"ଓଡ଼ିଶା ବିଧାନ ସଭା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଇତିହାସ: ଅଦ୍ୟତନ
ଟିକେ clean up, replaced: ବିଶିଷ୍ଟ → ବିଶିଷ୍ଠ using AWB
୩୮ କ ଧାଡ଼ି:
ପ୍ରତି ରାଜ୍ୟରେ ଗୋଟିଏ ବିଧାନ ସଭା ରହିଛି । ସାବାଳକ ଭୋଟଦାନ ମାଧ୍ୟମରେ ପ୍ରତ୍ୟକ୍ଷ ନିର୍ବାଚନ ଜରିଆରେ ଲୋକମାନଙ୍କ ଦ୍ଵାରା ଲୋକ-ପ୍ରତିନିଧୀ ଚୟନ କରାଯାଇ ବିଧାନ ସଭା ଗଠିତ ହୁଏ । ବିଧାନ ସଭାର ସଦସ୍ୟ ସଂଖ୍ୟା ସର୍ବାଧିକ ୫୬୦୦ ଓ ସର୍ବନିମ୍ନ ୬୦ ଅଟେ ।-->
== ସଦସ୍ୟ ନିର୍ବାଚନ ବ୍ୟବସ୍ଥା ==
ରାଜ୍ୟ ବିଧାନ ସଭାର ସଦସ୍ୟ ମାନେ ଭୋଟର ମାନଙ୍କ ଦ୍ଵାରା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ । [[ଭାରତ]]ର ନିର୍ବାଚନ ଆୟୋଗ ଏହି ନିର୍ବାଚନ କରାନ୍ତି । ସାଧାରଣତଃ ପ୍ରତି ପାଞ୍ଚ ବର୍ଷରେ ଥରେ ବା ଆବଶ୍ୟକ ସ୍ଥଳେ, ପାଞ୍ଚ ବର୍ଷ ପୂରନ ହେବା ପୂର୍ବରୁ ବିଧାନ ସଭା ଭଙ୍ଗ କରାଯାଇ ଯଥାଶିଘ୍ର (୬ ମାସ ମଧ୍ୟରେ) ନିର୍ବାଚନ କରାଯାଇ ନୂତନ ବିଧାନ ସଭା ଗଠନ କରାଯାଏ ।
 
ରାଜ୍ୟର ବିଧାନ ସଭାର ଆସନ ସଂଖ୍ୟା ଯେତିକି, ସେତିକି ସମାନ ସଂଖ୍ୟକ ଏକ-ସଭ୍ୟ ବିଶିଷ୍ଟବିଶିଷ୍ଠ ଆଞ୍ଚଳିକ ନିର୍ବାଚନ ମଣ୍ଡଳୀରେ ପ୍ରତିରାଜ୍ୟକୁ ବିଭକ୍ତ କରାଯାଇଥାଏ । ପ୍ରତି ନିର୍ବାଚନ ମଣ୍ଡଳୀରୁ ଜଣେ ଲେଖାଏଁ ପ୍ରାର୍ଥୀ ପ୍ରତ୍ୟକ୍ଷ ନିର୍ବାଚନ ଜରିଆରେ ନିର୍ବାଚିତ ହୋଇଥାନ୍ତି ।
 
ପ୍ରତି ଅଠର ବର୍ଷ ବା ତତୋଧିକ ବୟସ୍କ ସାବାଳକ ନାଗରିକ ଜଣେ ମତଦାତା ( ଭୋଟର) ହିସାବରେ ନିଜର ମତଦାନ ଅଧିକାର ନିର୍ବାଚନ ମାଧ୍ୟମରେ ସାବ୍ୟସ୍ତ କରି ନିଜ ନିର୍ବାଚନ ମଣ୍ଡଳୀରୁ ଜଣେ ପ୍ରାର୍ଥୀଙ୍କୁ ବିଧାନ ସଭାକୁ '''ଲୋକ-ପ୍ରତିନିଧି''' ବା ସଦସ୍ୟ (ଏମ:ଏଲ:ଏ) ଭାବେ ନିର୍ବାଚିତ କରିଥାନ୍ତି ।
୬୧ କ ଧାଡ଼ି:
 
