ ଅଧିକ ଆତ୍ମସନ୍ତୋଷ ପାଇଥିଲା ,ନା ସେ ନିଜକୁ ମିଶାଇ ଦେଇଥିଲା ଏ ମହାନ୍ ସଂସ୍କୃତି ର ସ୍ରୋତରେ ,କୋଟି କୋଟି ଓଡିଆଂକ ଶିରା ,ପ୍ରଶିରାରେ |
ଚାଖି ଖୁଣ୍ଟିଆ (ଚନ୍ଦନ ହଜୁରୀ ),ପିଲାଦିନେ ଲକ୍ଷ୍ମୀବାଇ (ଝାନସୀ ର ରାଣୀ )ପିତା ,ମାତାଂକ ସହ ଜଗନ୍ନାଥ ଦର୍ଶନ ପାଇଁ ଆସିଥିଲା ବେଳେ ତାଂକ(ଚାଖି )ପିତାଂକ ଅତିଥି ହୋଇଥିଲେ ,ସେତିକି ବେଳେ ସେମାନେ ହୋଇଥିଲେ ,ମହାପ୍ରସାଦ ଭାଇ ଭଉଣୀ |ଲକ୍ଷ୍ମୀବାଇ ଇଂରେଜ୍ ମାନଂକ ସହ ଯୁଦ୍ଧ କରୁଥିଲା ବେଳେ ,ଭାଇ ର ଦାୟିତ୍ବ ଲିଭାଇବା ପାଇଁ ଭୁଲି ନ ଥିଲେ ଚନ୍ଦନ ହଜୁରୀ |ଲକ୍ଷ୍ମୀବାଇଂକ ମୃତ୍ୟୁ ପର୍ଯ୍ୟନ୍ତ ,ଭାତୃତ୍ବ ର କର୍ତବ୍ୟ ସେ କରିଯାଇଥିଲେ |
ଏଇ ମାଟି ଯାହାର ନାମ ଆଜି ଓଡିଶା ,ଅତୀତ ରେ କେତେବେଳେ ତାର ପରିଚୟ ଉତ୍କଳ,କେତେବେଳେ କଳିଂଗ ତ ପୁଣି କେତେବେଳେ ଉଡ୍ର ନାମରେ ଖ୍ୟ|ତ ଥିଲା | ତାର ଭୌଗୋଳିକ ପରିସୀମା ମଧ୍ୟ ସମୟ ର କ୍ରମରେ କେତେବେଳେ ବଢି ଯାଇଥିଲା ତ କେତେବେଳେ ଛିଡି ମଧ୍ୟ ଯାଇଥିଲା |କେତେବେଳେ ତାହା ଗଂଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା ,ପୁଣି କେତେ ବେଳେ ଏକମାତ୍ର ଖୋର୍ଧା ହିଁ ଥିଲା ତାର ପରିସୀମ ର ପରିଧି |ଖାଲି ସେତିକି ନୁହେଁ ,ଏ ମାଟି ପାଇଁ ଏଭଳି ଏକ ଅନ୍ଧକାର ସମୟ ଆସିଥିଲା,ଯେତେବେଳେ ଏହାର କୌଣସି ଭୌଗୋଳିକ ସ୍ବତନ୍ତ୍ରତା ହିଁ ନ ଥିଲା |ଖଣ୍ଡ ଖଣ୍ଡ ହୋଇ ହୋଇ ଅନ୍ୟାନ୍ୟ ରାଜ୍ୟ ମଧ୍ୟରେ ସେ ନିଜର ଭୌଗୋଳିକ ସତ୍ତା ହରାଇ ବସିଥିଲା |ଏ ଭଳି ଅନ୍ଧକାର ସମୟରେ ,ଦାରିଦ୍ର ର କଷା ଘାତ ଭିତରେ ଥାଇ ମଧ୍ୟ ଜ,ଏ ମାଟିର କବି ,ସ୍ବଭାବ କବି ଗଂଗାଧର ମେହେର୍ ଦେଖିପାରିଥିଲେ ଆଲୋକର ଝଲକ ,ତାଂକ ଲେଖନୀ ରେ ଫୁଟି ଉଠିଥିଲା ,
