"ସାରଳା ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୫୨ କ ଧାଡ଼ି:
 
ତା ପରଦିନ ସକାଳୁ ଶିଵ ବୃଷଭଠାରୁ ସବୁ କଥା ଶୁଣି ଶାହାଡ଼ାଗଛର ମାହାତ୍ମ୍ୟ ଜାଣିପାରିଲେ.
 
'''ଉଆଁସୀ କନ୍ୟା'''
 
ବ୍ରହ୍ମରାକ୍ଷସ ଦୋଷ ନେଇ ଜନ୍ମ ହୋଇଥିବାରୁ ଧୃତରାଷ୍ଟ୍ରଙ୍କୁ କନ୍ୟା ମିଳୁନଥିଲେ କି ଉଆଁସୀ କନ୍ୟା ଗାନ୍ଧାରୀଙ୍କୁ ବର ମିଳୁନଥିଲେ. ତେଣୁ ଦୁହେଁ ଅବିବାହିତ ଥିଲେ କାରଣ ଯେଉଁଠି ସେମାନଙ୍କ ବିବାହ ପ୍ରସ୍ତାବ ପଡୁଥିଲା, ସେ ବରକନ୍ୟା ମାନେ ମରିଯାଉଥିଲେ. ଶେଷରେ ବ୍ୟାସକବି ନିଜେ ରାଜା ଗାନ୍ଧାରସେନଙ୍କୁ ତାଙ୍କ ପୁଅ ଧୃତରାଷ୍ଟ୍ରଙ୍କ ପାଇଁ ଗାନ୍ଧାରୀଙ୍କୁ ମାଗିଲେ. ଗାନ୍ଧାରସେନ ପ୍ରଥମେ ରାଜି ହେଉ ନଥିଲେ, କିନ୍ତୁ ବିବାହ ପୁର୍ବରୁ ତାଙ୍କର ଏକମାତ୍ର କନ୍ୟା ଗାନ୍ଧାରୀଙ୍କୁ ଶାହାଡ଼ାଗଛ ସହ ଵିଵାହ ଦେବେ ବୋଲି ବ୍ୟାସଦେଵ ପରାମର୍ଶ ଦେବାରୁ ରାଜା ମାନିଲେ. ଯେମିତି ଶାହାଡ଼ାଗଛର ଡାଳରେ ଗାନ୍ଧାରୀଙ୍କ ହାତ ରଖି ହସ୍ତଗଣ୍ଠି ପଡିଛି, ଦେଖୁ ଦେଖୁ ଆଖିପିଛୁଳାକେ ସମସ୍ତଙ୍କ ଆଖି ଆଗରେ ଗଛଟି ପୋଡି ପାଉଁଶ ହୋଇଗଲା. ଗାନ୍ଧାରୀଙ୍କ ସବୁ ଦୋଷ କଟିଗଲା ଓ ସେ ଧୃତରାଷ୍ଟ୍ରଙ୍କୁ ଵିଵାହ କଲେ.
 
'''ସତ୍ୟ ଆମ୍ବ କଥା'''
 
ପାଣ୍ଡଵମାନଙ୍କ ଅଜ୍ଞାତ ଵନବାସ ସ୍ଥାନର ପରିଚୟ ପାଇବା ଉଦ୍ଦେଶ୍ୟରେ ଦିନେ ଦୁର୍ଯୋଧନ ଶକୁନିଙ୍କ ସହିତ ମନ୍ତ୍ରଣା କରିଛନ୍ତି ଓ ତାଙ୍କ ପରାମର୍ଶକ୍ରମେ ପୁରଚନ ପଣ୍ଡାଙ୍କ ପୁତ୍ର ଗୌରମୁଖକୁ ଡାକି ଅନୁସନ୍ଧାନ ନିମିତ୍ତ ପଠାଇଛନ୍ତି. ଯେଉଁମାନେ ଆଶ୍ଵିନ ମାସରେ ଆମ୍ବଫଳ ଦେଇ ପାରିବେ, ସେମାନେ ପାଣ୍ଡଵ ବୋଲି ଚିହ୍ନିବ ଵୋଲି ଗୌରମୁଖଙ୍କୁ କହିଛନ୍ତି. ଚାରିମାସ ପର୍ଯନ୍ତ ଖୋଜିବା ପରେ ଶେଷରେ ଗୌରମୁଖ ପାଣ୍ଡଵମାନଙ୍କୁ ଅସ୍କନ୍ଦ ଵନରେ ଠାବ କରି ତାଙ୍କର ଅତିଥି ହୋଇଛନ୍ତି. ସେ ଯୁଧିଷ୍ଠିରଙ୍କୁ ପାଚିଲା ଆମ୍ବ ଖାଇବା ପାଇଁ ମାଗିଛନ୍ତି. ଅତିଥିଙ୍କର କଥା ଶୁଣି ଯୁଧିଷ୍ଠିର ଚିନ୍ତିତ ହୋଇ ପଡିଛନ୍ତି. ଅସମୟରେ ମିଳିବନାହିଁ ଜାଣି ମଧ୍ୟ ଯୁଧିଷ୍ଠିର ଚାରିଭାଇଙ୍କୁ ଆମ୍ବ ଆଣିବାକୁ ପଠାଇଛନ୍ତି ହେଲେ ସମସ୍ତେ ନିରାଶ ହୋଇ ଫେରିଛନ୍ତି. ଶେଷରେ ଯୁଧିଷ୍ଠିର ଶ୍ରୀକୃଷ୍ନଙ୍କୁ ସ୍ମରଣ କରିଛନ୍ତି ଓ ତାଙ୍କୁ ପନ୍ହୁପାଣ୍ଡଵ ସତକଥା କହିଛନ୍ତି. ପାଙ୍ଚଭାଇଙ୍କ ସତ୍ୟକଥା ଶୁଣି ଆମ୍ବ ଟାକୁଆରୁ ଗଜା ହୋଇ ଗଛ ହୋଇଛି, ଫୁଲ ଫୁଟିଛି, କଷି ଧରିଛି. ଶେଷକୁ ଦ୍ରୌପଦୀଙ୍କ ସତ୍ୟକଥାରେ ଆମ୍ବଟି ପାଚି ହଳଦିଆ ପଡିଯାଇଛି. ଯୁଧିଷ୍ଠିର ଖୁସି ହୋଇ ବ୍ରାହ୍ମଣଙ୍କୁ ସେ ଅଦିନ ଆମ୍ବଟି ପ୍ରଦାନ କରିଛନ୍ତି. ବ୍ରାହ୍ମଣ ଗଧୋଇସାରି ଖାଇବେ ବୋଲି କହି ଆମ୍ବଟି ନେଇ ସେଠାରୁ ପଳାଇ ଯାଇଛନ୍ତି. ମାତ୍ର ବ୍ରାହ୍ମଣଙ୍କର ମନ୍ଦ ଉଦ୍ଦେଶ୍ୟ ଜାଣିପାରି ଶ୍ରୀକୃଷ୍ନ ଆମ୍ବଟି ହରଣ କରି ନେଇଛନ୍ତି ଓ ଦୁର୍ଯୋଧନ ପାଣ୍ଡଵମାନଙ୍କ ସମ୍ବନ୍ଧରେ ଆଉ ପ୍ରମାଣ ପାଇନାହାନ୍ତି.
 
'''ବାବନାଭୁତ କଥା'''
 
