"ଓଡ଼ିଆ ସାହିତ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ବିଭାଗୀକରଣ: କିଛି ବନାନ ଠିକ କରାଗଲା
ଟିକେ clean up, replaced: ବିଶିଷ୍ଠ → ବିଶିଷ୍ଟ (2) using AWB
୧୩ କ ଧାଡ଼ି:
 
=== ବିଭାଗୀକରଣ ===
ଓଡ଼ିଆ ସାହିତ୍ୟର ସମୟକାଳକୁ ବିଭିନ୍ନ ଯୁଗ ଅନୁସାରେ ବଣ୍ଟାଯାଇଥାଏ, ସେସବୁ ହେଲା: [[ଚର୍ଯା ଯୁଗ]], [[ସାରଳା ଯୁଗ]], [[ପଞ୍ଚସଖା ଯୁଗ]], [[ରୀତି ଯୁଗ]], [[ରାଧାନାଥ ଯୁଗ]], [[ସତ୍ୟବାଦୀ ଯୁଗ]], [[ପ୍ରଗତି ଯୁଗ]], [[ସବୁଜ ଯୁଗ]] ଓ ସ୍ୱାଧୀନତା ପରର ଯୁଗ । କିନ୍ତୁ ଭାଷାବିତ ମାନଙ୍କର ଏହି ସମୟକ୍ରମ ଅନୁସାରେ ଆମେ ଓଡ଼ିଆ ସାହିତ୍ୟକୁ ଭାଗ କଲେ ଓଡ଼ିଆ ସାହିତ୍ୟର ବିକାଶର ସଠିକ ଚିତ୍ର ପାଇ ପାରିବା ନାହିଁ |
 
ବୁଝିବାର ସୁବିଧା ନିମନ୍ତେ ଆମ ସାହିତ୍ୟକୁ ଦୁଇଟି ଭାଗରେ ବିଭକ୍ତ କରା ଯାଇଛି । ''କଥିତ ସାହିତ୍ୟ'' ଓ ''ଲିଖିତ ସାହିତ୍ୟ'' । କଥିତ ସାହିତ୍ୟ ସାଧାରଣ ଲୋକ ମୁଖରେ ପ୍ରଚଳିତ କଥା, କବିତା ଆଦିକୁ ବୁଝାଏ ।
୨୧ କ ଧାଡ଼ି:
:::::::::::::<nowiki>*</nowiki>ଲଇଖଣ: ଲକ୍ଷ୍ମଣ, <small>ପୁରାତନ ଓଡ଼ିଆ</small>
 
</br /></br /></br />ଓଷାବ୍ରତ ଆଦିରେ ଗାନ କରାହେବା ଲାଗି ମଧ୍ୟ ଅନେକ ଗୀତ ରହିଅଛି । ଆଦିବାସୀ ମାନଙ୍କ କରମା ଗୀତ, [[ପାଲା ସଙ୍ଗୀତ|ପାଲା]] ଓ [[ଦାସକାଠିଆ ସଙ୍ଗୀତ]], [[ବାଲେଶ୍ଵର ଜିଲା|ବାଲେଶ୍ଵର]]ର [[ଚଢ଼େଇଆ ସଙ୍ଗୀତ]] ଆଦି ସବୁ ଏହି ଶ୍ରେଣୀର ।
ଗୀତ ପରି କଥା ଓ କାହାଣୀ ବି ଲୋକମୁଖରେ ଚଳୁଅଛି । ସେସବୁକୁ ଲୋକ କଥା କୁହାଯାଏ । ଭୁତ, ପ୍ରେତ, ଦେବତା, ଅସୁର, ଅସୁରୁଣୀ, ରଜାପୁଅ, ସାଧବପୁଅ, ପଶୁପକ୍ଷୀ, ଗାଈଆଳ, ଚଷା, ବିଧବା ଏ ସଭିଙ୍କୁ ନେଇ ଅନେକ ପଲ୍ଲୀ ଗୀତ ଓ କଥା ତିଆରି ହୋଇଅଛି ।
 