"ବିଶ୍ବ ଦେଖ ମଧୁମୟ ରେ ଜୀବନ
ବିଶ୍ବ ଦେଖ ମଧୁମୟ ,
ମଧୁର ଜୀବନ କରିବା ହରଣ
ତୋ ପାପ ମରଣ ଭୟ "|
ଆଉ ଏ ମାଟିର ସନ୍ତାନ ମାନନ୍କୁ ଆଶାର କିରଣ ଦେଖାଇବାକୁ ଯାଇ ଉତ୍କଳମଣି ଗୋପବନ୍ଧୁ ଗାଇ ଯାଇଥିଲେ
"ମିଶୁ ମୋର ଦେହ ଏ ଦେଶ ମାଟିରେ,
ଦେଶବାସୀ ଚାଲି ଯାଆନ୍ତୁ ପିଠିରେ |
ଦେଶର ସ୍ବରାଜ ପଥେ ଯେତେ ଗାଡ଼,
ପୁରୁ ତହିଁ ପଡି ମୋର ମାଂସ ହାଡ |"
ଇଏତ ଥିଲା ଅନ୍ଧକାର ସମୟର କଥା |ତେବେ ଯେତେବେଳେ ,ଆଲୋକର ସମୟ ଥିଲା ,ଯେତେବେଳେ ଏ ମାଟିରେ ସୁବର୍ଣ ଯୁଗର ସମୟ ଚାଲିଥିଲା ,ଏ ମାଟିର ସମ୍ରାଟ ମାନଂକର ନାଁ ଶୁଣିଲେ ଶତୃର ହୃଦୟ କମ୍ପୁ ଥିଲା ,ସେତେବେଳେ ମଧ୍ୟ ,ଏ ମାଟିର ରାଜା ,ମହାରାଜା ,ସମ୍ରାଟ ମାନେ ନିଜକୁ ଜଗନ୍ନାଥ ନ୍କ ର ସେବକ ,ଭାବରେ ନିଜକୁ ପରିଚୟ ଦେବାକୁ ଅଧିକ ଗର୍ବାନ୍ବିତ ମନେକରୁଥିଲେ |ସେମାନେ ନିଜକୁ ଏ ମାଟିର ରକ୍ଷକ ମନେକରୁଥିଲେ |ରାଜକୋଷ ର ଅର୍ଥରେ ନିଜ ପାଇଁ ପ୍ରସାଦ ଗଢିବା ପରିବର୍ତେ ,ସେମାନେ ଗଢି ଚାଲିଥିଲେ ,ମନ୍ଦିର ପରେ ମନ୍ଦିର |ତାର ନିଦର୍ଶନ ଆଜି ମଧ୍ୟ ଦେଖିବାକୁ ମିଳୁଛି |ଇତିହାସ ଅନୁସାରେ କୌଣସି ଏକ ରାଜ ବଂଶରେ ପୁରୁଷ ଉତ୍ତରାଧିକାରୀ ନ ଥିବା କାରଣ ରୁ ସେହି ରାଜବଂଶ ର ସାତ ଜଣ ରାଣୀ ଜଣନ୍କ ପରେ ଜଣେ ଏ ମାଟିର ସ୍ବାଧିନତା ରକ୍ଷା କରିଥିଲେ |ସମ୍ରାଟ୍ ଖାରବେଳ ତାଂକ ରାଜତ୍ବ ସମୟରେ ବିଭିନ୍ନ ଧର୍ମ ର ସମ୍ମିଳନୀ ର ଆୟୋଜନ କରାଉଥିଲେ ଏବଂ ବିଭିନ୍ନ ଧର୍ମ ର ଧର୍ମଗୁରୁ ମାନନ୍କୁ ସମ୍ମାନିତ ମଧ୍ୟ କରାଉ ଥିଲେ |
