"ସାରଳା ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୬୫ କ ଧାଡ଼ି:
ତୁଙ୍ଗଭଦ୍ରା ନଦୀ କୁଳରେ ଜ୍ଞାନପୁର ନାମକ ଗାଁଟିଏ. ଗାଁକୁ ଲାଗି ଏକ ବଡ ଭୟଙ୍କର ମଶାଣୀ ଥାଏ, ଯାହାର ରାଜା ଥିଲା ବାବନାଭୁତ. ତା ଅଧୀନରେ ଥିବା ଭୁତ, ଡାହାଣୀ, ଚିରୁଗୁଣୀ ତାର ଆଦେଶ ପାଳନ୍ତି. ବାଟରେ ଯାଉଥିବା ଲୋକମାନଙ୍କୁ ସେମାନେ ଢେଲାପଥର ପକାଇ ହଇରାଣ କରନ୍ତି. ରାତିରେ ସେମାନଙ୍କୁ ଦେଖି କେହି ଯଦି ଭେଟଣା ହୋଇଗଲା, ତେବେ ରକ୍ତବାନ୍ତି କରି ମରି ଯାଉଥିଲା. ଭୁତମାନଙ୍କର ଏପରି ଉତ୍ପାତଯୋଗୁ ଗାଁ ଲୋକମାନେ ଡରିଡରି ବଡ କଷ୍ଟରେ ଦିନ ବିତାଉଥାନ୍ତି. ଦିନେ ସୋମରାଷ୍ଟ୍ର ଦେଶରୁ ଶୁଦ୍ରକ ରାଉଳ ବୋଲି ଜଣେ ବ୍ୟକ୍ତି ଆସି ସେ ଗାଁରେ ପହଙ୍ଚିଲେ, ତାଙ୍କୁ ଗୁଣି ଗାରୁଡି ଜଣାଥିଲା. ଲୋକମାନେ ରାଉଳଙ୍କୁ ପାଇ ଖୁସି ହେଲେ, ତାଙ୍କପାଇଁ ଘରଦ୍ଵାର କରିଦେଲେ. ରାଉଳଙ୍କର ଚାଷ କରିବାପାଇଁ ଜମି ଦରକାର ହେବାରୁ ସେ ସ୍ଥିର କଲେ ଯେ ବଡ ମଶାଣୀକୁ ଲାଗି ଯେଉଁ ଅନାବାଦୀ ଜମି ଅଛି, ତାକୁ ତାଡି ଚାଷ କରିବେ. ଚାଷଜମିରୁ ଯାହା ଉତ୍ପନ୍ନ କରିବେ ତାକୁ ବିକି ପରିଵାର ପୋଷିବେ. ଗାଁଲୋକଙ୍କୁ ସେ ମନକଥା କହିବାରୁ ସେମାନେ ତାଙ୍କୁ ବାବନାଭୁତର ଉପଦ୍ରବ କଥା କହିଲେ ଓ ସେ ଜମିରେ ଚାଷ ନ କରିବାକୁ ପରାମର୍ଶ ଦେଲେ. ଶୁଦ୍ରକ କହିଲା - "ମୁଁ କେତେ ଭୁତ ପ୍ରେତଙ୍କୁ ସାବାଡ଼ କରିଦେଇଚି, ବାବନାଟା କେତେ ମାତ୍ର! ମୁଁ ଏବର୍ଷ ସେ ଜମିରେ ମାଘତିଳ ଚାଷ କରିବି. ମୋତେ ହଳ ଚାରିଟା ଯୋଗାଡ଼ କରିଦିଅ. ତେଣିକି ମୋ ଦାୟୀତ୍ଵ. ତୁମେମାନେ ଵ୍ୟସ୍ତ ହୁଅନାହିଁ. ମୁଁ କେବଳ ଚାଷ ଆରମ୍ଭ କରେ, ଦେଖିବ ବାବନା କିପରି ଏ ସ୍ଥାନ ଛାଡ଼ିଯାଉଛି."
ହଳ କାମ ଆରମ୍ଭ ହେବାରୁ ଭୁତମାନେ ଯାଇ ବାବନାଭୁତକୁ ଏକଥା ଜଣାଇଲେ. ବାବନା ଆଦେଶରେ ଶହ ଶହ ଭୁତ ତାଙ୍କର କିଳିକିଳା ନାଦରେ ହଳିଆମାନଙ୍କୁ ଭୟଭୀତ କଲେ. ଏକଥା ଶ୍ହୁଣି ଶୁଦ୍ରକ ରାଉଳ ସେଠି ପହଙ୍ଚିଯାଇ ତା ଵିଦ୍ୟା ପ୍ରୟୋଗ କଲା, ଦଉଡି ଠେଙ୍ଗାରେ ଭୁତମାନଙ୍କୁ ପାନେ ଦେଲା. ଭୁତମାନେ ମୁକ୍ତିଦେବାକୁ ପ୍ରାର୍ଥନା କରିବାରୁ ରାଉଳ କହିଲା ଯଦି ତାକୁ ୬୦ପଉଟି ତିଳ ଦେବେ, ତେବେ ସେମାନଙ୍କୁ ମୁକ୍ତି ମିଳିବ. ସେମାନେ ରାଜି ହୋଇ ପଳାଇଗଲେ ଓ ବାବନାକୁ ସବୁ କହିଲେ. ବାବନାଭୁତ ସେ କଥାରେ ରାଜି ହେଲାନାହିଁ, ବରଙ୍ଗ୍ ତା କାମ କରିବାକୁ ବାହାରି ଗଲା. ରାଉଳ କିଛି ସମୟପରେ ଘରେ ପହନ୍ଚି ଦେଖିଲା ତା ପୁଅ ଖାଲି ନାଚିକୁଦି ଚିତ୍କାର କରୁଛି, ନାନା କଥା କହୁଛି. ରାଉଳ ଜାଣିଲା ତାକୁ ଭୁତ ଗ୍ରାସିଛି. ସେ ମନ୍ତ୍ର ପଢି ଭୁତକୁ ପିଟିଲା. ବାବନାଭୁତ ନାକ ଘଷି ରାଉଳକୁ ଷାଠିଏ ପଉଟି ତିଳ ଦେଲା ଓ ତାର ବଂଶ ଦଳବଳ ନେଇ କୁଅଡେ ଚାଲିଗଲା. ଲୋକମାନେ ରାଉଳକୁ ଧନ୍ୟ ଧନ୍ୟ କରି ଖୁସିରେ ରହିଲେ.
 
