"ବିଶ୍ୱନାଥ କର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ବିଶିଷ୍ଟ → ବିଶିଷ୍ଠ (2), ଓଡ଼ିଅା → ଓଡ଼ିଆ (8), ମୂଲିଅା → ମୂଲିଆ, ଅାଲୋକ → ଆଲୋକ, ଅାନ୍ଦୋଳନ → ଆ using AWB
ଟିକେ clean up, replaced: ବିଶିଷ୍ଠ → ବିଶିଷ୍ଟ (2) using AWB
୧୬ କ ଧାଡ଼ି:
}}
 
ବାଗ୍ମୀ '''ବିଶ୍ଵନାଥ କର''' ୧୮୬୪ମସିହା ଡିସେମ୍ବର ୨୪ ତାରିଖ ଦିନ କଟକ ଜିଲ୍ଲାର ମାହାଙ୍ଗା ନିକଟସ୍ଥ ମୂଳବସନ୍ତ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଏକାଧାରରେ ଥିଲେ ସଂସ୍କାରକ, ସୁଦକ୍ଷ ସଂପାଦକ, ଚିନ୍ତାଶୀଳ ପ୍ରାବନ୍ଧକ, ବାଗ୍ମୀ ଓ ପ୍ରଚଣ୍ଡ ଦେଶଭକ୍ତ । ବିଶ୍ଵନାଥଙ୍କ ପିତାଙ୍କ ନାମ ନାରାୟଣ କର ଓ ମାତାଙ୍କ ନାମ ବୈଦେହୀ ଦେବୀ । ସେ ଏକାଧାରରେ ଜଣେ ସାହିତ୍ୟିକ, ସୁବକ୍ତା, ପ୍ରାବନ୍ଧିକ ଓ ସମାଜ ସଂସ୍କାରକ ଥିଲେ। ସେ 'ଉତ୍କଳ ସାହିତ୍ୟ' ପତ୍ରିକାର ସମ୍ପାଦକ ଥିଲେ । [[ଉତ୍କଳ ସମ୍ମିଳନୀ]]ର ଅନ୍ୟତମ ବିଶିଷ୍ଠବିଶିଷ୍ଟ ସଂଚାଳକ ଓ [[ବିହାର]]-[[ଓଡ଼ିଶା]] ପ୍ରଦେଶର ଜଣେ ଦକ୍ଷ ତଥା ନିର୍ଭିକ ବ୍ୟବସ୍ଥାପକ ଭାବେ ତାଙ୍କର ଥିଲା ଯଥେଷ୍ଟ ଖ୍ୟାତି ଓ ସୁନାମ । ତତ୍କାଳୀନ ବ୍ରିଟିଶ ସରକାରଙ୍କ ଠାରୁ "ରାୟ ବାହାଦୁର" ଉପାଧୀ ପ୍ରାପ୍ତ ହୋଇ ପ୍ରତ୍ୟାଖ୍ୟାନ କରିଥିବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ବ୍ୟକ୍ତି ।
 
୧୮୯୬ମସିହାରେ ସେ 'ବିବିଧା ପ୍ରବନ୍ଧ' ପୁସ୍ତକ ରଚନା କରିଥିଲେ। 'ବିବିଧା ପ୍ରବନ୍ଧ' ସାହିତ୍ୟ, ସଂସ୍କୃତି, ଧର୍ମ, ସଭ୍ୟତା ଇତ୍ୟାଦି ଯାବତୀୟ ବିଷୟରେ ବିଭିନ୍ନ ସମୟରେ ରଚିତ ଓ 'ଉତ୍କଳ ସାହିତ୍ୟ' ପତ୍ରିକାରେ ପ୍ରକାଶିତ ପ୍ରବନ୍ଧାବଳୀର ଏକ ସଂକଳନ ।<ref>ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା:୨୧୨</ref>
୨୭ କ ଧାଡ଼ି:
କୁସଂସ୍କାର ଦୂର କରିବା ପାଇଁ ସେ ଥିଲେ ସତତ ଅାଗ୍ରହୀ । ସେ ବୁଝିଥିଲେ ଅନ୍ଧବିଶ୍ୱାସ, କୁସଂସ୍କାର ମଣିଷର ବିକାଶରେ ପ୍ରତିବନ୍ଧକ ସାଜିଛି । ରାଜା ରାମମୋହନ ରାୟଙ୍କ ପ୍ରତିଷ୍ଠିତ "ବ୍ରାହ୍ମସମାଜ' ସାମାଜିକ ପରିବର୍ତନ ପାଇଁ ତାଙ୍କୁ ଯଥେଷ୍ଟ ମାନସିକ ସାମର୍ଥ୍ୟ ଯୋଗାଇ ଦେଇଥିଲା । ଏପରିକି ବ୍ରାହ୍ମଧର୍ମର ନୀତି ନିୟମ, ଅାଦର୍ଶ ଭାବ ଦେଖି ବିଶ୍ୱନାଥ ଏହି ଧର୍ମ ଗ୍ରହଣ କରିଥିଲେ । ସେତେବେଳେ ହେଉଥିବା କର୍ମକାଣ୍ଡ ଓ ପୂଜା ପଦ୍ଧତିକୁ ସେ ତୀବ୍ର ବିରୋଧ କରୁଥିଲେ । ଓଡ଼ିଶାରେ ବ୍ରାହ୍ମଧର୍ମର ପ୍ରଚାର ପ୍ରସାରରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପାଦନ କରିଥିଲେ ।
 