ଏଠାରେ ଗୋଟିଏ ଘଟଣା ବର୍ଣନା କରିବା ପ୍ରାସଂଗିକ ହେବ |ପଣ୍ଡିତ ଗୋଦାବରୀଶ ମିଶ୍ରନ୍କର ଥରେ ଜଣେ ବଂଗିୟ ସବ ଜଜ୍ଂକ ସଂଗେ ଭେଟ ହୋଇଥିଲା |ଜଣେ ଓଡିଆଂକୁ ଦେଖି ସେ ଖୁବ୍ ଆଦର କରିଥିଲେ ଏବଂ ଓଡିଶାକୁ ନେଇ ନିଜର ଏକ ଅନୁଭୁତି ତାଂକ ଆଗରେ ବର୍ଣନା କରିଥିଲେ |ସେ କହିଥିଲେ "ଥରେ ତାଂକ ଝିଅ ଭୁବନେଶ୍ବର ର ତଥା ତାର କୀର୍ତ୍ତି ରାଜି ବିଷୟରେ କୌଣସି ଏକ ବହିରେ ପଢିବାକୁ ପାଇଲା |ତାପରେ ଭୁବନେଶ୍ବର ନ ଯିବା ପର୍ଯ୍ୟନ୍ତ ସେ ତାର ବାପା ଓ ମା ନ୍କୁ ବସାଇ ଉଠାଇ ଦେଲାନାହିଁ |ଦିନେ ସକାଳୁ ସେମାନେ ଆସି ଭୁବନେଶ୍ବରରେ ପହଂଚିଲେ |ଚାରିଆଡେ ଅସଂଖ୍ୟ ଦେଉଳ ର ଭଗ୍ନାବଶେଷ ଦେଖି ସେମାନେ ଅଭିଭୂତ ହୋଇପଡିଥିଲେ |
ଭୁବନେଶ୍ବର ର ପ୍ରଧାନ ମନ୍ଦିରରେ ଜଣେ ସ୍ଥାନୀୟ ସ୍ଥପତି କାମ କରୁଥିବାର ସେ ଜାଣିଲେ ,ତାଂକୁ ଦେଖାକରିବାର ଇଛାରେ ସେମାନେ ସେଠାରେ ପହଂଚିଲେ |କିନ୍ତୁ ଘଣ୍ଟାଏ ପର୍ଯ୍ୟନ୍ତ ଉଦୁଉଦିଆ ଖରା ରେ ଠିଆ ହୋଇଥିଲେ ମଧ୍ୟ ,ସ୍ଥପତି ,ଟିକିଏ ମୁଣ୍ଡ ଉଠାଇ ତାଂକ ଆଡକୁ ଅନାଇଲେ ନାହିଁ |ପଥର ଉପରେ ଏକ ସୁନ୍ଦର ଛବି ଆଂକିବାରେ ସେ ବ୍ୟସ୍ତ ଥିଲେ |
ସେ ଦିନ ସେମାନେ ହତାଶ ହେଲେ ମଧ୍ୟ ,ପୁନର୍ବାର ସ୍ଥପତି ଜଣକ କାମ ନ କରୁଥିବା ସମୟରେ ,ତଂକୁ ଦେଖା କରିବା ପାଇଁ ସ୍ଥିର କଲେ |ଏହି କାରିଗରଂକୁ ଦେଖା ନ କରି ସେମାନେ ଫେରିବାକୁ ଚାହୁଁ ନ ଥିଲେ |ସେମାନନ୍କର ଧାରଣା ହେଉଥିଲା ସେମାନେ ଏକ ଅଭଦ୍ର-ରୁକ୍ଷ ପ୍ରକୃତିର ଲୋକ ସହିତ ଦେଖା କରିବା ପାଇଁ ଯାଉଛନ୍ତି |କିନ୍ତୁ ତାଂକ ଘରେ ପହନଚିଵ ପରେ ସେ ଭ୍ରମ ଦୁର ହୋଇଯାଇଥିଲା |ସେ କାରିଗର ଜଣକ ଅତି ଆଦରରେ ସେମାନନକର ଅଭ୍ୟର୍ଥନା କରିଥିଲେ |ତାଂକ ବ୍ୟବହାରରେ ସାହସ ପାଇ ବଂଗିୟ ଭଦ୍ରବ୍ୟକ୍ତି ,ତଂକୁ ଗତଥର ର ଅଭିଜ୍ଞତା ବର୍ଣନା କରିଥିଲେ |ସ୍ଥପତି ଟି ଦୁଃଖ ପ୍ରକାଶ କରିଥିଲେ ଓ କହିଥିଲେ,କ୍ଷମା କରିବେ ,କୋଣାର୍କ ର ବିରାଟ ଦେଉଳ ଯେଉଁ ମାନେ ତିଆରି କରିଥିଲେ ,ସେମାନଂକ ଭିତରୁ ମୁଁ ଜଣନ୍କର ବଂଶଧର |ବର୍ଷ ବର୍ଷ ଧରି ସେ ସେଠାରେ କାମ କରୁଥିଲେ |କିନ୍ତୁ କଳରେ ଖଣ୍ଡେ ପାନ ନ ଜାକିଲେ ସେ କାମ କରିପାରୁ ନ ଥିଲେ |କୌଣସି ମତେ ତଂକୁ ଜଣକ ହାତରୁ ପାନ ଖଣ୍ଡେ ଖଣ୍ଡେ ମିଳି ଯାଉଥିଲା |ଦିନେ ସ୍ଥପତିଂକ ନିହାଣ ଟି ହାତରୁ ଖସି ତଳେ ପଡିଗଲା |ନିହାଣ ଟି ଯିଏ ଗୋଟାଇ ସ୍ଥପତିଂକ ହାତକୁ ବଢ଼ାଇ ଦେଲେ ,ସ୍ଥାପତିଂକ ଆଖି ତାଂକ ଉପରେ ପଡିଗଲା |ସେ ଚମକି ପଡି ,ଠିଆ ହୋଇ ତାଂକ ଗୋଡ ତଳେ ପଡିଗଲେ |କାରଣ ସେ ଲୋକଟି ଆଉ କେହି ନୁହେଁ ,ଓଡିଶାର ମହାମହିମ ସମ୍ରାଟ ନରସିଂହ ଦେବ |ସମ୍ରାଟ୍ ତାଂକୁ ଭୁତଳ ରୁ ଉଠାଇ ଆଣି ଆଲିଂଗନ କଲେ ଏବଂ କହିଲେ"ତୁମେ କଣ ଜାଣ ନାହିଁ ଯେ ତିନି ବର୍ଷ ହେଲା ମୁଁ ଏହିଠାରେ ଠିଆ ହୋଇ ତୁମକୁ ,ପାନ ଖଣ୍ଡେ ଖଣ୍ଡେ ଯୋଗାଇଛି,ଥରେ ହେଲେ ତୁମେ ମୋ ଆଡକୁ ନଜର ପକାଇ ନାହଁ |ଆଜି ଭାଗ୍ୟକୁ ଏହି କ୍ଷଣି ହତିଆର ଖଣ୍ଡ ଟି ତଳେ ପଡି ଯିବାରୁ ଏହି ସାମାନ୍ୟ ବନ୍ଧୁକୁ ତୁମର ହସ ହସ ମୁହଁ ଦେଖିବାକୁ ମିଳିଲା |"ଏ ଗୋଟିଏ ଗପ ନୁହେଁ ଆଜ୍ଞା,ନିରାଟ ସତ କଥା |ଆମେ କାରିଗର ଯାକ ଆମର କାମ ଛଡା ଆଉ କିଛି ଜାଣୁ ନାହିଁ |ତାହାର ସବୁକଥା ଶୁଣି ସାରି ବଂଗିୟ ଭଦ୍ରବ୍ୟକ୍ତି,କାରିଗର ଟିକୁ ପଚାରିଲେ କୌଣସି ଏକ ଭଲ କ୍ଷେତ୍ରରେ କାମ କଲେ ସେ ବେଶୀ ରୋଜଗାର କରିପାରନ୍ତେ |ତାହା ଶୁଣି ସେ ସ୍ଥପତି ଉତ୍ତର ଦେଇଥିଲେ ,ତାହା ମୋ ଦେହାତୀ ହେବ ନାହିଁ |ଏଠାରେ ମୁଁ ପ୍ରତି ବର୍ଷ ଠାକୁରଂକ ରଥ ଗଢିବାର ସୁଯୋଗ ପାଇଥାଏ |ଲର୍ଡ୍ କର୍ଜନ ଯେତେବେଳେ ଏଠିକି ଆସିଥିଲେ ,ସେତେବେଳେ ସେ କଲିକତା ଜାଦୁଘରେ ମତେ ମାସିକ ଏକଶତ ଟଂକl ଦରମାରେ ଗୋଟିଏ ଚାକିରୀ ଯାଚିଥିଲେ ,କିନ୍ତୁ ମତେ ତଂlକୁ ନାହିଁ କରିବାକୁ ହୋଇଥିଲା |ଏଠାରେ ମୁଁ ହୋଇଛି ଭଗବାନଂକ ସେବକ ,ସେଠାରେ ହୁଅନ୍ତି ମଣିଷ ର ନୌକର |ସେଠାରେ ଅବଶ୍ୟ ଅନେକ ବେଶୀ ଦରମl ମିଳନ୍ତା ;କିନ୍ତୁ ଖାଇ ପିଇ ଚଳିବା ପାଇଁ ଏଠାରେ ମାସକୁ ଦଶଟି ଟଂକl ମୋ ପକ୍ଷରେ ଢ଼େର |ବାସ୍ତବରେ ଦେଖିବାକୁ ଗଲେ ସୁଖରେ ରହିବା ପାଇଁ ମଣିଷର ଆଉ ଅଧିକ କଣ ଲୋଡା ?ମୁଁ ଏଠାରେ ମୋ କାମଟି କରି ବେଶ୍ ଆନନ୍ଦରେ ଅଛି |
ଏ ଲୋକଟି ର ନାମ ବୈରାଗୀ ମହାରଣା |ଏହି ଲୋକଟି କୁ ଜାଣିବା ଦିନୁଁ ,କ୍ଷୁଦ୍ର ଓଡିଶା ଭୂଖଣ୍ଡ କୁ ଆମ୍ଭେମାନେ ଅନ୍ତରର ଅନ୍ତରତମ ପ୍ରଦେଶ ରେ ପୁଜା କରୁ |”
ଏ ଥିଲା ଲର୍ଡ୍ କର୍ଜନ ନ୍କ ସମୟର କଥା |ଯେତେବେଳେ ଏହି ଓଡିଶା ମାଟିର ଭୌଗୋଳିକ ସ୍ବତନ୍ତ୍ରତା ନ ଥିଲା |ଏ ମାଟିର ସନ୍ତାନ ମାନେ ସଂଗ୍ରାମ କରୁଥିଲେ ସ୍ବତନ୍ତ୍ର ଓଡିଶା ପ୍ରଦଶ ଗଠନ ପାଇଁ |ଆଜି ଆଧୁନିକ ଓଡିଶାର ନିର୍ମାତା ଯାହାଂକୁ କୁହାଯାଏ ,ସେହି ମଧୁସୁଦନ ଦାସ ,ସେତେବେଳେ ଏହି ଆନ୍ଦୋଳନର ଅଗ୍ରଣୀ ଭୁମିକାରେ ଥିଲେ |ସେହି ସମୟରେ ତାଂକ ଭାଇ ଡେପୁଟି କଲେକଟର୍ ପରୀକ୍ଷା ରେ ଯେବେ ଫେଲ୍ ହୋଇ ତାଂକ ପାଖକୁ ଅଭିଯୋଗ କରିବାକୁ ଆସି ,କହିଥିଲେ "ଓଡିଶା ସ୍ବତନ୍ତ୍ର ପ୍ରଦେଶ ନ ହେବା ପର୍ଯ୍ୟନ୍ତ ଓଡିଆଂକ ଦଶା ଫେରିବା ନାହିଁ | odisha for odias |” କିନ୍ତୁ ମଧୁସୁଦନଂକ ଯୁକ୍ତି ଥିଲା ଭିନ୍ନ ପ୍ରକାରର |"ଦୁର୍ବଳ ର ଆତ୍ମରକ୍ଷା ଉଦ୍ଦେଶ୍ୟ ରେ ସ୍ବତନ୍ତ୍ର ଓଡିଶା ପ୍ରଦେଶର ଆୟୋଜନ ନ ହେଉ |ଯେଉଁ ଜାତିର ସାମ୍ରାଜ୍ୟ ଗଂଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ଦିନେ ବିସ୍ତୃତ ଥିଲା ;ଯେଉଁ ଜାତି କୋଣାର୍କ ,ଭୁବନେଶ୍ବର ମନ୍ଦିର ଗଢି ପାରିଥିଲା ;ସାରଳା, ଜଗନ୍ନାଥ ଜନ୍ମ ଦେଇଥିଲା ;ସେ ଜାତିର ସନ୍ତାନ ମାନେ ପ୍ରତିଯୋଗିତାରେ କଦାପି ଭୟଭିତ ହେବା ଉଚିତ ନୁହେଁ |ଓଡିଶା ଓ ଓଡିଆ ଅତୀତରେ ଶତ ଭୟଂକର ପ୍ରତିଯୋଗିତା ମଧ୍ୟରେ ଯେପରି ନିଜର ଆତ୍ମ -ପ୍ରତିଷ୍ଠା କରିପାରିଥିଲା ,ଏବେ ମଧ୍ୟ ସେହିପରି ସବୁ କ୍ଷେତ୍ରରେ ପ୍ରତିଯୋଗିତା -ମୂଳକ ଭିତ୍ତିରେ ନିଜର ଆତ୍ମ-ପ୍ରତିଷ୍ଠା କରୁ ,ପ୍ରତିଯୋଗିତାରୁ ପଳାୟନ କରି କବାଟ କିଳି ନୁହେଁ |ଆଉ ଓଡିଶା ଓଡିଆଂକ ପାଇଁ ଉଦ୍ଦିଷ୍ଟ ହେବା ପରିବର୍ତ୍ତେ ଓଡିଆ ମାନେ ଓଡିଶା ପାଇଁ ଉଦ୍ଦିଷ୍ଟ ହୁଅନ୍ତୁ |ଓଡିଆ ମାନଂକ ବ୍ୟକ୍ତିଗତ ଗୋଷ୍ଠୀଗତ ସ୍ବାର୍ଥସିଦ୍ଧି ପାଇଁ ଓଡିଶା ଉଦ୍ଦିଷ୍ଟ ନ ହେଉ | ତା ହେଲେ ଓଡିଶା ଓ ଓଡିଆ ର ଅଭ୍ୟୁଦୟ ସମ୍ଭବ ହୋଇ ପାରିବ |ତାଂକ ଭାଷାରେ ,କେହି ଓଡିଶାର ସ୍ଥାୟୀ ବାସିନ୍ଦା ହୁଅନ୍ତୁ ବା ନ ହୁଅନ୍ତୁ ,ଓଡିଶା ଯେଉଁ ମାନନ୍କର ,ଅଥବା ଯେଉଁ ମାନଂକ ସନ୍ତାନ ମାନଂକ ଶୈଶବର କ୍ରୀଡାଭୁମି ,ଯୌବନ ର କର୍ମଭୂମି ,ବାର୍ଦ୍ଧକ୍ୟ ର ବିଶ୍ରାମଭୂମି ଓ ପରକାଳର ଶ୍ମଶାନଭୂମି ସେମାନେ ସମସ୍ତେ ଓଡିଆ |ଓଡିଶାର ସର୍ବାଂଗିନ କଲ୍ୟାଣ ରେ ସେ ସମସ୍ତଂକର ଗୋଟାଏ ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ରହିଛି |
