"ସାରଙ୍ଗଧର ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୬୯ କ ଧାଡ଼ି:
ସେତେବେଳେ ଓଡ଼ିଶା କଂଗ୍ରେସ୍ କମିଟି ତରଫରୁ ବିଧାନସଭା ଲାଗି ପ୍ରାର୍ଥୀ ମନୋନୟନ ଦାୟିତ୍ଵ ଡକ୍ଟର ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ ଏବଂ ବାଙ୍କବିହାରୀ ଦାସଙ୍କ ଉପରେ ନ୍ୟସ୍ତ ଥିଲା । କମର୍ସ୍ କନଷ୍ଟିଚ୍ଵେନ୍ସି ବା ବ୍ୟବସାୟୀ ନିର୍ବାଚନ ମଣ୍ଡଳୀରୁ ସେମାନେ ତିନିଜଣ ସ୍ଥିର କରିଥିଲେ ଯେ, ଯୁବନେତା ସୁରଜମଲ୍ଲ ଶାହାଙ୍କୁ କଂଗ୍ରେସ୍ ତରଫରୁ ପ୍ରାର୍ଥୀ କରାଯିବ । କାରଣ ସେ ଉଚ୍ଚଶିକ୍ଷିତ ଏବଂ ଜଣେ ସ୍ଵାଧୀନତା ସଂଗ୍ରାମୀ ଥିଲେ । କିନ୍ତୁ ମହତାବ -ଚୌଧୁରୀ -ଦାସ ତ୍ରିମୁର୍ତ୍ତୀ ଉତ୍କଳ କଂଗ୍ରେସ ପ୍ରାର୍ଥୀ ତାଲିକା ଚୂଡାନ୍ତ କରିବା ପୁର୍ବରୁ କଂଗ୍ରେସ ପାର୍ଲିଆମେଣ୍ଟାରୀ ବୋର୍ଡର ଅଧ୍ୟକ୍ଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଂକ ପାଖରୁ ଗୋଟିଏ ରେଜିଷ୍ଟ୍ରି ଚିଠି ଡକ୍ଟର୍ ମହାତାବଙ୍କ ନାମରେ ଆସି କଂଗ୍ରେସ୍ ଅଫିସରେ ପହଞ୍ଚିଲା । ସେ ଚିଠି ଖୋଲା ଗଲା ପରେ ଦେଖାଗଲା, ସେଥିରେ ଦଶ ହଜାର ଟଂକା ର ଏକ ଚେକ୍ ଏବଂ ମହାତାବଙ୍କ ପାଖକୁ ସର୍ଦ୍ଦାର୍ ପଟେଲଙ୍କର ଖଣ୍ଡେ ଚିଠି ଅଛି । ସେ ଚିଠିରେ ଲେଖାଥିଲା ଯେ, ଏ ଦଶ ହଜାର ଟଙ୍କା ହେଉଛି ଶିଳ୍ପପତି ବିରଳା ବ୍ରଦର୍ସ୍ଂକର ଓଡ଼ିଶା କଂଗ୍ରେସକୁ ନିର୍ବାଚନ ଚାନ୍ଦା । ଏ ଚାନ୍ଦା ସହିତ ଓଡ଼ିଶାର କମର୍ସ୍ ସିଟରୁ ବିରଳା ବ୍ରଦର୍ସଂକ ଜି .ଡି .ଥିରାନୀଙ୍କ ପ୍ରାର୍ଥୀ ମନୋନୟନ କରିବାକୁ ମଧ୍ୟ ଥିଲା ପରାମର୍ଶ । ଜି.ଡି .