ପତ୍ରପତ୍ରିକା ସଂପାଦନରେ ବିଶ୍ୱନାଥ କରଙ୍କ ପ୍ରଚେଷ୍ଟା ଉଲ୍ଲେଖଯୋଗ୍ୟ । ନ'ଅଙ୍କ ଦୁର୍ଭିିକ୍ଷ ଓ ପରେ ପରେ ଭାଷା ବିଲୋପ ଆନ୍ଦୋଳନ ପ୍ରଭୃତି ଘଟଣା ଓଡ଼ିଆ ଜାତୀୟ ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା । ତାଙ୍କ ଦ୍ୱାରା ସଂପାଦିତ "ଉତ୍କଳ ସାହିତ୍ୟ'' (୧୮୯୭) ଓଡ଼ିଆ ନବଜାଗରଣର ସାର୍ଥକ ମୁଖପତ୍ର । ଫକୀର ମୋହନ ସେନାପତି, ମଧୁସୂଦନ ରାଓ, କୃଷ୍ଣ ପ୍ରସାଦ ଚୌଧୁରୀ, ଶ୍ୟାମସୁନ୍ଦର ରାଜଗୁରୁ, ମୃତ୍ୟୁଞ୍ଜୟ ରଥ, ଗୋପାଳ ଚନ୍ଦ୍ର ପ୍ରହରାଜ, ଗୋପୀନାଥ ନନ୍ଦ, ମୋହିନୀ ମୋହନ ସେନାପତିଙ୍କ ଭଳି ପ୍ରମୁଖ ସାହିତ୍ୟିକଙ୍କ ବିଶିଷ୍ଠବିଶିଷ୍ଟ କୃତିଗୁଡ଼ିକ ଏହି ପତ୍ରିକାରେ ହିଁ ପ୍ରକାଶ ପାଇ ପାଠକୀୟ ଅାଦୃତି ଲାଭ କରିଥିଲା । ପତ୍ରିକା ସଂପାଦନାରେ ନିର୍ଭୀକତା ଓସ୍ପଷ୍ଟବାଦିତା ତାଙ୍କ ବ୍ୟକ୍ତିତ୍ୱର ଯଥାର୍ଥ ପରିପ୍ରକାଶ । ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଓ ବିକାଶ ଲାଗି ପ୍ରତିଷ୍ଠା ହୋଇଥିବା ସର୍ବପ୍ରାଚୀନ ସାରସ୍ୱତ ଅନୁଷ୍ଠାନ "[[ଉତ୍କଳ ସାହିତ୍ୟ ସମାଜ]]''ର ସେ ଥିଲେ ପ୍ରଥମ ପ୍ରତିଷ୍ଠାତା ସଂପାଦକ ।
 
ସେ ଥିଲେ ଜଣେ ସ୍ଵାଧୀନତା ସଂଗ୍ରାମୀ । [[ଭାରତୀୟ ଜାତୀୟ କଂଗ୍ରେସ]]ରେ ସେ ଯୋଗଦାନ କରିଥିଲେ । ବିହାର ଓ ଓଡ଼ିଶାବ୍ୟବସ୍ଥାପକ ସଭାକୁ ସେ ପ୍ରତିନିଧି ଭାବରେ ଯାଇଥିଲେ । ଓଡ଼ିଶା- ବିହାର କାଉନ୍‍ସିଲର ସଭ୍ୟ ଥିବା ସମୟରେ ବ୍ୟବସ୍ଥାପକ ସଭାରେ ସେ ନିଜ ମାତୃଭାଷାରେ ଭାଷଣ ଦେଇଥିଲେ । ଅନ୍ୟ ସଭ୍ୟମାନେ ତାଙ୍କୁ ଇଂରେଜୀରେ କହିବା ଲାଗି ବାଧ୍ୟ କଲାବେଳେ ସେ ସ୍ୱାଭିମାନୀସୁଲଭ ଭଙ୍ଗୀରେ ମାତୃଭାଷା ଓଡ଼ିଆରେ ହିଁ ନିଜର ବକ୍ତବ୍ୟ ରଖିଥିଲେ । ସେଦିନ ସଭାରେ ସେ କହିଥିଲେ- ""ଓଡ଼ିଆ ଏକ ସ୍ୱୀକୃତ ପ୍ରାଚୀନ ଭାଷା, ମୁଁ ଓଡ଼ିଆ, ମୋ ଭାଷା ଓଡ଼ିଆ । ମୋର ଓଡ଼ିଆ ଜିଭକୁ କାଟି ଦେବାର ଅଧିକାର ଏଠାରେ କୌଣସି ମାନ୍ୟବର ସଭ୍ୟଙ୍କର ନାହିଁ ।''