ଏମିତି ଅନେକ କଥା ଅନେକ ଗାଥା |କହି ବସିଲେ ସରିବନି |ଏ ମାଟିର କବି ଅନ୍ଧ ହୋଇପାରନ୍ତି ,କିନ୍ତୁ ସେ ଅନୁଭବ କରିପାରିଥିଲେ ଏ ଜଗତରେ ପ୍ରାଣୀ ମାନଂକର ଦୁଃଖ ,କଷ୍ଟ |ସେ ଆଉ କେହି ନୁହନ୍ତି ,ସନ୍ଥ କବି ଭୀମ ଭୋଇ ,ଯାହାଂକ ମୁଖରୁ ନିଃସୃତ ହୋଇଥିଲା
"ପ୍ରାଣୀ ନ୍କ ଆରତ ଦୁଃଖ ଅପ୍ରମିତ
ଦେଖୁ ଦେଖୁ କେବା ସହୁ ,
ମୋ ଜୀବନ ପଛେ ନର୍କେ ପଡିଥାଉ
ଜଗତ ଉଦ୍ଧାର ହେଉ |"
ବାର ବର୍ଷର ବାଜିରାଉତ ସେ ମଧ୍ୟ ପଛାଇ ଯାଇନଥିଲା ,ଯେତେବେଳେ ତା ଜୀବନ ର ପ୍ରଶ୍ନ ଆସିଥିଲା ,ହସି ହସି ବନ୍ଧୁକ ଗୁଳି ଆଗରେ ଲୋଟି ଯାଇଥିଲା |ତା ଜୀବନ ଠାରୁ ତାର ଜନ୍ମଭୂମି ତା ପାଇଁ ଅଧିକ ପ୍ରିୟ ଥିଲା |ଏ ମାଟିର ଅନେକ ସନ୍ତାନ କେତେବେଳେ ଏ ମାଟି ମାଆ ପାଇଁ ଜୀବନ ଦେଇଦେଇଛନ୍ତି ତ ପୁଣି କେତେବେଳେ ଜୀବନର ଶେଷ ନିଶ୍ବାସ ଥିବା ପର୍ଯ୍ୟନ୍ତ ଏ ମାଟିର ସେବା କରିଯାଇଛନ୍ତି |
ଏ ସମସ୍ତଂକୁ ନେଇ ଏ ମାଟି ହୋଇଛି ଧନ୍ୟ |ଏ ମାଟିର ସଂସ୍କୃତି ସାଜିଛି ଏ ମାଟିର ଆତ୍ମା |କାଲି ହୁଏତଏ ମାଟିର ନାଁ ଓଡିଶା ପରିବର୍ତ୍ତେ ଆଉକିଛି ହୋଇଯାଇ ଥାଇପାରେ |ଏହାର ରାଜନୈତିକ ଚିତ୍ର ମଧ୍ୟ ବଦଳି ଯାଇଥାଇପାରେ |କିନ୍ତୁ ନୀଳଚକ୍ର ତଳେ ପତିତପାବନ ବାନା ଏ ମହାନ୍ ସଂସ୍କୃତିର ଧ୍ବଜା ଉଡାଇ ଏମିତି ଫରଫର ହୋଇ ଉଡୁଥାଉ | ଜୟ ଜଗନ୍ନାଥ |
"ନୀଳଚକ୍ରେ ....ହୋ ....ଦେଖ ଉଡୁଛି ବାନା
ପତିତପାବନ ନାମଟି ଯାର ନାଁ "
 
 
_NOTOC__