"ଇସ୍କନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ ଭକ୍ତିବେଦାନ୍ତ ଅନୁଷ୍ଠାନ ଭାଗ ସଂକଳନ
୧୬ କ ଧାଡ଼ି:
== ଇତିହାସ ==
ବିଗତ ପାଞ୍ଚଶହ ବର୍ଷ ଧରି ଇସ୍କନର ପ୍ରତିଷ୍ଠାତା ଶ୍ରୀଲ ଭକ୍ତିବେଦାନ୍ତ ସ୍ଵାମୀ ତାଙ୍କରି ଲେଖା ଏବଂ ଶ୍ରୀମଦ୍ [[ଭଗବତ ଗୀତା]], ଚୈତନ୍ୟ ଚରିତାମୃତ ଭଳି ଗ୍ରନ୍ଥର ଅନୁବାଦ ମାଧ୍ୟମରେ ପାଶ୍ଚାତ୍ୟରେ ଗୌଡୀୟ ବୈଷ୍ଣବ ମତବାଦର ବହୂଳ ପ୍ରଚାର କରିଛନ୍ତି । ବର୍ତ୍ତମାନ ଏହି ସବୁ ଗ୍ରନ୍ଥର ଅନୁବାଦ ସତୁରୀରୁ ଅଧିକ ଭାଷାରେ ଉପଲବ୍ଧ । ଏସବୁ ଇସ୍କନର ପବିତ୍ର ଗ୍ରନ୍ଥ ରୂପେ ବିବେଚିତ । ଏହି ମତବାଦରେ [[କୃଷ୍ଣ]] ହେଉଛନ୍ତି ଭଗବାନଙ୍କ ସମସ୍ତ ଅବତାରର ଉତ୍ସ । ଅତଏବ ଇସ୍କନ ଭକ୍ତ ମାନେ କୃଷ୍ଣଙ୍କୁ ଭଗବାନଙ୍କ ପ୍ରକୃତ ଏବଂ ସର୍ବୋଚ୍ଚ ସ୍ଵରୂପ ଭାବେ ପୂଜା କରନ୍ତି । ବୈଷ୍ଣବମାନେ ବିଷ୍ଣୁଙ୍କ ଉପାସକ ଅଟନ୍ତି ଏବଂ ପଶ୍ଚିମବଙ୍ଗର ଗୌଡଦେଶରେ ବିଷ୍ଣୁ ଉପାସନା କରୁଥିବା ଏହି ସଂପ୍ରଦାୟର ସୃଷ୍ଟି । ରାଧା ହେଉଛନ୍ତି ପ୍ରଭୁ ଶ୍ରୀକୃଷ୍ଣଙ୍କ ସହଭାଗିନୀ ଏବଂ ସ୍ଵର୍ଗୀର ପ୍ରେମର ଏକ ଅବତାର ମାତ୍ର । ଶ୍ରୀ ଚୈତନ୍ୟଙ୍କୁ ସାକ୍ଷାତ କୃଷ୍ଣଙ୍କର ଅବତାର ଭାବେ ବିଶ୍ଵାସ କରାଯାଏ । ଚାରି ଗୁରୁ ପରମ୍ପରା ମଧ୍ୟରୁ ଇସ୍କନ ହେଉଛି ମାଧବାଚାର୍ଯ୍ୟ ଗୁରୁ ପରମ୍ପରା ସହ ସମ୍ବନ୍ଧିତ । <ref>[http://www.mayapur.com/iskcon "ମାୟାପୁର"]</ref> ପ୍ରଭୁ ଶ୍ରୀକୃଷ୍ଣଙ୍କ ଅବତାର ନେଇଆସିଥିବା ପ୍ରଭୁ ଶ୍ରୀ [[ଚୈତନ୍ୟ]] ହେଉଛନ୍ତି ଏହି ପରମ୍ପରାର ପ୍ରତିଷ୍ଠାତା ।
 
== ଭକ୍ତିବେଦାନ୍ତ ଅନୁଷ୍ଠାନ ==
