"ଉଇକିପିଡ଼ିଆ ଆଲୋଚନା:ଜନ୍ମତିଥି/୧୩/ପରିଚାଳନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୩୧ କ ଧାଡ଼ି:
 
[[ଶ୍ରେଣୀ:ଓଡ଼ିଆ ଉଇକିପିଡ଼ିଆର ଜନ୍ମତିଥି ୨୦୧୫]]
 
== କିଛି ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ==
 
ହାତରେ ଆଉ ଅଳ୍ପ ଦିନ ଥିବାରୁ କିଛି ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ବାବଦରେ କହିରଖୁଛି । ହୁଏତ ଆପଣ ସମସ୍ତେ ଏଥିରେ ସହମତି ଦେଲେ ବୋଲି ଏଠାରେ ଲେଖିବା ପାଇଁ ବେଳ ପାଇନ ପାରନ୍ତି । ତେଣୁ ଯଦି କିଛି ଭିନ୍ନ ମତ ବା ଅମତ ଥାଏ ତଳେ ଲେଖିବେ, ଅଥବା ଆପଣ ଏହା ଗ୍ରହଣ କଲେ ବୋଲି ମାନିବି । ଆମେ ସାଧାରଣତଃ ସହମତି, ଅମତ ଓ ଭିନ୍ନମତ ପାଇଁ ଅଲଗା ଅଲଗା ବିଭାଗ ରଖୁ । ସମୟର ଅଭାବ ହେତୁ ସମସ୍ତେ କାଳେ ବେଳ ନ ପାଇବେ ଓ ତାହା କାମରେ ବାଧା ନ ଉପୁଜାଉ ଏ କଥା ବିଚାରି କେବଳ ଅମତ/ଭିନ୍ନମତ ପାଇଁ ତଳେ ଉପବିଭାଗ ରଖାଗଲା ।
* ଜୁନ ୩ ତାରିଖ ଦିନ ସକାଳ ୮ରୁ ୧୦ ଭିତରେ ଆମେ ସଭାମଞ୍ଚ ସଜାଣି ଓ ଅନ୍ୟାନ୍ୟ ବିଷୟ ପରିଚାଳନା କାମରେ ଲାଗି ୧୦ଟା ସୁଦ୍ଧା ସବୁ କାମ ସାରିବା ପାଇଁ ଚେଷ୍ଟା କରିବା । ୧୦ ଟା ବେଳକୁ ନାଲକୋନଗରରୁ ବାକି ସାଥିମାନେ ପହଞ୍ଚିବେ । ସକାଳ ୧୦ଟାରୁ ସଞ୍ଜ ୫ ଟା ଯାଏ ଆମେମାନେ ତିନୋଟି ମୁଖ୍ୟ ବିଷୟ:
** [[ଉଇକିପିଡ଼ିଆ:ନିୟମାବଳୀ]] ପୃଷ୍ଠାରେ ବିଭିନ୍ନ ସମ୍ପାଦନା-ଭିତ୍ତିକ ନିୟମାବଳୀ ବାବଦରେ ଆଲୋଚନା ଓ ସିଦ୍ଧାନ୍ତ
** ପୁରୁଣା କାମ ବାବଦରେ ସମାଲୋଚନା, ଶିକ୍ଷା ଓ ଆଗାମୀ କାମ ବାବଦରେ ଆଲୋଚନା
* ଓଡ଼ିଆ ଉଇକିପିଡ଼ିଆର ୧୨ ବର୍ଷ ପୂରଣ ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା । ଆମେ ଏହି ଉତ୍ସବ ପାଳନଟିକୁ ସ୍ଥାନୀୟ ନ କରି କିଛି ମାତ୍ରାରେ ପଡ଼ୋଶୀ ଭାଷାର ସମୂହମାନଙ୍କୁ ଏଥିରେ ଭାଗ ନେବା ପାଇଁ ଆମନ୍ତ୍ରଣ କରିବା ଉଚିତ । ଏଥି ସହିତ ଆମ ଦେଶରେ ଉଇକିମିଡ଼ିଆ ଅଭିଯାନର ଏକ ମୁଖ୍ୟ ଅଙ୍ଗ "ଉଇକିମିଡ଼ିଆ ଇଣ୍ଡିଆ"କୁ ମଧ୍ୟ ଔପଚାରିକ ଭାବେ ଆମନ୍ତ୍ରଣ କରିବା ଉଚିତ । ମୋ ମତରେ ବରିଷ୍ଠତମ ସଦସ୍ୟ {{U|Subas Chandra Rout|ସୁବାସ ସାର}} ଉଇକିମିଡ଼ିଆ ଇଣ୍ଡିଆର ସାଥିମାନଙ୍କୁ ଆମନ୍ତ୍ରଣଟିଏ ପଠାଇଲେ ଭଲ ହୁଅନ୍ତା । ଆମ ପଡ଼ୋଶୀ ସମୂହ ଭିତରେ ଅନେକ ଉଇକିଆଳି ଏକାଧିକ ଉଇକିପ୍ରକଳ୍ପରେ ସକ୍ରିୟ । ସେମାନଙ୍କୁ ଆମନ୍ତ୍ରଣ କଲେ ଆମେ ସେମାନେ ସକ୍ରିୟ ଥିବା ସମୂହର ଯୋଗଦାନ ଓ ସେଠାରେ ସେମାନଙ୍କୁ ମିଳୁଥିବା ଶିକ୍ଷା ପାଇପାରିବୁ । ମୋର ବ୍ୟକ୍ତିଗତ ମତ ବଙ୍ଗଳା ଓ ଉଇକିମିଡ଼ିଆ କମନ୍ସରେ ସକ୍ରିୟ ଥିବା ସୁଜୟ ଘୋଷ (ସେ ଜଣେ ଟ୍ରେନ-ଦି-ଟ୍ରେନର ଯୋଗଦାନୀକାରୀ ଥିଲେ) ଓ ହିନ୍ଦୀ, ଉର୍ଦ୍ଦୁ, ତେଲୁଗୁ ତଥା କମନ୍ସରେ ସକ୍ରିୟ ଥିବା ମୁଜାମିଲ ଆମ ପାଖାପାଖି ଥିବା ଦୁଇଜଣ ଉଇକିଆଳି ଓ ଆମ ଉତ୍ସବର ଆଭିମୁଖ୍ୟ ପାଇଁ ତାଙ୍କର ଗୁରୁତ୍ତ୍ୱପୂର୍ଣ୍ଣ ଅବଦାନ ରହିପାରିବ। ତେବେ ଆପଣମାନେ ତଳେ ଅନ୍ୟ ଉଇକିଆଳିଙ୍କ ନାମ ଜଣାଇପାରିବେ ।
 
ଉପର ବିଷୟରେ କିଛି ଯୋଡ଼ିବାର ଥିଲେ, ଅମତ/ଭିନ୍ନମତ ଥିଲେ ନିଶ୍ଚେ ତଳେ ପ୍ରକାଶ କରିବେ । --[[ବ୍ୟବହାରକାରୀ:Psubhashish|ସୁଭାସିସ ପାଣିଗାହି]] <sup>[[User_talk:Psubhashish|(ଆଳାପ)]]</sup> ୧୨:୩୩, ୨୬ ମଇ ୨୦୧୫ (UTC)
 
=== ଅମତ ===
*
*
*
 
=== ଭିନ୍ନମତ ===
*
*
*
Return to the project page "ଜନ୍ମତିଥି/୧୩/ପରିଚାଳନା".