'''ଦ୍ଵାପର ଯୁଗର ଶ୍ରୀକୃଷ୍ଣ କଳିଯୁଗର ଜଗନ୍ନାଥ'''
 
ଜଗନ୍ନାଥ ଓଡିଆ ଜାତିର ଆରାଧ୍ୟ ଦେଵତା, ତାଙ୍କର ପ୍ରସିଦ୍ଧି ଵିଶ୍ଵବ୍ୟାପୀ. ଵିଶ୍ଵ ଦରବାରରେ ଓଡିଶାର ଜଗନ୍ନାଥ ଧର୍ମ ଅତୁଳନୀୟ, ସେ ହେଉଛନ୍ତି ସବୁ ଧର୍ମର ସମନ୍ଵୟ. ସବୁ ଚିନ୍ତା ଚେତନା ଏବଂ ସାରସ୍ଵତକୁ ଏକାଠି ମିଶାଇ ଦେଲେ ଯାହା ହେବ ତାହା ହିଁ ହେଉଛି - ଜଗନ୍ନାଥ ଧର୍ମ. ସେଇଥି ପାଇଁ ପ୍ରତ୍ୟେକ ଧର୍ମର ଧର୍ମାବଲମ୍ବୀ ତାଙ୍କୁ ନିଜ ନିଜ ଧର୍ମମତର ପ୍ରତୀକ ରୁପେ ଗ୍ରହଣ କରିବା ଲାଗି ଦ୍ଵିଧା ପ୍ରକଶ କରନ୍ତି ନାହିଁ. ଜଗତର ନାଥ ଜଗନ୍ନାଥଙ୍କୁ କିଏ କହେ 'ରାମ' କିଏ କହେ 'ବାମନ' କିଏ କହେ 'ଅଲେଖ ନିରଞନ' ପୁଣି କିଏ କହେ 'ବୁଦ୍ଧଦେବ'. ମାତ୍ର ଶାରଳା ଦାସ ଯୁକ୍ତି ଦର୍ଶାଇ ଦ୍ରୁଢ ସ୍ଵରରେ କହିଛନ୍ତି, ସେ ହେଉଛନ୍ତି 'ଶ୍ରୀକୃଷ୍ଣ'.
 
