"ଲୀଳାବତୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଠିକ
ଟିକେ clean up, replaced: ବିଶିଷ୍ଟ → ବିଶିଷ୍ଠ (2) using AWB
୨ କ ଧାଡ଼ି:
 
==ନାମ==
ଗଣିତଶାସ୍ତ୍ର ଉପରେ ଆଧାରିତ ପୌରାଣିକ ଉପାଖ୍ୟାନକୁ ଦ୍ୱିତୀୟ ଭାସ୍କରାଚାର୍ଯ୍ୟ ତାଙ୍କର କନ୍ୟା ଲୀଳାବତୀଙ୍କ ନାମରେ ହିଁ ରଚନା କରିଥିଲେ । ୧୫୮୭ ଖ୍ରୀଷ୍ଟାବ୍ଦରେ ସମ୍ରାଟ ଆକବରଙ୍କ ପ୍ରୋତ୍ସାହନରେ ଫୈଜୀଙ୍କ ଦ୍ୱାରା ପାର୍ସୀଭାଷାରେ ଏହା ସମ୍ପାଦିତ ହୋଇଥିଲା । ଫୈଜୀଙ୍କ ମତରେ ଲୀଳାବତୀ ଦ୍ୱିତୀୟ ଭାସ୍କରାଚାର୍ଯ୍ୟଙ୍କ କନ୍ୟା ଅଟନ୍ତି । ଦ୍ୱିତୀୟ ଭାସ୍କରାଚାର୍ଯ୍ୟ ଲୀଳାବତୀଙ୍କ ଜାତକରୁ ଜାଣିପାରିଲେ ଯେ, ସେ ଅବିବାହିତା ଓ ନିଃସନ୍ତାନ ହେବେ । ଝିଅର ଭାଗ୍ୟକୁ ବଦଳାଇବା ପାଇଁ ସେ ବିବାହର ଶୁଭମୁହୂର୍ତ୍ତକୁ ଅପେକ୍ଷା କରି ସଠିକ୍ ସମୟରେ ସତର୍କ/ସଚେତନ କଲେ । ସେ ଏକ ଜଳପୂର୍ଣ୍ଣ ପାତ୍ର ଉପରେ କ୍ଷୁଦ୍ରଛିଦ୍ର ବିଶିଷ୍ଟବିଶିଷ୍ଠ ଏକ କପ୍ କୁ ରଖି ଗୋଟିଏ କୋଠରୀ ମଧ୍ୟରେ ସ୍ଥାପନ କଲେ, ଯେପରିକି କପ୍ ମଧ୍ୟରେ ଧିରେ ଧିରେ ଜଳ ପ୍ରବେଶ କରି ଶୁଭମୁହୂର୍ତ୍ତରେ ବୁଡ଼ିବ। ସେ କୋଠରୀ ମଧ୍ୟକୁ ଯିବା ପାଇଁ ଲୀଳାବତୀଙ୍କୁ ବାରଣ କଲେ । କିନ୍ତୁ ଲୀଳାବତୀ ଉତ୍କଣ୍ଠାର ସହିତ କୋଠରୀ ମଧ୍ୟକୁ ଯାଇ ନିଜର ବିପଦକୁ ଡାକି ଆଣିଲେ । ତାଙ୍କ ବିବାହ ପୋଷାକରୁ ଗୋଟିଏ ମୁକ୍ତା ସେ କପ୍ ମଧ୍ୟରେ ପଡ଼ିଗଲା ଏବଂ କପ୍‌ଟି ଶୀଘ୍ର ବୁଡିଗଲା , ବିବାହର ସେହି ଶୁଭମୁହୂର୍ତ୍ତ ଭାସ୍କରାଚାର୍ଯ୍ୟଙ୍କୁ ଦୁଃଖ ସାଗରରେ ନିକ୍ଷେପ କରି ପ୍ରସ୍ଥାନ କଲା । ତା’ପରେ ସେ ପ୍ରତିଜ୍ଞାକଲେ ଯେ ନିଜ ଝିଅ ନାମରେ ଏପରି ଏକ କାଳଜୟୀ ପୁସ୍ତକ ଲେଖିବେ ଯାହାକି ସୃଷ୍ଟିର ଅନ୍ତ କାହିଁକି ଦ୍ୱିତୀୟ ସୃଷ୍ଟିର ପ୍ରାରମ୍ଭ ପର୍ଯ୍ୟନ୍ତ ବି ରହିବ ।
 
