"ସାରଳା ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୪ କ ଧାଡ଼ି:
* [[ସାରଳା ମହାଭାରତ|ମହାଭାରତ]]
* ଚଣ୍ଡୀପୁରାଣ <ref>{{cite web |url= http://www.orissadiary.com/personality/poet/SARALA_DAS%20.asp |title=SARALA DAS |work=orissadiary.com |quote=In a clear statement the poet declares the Vilanka Ramayana, the Mahabharat and the Chandi Purana to be respectively the first, second and third of his compositions |accessdate=11 April 2013}}</ref>
 
ଆଦିକବି ଶାରଳା ଦାସ ନିଜ ଗ୍ରନ୍ଥ ମାନଙ୍କରେ ନିଜକୁ ମୁର୍ଖ, ଅଜ୍ଞାନ ତଥା କେବଳ ମା ଶାରଳାଙ୍କ ଆଶୀର୍ବାଦ ଯୋଗୁ କାବ୍ୟ ଲେଖିଛ୍ହନ୍ତି ବୋଲି ଵର୍ଣନା କରିଛନ୍ତି; ତେଣୁ କିଛି ସମାଲୋଚକ ତାଙ୍କୁ ମହାମୁର୍ଖ ବୋଲି ବର୍ଣନା କରିଛନ୍ତି. ତେବେ ଯେକୌଣସି ପାଠକ ଯଦି ତାଙ୍କ ସାହିତ୍ୟ ପଢିବ, ତାହାହେଲେ ସେ ନିଶ୍ଚୟ ଅନୁଭବ କରିବ ଯେ ଶାରଳା ଦାସ ମୋଟେ ଗଜମୁର୍ଖ ନ ଥିଲେ. ବରଂ ସେ ଥିଲେ ବିଭିନ୍ନ ଶାସ୍ତ୍ରର ପଣ୍ଡିତ, ତେଣୁ ସେ ତତ୍କାଳୀନ ସମାଜର ବୁଦ୍ଧିଜୀବିମାନଙ୍କୁ ମୂର୍ଖ ବନାଇ ଦେଉଥିଲେ. ଶାରଳା ଦାସ ଅଵଶ୍ୟ ମା ଶାରଳାଙ୍କର ଅନୁଗ୍ରହ ଲାଭ କରିଥିଲେ, କିନ୍ତୁ ତାଙ୍କର ବହୁ ଶାସ୍ତ୍ର ପୁରାଣରେ ପ୍ରଵେଶ ଥିଲା. ଅନେକ ଗ୍ରନ୍ଥ ଅଧ୍ୟୟନ କରିଥିବାରୁ ତାଙ୍କର ଅସୀମ ଜ୍ଞାନ ଥିଲା. ସେ କପିଳେନ୍ଦ୍ରଦେବଙ୍କର ସୈନ୍ୟବାହିନୀରେ ଯୋଗଦେଇ ଅନେକବର୍ଷ ବିଭିନ୍ନ ସ୍ଥାନ ଭ୍ରମଣ କରିଥିଲେ, ଏଣୁ ତାଙ୍କର ଭୌଗଳିକ ଜ୍ଞାନ ମଧ୍ୟ ବହୁତ ଥିଲା. ବିଭିନ୍ନ ଲୋକଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଆସିବା ଦ୍ଵାରା ସେ ଲୋକଚରିତ୍ର କଣ ଅନୁଭବ କରିପାରିଥିଲେ. ଏତେ ସବୁ ସତ୍ତ୍ଵେ ସେ ସେତେବେଳର ସମାଜକୁ ଭୟ କରୁଥିଲେ, ତେଣୁ ସାଧାରଣ ଲୋକମାନେ ବୁଝିବା ଭଳି ଭାବ ଭାଷାରେ ସେ ଓଡିଆରେ କେଖୁଥିଲେ. ତତ୍କାଳୀନ ବ୍ରାହ୍ମଣପ୍ରଧାନ ସମାଜ ଓ ସସ୍କୃତପ୍ରେମୀ ଜନତା କାଳେ ତାଙ୍କ ସାହିତ୍ୟକୁ ଅନାଦର କରିବେ, ଏଇ ଭୟରେ ସେ ଚତୁରତାର ସହ ପ୍ରଚାର କଲେ ଯେ ସେ କିଛି ଲେଖିନାହାନ୍ତି. ଯାହା ମା ଶାରଳା କୁହନ୍ତି, ତାକୁ ସେ ଲେଖନ୍ତି. ମା ଶାରଳାଙ୍କ ନାମକୁ ନେଇ କବି ତାଙ୍କ ରଚନାକୁ ସମାଜରେ ପ୍ରତିଷ୍ଠିତ କରି ପାରିଥିଲେ. ଓଡିଆ ଭାଷା ସାହିତ୍ୟର ସେ ଜଣେ ଵିରଳ ପ୍ରତିଭା. ତାଙ୍କର ପ୍ରମୁଖ ଗ୍ରନ୍ଥଗୁଡିକ ମଧ୍ୟରେ "ଵିଲଙ୍କା ରାମାୟଣ", "ମହାଭାରତ", "ଚଣ୍ଡି ପୁରାଣ" ଏବଂ "ଲକ୍ଷ୍ମୀନାରାୟଣ ବଚନିକା ନାମକ ଏକ କ୍ଷୁଦ୍ର ଗ୍ରନ୍ଥ ରଚନା ଅନ୍ତର୍ଭୁକ୍ତ. ଆହୁରି ଅନେକ ଗ୍ରନ୍ଥ ଶାରଳାଙ୍କ ଦ୍ଵାରା ରଚିତ ବୋଲି ଲେଖାଥିଲେ ମଧ୍ୟ ତାହା ପ୍ରକୃତରେ ଆଦିକବିଙ୍କ ଦ୍ଵାରା ଲେଖା ଯାଇଛି କି ନାହିଁ ପ୍ରମାଣ ହୋଇପାରି ନାହିଁ.
 