ଦ୍ଵାପର ଯୁଗର କଥା. ଶ୍ରୀକୃଷ୍ଣ ଶିଆଳି ଲତାରେ ଚୁପ ଚାପ ଶୋଇଥିଲେ. ଏଇ ସମୟରେ ସେ ବଣକୁ ମୃଗୟା ଉଦ୍ଦେଶ୍ୟରେ ଆସିଥିବା ଜାରାଶବର ଲତା ଗହଳିରେ ଶ୍ରୀକୃଷ୍ଣର ପାଦ ଯୋଡିକୁ ଦେଖି ମୃଗୁଣୀର କାନ ବୋଲି ଭାବିଲା ଏବଂ ଶର ବିନ୍ଧିଲା. ପାଖକୁ ଯାଇ ଦେଖେ ତ ସେ ଦ୍ଵାରିକାଧିପତି ଶ୍ରୀକୃଷ୍ଣ. ଜାରା ପ୍ରଭଙ୍କର ମହିମା ଆଗରୁ ଜାଣିଥିଲା, ଏବେ ଶ୍ରୀକୃଷ୍ଣଙ୍କର ହତ୍ୟାର କାରଣ ହୋଇଥିବାରୁ ସେ ନିଜକୁ ଖୁବ ଧିକ୍କାର କଲା. ମାତ୍ର ଏହା ଥିଲା ବିଧିର ବିଧାନ - ଜାରା ପୁର୍ବ ଜନ୍ମରେ ମାଗିଥିବା ବରର ମନସ୍କାମନା ପୁରଣ ମାତ୍ର .
 
"କାତରେ ବେନି ହାତ ଯୋଡି, କୃଷ୍ଣଙ୍କ ଚରଣ ତଳେ ପଡି
ଉଠି କପାଳେ ମାରି କର, ବୋଲଇ ମୁହିଁ ଦୁରାଚାର
ନ ଜାଣି କଲି ଏଡେ କର୍ମ, କେ ମତେ କଲା ମତିଭ୍ରମ
ତୁ ନାଥ ଜଗତ ସୋଦର, ଏ ଅପରାଧ କ୍ଷମା କର"
 
