"ଉଇକିପିଡ଼ିଆ:ନବକଳେବର ଗଣସମ୍ପାଦନା ୨୦୧୫" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧ କ ଧାଡ଼ି:
"ଉତ୍କଳ ବନାମ୍ ଜଗନ୍ନାଥ ସଂସ୍କୃତି |"
ଉତ୍କଳ ବା ଓଡିଶା କହିଲେ ଯେ କେବଳ ଏକ ଭୌଗୋଳିକ ଭୂ କୁ ବୁଝାଇଥାଏ ତାହା ନୁହେଁ ବରଂ ମୁଲ୍ୟବୋଧର ଭିତ୍ତିପ୍ରସ୍ତର ଉପରେ ଦଣ୍ଡାୟମାନ ଏକ ମହାନ୍ ସଂସ୍କୃତି କୁ ଦର୍ଶାଇଥାଏ ,ଯିଏକି କାଳର ଦାଢରେ ନିଜକୁ ଅବଶ୍ୟ ପ୍ରମାଣିତ କରିସାରିଛି | ଏହା ହେଲା ଆମର ଜଗନ୍ନାଥ ସଂସ୍କୃତି |ଏହା ମହୋଦଧି ଭଳି ଉଦାର ଏବଂ ବିଶାଳ |ଜାତି,ଧର୍ମ,ବର୍ଣ ନିର୍ବିଶେଷରେ ଏଇ ମହାନ ସଂସ୍କୃତି ଯୁଗ ଯୁଗ ଧରି ମାନବୀୟ ମୁଲ୍ୟବୋଧର ପ୍ରଚାର କରିଆସିଛି |ଦାସିଆ ବାଉରୀ ହୁଅନ୍ତୁ ବା ଭକ୍ତ ସାଲବେଗ ହୁଅନ୍ତୁ,ସେମାନଂକ ମହାନତାର ବାଣୀ ଏ ମାଟି ଗୌରବ ର ସହ ଗାନ କରି ଚାଲିଛି |
ବାର ବର୍ଷର ବାଳକ ଧର୍ମପଦ,ଯେତେବେଳେଅନୁଭବ କରିପାରିଥିଲା ,ଆରେ ବାରଶହ ବଢେଇଂକ ,ବାରବର୍ଷର କୀର୍ତ୍ତି ,ତାର କୀର୍ତ୍ତି ଆଗରେ ମଳିନ ପଡିଯାଇଥିଲା ,ସମସ୍ତ ଗୌରବକୁ ନିଜ ଉପରକୁ ନେଇଯିବା ଅପେକ୍ଷା,ମହାସମୁଦ୍ରରେ ନିଜକୁ ହଜାଇ ଦେବାରେ ଅଧିକ ଆତ୍ମସନ୍ତୋଷ ପାଇଥିଲା ,ନା ସେ ନିଜକୁ ମିଶାଇ ଦେଇଥିଲା ଏ ମହାନ୍ ସଂସ୍କୃତି ର ସ୍ରୋତରେ ,କୋଟି କୋଟି ଓଡିଆଂକ ଶିରା ,ପ୍ରଶିରାରେ |