ଅନେକ ମୀମାଂସା ନିମନ୍ତେ ପ୍ରଶ୍ନ ଲୀଳାବତୀଙ୍କୁ ସମ୍ବୋଧନ କରି ସେଥିରେ ଉପସ୍ଥାପନ କରାଯାଇଛି । ଉଦାହରଣ ସ୍ୱରୂପ- “ହେ ଲୀଳାବତୀ ! ଯଦି ତୁମେ ଯୋଗ ଓ ବିୟୋଗ ବୁଝ ତେବେ ମୋତେ କୁହ ଯେ ୨, ୫, ୩୨, ୧୯୩, ୧୮, ୧୦, ୧୦୦ର ଯୋଗଫଳରୁ ୧୦,୦୦୦ ବିୟୋଗ କଲେ ବିୟୋଗଫଳ କେତେ ହେବ । ସେ ପୁନଶ୍ଚ ତାଙ୍କୁ ଏଣୀ-ନୟନା ବୋଲି ସମ୍ବୋଧନ କରି କହିଛନ୍ତି ଯେ “ହେ ଲୀଳାବତୀ ! ମୋତେ କୁହ ଯେ ୧୩୫ରୁ ୧୨ ଦ୍ୱାରା ଗୁଣନ କଲାବେଳେ ଗୁଣନକୁ କେତୋଟି ସଂଖ୍ୟାରେ ଭାଗ କରିପାରିବ ଏବଂ ହରଣ କଲାବେଳେ କେତୋଟି ଭାଜକ ଦ୍ୱାରା ଭାଗ କରାଯାଇ ପାରିବ ।”
୮ କ ଧାଡ଼ି:
 
==ପୁସ୍ତକର ସୂଚୀପତ୍ର==
୧୩ ଅଧ୍ୟାୟ ବିଶିଷ୍ଟବିଶିଷ୍ଠ ଲୀଳାବତୀ ପୁସ୍ତକରେ ମୁଖ୍ୟତଃ ସଂଜ୍ଞା, ଗାଣିତିକ ଶବ୍ଦାବଳୀ, ସୁଧକଷା, ଗାଣିତିକ ଏବଂ ଜ୍ୟାମିତିକ ପ୍ରଗତି, ସରଳ ଏବଂ କଠିନ ଜ୍ୟାମିତି, ସୂର୍ଯ୍ୟଘଡି ବା ଛାୟାଘଡ଼ିର ଶଙ୍କୁ, କୁଟକ(ଅନିର୍ଦ୍ଧିଷ୍ଟ ସମୀକରଣ ସମାଧାନ ପ୍ରଣାଳୀ) ଏବଂ ପଦାର୍ଥର ମିଳନ ଆଦି ବର୍ଣ୍ଣନା କରାଯାଇଛି । ଦ୍ୱିତୀୟ ଭାସ୍କର ଏଥିରେ ପାଏ(π)ର ମୂଲ୍ୟ ୨୨/୭
ବୋଲି ଉଲ୍ଲେଖ କରିବା ସହ ଜ୍ୟୋତିଷ ଶାସ୍ତ୍ରରେ ଏହାର ପ୍ରକୃତ ମୂଲ୍ୟ ୩୯୨୭/୧୨୫୦ ଅଟେ । ଏଥିରେ ସର୍ବବୃହତ୍ତମ ସଂଖ୍ୟା ପରାର୍ଦ୍ଧ ଅଟେ ଯାହାକି ଏକଶତ ସହସ୍ର ମହାପଦ୍ମ ଅଟେ । ଲୀଳାବତୀ ଶାସ୍ତ୍ରରେ ସାଧାରଣ ଲୋକ ବୁଝିବା ଭଳି ରାଜା, ହାତୀ ଆଦିଙ୍କୁ ନେଇ ଗୁଣନ, ବର୍ଗ ଏବଂ ଗାଣିତିକ ପ୍ରଗତିର ପ୍ରଣାଳୀ ଉଲ୍ଲେଖ କରାଯାଇଛି । ଲୀଳାବତୀ ପୁସ୍ତକର ତୃତୀୟ ଅଧ୍ୟାୟ ୫୪ପଦରେ ଏକ ଭଗ୍ନାଂଶ ବର୍ଣ୍ଣିତ ।
 
୨୧ କ ଧାଡ଼ି:
ଥିଲା କେତେଗୋଟି ହାରରେ ?।୨।
</poem></blockquote>
 
 
ଲୀଳାବତୀ ଶାସ୍ତ୍ରକୁ କଥ କରି ସେଥିରେ ଉଲ୍ଲେଖ କରାଯାଇଥିବା ସମସ୍ତ ଗାଣିତିକ ଏବଂ ଜ୍ୟାମିତିକ ସମସ୍ୟାର ସରଳ ସମାଧାନ କରି ପାରିଲେ ଏ ଦୁନିଆର ଲୀଳାଭୂମିରେ ଖୁସି ଏବଂ ଆନନ୍ଦର ଉଜ୍ଜଳ ଉଦାହରଣ ସ୍ୱରୂପ ପ୍ରତୀୟମାନ ହୋଇପାରିବ ।
"https://or.wikipedia.org/wiki/ଲୀଳାବତୀ"ରୁ ଅଣାଯାଇଅଛି