"ସମୁଦ୍ରଗୁପ୍ତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ବିଶିଷ୍ଟ → ବିଶିଷ୍ଠ using AWB
୩୨ କ ଧାଡ଼ି:
|place of burial =
|}}
'''ସମୁଦ୍ରଗୁପ୍ତ''', ଗୁପ୍ତବଂଶର ଜଣେ ଶ୍ରେଷ୍ଠ ଶାସକ ଥିଲେ । ସେ ଏକାଦିକ୍ରମେ ଜଣେ ଦିଗବିଜୟୀ,ସୁଶାସକ, କବି ଓ ସଙ୍ଗିତଜ୍ଞ ରୂପେ ପ୍ରସିଦ୍ଧ ଥିଲେ । କୁଶାଣ ବଂଶର ପତନପରେ ଉତ୍ତର [[ଭାରତ]] ତ୍ରମଶଃ ଅନେକ କ୍ଷୁଦ୍ର ସ୍ଵାଧୀନ ରାଜ୍ୟରେ ବିଭକ୍ତ ହେବାପରେ ଭାରତର ରାଜନୈତିକ ଏକତା ଓ ସଂହିତା ବ୍ୟାହତ ହୋଇଥିଲା । କିନ୍ତୁ ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀର ପ୍ରାରମ୍ଭରେ ଗୁପ୍ତ୍ରବଂଶର ଅଭ୍ୟୁଦୟ ଫଳରେ ଭାରତରେ ଶାନ୍ତି ଶୃଙ୍ଖଳା ତଥା ରାଜନୈତିକ ଏକତା ପୁନଃପ୍ରତିଷ୍ଠିତ ହୋଇଥିଲା । ସମ୍ଭବତଃ ୩୩୫ ଖ୍ରୀଷ୍ଟାବ୍ଦରେ ପ୍ରଥମ ଚନ୍ଦ୍ରଗୁପ୍ତଙ୍କ ପୁତ୍ର ସମୁଦ୍ରଗୁପ୍ତ ସିଂହାସନ ଆରୋହଣ କରିଥିଲେ । [[ଆଲାହାବାଦ]] ସ୍ତମ୍ଭଲେଖରୁ ତାଙ୍କର ରାଜତ୍ଵ ବିଶେଷତଃ ଦିଗବିଜୟ ସମ୍ଭନ୍ଧରେ ବହୁ ତଥ୍ୟ ଜଣାଯାଏ । ସମୁଦ୍ରଗୁପ୍ତଙ୍କ ରାଜସଭାର ବିଶିଷ୍ଟବିଶିଷ୍ଠ କବି ତଥା ସନ୍ଧିବିଗ୍ରହିକ ( ପ୍ରତିରକ୍ଷା ମନ୍ତ୍ରୀ) ହରିସେଣଙ୍କ ଦ୍ଵାରା ଏହି ସ୍ତମ୍ଭଲେଖର ପ୍ରଶସ୍ତି ରଚିତ ହୋଇଥିଲା । <ref>http://www.preservearticles.com/2011081610824/complete-biography-of-samudragupta-the-greatest-ruler-of-india.html</ref>
== ସାମ୍ରାଜ୍ୟ ବିସ୍ତାର ==
ଜଣେ ଦିଗବିଜୟୀ ବୀର ରୂପେ ସମୁଦ୍ରଗୁପ୍ତ ଅସାଧାରଣ ପ୍ରତିଭାର ପରିଚୟ ଦେଇଥିଲେ । ସେ ଆର୍ଯ୍ୟାବର୍ତ୍ତର (ଉତ୍ତର ଭାରତ) ରୁଦ୍ରଦେବ, ନାଗଦତ୍ତ,ଗଣପତିନାଗ ପ୍ରଭୃତି ନଅ ଜଣ ଶାସକଙ୍କୁ ପରାସ୍ତକରି ନରୱ୍ଆର, ବେଶନଗର,ପଦ୍ମାବତୀ,[[ଗ୍ବାଲିୟର]] ଆଦି ରାଜ୍ୟ ଅଧୀକାର କରିଥିଲେ ।
 