ଭକ୍ତିବେଦାନ୍ତ ଅନୁଷ୍ଠାନ (BI) ହେଉଛି ଇସ୍କନର ବିଜ୍ଞାନଭିତ୍ତିକ ଗବେଷଣା କେନ୍ଦ୍ର ବା ଶାଖା । ଭକ୍ତିବେଦାନ୍ତ ସ୍ଵାମୀ ଏବଂ ଭକ୍ତିସ୍ଵରୂପ ଦାମୋଦର ସ୍ଵାମୀଙ୍କ(Dr. T.D. Singh) ଦ୍ଵାରା ଏହା ୧୯୭୬ ମସିହାରେ ପ୍ରତିଷ୍ଠିତ । ପ୍ରତିଷ୍ଠାନର ମୂଳ ଲକ୍ଷ୍ୟ ହେଉଛି ବୈଦିକ ଜ୍ଞାନ ପ୍ରୟୋଗ ପୂର୍ବକ ପ୍ରକୃତି, ଜୀବନ ଏବଂ ଜଗତର ଉତ୍ପତ୍ତି ତଥା ଆତ୍ମ ସ୍ଵରୂପ ସଂପର୍କରେ ଅବଗତ ହେବା । ଭକ୍ତିବେଦାନ୍ତ ଅନୁଷ୍ଠାନର ମୂଳ ମନ୍ତ୍ର ବିଷୟରେ ସଂସ୍କୃତରେ କୁହାଯାଇଛି- "ଅଥାତୋ ବ୍ରହ୍ମ ଜୀଜ୍ଞାସା" । ଅର୍ଥାତ୍, ପ୍ରତ୍ୟେକେ ବ୍ରହ୍ମ ବା ଭଗବତ୍ ଜୀଜ୍ଞାସୁ ହେବା ଦରକାର । ଭକ୍ତିସ୍ଵରୂପ ଦାମୋଦର ସ୍ଵାମୀଙ୍କ ନିର୍ଦ୍ଦେଶନାରେ ଭକ୍ତିବେଦାନ୍ତ ଅନୁଷ୍ଠାନ ଚାରୋଟି ଆନ୍ତର୍ଜାତିକ ସ୍ତରର ସମ୍ମେଳନ ସହିତ ଶତାଧିକ ଆଲୋଚନା ଚକ୍ରର ଆୟୋଜନ କରାଯିବା ସହିତ ତିରିଶରୁ ଅଧିକ ବହିର ପ୍ରକାଶନ କରାଯାଇଛି । ବର୍ତ୍ତମାନ ଏହି ଅନୁଷ୍ଠାନର ସଂଖ୍ୟାଧିକ ଶାଖା ଅନୁଷ୍ଠାନ ମଧ୍ୟରେ କଲିକତାରେ ଥିବା ଅନୁଷ୍ଠାନଟି ହେଉଛି ଏଠାକାର ମୁଖ୍ୟ ଅନୁଷ୍ଠାନ ମାନଙ୍କ ମଧ୍ୟରେ ଅନ୍ୟତମ । କଲିକତାସ୍ଥିତ ଅନୁଷ୍ଠାନ ନିର୍ଦ୍ଦେଶକ ରୂପେ ବ୍ରଜପତି ଦାସ ଅବସ୍ଥାପିତ । ଆତ୍ମ ଚେତନା ସମ୍ପର୍କରେ ସ୍ନାତକ ଡିଗ୍ରୀ (M.S./Ph.D.) ପାଠ୍ୟକ୍ରମ ପ୍ରଚଳନ କରିବାରେ ଭକ୍ତିବେଦାନ୍ତ ଅନୁଷ୍ଠାନ ସମଗ୍ର ବିଶ୍ଵରେ ପ୍ରଥମ ହେବାର ଗୌରବ ଅର୍ଜନ କରିଛି ।<ref>[http://www.bvinst.edu/about-bi "bvinst.edu"]</ref>
 
== ଆଧାର ==
"https://or.wikipedia.org/wiki/ଇସ୍କନ"ରୁ ଅଣାଯାଇଅଛି