ତୁଙ୍ଗଭଦ୍ରା ନଦୀ କୁଳରେ ଜ୍ଞାନପୁର ନାମକ ଗାଁଟିଏ. ଗାଁକୁ ଲାଗି ଏକ ବଡ ଭୟଙ୍କର ମଶାଣୀ ଥାଏ, ଯାହାର ରାଜା ଥିଲା ବାବନାଭୁତ. ତା ଅଧୀନରେ ଥିବା ଭୁତ, ଡାହାଣୀ, ଚିରୁଗୁଣୀ ତାର ଆଦେଶ ପାଳନ୍ତି. ବାଟରେ ଯାଉଥିବା ଲୋକମାନଙ୍କୁ ସେମାନେ ଢେଲାପଥର ପକାଇ ହଇରାଣ କରନ୍ତି. ରାତିରେ ସେମାନଙ୍କୁ ଦେଖି କେହି ଯଦି ଭେଟଣା ହୋଇଗଲା, ତେବେ ରକ୍ତବାନ୍ତି କରି ମରି ଯାଉଥିଲା. ଭୁତମାନଙ୍କର ଏପରି ଉତ୍ପାତଯୋଗୁ ଗାଁ ଲୋକମାନେ ଡରିଡରି ବଡ କଷ୍ଟରେ ଦିନ ବିତାଉଥାନ୍ତି. ଦିନେ ସୋମରାଷ୍ଟ୍ର ଦେଶରୁ ଶୁଦ୍ରକ ରାଉଳ ବୋଲି ଜଣେ ବ୍ୟକ୍ତି ଆସି ସେ ଗାଁରେ ପହଙ୍ଚିଲେ, ତାଙ୍କୁ ଗୁଣି ଗାରୁଡି ଜଣାଥିଲା. ଲୋକମାନେ ରାଉଳଙ୍କୁ ପାଇ ଖୁସି ହେଲେ, ତାଙ୍କପାଇଁ ଘରଦ୍ଵାର କରିଦେଲେ. ରାଉଳଙ୍କର ଚାଷ କରିବାପାଇଁ ଜମି ଦରକାର ହେବାରୁ ସେ ସ୍ଥିର କଲେ ଯେ ବଡ ମଶାଣୀକୁ ଲାଗି ଯେଉଁ ଅନାବାଦୀ ଜମି ଅଛି, ତାକୁ ତାଡି ଚାଷ କରିବେ. ଚାଷଜମିରୁ ଯାହା ଉତ୍ପନ୍ନ କରିବେ ତାକୁ ବିକି ପରିଵାର ପୋଷିବେ. ଗାଁଲୋକଙ୍କୁ ସେ ମନକଥା କହିବାରୁ ସେମାନେ ତାଙ୍କୁ ବାବନାଭୁତର ଉପଦ୍ରବ କଥା କହିଲେ ଓ ସେ ଜମିରେ ଚାଷ ନ କରିବାକୁ ପରାମର୍ଶ ଦେଲେ. ଶୁଦ୍ରକ କହିଲା - "ମୁଁ କେତେ ଭୁତ ପ୍ରେତଙ୍କୁ ସାବାଡ଼ କରିଦେଇଚି, ବାବନାଟା କେତେ ମାତ୍ର! ମୁଁ ଏବର୍ଷ ସେ ଜମିରେ ମାଘତିଳ ଚାଷ କରିବି. ମୋତେ ହଳ ଚାରିଟା ଯୋଗାଡ଼ କରିଦିଅ. ତେଣିକି ମୋ ଦାୟୀତ୍ଵ. ତୁମେମାନେ ଵ୍ୟସ୍ତ ହୁଅନାହିଁ. ମୁଁ କେବଳ ଚାଷ ଆରମ୍ଭ କରେ, ଦେଖିବ ବାବନା କିପରି ଏ ସ୍ଥାନ ଛାଡ଼ିଯାଉଛି."
ହଳ କାମ ଆରମ୍ଭ ହେବାରୁ ଭୁତମାନେ ଯାଇ ବାବନାଭୁତକୁ ଏକଥା ଜଣାଇଲେ. ବାବନା ଆଦେଶରେ ଶହ ଶହ ଭୁତ ତାଙ୍କର କିଳିକିଳା ନାଦରେ ହଳିଆମାନଙ୍କୁ ଭୟଭୀତ କଲେ. ଏକଥା ଶ୍ହୁଣି ଶୁଦ୍ରକ ରାଉଳ ସେଠି ପହଙ୍ଚିଯାଇ ତା ଵିଦ୍ୟା ପ୍ରୟୋଗ କଲା, ଦଉଡି ଠେଙ୍ଗାରେ ଭୁତମାନଙ୍କୁ ପାନେ ଦେଲା. ଭୁତମାନେ ମୁକ୍ତିଦେବାକୁ ପ୍ରାର୍ଥନା କରିବାରୁ ରାଉଳ କହିଲା ଯଦି ତାକୁ ୬୦ପଉଟି ତିଳ ଦେବେ, ତେବେ ସେମାନଙ୍କୁ ମୁକ୍ତି ମିଳିବ. ସେମାନେ ରାଜି ହୋଇ ପଳାଇଗଲେ ଓ ବାବନାକୁ ସବୁ କହିଲେ. ବାବନାଭୁତ ସେ କଥାରେ ରାଜି ହେଲାନାହିଁ, ବରଙ୍ଗ୍ ତା କାମ କରିବାକୁ ବାହାରି ଗଲା. ରାଉଳ କିଛି ସମୟପରେ ଘରେ ପହନ୍ଚି ଦେଖିଲା ତା ପୁଅ ଖାଲି ନାଚିକୁଦି ଚିତ୍କାର କରୁଛି, ନାନା କଥା କହୁଛି. ରାଉଳ ଜାଣିଲା ତାକୁ ଭୁତ ଗ୍ରାସିଛି. ସେ ମନ୍ତ୍ର ପଢି ଭୁତକୁ ପିଟିଲା. ବାବନାଭୁତ ନାକ ଘଷି ରାଉଳକୁ ଷାଠିଏ ପଉଟି ତିଳ ଦେଲା ଓ ତାର ବଂଶ ଦଳବଳ ନେଇ କୁଅଡେ ଚାଲିଗଲା. ଲୋକମାନେ ରାଉଳକୁ ଧନ୍ୟ ଧନ୍ୟ କରି ଖୁସିରେ ରହିଲେ.