ବିଲଙ୍କା ରାମାଯ଼ଣ
 
ରାଵଣକୁ ଵଧକରି ପ୍ରଭୁ ରାମଚନ୍ଦ୍ର ପତ୍ନୀ ସୀତା ଓ ଭାଇ ଲକ୍ଷ୍ମଣଙ୍କ ସହ ଅଯୋଧ୍ୟା ଫେରି ଆସିଥାନ୍ତି. ରାମଙ୍କର ରାଜ୍ୟାଭିଷେକର ଆୟୋଜନରେ ସାରା ଅଯୋଧ୍ୟା ଉତ୍ସଵ ମୁଖର ହୋଇ ଉଠିଥାଏ. କିନ୍ତୁ ବିଧିର ବିଚିତ୍ର ବିଧାନ! ଅଭିଷେକ ହୋଇଗଲେ ରାମଚନ୍ଦ୍ର ରାଜକାର୍ଯ୍ୟରେ ଵ୍ୟସ୍ତଯିବେ, ତେଣୁ ବିଲଙ୍କାସୁରକୁ ଵଧ କରି ଦେବତାମାନଙ୍କୁ କିପରି ଉଦ୍ଧାର କରିବେ ବୋଲି ବ୍ରହ୍ମାଙ୍କୁ ଯମ ପଚାରିଛନ୍ତି. ନିଜ ଶକ୍ତିର ପ୍ରମାଣ ଦେବାକୁ ରାମ ଏକାକୀ ଵିଲଙ୍କାସୁରକୁ ଵଧ କରିବାକୁ ଯାଇଛନ୍ତି, ହେଲେ ସେଥିରେ ସଫଳ ହୋଇ ପାରି ନାହାନ୍ତି. ପରେ ହନୁମାନ ରାମଙ୍କ ସାହାଯ୍ୟ ସତ୍ୱ୍ଏ ମଧ୍ୟ ବଧ କରି ପାରି ନାହାନ୍ତି. ସେପଟେ କିପରି ରାମଙ୍କର ମୃତ୍ୟୁ ହେବ ବୋଲି ଵିଲଙ୍କାସୁର ଗ୍ରାମଦେଵତୀଙ୍କୁ ପୂଜା ଓ ଯଜ୍ଞ କରିଛି. ମାତ୍ର ହନୁମାନ ଓ ରାମଚନ୍ଦ୍ର ତାଙ୍କ ଯଜ୍ଞ ସମ୍ପୁର୍ଣ କରାଇ ଦେଇ ନାହାନ୍ତି. ଵିଲଙ୍କାସୁରକୁ ଵଧ କରିବାକୁ ସୀତାଙ୍କର ଆବଶ୍ୟକତା ଅଛି ବୋଲି ଦେଵତାମାନେ କହିବାରୁ ହନୁମାନ ଯାଇ ସୀତା ଓ ଲକ୍ଷ୍ମଣଙ୍କୁ ଵିଲଙ୍କା ଆଣିଛନ୍ତି. ରାମ, ଲକ୍ଷ୍ମଣ, ହନୁମାନ ମିଳିତଭାବରେ ଯୁଦ୍ଧ କରି ଵିଲଙ୍କାସୁରକୁ ମାରି ପାରି ନାହାନ୍ତି. ଶେଷରେ ଦେଵଗଣ ସୀତାଙ୍କୁ ପ୍ରାର୍ଥନା କରି ରାକ୍ଷସକୁ ଵଧ କରିବାକୁ ନିଵେଦନ କରିବାରୁ ସୀତା ଚିତ୍ରସେନ ରଥରେ ବସି ଯୁଦ୍ଧଭୁମିକୁ ଆସିଛନ୍ତି. ଯୁଦ୍ଧକରି ଶେଷରେ ଵିଵସ୍ତ୍ର ହେବାରୁ ଵିଲଙ୍କାସୁର ସୀତାଙ୍କୁ ହରଣ କରି ନେବାକୁ ସ୍ଥିର କରିଥିବା ବେଳେ ରାମ, ଲକ୍ଷ୍ମଣଙ୍କ ମିଳିତ ଅସ୍ତ୍ରରେ ରାକ୍ଷସର ମୃତ୍ୟୁହୋଇଛି. ପରେ ରାମଙ୍କ ରାଜ୍ୟ ଅଭିଷେକ ଉତ୍ସଵ ମହାସମାରୋହରେ ପାଳିତ ହୋଇଛି.
 
