"ଫକୀର ମୋହନ ସେନାପତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଫଟୋ+
No edit summary
୧୬ କ ଧାଡ଼ି:
'''ଫକୀର ମୋହନ ସେନାପତି''' (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ୧୩ ଜାନୁଆରୀ ୧୮୪୩ ରେ ଅବିଭକ୍ତ [[ବାଲେଶ୍ଵର ଜିଲ୍ଲା|ବାଲେଶ୍ୱର ଜିଲ୍ଲାର]] ମଲ୍ଲିକାଶପୁର ଗାଆଁର ଲକ୍ଷ୍ମଣ ଚରଣ ସେନାପତି ଓ ତୁଳସୀ ଦେବୀ ସେନାପତିଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ । <ref>http://www.preservearticles.com/201104225819/short-biography-of-fakir-mohan-senapati.html</ref>
 
ଫକିର ମୋହନ ସେନାପତି, [[ମଧୁସୂଦନ ଦାସ|ଉତ୍କଳ ଗୌରବ ମଧୁସୂଦନ ଦାସ]], [[ଗୋପବନ୍ଧୁ ଦାସ|ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ]], [[କବିବର ରାଧାନାଥ ରାଏରାୟ]], [[ଗଙ୍ଗାଧର ମେହେର|ସ୍ଵଭାବ କବି ଗଙ୍ଗାଧର ମେହେର]]ଙ୍କ ସହ [[ଓଡ଼ିଆ ଭାଷା ଆନ୍ଦୋଳନ]]ର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀ ମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ ।
 
== '''ଜୀବନ କାଳ''' ==
୨୪ କ ଧାଡ଼ି:
ଫକୀରମୋହନଙ୍କ ପ୍ରକୃତ ନାମ ଥିଲା ବ୍ରଜମୋହନ । ବାଲ୍ୟକାଳରେ ସେ ପ୍ରାୟତଃ ଅସୁସ୍ଥ ରହୁଥିବାରୁ ତାଙ୍କ ଜେଜେ ତାଙ୍କୁ ଫକୀର ମାନଙ୍କ ପାଖକୁ ନେଇଯାଉଥିଲେ । ସେହି ଫକୀରମାନଙ୍କ ସମ୍ମାନାର୍ଥେ ତାଙ୍କ ଜେଜେମା’ ତାଙ୍କ ନାଁ ବଦଳାଇ କରିଦେଲେ ଫକୀରମୋହନ ।
 
ମା‍ଇନର୍ ପାଶ୍ କଲା ପରେ ସେ ବାଲେଶ୍ୱରର ବାରବାଟୀ ସ୍କୁଲରେ ବିଦ୍ୟାଧ୍ୟୟନ ଜାରି ରଖିଥିଲେ । ତେବେ ଆର୍ଥିକ ଦୁରବସ୍ଥା ଯୋଗୁଁ ପାଠପଢ଼ା ତ୍ୟାଗ କରି ସେହି ବାରବାଟୀ ସ୍କୁଲରେ ତାଙ୍କୁ ମାସିକ ୨.୫୦ ଟଙ୍କା ଦରମାରେ ଶିକ୍ଷକ ଚାକିରୀ କରିବାକୁ ହୋ‍ଇଥିଲା । ବାଲେଶ୍ୱର କଲେକ୍ଟରେଟ୍‌ରେ କିଛି କାଳ ପାଇଁ ସେ କିରାଣୀ ଚାକିରି କରିଥିଲେ । ପରବର୍ତ୍ତୀ କାଳରେ ସେ ବାଲେଶ୍ୱର ମିଶନ ସ୍କୁଲରେ ୧୮୭୧ ଯାଏଁ ଶିକ୍ଷକତା କରିଥିଲେ ।
 
=== ଉତ୍ତର ଜୀବନ ===