ସମୁଦ୍ରଗୁପ୍ତ ଦାକ୍ଷିଣାତ୍ୟର ୧୨ ଜଣ୍ ଶାସକଙ୍କୁ ପରାସ୍ତ କରିଥିଲେ । ଏହା ଫଳରେ ଗୁପ୍ତ ସାମ୍ରାଜ୍ୟ ଏକ ବିଶାଳ ସାମ୍ରାଜ୍ୟରେ ପରିଣତ ହୋଇଥିଲା । କିନ୍ତୁ ଏପରି ଏକ ବିଶାଳ ସମ୍ରାଜ୍ୟର ଶାସନ ସେ ଯୁଗରେ ଶୃଙ୍ଖଳାର ସହିତ ପରିଚାଳନା କରିବା ସମ୍ବବପର ହେବନାହିଁ ବୋଲି ସମୁଦ୍ରଗୁପ୍ତ ଉପଲବ୍ଧ କରିଥିଲେ । ତେଣୁ ସେ [[ମହାନଦୀ]] ଓ [[ନର୍ମଦା ନଦୀ]]ର ଦକ୍ଷିଣରେ ଥିବା ବିଜିତ ରାଜ୍ୟ ଗୁଡିକ ସେମାନଙ୍କର ଶାସକମାନଙ୍କୁ ଫେରାଇଦେଇଥିଲେ । ଏହି ବିଜିତ ରାଜାମାନେ ବିଖ୍ୟାତ ସମ୍ରାଟ ସମୁଦ୍ରଗୁପ୍ତଙ୍କର କରଦରାଜା ରୂପେ ରାଜ୍ୟଶାସନ କରିବାକୁ ଲାଗିଲେ । ଏହିପରି ଦାକ୍ଷିଣାତ୍ୟର ସମସ୍ୟା ସମାଧାନ କରିଥିବାରୁ ସମୁଦ୍ରଗୁପ୍ତ ଜଣେ ବିଚକ୍ଷଣ ରାଜନୈତିଜ୍ଞ ଥିଲେ ବୋଲି ଅନୁମାନ କରାଯାଏ । [[କାମରୂପ]], [[ନେପାଳ]] ପ୍ରଭୃତି କେତେକ ସୀମାନ୍ତ ରାଜ୍ୟ ଏବଂ ପଶ୍ଚିମ ଭାରତରେ ଅବସ୍ଥିତ [[ମାଳବ]], ଯୌଧେୟ ଆଦି ନଅ ଗୋଟି ଗଣତାନ୍ତ୍ରିକ ରାଜ୍ୟ ସମୁଦ୍ରଗୁପ୍ତଙ୍କ ବଶତା ସ୍ଵୀକାର କରିଥିଲା । ଉତ୍ତର-ପଶ୍ଚିମରେ ରାଜତ୍ଵ କରୁଥିବା କୁଶାଣ, ଶକ ପ୍ରଭୃତି ଜାତିମନେ ମଧ୍ୟ ତାଙ୍କ ପ୍ରତି ଆନୁଗତ୍ୟ ପ୍ରକାସ କରିଥିଲେ । [[ଶ୍ରୀଲଙ୍କା|ସିଂହଳ]]ର ମେଘବର୍ଣ୍ଣ ତାଙ୍କ ସହିତ କୂଟନୃତିକ ସମ୍ପର୍କ ସ୍ଥାପନ କରିଥିଲେ । <ref name="Singh2008">{{cite book|author=Upinder Singh|title=A History of Ancient and Early Medieval India: From the Stone Age to the 12th Century|url=http://books.google.com/books?id=H3lUIIYxWkEC&pg=PA477|accessdate=25 February 2013|date=1 September 2008|publisher=Pearson Education India|isbn=978-81-317-1120-0|pages=477–}}</ref>