"ରୁମାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ଔଷଧିୟ → ଔଷଧୀୟ using AWB
୨ କ ଧାଡ଼ି:
 
== ପରିଚୟ ==
'''ରୁମାଲ''', ଇଂରାଜୀରେ Handkerchief ({{IPA-en|ˈhæŋkərtʃɪf|pron}}), ବା '''handkercher''' ବା '''hanky''', ହେଉଛି ଚତୁର୍ଭୁଜାକାର ଏକ ଛୋଟ କପଡ଼ା, ଯାହାକୁ ସହଜରେ ପକେଟ ବା ପର୍ସରେ ନେଇହେବ। ଏହାର କାମ ହେଉଛି ମୁହଁ, ହାତ ବା ନାକ ପୋଛିବା।
 
ବେଳେ ବେଳେ ଏହା ହାକିମମାନଙ୍କ ସୁଟ୍ କୁ ସଜେଇବା ପାଇଁ ପକେଟରେ ରଖାଯାଇଥାଏ। ସାତରୁ ସତୁରୀ, ନର ଅବା ନାରୀ ସମସ୍ତେ ଏହାକୁ ବ୍ୟବହାର କରିଥାନ୍ତି। [[ଫାଇଲ:Grey and navy suit on mannequin.jpg|thumb|ସୁଟ ପକେଟରେ ରୁମାଲ]]
୧୦ କ ଧାଡ଼ି:
କୁହାଯାଏ ଖ୍ରୀ.ପୂ.୨୦୦ ଆଗରୁ କିଛି ଲୋକ ରୋମରେ ରୁମାଲ ବ୍ୟବହାର କରୁଥିଲେ। ସେତେବେଳେ ଏହାର ନାମ ଥିଲା ସୁ ଡେରିୟମ୍ ଅର୍ଥାତ୍ ଝାଳ ପୋଛିବାର କପଡ଼ା। ଖଣ୍ଡ ଯୁଦ୍ଧରେ ଏହାକୁ ବିଜୟ ବା ପରାଜୟର ସଙ୍କେତ ସଦୃଶ ମଧ୍ୟ ପତାକା ପରି ହଲା ଯାଉଥିଲା। ସେତେବେଳେ ଏହାର ଦାମ ବହୁତ ଅଧିକ ଥିଲା।
 
ଭାରତୀୟମାନେ ସିଲେଇ ହୋଇନଥିବା ଲୁଗାପଟା (ଯଥା ଧୋତି ଚାଦର ଅଥବା ଶାଢ଼ୀ) ଆଦି ବ୍ୟବହାର କରୁଥିବାରୁ ରୁମାଲର ବ୍ୟବହାର ପୁରାତନ ଭାରତରେ ନଥିଲା।
 
କେତେକଙ୍କ ମତରେ ଇଂରେଜ ଶାସକ ରିଚାର୍ଡ ଦ୍ୱିତୀୟ ହେଉଛନ୍ତି ରୁମାଲର ଆବିଷ୍କାରକ। ରିଚାର୍ଡ ଫ୍ରାନ୍ସରେ ଜନ୍ମ ଗ୍ରହଣ କରିଥିଲେ ଓ ଫ୍ରାନ୍ସର ରାଜକୁମାରୀଙ୍କୁ ବିବାହ କରିଥିଲେ। ବିବାହ ସମୟରେ ରାଜ ପରିବାର ତରଫରୁ ଝାଳ ପୋଛିବାପାଇଁ ତଉଲିଆ ପରି ଏକ ବସ୍ତ୍ର ଉପହାର ସ୍ୱରୂପ ତାଙ୍କୁ ମିଳିଥିଲା। ଏ ଗୁଡ଼ିକ ଖୁବ୍ ଓଜନିଆଥିଲା। ରାଜା ରିଚାର୍ଡ ଏହାକୁ ଛୋଟ ଛୋଟ କରି କଟାଇ ଝାଳ ପୋଛିବା ପାଇଁ ବ୍ୟବହାର କଲେ ଓ ସେଇ ଦିନଠାରୁ ଆରମ୍ଭ ହେଲା ରୁମାଲର ପ୍ରଚଳନ।
୧୮ କ ଧାଡ଼ି:
* ମହିଳାମାନେ ସେମାନଙ୍କର ନିଜ ପୋଷାକ ସହିତ ସମରଙ୍ଗର ରୁମାଲଟିକୁ ସର୍ବଦା ନିଜ ମୁଣି (ପର୍ସ)ରେ ରଖିଥାନ୍ତି।
* କେହି କେହି ମୁଣ୍ଡ ବିନ୍ଧିଲେ ରୁମାଲ ବାନ୍ଧନ୍ତି ତ କେହି କେହି ରୁମାଲ ବାନ୍ଧି ଫେସନ କରନ୍ତି।
* ସର୍ଦ୍ଦିକାଶ ହେଲେ ସିଙ୍ଘାଣି ପୋଛିବାକୁ ରୁମାଲ କାମରେ ଆସେ, କେହି କେହି ଏଥିରେ ଇଉକାଲିପଟାସ ତେଲ ପରି କିଛି ଔଷଧିୟଔଷଧୀୟ ତୈଳ ଲଗାଇ ଶୁଙ୍ଘିଥାନ୍ତି।
* ଖାଦ୍ୟ ନେବା ଆଣିବା କଲା ବେଳେ ରୁମାଲକୁ ଘୋଡ଼ାଇ ନେଇଥାନ୍ତି। ମୋଗଲ କାଳରେ ଖାଦ୍ୟଦ୍ରବ୍ୟରେ ସଜା ଥାଳିକୁ ସୁନ୍ଦର କରିବାପାଇଁ ରଙ୍ଗ ବେରଙ୍ଗର କୁଟୀ କାମ କରା ହେଇଥିବା ରୁମାଲରେ ଘୋଡ଼ା ଯାଉଥିଲା।
* ଉପହାର ସଦୃଶ।
୨୫ କ ଧାଡ଼ି:
* ଯିଏ ସିଲେଇ ଶିଖିବାକୁ ଯାଏ, ସେ ତା’ର ପ୍ରଥମ କାମ ଆରମ୍ଭ କରେ ରୁମାଲ ତିଆରିରୁ।
* କାହା କଥାକୁ ମନେ ରଖିବାପାଇଁ ‘‘ରୁମାଲରେ ଗଣ୍ଠି ପକାଇ ରଖ’’ ବୋଲି ମଧ୍ୟ କୁହାଯାଏ।
 
 
== ଆଧାର ==
"https://or.wikipedia.org/wiki/ରୁମାଲ"ରୁ ଅଣାଯାଇଅଛି