ଜାରାଶବର ହାତରେ ଶ୍ରୀକୃଷ୍ଣଙ୍କ ଦେହବସାନ ହେଲା ପରେ ପାଣ୍ଡଵମାନେ ତାଙ୍କୁ ନେଇ ସମୁଦ୍ର କୁଳରେ ଦାହ କଲେ. ମାତ୍ର ସେ ଅକ୍ଷୟ ବ୍ରହ୍ମ ପୁର୍ଣ୍ଣ ଦାହ ହେଲା ନାହ୍ହି ତେଣୁ ପାଣ୍ଡଵମାନେ ନିରାଶ ହୋଇ ଶେଷକୁ ଉପାୟ ନପାଇ ସେଇ ଦରପୋଡା ବ୍ରହ୍ମକୁ ସମୁଦ୍ରରେ ଭସାଇ ଦେଲେ. ସେ ବ୍ରହ୍ମ ଭାସି ଭାସି ଯାଇ ପୁରୀର ସମୁଦ୍ର ତଟରେ ପହନ୍ଚିଲା. ସେଇଠି ଯୁଗ ଯୁଗ ଧରି ସେ ନୀଳମାଧଵ ରୁପରେ ପୂଜା ପାଇଲେ. ଵିଷ୍ଣୁଙ୍କ ସନ୍ଧାନରେ ମାଳବରୁ ରାଜା ଇନ୍ଦ୍ରଦ୍ୟୁମ୍ନ ଏବଂ ବ୍ରାହ୍ମଣ ଵିଦ୍ୟାପତି ଆସିଲେ. ନୀଳମାଧଵ ଉଭେଇ ଯାଇ ବାଙ୍କି ମୁହାଣରେ ଦେଖା ଦେଲେ ଦାରୁବ୍ରହ୍ମ ଆକାରରେ. ରାଜା ସୈନ୍ୟସାମନ୍ତ, ସକଳ ଅଶ୍ଵ ଗଜ ନେଇ "ଦାରୁବ୍ରହ୍ମ" ପାଇଁ ଗଲେ. ଦାରୁବ୍ରହ୍ମ ପ୍ରୁଷ୍ଠରେ ଶ୍ରୀକୃଷ୍ଣଙ୍କର ଶଙ୍ଖ, ଚକ୍ର, ଗଦା, ପଦ୍ମ ପ୍ରଭୃତି ଚିହ୍ଣ ସବୁ ବିଦ୍ୟମାନ ଥିଲା. ମାତ୍ର ଦାରୁବ୍ରହ୍ମ ଅଟଳ ରହିବାରୁ ରାଜା ଅଧିଆ ପଡିଲେ. ଠାକୁର ତାଙ୍କୁ ସ୍ଵପ୍ନରେ ଛାୟାପ୍ରାୟ ଦୃଶ୍ୟ ହୋଇ କହିଲେ "ରାଜା, ତୋର ପାର୍ଥିବ ଶକ୍ତି ବଳରେ ଏଠାରୁ ମୋତେ ଟଳେଇ ନେବାର ବୃଥା ଚେଷ୍ଟା କରନା. ଆସନ୍ତା କାଲି ମୋର ପ୍ରକୃତ ସେବକ ବିଦ୍ୟାପତିଙ୍କର ଵଂଶଧର ମାନଙ୍କୁ ଡକେଇ ଆଣି ଗୋଟିଏ ପାଖରେ ଠିଆ କରାଇବୁ ଓ ଆର ପାଖରେ ଜାରାର ଵଂଶଧରଙ୍କୁ. ସେଇମାନେ ଏକତ୍ର ଛୁଇଁଲେ ମୁଁ ଯିବି". ଶେଷରେ ତାହା ହି ହେଲା. ଦାରୁବ୍ରହ୍ମ ଭକ୍ତମାନଙ୍କ ଉପସ୍ଥିତିରେ ଅକ୍ଳେଶରେ ଉଠି ଚାଲିଲେ. ଅମୁହାଁ ଦେଉଳରେ ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚାଙ୍କ ପରାମର୍ଶରେ ମୂର୍ତ୍ତୀଗଢା ଆରମ୍ଭ ହେଲା. ଏଇ ମୂର୍ତ୍ତୀ ଗଢିବା କାର୍ଯ଼୍ୟ କଲେ ସ୍ଵୟଂ ଵିଶ୍ଵକର୍ମା.
 
ସେଇ ଦାରୁ ଦେଵତା... ଶବର ଦେଵତା... ହେଉଛନ୍ତି ଦ୍ଵାପରର ଶ୍ରୀକୃଷ୍ଣ (ଜଗନ୍ନାଥ) ବଳଭଦ୍ର ଏଵଂ ସୁଭଦ୍ରା! ପାଖରେ ତାଙ୍କର ସୁଦର୍ଶନ. ଯାହା ପାଖରେ ଵିଚାର ନାହିଁ ଆର୍ଯ଼୍ୟ, ଅନାର୍ଯ଼୍ୟ, ବ୍ରାହ୍ମଣ, ଶୁଦ୍ର, ହିନ୍ଦୁ, ମୁସଲମାନର. ସେ ଆଚାଣ୍ଡାଳ ବ୍ରାହ୍ମଣ ସମସ୍ତଙ୍କର.
 
ଆଜିକୁ ଛହଶହ ବର୍ଷ ତଳେ ଶାରଳା ଦାସ ଯାହା କଳ୍ପନା କରି ଯାଇଥିଲେ ଆଜି ତାହା ଵାସ୍ତବ ରୁପ ନେଇଛି.
 