== ଅଧ୍ୟକ୍ଷ ବା ବାଚସ୍ପତି ==
ବିଧାନ ସଭାର ଅଧ୍ୟକ୍ଷଙ୍କୁ ବାଚସ୍ପତି ଓ ଉପାଧ୍ୟକ୍ଷଙ୍କୁ ଉପବାଚସ୍ପତି କୁହାଯାଏ । ସେ ଦୁଇଜଣ ବିଧାନସଭାର ନିର୍ବାଚିତ ସଦସ୍ୟ ଅଟନ୍ତି । ଗୃହର ସଦସ୍ୟମାନଙ୍କ ଦ୍ଵାରା ସେମାନେ ନିର୍ବାଚିତ ହୁଅନ୍ତି । ପରମ୍ପରା ଅନୁସାରେ ବାଚସ୍ପତି ଓ ଉପ-ବାଚସ୍ପତି ନିର୍ଦ୍ଦ୍ଵନ୍ଦରେ ନିର୍ବାଚିତ ହୋଇଥାନ୍ତି । ବାଚସ୍ପତି ପଦ ଶାସକ ଦଳ ରଖନ୍ତି ଓ ଉପବାଚସ୍ପତି ପଦଟି ବିରୋଧୀଦଳ ନେଇଥାନ୍ତି । ବିରୋଧୀଦଳର ନେତାଙ୍କ ସହିତ ଆଲୋଚନା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ବାଚସ୍ପତି ପଦପାଇଁ ବିରୋଧୀଦଳର ସହମତି ଆଣିଥାନ୍ତି । ବାଚସ୍ପତି ହେଉଛନ୍ତି ଗୃହର ନିର୍ବିବାଦୀୟ ଓ ନିରପକ୍ଷ ଅଧ୍ୟକ୍ଷ। ସେ ଗୃହର ସଭା କାର୍ଯ୍ୟ ଶୃଙ୍ଖଳାର ସହିତ ପରିଚାଳନା କରନ୍ତି । ଉଭୟ ବାଚସ୍ପତି ଓ ଉପବାଚସ୍ପତି ଗୃହର ସଦସ୍ୟମାନଙ୍କ ଦ୍ଵାରା ନିର୍ବାଚିତ ଓ ବହିଷୃତ ହୁଅନ୍ତି । ଜଣେ ଅନ୍ୟଜଣଙ୍କୁ ଲିଖିତ ଭାବରେ ଜଣାଇ ନିଜ ପଦରୁ ଇସ୍ତଫା ଦେଇଥାନ୍ତି । ବିଧାନ ସଭା ପାଞ୍ଚ ବର୍ଷର ସମୟସୀମା ପୂର୍ବରୁ ଭାଙ୍ଗିଗଲେ , ବାଚସ୍ପତି ପଦ ଶୂନ୍ୟ ରହେନାହିଁ । ନୂତନ ବିଧାନ ସଭା ବିଧିବଦ୍ଧ ଭାବରେ ଗଠିତ ହୋଇ ନୂତନ ବାଚସ୍ପତି ନିର୍ବାଚିତ ହେବା ପର୍ଯ୍ୟନ୍ତ ବାଚସ୍ପତି ନିଜ ଦାୟିତ୍ଵରେ ରହନ୍ତି । ୧୪ ଦିନ ପୂର୍ବରୁ ଲିଖିତ ସୂଚନା ଦେଇ ନିର୍ଦ୍ଦିଷ୍ଟ ପ୍ରଣାଳୀ ଅବଲମ୍ବନ ପୂର୍ବକ ଗୃହର ସଦସ୍ୟ ମାନେ ସଂଖ୍ୟା ଗରିଷ୍ଠ ସମର୍ଥନରେ ବାଚସ୍ପତିଙ୍କୁ ତାଙ୍କ ପଦରୁ ଅପସାରଣ କରନ୍ତି । ବାଚସ୍ପତିଙ୍କର ସ୍ଵତନ୍ତ୍ର ସଚିବାଳ୍ୟ ( ସେକ୍ରେଟେରୀଏଟ୍) ଅଛି ।
 
ଉଭୟ ବାଚସ୍ପତି ଓ ଉପ-ବାଚସ୍ପତି ଅନୁପସ୍ଥିତ ରହିଲେ, ସଭା କାର୍ଯ୍ୟ ପରିଚାଳନା ପାଇଁ ଏକ '''ଅଧ୍ୟକ୍ଷ ମଣ୍ଡଳୀ''' ରହିଛି । ତେବେ ବାଚସ୍ପତି ଅନୁପସ୍ଥିତ ରହିଲେ, ଉପବାଚସ୍ପତି ଗୃହକାର୍ଯ୍ୟ ଚଳାନ୍ତି । ବିଧାନ ସଭାର ବିଧି ଓ ନିୟମାବଳୀକୁ ବାଚସ୍ପତି ଅବତାରଣା କରି ନିଜର ଚୂଡାନ୍ତ ନିଷ୍ପତି ଦେଇଥାନ୍ତି । ବିବାଦୀୟ ବିଷୟରେ ସେ ଗୃହର ମତାମତ ଲୋଡନ୍ତି ଓ ସର୍ବଦଳୀୟ ବୈଠକ ଡାକନ୍ତି । ବାଚନିକ ଭୋଟଦାନ ଓ ଗୋପନୀୟ ଭୋଟଦାନ ପଦ୍ଧତି ଅନୁସରଣ କରି ସେ ଗୃହର ମତାମତ ଘୋଷଣା କରନ୍ତି । ଭୋଟଦାନରେ ସପକ୍ଷ ଓ ବିପକ୍ଷରେ ସମାନ ସଂଖ୍ୟକ ଭୋଟ ମିଳିଲେ, ବାଚସ୍ପତି ନିଜର ନିର୍ଣ୍ଣାୟକ ଭୋଟ ଦେଇଥାନ୍ତି ।