"ନାଗାବଳୀ ନଦୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୮୩ କ ଧାଡ଼ି:
'''ନାଗାବଳୀ ନଦୀ''' ([[Telugu language|Telugu]]: నాగావళి నది) ଦକ୍ଷିଣ ଓଡିଶା ତଥା ଉତ୍ତର-ପୂର୍ବ ଆନ୍ଧ୍ର ପ୍ରଦେଶରେ ପ୍ରବାହିତ ଏକ ପ୍ରମୁଖ ନଦୀ । ଏହି ନଦୀର ଅନ୍ୟ ଏକ ନାମ ହେଉଛି ଲାଙ୍ଗୁଲ୍ୟ ।
== ଉତ୍ପତ୍ତି ==
[[କଳାହାଣ୍ଡି ଜିଲ୍ଲା]]ର [[ଲାଖବାହାଲ]] ନିକଟସ୍ଥ ଏକ ପାହାଡରୁ ପ୍ରାୟ ୧୩୦୦ ମିଟଋ ଉଚ୍ଚତାରୁ ଉତ୍ପତ୍ତି ହୋଇ ନଦୀଟି [[ରାୟଗଡ଼ା ଜିଲ୍ଲା]], [[କୋରାପୁଟ ଜିଲ୍ଲା]] ଓ [[କଳାହାଣ୍ଡି ଜିଲ୍ଲା]] ରେ ପ୍ରବାହିତ ହୋଇ ଆନ୍ଧ୍ରର କଲେଇପାଲ୍ଲୀ ନିକଟରେ [[ବଙ୍ଗୋପସାଗର]]ରେ ପଡ଼ିଅଛି । <ref name="Google Books">{{cite book|last=Nag,|first=Prithvish|title=Geography and Environment: Regional lissues|date=1997|publisher=Concept Publishing Company|pages=96 and 97|url=https://books.google.co.in/books?id=ldeeRyxiG-8C&pg=PA97&lpg=PA97&dq=Nagavali+River,+Orissa&source=bl&ots=wxTFh73ekd&sig=yzS4YwiWy-tU0bU96SUAU71A6cE&hl=en&sa=X&ved=0CFMQ6AEwC2oVChMI1YSfsLSOxgIVRIC8Ch3XlwCP#v=onepage&q=Nagavali%20River%2C%20Orissa&f=false}}</ref> ସମୁଦାୟ ୨୫୬ କି.ମି. ଦୈର୍ଘ୍ୟ ବିଶିଷ୍ଟ ଏହି ନଦୀର ୧୬୧ କି.ମି. ଅଂଶ ଓଡିଶାରେ ପ୍ରବାହିତ । ଅବଶିଷ୍ଟ ଅଂଶ ଆନ୍ଧ୍ର ପ୍ରଦେଶରେ ପ୍ରବାହିତ ।<ref name="India Mapped">{{cite web|title=Rivers in India-Nagavali River|url=http://www.indiamapped.com/rivers-in-india/nagavali-river/|accessdate=13 June 2015}}</ref> ନଦୀଟିର ଭୌଗୋଳିକ ଅବସ୍ଥିତି ହେଉଛି ଦ୍ରାଘିମା-୧୮° ୧୦′ ରୁ ୧୯° ୪୪′ ଉତ୍ତର ଏବଂ ଅକ୍ଷାଂଶ ୮୨° ୫୩′ ରୁ ୮୪° ୦୫′ ପୂର୍ବ ।<ref name=CWC>{{cite web|title=INTEGRATED HYDROLOGICAL DATA BOOK|url=http://www.cwc.nic.in/main/downloads/Combined%20Final_HDD_09042012.pdf|publisher=WATER PLANNING & PROJECTS WING CENTRAL WATER COMMISSION,C.W.C, NEW DELHI|accessdate=14 June 2015}}</ref> ଏହାର ଏକ ମୁଖ୍ୟ ଉପନଦୀ ଝଞ୍ଜାବତୀ [[ରାୟଗଡ଼ା]] ନିକଟରେ ଏହି ନଦୀରେ ମିଶିଅଛି । ଅନ୍ୟାନ୍ୟ ଉପନଦୀମାନେ ହେଲେ ବେଗବତୀ, ସୁବର୍ଣ୍ଣମୁଖି, ଶିରୀକୋଣା ଇତ୍ୟାଦି ।<ref name=Indianetzone>{{cite web|title=Nagavali River|url=http://www.indianetzone.com/70/nagavali_river.htm|accessdate=13 June 2015}}</ref> ଆନ୍ଧ୍ର ପ୍ରଦେଶରେ ୯୫ କି.ମି. ପ୍ରବାହିତ ହେବା ପରେ ଏହା ବଙ୍ଗୋପସାଗରରେ ମିଶିଅଛି । ଏହାର ଉତ୍ତରରେ [[ବଂଶଧାରା ନଦୀ]], ଦକ୍ଷିଣରେ ଚମ୍ପାବତୀ ନଦୀ, ପୂର୍ବରେ ବଙ୍ଗୋପସାଗର ଏବଂ ପଶ୍ଚିମରେ ଗୋଦାବରୀ ନଦୀ ପ୍ରବାହିତ ।<ref name="CWC">CWC</ref> ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ହୋଇଥିବା ଆନ୍ତଃରାଜ୍ୟ ଚୁକ୍ତିନାମା ଅନୁଯାୟୀ ଓଡିଶା 556 Mm3(20TMC) ପର୍ଯ୍ୟନ୍ତ ନାଗାବଳୀର ଜଳ ବ୍ୟବହାର କରିପାରିବ; ଯଦିଚ ବର୍ତ୍ତମାନ ବ୍ୟବହୃତ ଜଳ ତା ଠାରୁ କମ୍ । <ref>[http://www.dowrorissa.gov.in/SWPlan2004/ANNEXURES/ANX-C.pdf "Orissa State Water plan-2004"]</ref>
 
== ଉପକୂଳ ଅଞ୍ଚଳ ==
ଏହି ନଦୀର କୂଳରେ ଅବସ୍ଥିତ ସହର ମାନଙ୍କ ମଧ୍ୟରେ [[ରାୟଗଡ଼ା]], ଜେ.କେ.ପୁର ଓ [[ଶ୍ରୀକାକୁଲମ]] ଅନ୍ୟତମ । ଏକ ପ୍ରକାଶିତ ରିପୋର୍ଟ ଅନୁସାରେ, ଜେ.କେ. କାଗଜ କଳରୁ ନିଷ୍କାସିତ ରାସାୟନିକ ଆବର୍ଜନାଦ୍ଵାରା ନାଗାବଳୀ ଜଳରେ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଛି । <ref name="International Research Journal of Environment Sciences">{{cite web|title=Seasonal Variation of Nagavali River Water Quality at the Vicinity of Paper Mill near Jaykaypur, Odisha, India|url=http://www.isca.in/IJENS/Archive/v2/i5/7.ISCA-IRJEvS-2013-077.pdf|publisher=Department of Chemistry, Berhampur University,|accessdate=14 June 2015}}</ref> ରାୟଗଡ଼ା ନିକଟରେ ନାଗାବଳୀର ଗତିପଥରେ [[ହାତୀପଥର, ରାୟଗଡ଼ା|ହାତୀପଥର]] ଏକଦା ଏକ ଦର୍ଶନୀୟ ସ୍ଥାନ ଥିଲା ।