ମହାଭାରତ
 
ଵ୍ୟାସଦେବଙ୍କ ଲିଖିତ ସଂସ୍କୃତ ମହାଭାରତର କଥାବସ୍ତୁକୁ ନେଇ ଆଦିକଵି ସାରଳା ଦାସ ଓଡିଆରେ ମହାଭାରତ ଲେଖିଛନ୍ତି. ସଂସ୍କୃତରୁ ସିଧା ସିଧା ଅନୁବାଦ ନ କରି କଵି ତାଙ୍କର ଦୃଷ୍ଟିଭଙ୍ଗୀ ଓ ମୌଳିକ ଵିଚାରବୋଧର ପ୍ରକାଶ କରିଛନ୍ତି. ଓଡିଆ ଘରର ଚାଲିଚଳଣୀ, ରୀତିନୀତି, ଖାଦ୍ୟପେୟ,ଵେଶଭୁଷା, ପୁଣ୍ୟପର୍ବ, ଯାନିଯାତ୍ରା, କଥାବାର୍ତ୍ତା ସବୁକିଛି ତାଙ୍କ ମହାଭାରତରେ ଫୁଟି ଉଠିଛି. କେତେକ ସ୍ଥାନରେ ସେ ମୂଳ ସଂସ୍କୃତ ମହାଭାରତର ଘଟଣାକୁ ସଂକ୍ଷିପ୍ତ କରିଛନ୍ତି ତ କେଉଠି ଛୋଟ ଘଟଣାକୁ ବଡ କରି ବର୍ଣନା କରିଛନ୍ତି. ସେହିପରି ମୂଳ ମହାଭାରତର କେତେକ ଘଟଣାକୁ ସେ ସମ୍ପୁର୍ଣ ଛାଡ଼ି ଦେବାବେଳେ କିଛି ଘଟଣା ସେ ନିଜ ମନରୁ ଵର୍ଣନା କରିଛନ୍ତି.
 
କବି ଶାହାଡ଼ାଗଛର ମାହାତ୍ମ୍ୟ, ଶାନ୍ତନୁଙ୍କ ସହ ଗଙ୍ଗାଙ୍କ ଵିଵାହ, ସିନ୍ଧିଚୋର କଥା, ସତ୍ୟ ଆମ୍ବ କଥା, ବାବନାଭୁତ କଥା, ଗାନ୍ଧାରିଙ୍କ ସନ୍ତାନଲାଭ କଥା, ଧୃତରାଷ୍ଟ୍ରଙ୍କ ଶହେ ପୁଅଙ୍କ ନାମକରଣ, ଅଳସୁଆ କାହାଣୀ, ସିହ-ଶୃଗାଳ କଥା, ସିଂହ-ମଶା କଥା, ତୁଳସୀଵଣ ବାଘ ଓ ତୁଳାମୁହାଁଙ୍କ ଗଳ୍ପ, କଳି ଅଵତରଣ ପ୍ରସଙ୍ଗ ଓ ସୁହାଣୀ କନ୍ୟା ସହ ଯୁଧିଷ୍ଠିରଙ୍କ ଵିଵାହ କଥା - ଏନିତି କେତେସବୁ ଗପ ନିଜ ମନରୁ ସୃଷ୍ଟି କରିଛନ୍ତି.
 