'''କଳି ଅଵତରଣ ପ୍ରସଙ୍ଗ'''
 
ମହାଭାରତ ଯୁଦ୍ଧ ଶେଷ ହେଲା, ଧର୍ମରେ ଥିବାରୁ ପନ୍ଚୁପାଣ୍ଡଵଙ୍କର ଵିଜୟ ହେଲା. ସେତେବେଳକୁ ଦ୍ଵାପର ଯୁଗ ସରି ଆସିଲାଣି, କଳିଯୁଗ ପ୍ରଵେଶ କରିବାକୁ ଥାଏ. କଳିକାଳରେ ଧର୍ମନନ୍ଦନ ଯୁଧିଷ୍ଠିର କିପରି ରାଜ୍ୟ କରିବେ ବୋଲି ଭାବି ସହଦେଵ କଳିକୁ ଅଟକାଇ ରଖିଲେ. ଯୁଧିଷ୍ଠିର ସ୍ଵର୍ଗାରୋହଣ କରିବାକୁ ପ୍ରସ୍ତୁତ ହେଉଥାନ୍ତି, ସେତିକିବେଳେ ତାଙ୍କ ପାଖହୁ ଏକ ମୋକଦ୍ଦମା ଆସିଲା. ଜଣେ ବ୍ରାହ୍ମଣ ତାଙ୍କର ଶୁଦ୍ର ଚାକର ସହ ସୁନାକଙ୍କଣ ଦୁଇଟି ଧରି ଆସିଲେ. ବ୍ରାହ୍ମଣଙ୍କ ଢିପଜମିରୁ ଖୋଳୁ ଖୋଳୁ ଶୁଦ୍ରକୁ ତାହା ମିଳିଥିଲା, ତେଣୁ ସେ ମାଲିକଙ୍କ ପାଖରେ ତାହା ଦେଲା. କିନ୍ତୁ ବ୍ରାହ୍ମଣ ସେ କଙ୍କଣ ଗ୍ରହଣ କଲେ ନାହିଁ, ବରଂ କହିଲେ ଯେ ସେ କଙ୍କଣ ତାଙ୍କର ପ୍ରାପ୍ୟ ନୁହେଁ କାରଣ ତାଙ୍କ ଚାକର ପରିଶ୍ରମ କରି ପାଇଥିବାରୁ କଙ୍କଣ ତାର ହେବା ଉଚିତ. ମାତ୍ର ଚାକର ସେକଥା ନ ଶୁଣି ମାଲିକଙ୍କ ଜମିରୁ ତାହା ମିଳିଥିବାରୁ ତାହା ମାଲିକଙ୍କର ବୋଲି ଯୁକ୍ତି କରିଥିଲା. ଏଥିପାଇଁ ଦୁଇଜଣଙ୍କ ଭିତରେ କଳିଗୋଳ ଭୟଙ୍କର ରୁପ ଧାରଣ କଲା. ଉଭୟ ଏହାର ସମାଧାନ ପାଇ ବହୁଲୋକଙ୍କ ପାଖକୁ ଯାଇ ନିରାଶ ହୋଇ ସେମାନେ ଯୁଧିଷ୍ଠିରଙ୍କ ପାଖକୁ ଆସିଲେ ନ୍ୟାୟ ପାଇଁ. ଯୁଧିଷ୍ଠିର ସବୁ ସୁଣି ସମାଧାନ ପାଇଁ ମନ୍ତ୍ରୀ ସହଦେଵଙ୍କୁ ପଚାରିଲେ. ସହଦେଵ କହିଲେ ମୁ କଳିକୁ ଅଟକାଇ ରଖିଛି, ଏଣୁ ଦ୍ଵାପର ଯୁଗର ପ୍ରଭାବ ଏବେ ବି ରହିଛି. ଆପଣ ତ ସ୍ଵର୍ଗକୁ ବାହାରିଲେଣି. ଆପଣଙ୍କ ଆଜ୍ଞା ହେଲେ ମୁ କଳିକୁ ମୁକ୍ତ କରିଦେବି. ରାଜା ପରୀକ୍ଷିତ ଏହାର ଵିଚାର କରିବେ.
 