୧୦୬ କ ଧାଡ଼ି:
[[ଆଚାର୍ଯ୍ୟ ହରିହର]], [[ପଣ୍ଡିତ କୃପାସିନ୍ଧୁ]] ପ୍ରମୁଖ ସତ୍ୟବାଦୀ ଗୋଷ୍ଠୀର ରଚନାରେ ଆମ ଦେଶର ଚଳଣି ଜାତୀୟତାବାଦର ସ୍ଵର ଦେଖିବାକୁ ମିଳିଥାଏ । ଏହି କାଳରେ [[ଇତିହାସ ସାହିତ୍ୟ|ଇତିହାସ]], [[ସମାଲୋଚନା ସାହିତ୍ୟ]]ର ସାହିତ୍ୟ ଲେଖାଗଲା । [[ଗୋଦାବରୀଶ ମହାପାତ୍ର]], କାନ୍ତକବି [[ଲକ୍ଷ୍ମୀକାନ୍ତ ମହାପାତ୍ର]], [[ପଦ୍ମଚରଣ ପଟ୍ଟନାୟକ]] ପ୍ରଭୃତି ସ୍ରଷ୍ଟାମାନେ ଏହି କାଳରେ ଲେଖନୀ ଚାଳନା କରିଥିଲେ । [[ଗୋଦାବରୀଶ ମହାପାତ୍ର|ଗୋଦାବରୀଶ]]ଙ୍କ [[ନିଆଁଖୁଣ୍ଟା ପତ୍ରିକା]] ଓଡ଼ିଶାରେ ବେଶ ପଠନଯୋଗୀ ଓ ଜନପ୍ରିୟ ହୋଇପାରିଥିଲା । ସେକାଳର ସରକାରଙ୍କ ଦୋଷ ତ୍ରୁଟି ସବୁକୁ ପଦାରେ ପକାଇଦେବାରେ ଓ ଇଂରେଜ ସରକାର ବିରୋଧରେ ଜାତୀୟତାବାଦର ଉନ୍ମେଷ ପାଇଁ ଏହି ସମୟର ରଚନା ସବୁ ବାଟ କଢ଼ାଇଥିଲା ।
 
ପଣ୍ଡିତ [[ଗୋପବନ୍ଧୁ ଦାସ]], [[ନୀଳକଣ୍ଠ ଦାସ]] ଏହି ଯୁଗର ଅନ୍ୟତମ ବିଶିଷ୍ଠବିଶିଷ୍ଟ ଲେଖକ ଥିଲେ । [[ଗୋପବନ୍ଧୁ ଦାସ]]ଙ୍କ ପ୍ରତିଷ୍ଠିତ [[ସମାଜ (ଖବରକାଗଜ)|ସମାଜ ଖବରକାଗଜ]] [[ଓଡ଼ିଶା]]ର ଏକ ପ୍ରମୁଖ ଖବରକାଗଜ ଭାବରେ ପ୍ରତିଷ୍ଠିତ ।
 
== ୧୯୨୧ରୁ ୧୯୩୫ ==
୧୩୬ କ ଧାଡ଼ି:
==== ଯାତ୍ରା ନାଟକ ====
====ଚଳଚିତ୍ର ନାଟକ====
ଓଡ଼ିଆରେ ଚଳଚ୍ଚିତ୍ର ଶିଳ୍ପ ଆରମ୍ଭ ହେବ ପରେ ପରେ ଅନେକ ପ୍ରଥିତଯଶା କଥାକାରଙ୍କ ଉପନ୍ୟାସ ଓ ନାଟକ ଚଳଚ୍ଚିତ୍ରରେ ସ୍ଥାନ ପାଇବା ଆରମ୍ଭ କଲା । [[କାଳିନ୍ଦୀ ଚରଣ ପାଣିଗ୍ରାହୀ]]ଙ୍କ [[ମାଟିର ମଣିଷ]] ପରି କାଳଜୟୀ ଉପନ୍ୟାସ ସବୁ ଚଳଚ୍ଚିତ୍ର ପରଦାରେ ସିନେମା ରୂପ ନେଲା । [[ବିଭୂତି ପଟ୍ଟନାୟକ]]ଙ୍କ [[ବଧୂ ନିରୁପମା]] ଏଥି ମଧ୍ୟରୁ ଏକ ସଫଳ ରୂପାନ୍ତରିତ ନାଟକ । ବିଶିଷ୍ଠବିଶିଷ୍ଟ ନାଟ୍ୟକାର [[ମନୋରଞ୍ଜନ ଦାସ]]ଙ୍କ ଅନେକ ଏକାଙ୍କିକା ଓ ନାଟକ ଚଳଚ୍ଚିତ୍ରର ରୂପ ନେଇଛି ।
କିଛି ଜଣାଶୁଣା ଚଳଚ୍ଚିତ୍ର ନାଟ୍ୟକାରଙ୍କ ଭିତରେ ଡ।. [[ସୁବୋଧ ପଟ୍ଟନାୟକ]] ଅନ୍ୟତମ ।