ଶାହଡ଼ାଗଛର ମାହାତ୍ମ୍ୟ
 
ଥରେ ଭଗବାନ ମହାଦେବ ବୃଷଭ ପିଠିରେ ବସି ବୁଲି ଯାଉଥିଲେ. ବାଟରେ ଯାଉ ଯାଉ ଗୋଟିଏ ଶାହଡା ଗଛ ଦେଖି ବୃଷଭ ଖୁସିହେଲା, ଗଛ ନିକଟକୁ ଯାଇ ପତ୍ରଟିଏ ଆଣି ନିଜ ମୁଣ୍ଡରେ ରଖିଲା. ମହାଦେବ ଏହାର ରହସ୍ୟ କଣ ପଚାରିବାରୁ ବୃଷଭ ଉତ୍ତରଦେଲା "ଶାହାଡ଼ା ଗଛର ପତ୍ରକୁ ମୁଣ୍ଡରେ ରଖିଲେ ସେଦିନ ଅମୃତ ସଦୃଶ ଖାଦ୍ୟ ପଦାର୍ଥ ମିଳେ". ଏକଥା ଶୁଣି ଶିଵ ଆଶ୍ଚର୍ଯ୍ୟ ହେଲେ ଓ ଘଟଣାର ସତ୍ୟତା ପରୀକ୍ଷା କରିବାକୁ ସ୍ଥିର କଲେ. ବୃଷଭକୁ ନେଇ ବିଭିନ୍ନ ସ୍ଥାନ ବୁଲିବା ପରେ କ୍ଳାନ୍ତ ହୋଇ ସୁର୍ଯ଼୍ୟାସ୍ତ ସମୟକୁ ଶିଵ କୈଳାସ ଫେରି ଆସିଲେ. ଏଣେ ପତିଙ୍କ ଆସିବାରେ ଵିଳମ୍ବ ଦେଖି ପାର୍ବତୀ ଅମୃତତୁଲ୍ୟ ଭୋଜନ ବାଢ଼ି କେଵଳ ପଞ୍ଚଗ୍ରାସୀ କରୁଥାନ୍ତି, ଠିକ୍ ସେତିକି ବେଳେ ଶିଵଙ୍କର ଡମ୍ବରୁ ଶବ୍ଦ ଶୁଣାଗଲା. ଦେବୀ ଖାଦ୍ୟ ଥାଳି ତରତରରେ ନେଇ ବୃଷଭ କୁଣ୍ଡରେ ପକାଇ ଦେଇ ସ୍ଵାମୀଙ୍କୁ ଵନ୍ଦାପନା କରି ପ୍ରାସାଦକୁ ନେଇ ଆସିଛନ୍ତି. ବୃଷଭକୁ କିଛି ଖାଦ୍ୟ ନ ଦେବାକୁ କଡା ଆଦେଶ ଦେଇ ଶିଵ ଶୋଇଯାଇଛନ୍ତି.
 
ସେପଟେ ବିଚରା ବୃଷଭ ସାରାଦିନ ବୁଲି ବୁଲି ଘରକୁ ଫେରିଲା ପରେ ପ୍ରଭୁଙ୍କ ନିଷ୍ଠୁର ଆଦେଶ ଶୁଣି ମନଦୁଃଖ କରିଛି. ବାସିନଡା ଖାଇବାକୁ ପଡିବ ବୋଲି ଭାବି ଦେଖିଲା ବେଳକୁ ଭଳିକି ଭଳି ଖାଦ୍ୟପଦାର୍ଥରେ ତା କୁଣ୍ଡ ପରିପୁର୍ଣ. ବୃଷଭ ଶାହଡ଼ା ଗଛ ଦେଖିବା ଓ ତା ପତ୍ରମୁଣ୍ଡରେ ରଖିବା ହେତୁ ଅପୁର୍ବ ଖାଦ୍ୟ ମିଳିଛି ଜାଣି ଖୁସି ମନରେ ସବୁ ଖାଇ ଆନନ୍ଦରେ ଶୋଇ ପଡିଛି.
 
ତା ପରଦିନ ସକାଳୁ ଶିଵ ବୃଷଭଠାରୁ ସବୁ କଥା ଶୁଣି ଶାହାଡ଼ାଗଛର ମାହାତ୍ମ୍ୟ ଜାଣିଛନ୍ତି.
 
 
=== ମହାଭାରତ ===
Line ୫୭ ⟶ ୭୮:
* ସ୍ଵର୍ଗାରୋହଣ ପର୍ବ
{{div col end}}
 
== ଆହୁରି ଦେଖନ୍ତୁ ==
* [[ସାରଳା ପୁରସ୍କାର]]