ଯୁଧିଷ୍ଠିର ସେଥିରେ ରାଜି ହେବାରୁ ସହଦେବ କଳିକୁ ମୁକ୍ତ କରିଦେଲେ. ପରୀକ୍ଷିତଙ୍କ ଆଗରେ ହଠାତ କଳି ପ୍ରଭାବରେ ବ୍ରାହ୍ମଣ ଓ ଶୁଦ୍ରଙ୍କ କଥା ଓ ଯୁକ୍ତି ବଦଳି ଗଲା. ଦୁହେଁ କଙ୍କଣକୁ ନିଜର ବୋଲି ଦାବୀ କଲେ, ନାନା ଯୁକ୍ତି ଦେଇ ପ୍ରମାଣ କରିବାକୁ ଚେଷ୍ଟା କଲେ ଯେ କଙ୍କଣର ମାଲିକ ସେମାନେ. ହଠାତ ଦୁହେଁ କଙ୍କଣ ପାଇବା ପାଇଁ କଳିଗୋଳ ମଧ୍ୟ କଲେ. ସବୁ ଶୁଣି ରାଜା ପରୀକ୍ଷିତ କହିଲେ - ତୁମେ କେହି ସେ ଜିନିଷ ପାଇବ ନାହିଁ. ତାହା ରାଜକୋଷରେ ଜମା ହେବ.
 
ସେ ଘଟଣା ଦେଖି ଯୁଧିଷ୍ଠିର ଆଉ ମୁହୁର୍ତ୍ତଟିଏ ମଧ୍ୟ କଳି ରାଜୁତିରେ ନ ରହିବାକୁ ସ୍ଥିର କଲେ. ଚାରିଭାଇ ଓ ଦ୍ରୌପଦୀଙ୍କୁ ନେଇ ହିମାଳୟ ଅଭିମୁଖେ ଚାଲିଲେ.
 
'''ଚଣ୍ଡି ପୁରାଣ'''
 
ଶୁକ-ପରୀକ୍ଷିତ ସମ୍ବାଦ ଛଳରେ କବି ଚଣ୍ଡିପୁରାଣରେ ସମସ୍ତ କଥାକୁ ବର୍ଣନା କରିଛନ୍ତି. ମହାଭାରତର ଵିଲଙ୍କା ରାମାୟଣ ପରି ଚଣ୍ଡିପୁରାଣ ଗ୍ରନ୍ଥଟି କବି ସାରଳା ଦାସ ଚଣ୍ଡିଙ୍କ ଆଜ୍ଞାରେ ତାଙ୍କରି ଭାଷାକୁ ପ୍ରକାଶ କରିବାର ବର୍ଣନା କରିଛନ୍ତି. ଏହି ପୁରାଣ ପରବର୍ତ୍ତୀ କାଳରେ ହିନ୍ଦୁମାନଙ୍କ ଘରେ ଚଣ୍ଡିପୁରାଣ ଭାବେ ଅଦ୍ୟାବଧି ପୂଜିତ ହେଉଛି.
 
ବ୍ରହ୍ମାଙ୍କ ବଳରେ ବଳିୟାନ ମହିଷାସୁର ଦେବ, ଦାନବ, ଯକ୍ଷ, ରକ୍ଷ, ଗନ୍ଧର୍ବ, ନର ଓ ବାନର କାହା ଦ୍ଵାରା ମୃତ୍ୟୁ ହେବନାହିଁ ବୋଲି ଜାଣି ପ୍ରବଳ ଯୁଦ୍ଧ ପରେ ସମସ୍ତଙ୍କୁ ପରାସ୍ତ କଲା. ଦିଗ୍ବିଜୟୀ ଵୀର ହୋଇ ଶେଷରେ ସ୍ଵର୍ଗ ଉପରେ ଆକ୍ରମଣ କଲା ଓ ଦେବଗଣଙ୍କୁ ପରାସ୍ତ କଲା. ଅନେକ ଦେବତାଙ୍କୁ ଆଣି ବନ୍ଦୀ କରିବାରୁ ଦେବତାମାନେ ଭୟରେ ଲୁଚିଲେ. ଦେଵତାଙ୍କ ମୁଖର ଅଗ୍ନିରୁ ଦେଵୀ ଦୁର୍ଗା ଜନ୍ମ ନେଲେ. ମହିଷାସୁର ଦେବୀଙ୍କ ମୋହିନୀ ରୁପରେ ଟାଣି ହୋଇ ତାଙ୍କୁ ସ୍ତ୍ରୀ ରୁପେ ପାଇବାପାଇଁ ତାର ସେନାପତି ଚାମର, ବେମାଳ, କାଳ, ଵିକାଳ, କାନ୍ତିମାଳା, ଵିଡାଳାକ୍ଷ, ରକ୍ତବିର୍ୟ, ଵୀରଘଣ୍ଟ ଓ କାଳଦନ୍ତ ଆଦିଙ୍କୁ ପଠାଇଲା. ମାତ୍ର ଦେବୀ ସମସ୍ତଙ୍କୁ ମାରି ଶେଷରେ ମହିଷାସୁରକୁ ବଧ କରି ସମସ୍ତଙ୍କୁ ଶାନ୍ତି ପ୍ରଦାନ କଲେ.
 
