"ପ୍ରାଣକୃଷ୍ଣ ପରିଜା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: । → ।, ବିଶିଷ୍ଟ → ବିଶିଷ୍ଠ using AWB
ଟିକେ →‎ବାଲ୍ୟଜୀବନ ଓ ଶିକ୍ଷା: clean up, replaced: ବିଶିଷ୍ଠ → ବିଶିଷ୍ଟ using AWB
୫୪ କ ଧାଡ଼ି:
 
== ବାଲ୍ୟଜୀବନ ଓ ଶିକ୍ଷା ==
ପ୍ରାଣକୃଷ୍ଣଙ୍କ ଜନ୍ମ ଜଗତସିଂହପୁର ଜିଲ୍ଲାର, ବାଲିକୁଦା ଅନ୍ତର୍ଗତ ଇଚ୍ଛାପୁରଠାରେ ହୋଇଥିଲା । ପିତା ବିଶ୍ଵନାଥ ପରିଜା ଓ ମାତା ଜୟନ୍ତୀ ଦେବୀଙ୍କ ପୁତ୍ର, ପ୍ରାଣକୃଷ୍ଣଙ୍କ ବାଲ୍ୟଜୀବନ ସେହି ବାଲିକୁଦାରେ ଅତିବାହିତ ହୋଇଥିଲା । ବାଲିକୁଦା ମଧ୍ୟଇଂରାଜୀ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ଶେଷକରି, ସେ ୧୯୦୪ ମସିହାରେ କଟକର ରେଭେନ୍‌ସା କଲିଜିଏଟ ସ୍କୁଲରେ ନାମ ଲେଖାଇଥିଲେ । ସ୍କୁଲ୍ ଯିବା ପାଇଁ,ବହୁ ସମୟରେ ତାଙ୍କୁ ବାଲିକୁଦାରୁ କଟକ,୩୬ ମାଇଲ ବାଟ, ଚାଲି ଚାଲି ଯିବାକୁ ପଡୁଥିଲା । ସେ ରେଭେନ୍‌ସା କଲିଜିଏଟ ସ୍କୁଲରୁ ମାଟ୍ରିକ ଓ ରେଭେନ୍ସା ମହାବିଦ୍ୟାଳୟରୁ କୃତିତ୍ଵର ସହ ଆଇ.ଏସ୍. ସି. ପାସକରିଥିଲେ । ୧୯୧୩ ମସିହାରେ ସେ [[କଲିକତା]]ର ପ୍ରେସିଡେନ୍ସି ମହାବିଦ୍ୟାଳୟରୁ ଗଣିତରେ ଅନର୍ସ ସହ ବି.ଏସ୍. ସି. ପାସ କରିଥିଲେ ଓ ଛାତ୍ରବୃତ୍ତି ପାଇ କେମ୍ବ୍ରିଜ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ କରିବା ପାଇଁ ୧୯୧୪ ମସିହାରେ [[ଇଂଲଣ୍ଡ]] ଯାତ୍ରା କରିଥିଲେ । କେମ୍ବ୍ରିଜ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ କରିବା ସମୟରେ, ସେ ପ୍ରଥମ ଭାରତୀୟ ଭାବରେ ଫ୍ରାଙ୍କସ୍ମାର୍ଟ ଛାତ୍ରବୃତ୍ତି ପାଇବାର ଗୌରବ ଅର୍ଜ୍ଜନ କରିଥିଲେ । କେମ୍ବ୍ରିଜ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ ସମୟରେ, ସେ ବୀରବଲ ସାହାଣୀ, ଚିନ୍ତାମନ ଦ୍ଵାରକାନାଥ ଦେଶମୁଖ, ଅଫଜଲ ହୁସେନ, ହନୁମନ୍ତରାଇ, ରାମାନୁଜମ, ଜନ ମଥାଇ ଆଦି ବହୁ ବିଶିଷ୍ଠବିଶିଷ୍ଟ ବ୍ୟକ୍ତିଙ୍କୁ ସହପାଠୀଭାବରେ ପାଇଥିଲେ । ପ୍ରାଣକୃଷ୍ଣ ଓ [[ସୁଭାଷ ଚନ୍ଦ୍ର ବୋଷ]]ଙ୍କ ମଧ୍ୟରେ ଘନିଷ୍ଟ ବନ୍ଧୁତା ଥିଲା । ସୁଭାଷ ଚନ୍ଦ୍ର ବୋଷ ଲଣ୍ଡନରେ ଅଧ୍ୟୟନ କରିବା ସମୟରେ, ପ୍ରଥମ କିଛି ଦିନ, ପ୍ରାଣକୃଷ୍ଣଙ୍କ ସହ ରହୁଥିଲେ ।
 
== କର୍ମଜୀବନ ==