"ବନ୍ୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଲେଖା ଚାଲିଛି।
୧୦ କ ଧାଡ଼ି:
'''ବନ୍ୟା''' ନାମ ଦିଆଯାଏ ଯେତେବେଳେ ଜଳ ସୀମା ବ‌ହିର୍ଭୁତ ହୋଇ ସାଧାରଣ ଶୁଖିଲା ଭୂମିକୁ [[ଜଳ]] ପ୍ଲାବନ କରେ ।<ref>MSN Encarta Dictionary. [http://encarta.msn.com/encnet/features/dictionary/DictionaryResults.aspx?refid=1861612277 Flood.] Retrieved on 2006-12-28. [http://www.webcitation.org/query?id=1257023547055729 Archived] 2009-10-31.</ref> [[ୟୁରୋପିଆନ୍ ୟୁନିଅନ୍ ଫ୍ଲଡ଼ ଡାରେକ୍ଟିଭ୍‌]]ର ସଂଜ୍ଞା ଅନୁସାରେ 'ସାଧାରଣ ଅଣପ୍ଳାବିତ ଭୂମି ଜଳଦ୍ୱାରା ପ୍ଲାବିତ ହେଲେ ବନ୍ୟା କୁହାଯାଏ ।<ref>[http://eur-lex.europa.eu/LexUriServ/LexUriServ.do?uri=OJ:L:2007:288:0027:0034:EN:PDF Directive 2007/60/EC Chapter 1 Article2]. eur-lex.europa.eu. Retrieved on 2012-06-12.</ref> ସମୁଦ୍ର ଲହରୀର ଅନ୍ତଃ-ପ୍ରହାହକୁ ମଧ୍ୟ ପ୍ରବ‌ହ‌ମାନ ଜଳ ଭାବରେ ଗ୍ରହଣ କରାଯାଏ । ଜଳାଶୟ ମଧ୍ୟରେ [[ନ‌ଦୀ]] ଓ [[ହ୍ରଦ]] ଅନ୍ତର୍ଭୁକ୍ତ ଯେଉଁଠାରେ ଜଳ ବନ୍ଧ ଭାଙ୍ଗି ବା କୂଳ ଲଙ୍ଘନ କରି କିଛି ଜଳ ତାହାର ସୀମା ବ‌ହିର୍ଭୁତ ହୁଏ<ref>Glossary of Meteorology (June 2000). [http://amsglossary.allenpress.com/glossary/search?id=flood1 Flood.] Retrieved on 2009-01-09.</ref> କିମ୍ବା ବର୍ଷା ଜଳ ଜମି ସୀମା ଲଙ୍ଘନ କରିଲେ ବନ୍ୟା ହୁଏ । ଋତୁ ପରିବର୍ତ୍ତନ ଅନୁସାରେ ବରଫ ତରଳି ବା ଭୂସ୍ଖଳନ ହୋଇ ହ୍ରଦ ବା ଅନ୍ୟ ଜଳାଶୟର ଜଳ ମାତ୍ରା ବଢ଼ିଲେ ମଧ୍ୟ [[ସମ୍ପତ୍ତି]] ବା [[ଗୃହପାଳିତ ପଶୁ]]ମାନଙ୍କର କ୍ଷୟକ୍ଷତି ନ ହେଲେ ବନ୍ୟା ହିସାବରେ ଗଣନା କରାଯାଏ ନାହିଁ ।
 
ନ‌ଦୀର ଜଳ ଧାରଣ କ୍ଷମତାଠାରୁ ଅଧିକ ଜଳ ପ୍ରବାହ ହେଲେ, ବିଶେଷତଃ ନ‌ଦୀ ବାଙ୍କ ସ୍ଥାନ ଥିଲେ ବା ଅଙ୍କାବଙ୍କା ପ୍ରବାହ ଥିଲେ ବନ୍ୟା ସମ୍ଭାବନା ହୁଏ&nbsp;। ବନ୍ୟା ପ୍ଳାବନ ସ୍ଥାନମାନଙ୍କରେ ଘର ଓ ବ୍ୟବସାୟ ଥିଲେ କ୍ଷତିଗ୍ରସ୍ତ ହୁଏ । ବନ୍ୟା ସମୟରେ ସ୍ଥାନ ତ୍ୟାଗ କରିଦେଲେ କ୍ଷତି ଟଳିଯାଏ । ଲୋକମାନେ ନ‌ଦୀ ପାଖରେ ବାସ କରିବାର କାରଣ; ସେହି ସ୍ଥାନ ଗୁଡ଼ିକ ଚଟକାସମତଳ ଓ [[ଉର୍ବର]] ଓ ଏହାକୁ ପଥ ହିସାବରେ ବ୍ୟବ‌ହାର କରି ସୁବିଧାରେ ଯିବା ଆସିବା କରନ୍ତି ତ‌ଥା କଳକାରଖାନା ବେପାର ଓ କିଣାବିକା ହୁଏ ।
 
ବନ୍ୟା ଧୀରେ ବା ଶୀଘ୍ର([[flash flood]]) ହୋଇପାରେ । ଏହା ବିଶେଷ ବର୍ଷା ଲକ୍ଷଣ ନ ଥାଇ କିଛି ମିନିଟ ମଧ୍ୟରେ ହୋଇପାରେ । ଅଧିକନ୍ତୁ ବନ୍ୟା ସ୍ଥାନୀୟ ହୋଇପାରେ କିମ୍ବା ବିରାଟ ଧରଣର ହୋଇପାରେ ।
 
== ଶବ୍ଦ ଉତ୍ପତ୍ତି ==
[[lan:En|ଇଂରାଜୀ]]ରେ ବନ୍ୟାକୁ ଫ୍ଲଡ଼୍(flood) କୁହାଯାଏ ଯାହା [[ପୁରୁଣା ଇଂରାଜୀ ଭାଷା|ପୁରୁଣା ଇଂରାଜୀ]] ଶବ୍ଦ flodରୁ ନିଆଯାଇଛି (ତୁଳନା - [[German language|ଜର୍ମାନୀ ଭାଷା]]ରେ ''Flut'', [[Dutch language|ଡଚ୍ ଭାଷା]]ରେ ''vloed'' ଆସିଛି ''flow, float''ରୁ; [[Latin|ଲାଟିନ୍]] ଭାଷାରେ ''fluctus'', ''flumen''). ଅନେକ ଜାତିର ସଂସ୍କୃତିରେ ଭଗବାନ ସଭ୍ୟତାକୁ ନଷ୍ଟ କରି ପୁନର୍ନିମାଣ କରିବାକୁ ଏହାକୁ ପଠାଇବା କଥା ଲେଖାଅଛି ।
 
== କାରଣ ଓ ପ୍ରକାର ==
 
=== ବର୍ଷାକୃତ ===
ସମତଳ ସ୍ଥାନ ଓ ନିମ୍ନ ବା ତଳିଆ ଜଳ‌ଯୁକ୍ତ ଅଞ୍ଚଳର ଅଧିକ ଜଳ ଧାରଣ ଶକ୍ତି ନ ଥାଏ ଓ ଏଠାରୁ ଜଳ ଶୀଘ୍ର ନିଷ୍କାସିତ ହୋଇ ପାରେନାହିଁ । [[କଙ୍କ୍ରିଟ୍]] ଓ ବରଫାବୃତ ସ୍ଥାନରେ ଜଳ ଶୋଷଣ ହୋଇପାରେ ନାହିଁ । ଏହି କାରଣରୁ ଏଠାରେ ବର୍ଷା ହେଲେ ଶିଘ୍ର ବନ୍ୟା ହୁଏ ।
 
କୌଣସି ସ୍ଥାନରେ ପ୍ରବଳ ବର୍ଷା ହେଲେ ଓ ଏହି ସ୍ଥାନର ଜଳ ନିଷ୍କାସନ କ୍ଷମତା ନ ଥିଲେ ଫ୍ଲାସ ବନ୍ୟା ହୁଏ । କ୍ଷେତମାନଙ୍କରେ ଅଧିକ ବର୍ଷା ହେଲେ କାଦୁଆ ବନ୍ୟା ହୁଏ ଓ ମାଟି ଜଳରେ ଭାଷିଯାଏ ।
 
=== ନ‌ଦୀକୃତ ===
ନ‌ଦୀମାନଙ୍କରେ ଜଳ ପତନ ବିଭିନ୍ନ ହାରରେ କିଛି ମିନିଟରୁ କିଛି ସପ୍ତାହ ମଧ୍ୟରେ ଜଳ ଉତ୍ସରୁ ଜଳ ପ୍ରବାହ ପରିମାଣ ଅନୁସାରେ ବଢ଼ିଯାଏ । ଅଧିକ ବର୍ଷା ହେଲେ, ବରଫ ତରଳିଲେ, [[ମୌସୁମୀ]] ଆସିଲେ ଝଡ଼ ହେଲେ ବନ୍ୟା ହୁଏ । ଜଳ ନିଷ୍କାସନ ପଥରେ ଭୂସ୍ଖଳନ, ଭଗ୍ନ ପଦାର୍ଥ ଓ ବରଫ ଜମି ରହିଲେ ମଧ୍ୟ ବନ୍ୟା ହୁଏ । [[ବନ୍ଧ]] ନିର୍ମାଣ ସମୟରେ ମଧ୍ୟ ନିମ୍ନ ଭାଗ ଜଳମଗ୍ନ ହେବା ସମ୍ଭାବନା ଥାଏ ।
 
 
 
"https://or.wikipedia.org/wiki/ବନ୍ୟା"ରୁ ଅଣାଯାଇଅଛି