'''ଲକ୍ଷ୍ମୀନାରାୟଣ ବଚନିକା'''
 
କବିଙ୍କ ଅନ୍ୟାନ୍ୟ ଗ୍ରନ୍ଥ ଗୁଡିକ "ଦାଣ୍ଡିବୃତ୍ତ"ରେ ଲେଖାଯାଇଛି. "ଲକ୍ଷ୍ମୀନାରାୟଣ ବଚନିକା" ଗ୍ରନ୍ଥଟି ଖୁବ କ୍ଷୁଦ୍ର, ଅଣାଅଶୀ ପଦର. ଗ୍ରନ୍ଥଟିରେ ଲକ୍ଷ୍ମୀ ନାରାୟଣଙ୍କର କଥୋପକଥନ ବର୍ଣନା କରାଯାଇଛି.
 
ଲକ୍ଷ୍ମୀନାରାୟଣ ତାଙ୍କର ଗୁରୁବାର ବ୍ରତ ସମ୍ବନ୍ଧରେ ଯାହା କିଛି ବର୍ଣନା କରିଛନ୍ତି ତାହାହିଁ ଗ୍ରନ୍ଥଟିର ବିଷୟବସ୍ତୁ. ଲକ୍ଷ୍ମୀ ମଣ୍ଡାଫୁଲ, ପଦ୍ମଫୁଲ ଓ ଅଁଳା ପୂଜାରେ ବହୁତ ଖୁସି ହୁଅନ୍ତି ଏବଂ ଭକ୍ତମାନଙ୍କୁ ମନଜାଣି ଫଳ ଦେଇଥାନ୍ତି. ଲକ୍ଷ୍ମୀ ପୁରୁଷ ଓ ସ୍ତ୍ରୀ ମାନଙ୍କର ବିଭିନ୍ନ ଆଚାର ବ୍ୟବହାର କଥା କହି କାହା ପାଖରେ କମ୍ ରହନ୍ତି ବର୍ଣନା କରିଛନ୍ତି. ଏହାଛଡା ସମାଜର ସମସ୍ତ ଅନୀତି କାର୍ଯ୍ୟକୁ ବାରଣ କରିଛନ୍ତି. ସମାଜରେ କେଉଁ ଦିନ କଣ କରିବ,କଣ ନ କରିବ, ଭଲ ବା ମନ୍ଦ କାମ କଲେ କି ଫଳ ମିଳେ, ଗୁରୁବାର ବ୍ରତ ଭାବେ ସମାଜକୁ ଉପଦେଶ ଦେଇଛନ୍ତି. ଗାଇ ବାଛୁରୀ ଜନ୍ମ ଦେଲେ କେତେ ଦିନ ପରେ ଦୁହିଁବା କଥା, କେଉଁ ତିଥିରେ କଣ ଖାଇବା ନିଷେଧ, ଦାନ୍ତରେ ନଖ କଟିଲେ କି ଫଳ ମିଳେ ବର୍ଣନା ରହିଛି. ଏସବୁ ଦ୍ଵାରା ବିଶୃଙ୍ଖଳା ଦୂର ହୋଇ ସମାଜ ସୁସ୍ଥ ହୋଇପାରିବ ବୋଲି ଜଣାଯାଏ.