"ରାବଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଜନ୍ମ ଓ ମତବାଦ: clean up, replaced: ବିଶିଷ୍ଟ → ବିଶିଷ୍ଠ (2) using AWB
ଟିକେ →‎ଜନ୍ମ ଓ ମତବାଦ: clean up, replaced: ବିଶିଷ୍ଠ → ବିଶିଷ୍ଟ (2) using AWB
୨୭ କ ଧାଡ଼ି:
ଲଙ୍କା ସମ୍ବନ୍ଧରେ ବିଭିନ୍ନ ପ୍ରକାର ମତ ମିଳୁଥିଲେ ସୁଦ୍ଧା ସ୍ଵର୍ଣ୍ଣପୁର ବିଷୟ ପ୍ରଣିଧାନଯୋଗ୍ୟ । ଲଣ୍ଡନରୁ ଜନ୍ ହାଇଡ ଟେଲର ସାହେବ ଓଡ଼ିଶାର ରାବଣ ରାଜ ଏବଂ ଯିଶୁଖ୍ରୀଷ୍ଟଙ୍କ ସମ୍ବନ୍ଧରେ ଯେଉଁ ପତ୍ର ଦେଇଥିଲେ, ‘ସହକାର’ର ପାଠକ ପାଠିକାମାନଙ୍କ ଅବଗତି ପାଇଁ ଲକ୍ଷ୍ମୀନାରାୟଣ ସାହୁ ଏମ୍ . ଏ . ‘ରାବଣର ଜନ୍ମସ୍ଥାନ’ ନାମକ ପ୍ରବନ୍ଧରେ ତାହା ପ୍ରକାଶ କରିଥିଲେ ।
 
କେଉଁଯୁଗର ରାବଣ ସହିତ କେଉଁ ଯୁଗର ଯିଶୁଙ୍କ ସମ୍ବନ୍ଧ ଥିଲା, ତାହା ବ୍ରହ୍ମବିଦ୍ୟାବିତ୍ ମାନେ ସ୍ଥିର କରିପାରିବେ । ରାମାୟଣ ବର୍ଣ୍ଣିତ ରାବଣ ବିଷୟରେ ଗବେଷକମାନଙ୍କ ମତ ରାବଣର ଭଉଣୀ ସୂର୍ପଣଖା ବନବିହାର ଉଦ୍ଦେଶ୍ୟରେ ପଞ୍ଚବଟୀ (ମଧ୍ୟପ୍ରଦେଶାନ୍ତର୍ଗତ ଜଙ୍ଗଲ) ଭ୍ରମଣ କରି ଯାଇଥିବା ବେଳେ ବ୍ରହ୍ମଚାରୀ [[ଲକ୍ଷ୍ମଣ]]ଙ୍କ ରୂପ ଯୌବନରେ ବିମୋହିତା ହୋଇ ବିବାହ ପ୍ରସ୍ତାବ ଦେଇଥିଲେ । ଫଳରେ ନାସାକର୍ଣ୍ଣ ହରାଇ ଭାଇ ଖରାସୁରଙ୍କ ସାହାଯ୍ୟ ପ୍ରାର୍ଥନା କଲେ । ଖରାସୁର ସ୍ଵଆଳୟରୁ (ଖରାଳୟ – ଖଳିଆଳ) ପ୍ରତିଶୋଧ ନେବାକୁ ପଞ୍ଚବଟୀ ଯାଇ ପ୍ରାଣ ହରାଇଲେ । ତତ୍ପରେ ସୀତାଙ୍କ ରୂପଲାବଣ୍ୟ ରାବଣଙ୍କଠାରେ ସୂର୍ପଣଖା ଜ୍ଞାପନ କରାଇଥିଲେ । ତହୁଁ ରାବଣ ପୁଷ୍ପକ ବିମାନରେ ପଞ୍ଚବଟୀ ଯାଇ ସୀତାଙ୍କୁ ହରଣ କରି ଆଣିଲେ । [[ରାମ]] ଲକ୍ଷ୍ମଣ ଦକ୍ଷିଣାଭିମୁଖରେ ବନ ମଧ୍ୟରେ ସୀତାଙ୍କୁ ଅନ୍ଵେଷଣ କରୁକରୁ ବାଳୀ ନଗର (ବଲାଙ୍ଗୀର)ରେ ସୁଗ୍ରୀବଙ୍କ ସହ ମିତ୍ରତା ସ୍ଥାପନ କରି ହନୁମାନଙ୍କୁ ସୀତାଙ୍କ ଠାବ ପାଇଁ ପଠାଇଲେ । ଅପେକ୍ଷାକୃତ ସଂକୀର୍ଣ୍ଣ ସ୍ରୋତ ବିଶିଷ୍ଠାବିଶିଷ୍ଟା ମହାନଦୀ (ସମ୍ଭବତଃ ରାମାୟଣ ବର୍ଣ୍ଣିତ ସାଗର) ଲମ୍ଫ ପ୍ରଦାନପୂର୍ବକ ପାର ହୋଇ ମହାବଳୀ ହନୁମାନ ଅଶୋକ ବନରେ ସିତାଙ୍କ ସନ୍ଧାନ କରି ଫେରିଆସିଲେ । ବଲାଙ୍ଗୀର ପାଟନା ଅଞ୍ଚଳରେ ହନୁମାନ, ପୋଢ଼, ବାଘ ଇତ୍ୟାଦି ଉପାଧି ବିଶିଷ୍ଠବିଶିଷ୍ଟ ବହୁ ଆଦିମ ଜାତି ଅଦ୍ୟାପି ବାସ କରି ଆସୁଛନ୍ତି । କିଛିକାଳ ପୂର୍ବେ ଏଠାରେ କନ୍ଧ, ବିଞ୍ଛାଳ ପ୍ରଭୃତି ଆଦିମ ଜାତିମାନେ ଧନୁ ତୀର, ବର୍ଚ୍ଛା ଇତ୍ୟାଦି ଅସ୍ତ୍ରଶସ୍ତ୍ର ବିଦ୍ୟାରେ ଧୁରନ୍ଧର ଥିବାର ପ୍ରମାଣ ଅଭାବ ନାହିଁ । ଧନୁଶର ଦ୍ଵାରା ବିଶାଳ ତରୁ, ପ୍ରକାଣ୍ଡ ପ୍ରସ୍ତରମାନ ବିଦୀର୍ଣ୍ଣକରୁଥିବାର ଦାମ୍ଭିକତା ସେମାନଙ୍କ ବଂଶଧରମାନଙ୍କ ମୁଖରୁ ଅଦ୍ୟାପି ଶୁଣାଯାଏ । ଶାସନ ଓ ଶୃଙ୍ଖଳା ନିମିତ୍ତ ଜଙ୍ଗଲ ଆଇନ ପ୍ରଣୟନ ଓ ଜାରିହେବା ପରେପରେ ବୋଧହୁଏ ସେମାନେ ଏହାର ବ୍ୟବହାର ଛାଡିଦେଇଛନ୍ତି । କିନ୍ତୁ କେହି କେହି ବୃଦ୍ଧ ସେହି ମହାବିଦ୍ୟା ଭୁଲିପାରି ନାହାନ୍ତି । ରାମଚନ୍ଦ୍ର ବୋଧହୁଏ ଏହି ଆଦିମ ହନୁମାନ (କାଳ୍ପନିକ ବାନର ସେନା) ପ୍ରଭୃତିଙ୍କ ଦ୍ଵାରା ଲଙ୍କା (ସ୍ଵର୍ଣ୍ଣପୁର) ଜୟ କରିଥିବେ । ଲକ୍ଷ୍ମଣ ଶକ୍ତିଭେଦ ପରେ ବିକ୍ରମୀ ହନୁମାନ ପ୍ରାୟ ୪୫ କୋଶ ଦୂରବର୍ତ୍ତୀ ପାଟଣା ସୀମାନ୍ତ ଗନ୍ଧମାର୍ଦ୍ଦନ ପର୍ବତରୁ ବିଶଲ୍ୟକରଣୀ ଆଣିଥିବା ଭିତ୍ତିହୀନ ନୁହେଁ । ପ୍ରୋକ୍ତ ଗନ୍ଧମାର୍ଦ୍ଦନ ପର୍ବତରେ ଏକ ପ୍ରକାର ଗୁଳ୍ମ ମିଳେ । ତାହାର ପ୍ରୟୋଗରେ କ୍ଷତ ଆରୋଗ୍ୟ ହୋଇଯାଏ । ଏବେ ମଧ୍ୟ ଏହି ଔଷଧ ଲୋକେ ବ୍ୟବହାର କରୁଛନ୍ତି । ଗନ୍ଧମାର୍ଦ୍ଦନସ୍ଥ ନୃସିଂହନାଥରେ ରାମ ଲକ୍ଷ୍ମଣ ମୂଷିକ ଦୈତ୍ୟକୁ ବଧ କରିଥିବା ବିଷୟ ‘ନୃସିଂହ ମାହାତ୍ମ୍ୟ’ ରେ ମିଳେ । ଗଙ୍ଗାଧର ମିଶ୍ର ବି. ଏ. ‘ହରିଶଙ୍କର ଦର୍ଶନ’ ପ୍ରବନ୍ଧରେ ‘ସହକାର’ ରେ ଏ ବିଷୟଟି ବର୍ଣ୍ଣନା କରିଥିଲେ । ବୋଧହୁଏ ରାମଚନ୍ଦ୍ର ପଞ୍ଚବଟୀରେ (ମଧ୍ୟ ପ୍ରଦେଶରେ) ବାସ କରୁଥିବା ସମୟରେ ନୃସିଂହନାଥରେ ଉକ୍ତ ଦୈତ୍ୟକୁ ବଧ କରିଥିଲେ । ଆର୍ଯ୍ୟଋଷି ଅଗସ୍ତି ଏବଂ ବ୍ରାହ୍ମଣବୀର [[ପର୍ଶୁରାମ]] ପ୍ରଥମେ ଦକ୍ଷିଣାତ୍ୟରେ ଆର୍ଯ୍ୟୋପନିବେଶ ସ୍ଥାପନ କରିଥିଲେ । ତାତ୍ରତ୍ୟ ପ୍ରାକୃତିକ ଶୋଭା ନିଶ୍ଚୟ ପ୍ରାଚୀନ ଋଷିମାନଙ୍କର ମନ ଆକର୍ଷିତ କରିଥିବ I ବାସ୍ତବିକ ମହାନଦୀ ତୀରବର୍ତ୍ତୀ ଅରଣ୍ୟ ଓ ଝରଣାର ନୈସର୍ଗିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ । ଆର୍ଯ୍ୟ ସଭ୍ୟତା ଉଚ୍ଚତମ ସୋପାନ ଆରୂଢ ହେବା ପରେ ପରେ ଆର୍ଯ୍ୟମାନେ ସରଳ ଭାବରେ ଜୀବନଯାପନ କରି ମହତି ଭାବନାରେ କାଳାତିପାତ କରିବାକୁ ଭଲ ପାଉଥିବେ I ତେଣୁ ଏହି ସବୁ ସ୍ଥାନ ସେମାନଙ୍କର ନିତାନ୍ତ ଅନୁକୂଳ ଥିଲା । ବିଶ୍ରବା ଋଷି ପ୍ରଭୃତି ଏହି ସମୟର ଲୋକ । ବିଶ୍ରବା ପୁତ୍ର ରାବଣ ଆର୍ଯ୍ୟ ଶିକ୍ଷା ସଭ୍ୟତା ଗୁଣରେ କ୍ଷିତି, ଅପ, ତେଜ, ମରୁତ ଓ ବ୍ୟୋମ ଏହି ପଞ୍ଚଭୂତ ଉପରେ ନିଜର କ୍ଷମତା ଯଥେଷ୍ଟ ପ୍ରସାର କରିଥିଲେ I ସେ କାଳର ଆର୍ଯ୍ୟମାନଙ୍କର ସରଳତାର ସୀମା ଅତିକ୍ରମ କରି ରାବଣ ରାଜ୍ୟାଭିମାନ ଓ ରାଜବ୍ୟସନରେ ମତ୍ତ ହୋଇ ଆସୁରିକ ବୃତ୍ତିପ୍ରାପ୍ତ ହୋଇଥିଲେ । [[ସୀତା]] ହରଣ ଆଦି ଚରିତ୍ରହୀନତାର ବିଷୟ ଏହାର ଉଦାହରଣ । ମାତ୍ର ରାଜନୀତିରେ ରାବଣ ଅତିଶୟ ଦକ୍ଷ ଥିଲେ । ଦାକ୍ଷିଣାତ୍ୟରେ ଏ ପ୍ରକାର ରାଜନୀତିକୁଶଳ ବିକ୍ରମଶାଳୀ ରାବଣଙ୍କ ରାଜ୍ୟ ବେଦ ପରବର୍ତ୍ତୀ ବ୍ରାହ୍ମଣ ଯୁଗରେ ମହାନଦୀ ନିକଟବର୍ତ୍ତୀ ସୋନପୁର ହେବା ନିତାନ୍ତ ଅଯୌକ୍ତିକ ନୁହେଁ । <ref>[[ସମାଜ ସାପ୍ତାହିକ]], ଅଗଷ୍ଟ ୨୪ – ୩୦, ୨୦୦୫, ପୃଷ୍ଠା: ୩୪-୩୫</ref>
== ଆହୁରି ଦେଖନ୍ତୁ ==
* [[ରାମାୟଣ]]
"https://or.wikipedia.org/wiki/ରାବଣ"ରୁ ଅଣାଯାଇଅଛି