ଥିରାନୀ ସେତେବେଳେ ବ୍ରଜରାଜ ନଗର ଓରିଏଣ୍ଟ କାଗଜକଳ ପରିଚାଳକ । ବିରଳା ବ୍ରଦର୍ସ୍ ଥିଲେ ଏହି କାଗଜ କଳର ମାଲିକ । ଧିରେ ଧିରେ କଂଗ୍ରେସ୍ ଯେ ରାଜା,ଜମିଦାର୍, ଶିଳ୍ପପତିମାନଙ୍କ ସ୍ଵାର୍ଥ ପାଖରେ ବନ୍ଧା ପଡିଯାଉଛି ଅନୁଭବ କରୁଥିଲେ ସାରଙ୍ଗ । ସେ ଅନୁଭବ କଲେ ଯେ,ବିଧାନସଭାରେ ବିଧାୟକ ଥାଇ ମଧ୍ୟ ଶୋଷିତ, ଅତ୍ୟାଚାରିତ ପ୍ରଜାମାନଙ୍କ ସ୍ଵାର୍ଥରକ୍ଷା ପାଇଁ କୌଣସି ଆଇନ୍ କରିପାରୁନାହାନ୍ତି । ବରଂ ତାଙ୍କର ତୀବ୍ର ବିରୋଧ ସତ୍ତ୍ଵେ ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରିଶପୁର୍ ଜଂଗଲ୍ କାଟି ପଦା କରିଦିଆଗଲା । କାରଣ କାଠ ତସ୍କର ମାନଂକ ସହିତ ସ୍ଥାନୀୟ କିଛି କଂଗ୍ରେସ ଲୋକଙ୍କ ସଲାସୁତୁରା ଥିଲା ।
 
<ref></ref>==ଆଧାର==
{{ଆଧାର}}
[[ଶ୍ରେଣୀ:୧୮୮୭ ଜନ୍ମ]]
୭୮ କ ଧାଡ଼ି:
ସେହିପରି ଗଡଜାତ ଜଂଗଲରୁ କେନ୍ଦୁପତ୍ର ସଂଗ୍ରହ ଏକଚାଟିଆ ବ୍ୟବସାୟ ବନ୍ଦକରି କେନ୍ଦୁପତ୍ର ତୋଳାଳି ଗରିବ ଆଦିବାସୀ ନାରୀ ଓ ପୁରୁଷମାନଂକୁ ଅଧିକ ମଜୁରୀ ଦେବାଲାଗି ଆଇନ୍ ପ୍ରଣୟନ କରିବାକୁ ତାଂକ ଦାବିକୁ କଂଗ୍ରେସ୍ ସରକାର ପ୍ରତ୍ୟାଖ୍ୟାନ କରିଦେଲେ |ବରଂ ତାଂକୁ ଚୁପ୍ କରିଦେବା ପାଇଁ ମନ୍ତ୍ରୀପଦ ,ପବ୍ଲିକ ସର୍ଭିସ୍ କମିସନ୍ ଚେୟାରମ୍ୟାନ୍ ପଦ ଯଚାହେଲା | ଫଳରେ ତାଂକର କଂଗ୍ରେସ ଦଳ ଓ ସରକାର ଉପରୁ ଆସ୍ଥା ତୁଟିଗଲା |ସେ କଂଗ୍ରେସ୍ ଛାଡିବା ପାଇଁ ସ୍ଥିର କରିନେଲେ |
 
୧୯୪୮ ମସିହାରେ ସାରଙ୍ଗ ଧର କଂଗ୍ରେସ୍ ଦଳରୁ ଇସ୍ତଫା ଦେଇଦେଲେ |ସେତେବେଳେ ଗୋଟିଏ ଦଳ ଟିକଟରେ ଅସେମ୍ବ୍କି କିମ୍ବା ପାର୍ଲିଆମେଣ୍ଟକୁ ନିର୍ବାଚିତ ହୋଇ ଅନ୍ୟ ଦଳରେ ଯୋଗଦେଲେ ବିଧାନସଭା କିମ୍ବା ଇସ୍ତଫା ଦେବାର କୌଣସି ରାଜନୈତିକ ବା ଆଇନଗତ ବାଧ୍ୟବାଧକତା ନ ଥିଲା |ସାରଂଗ ଧର ଚାହିଁଥିଲେ ଅନ୍ୟ ପାର୍ଟିରେ ଯୋଗଦେଇ ମଧ୍ୟ ଓଡିଶା ବିଧାନସଭାରେ ସଭ୍ୟ ରହିପାରିଥାନ୍ତେ |କିନ୍ତୁ ରାଜନୈତିକ ଲାଭ ଅପେକ୍ଷା ନୈତିକ ମୂଲ୍ୟବୋଧ ତାଙ୍କ ପାଇଁ ଅଧିକ ମୂଲ୍ୟବାନ ଥିଲା |ସେ ସାଙ୍ଗେ ସାଙ୍ଗେ ମଧ୍ୟ କଂଗ୍ରେସ୍ ଛାଡି ସୋସାଲିଷ୍ଟ୍ ପାର୍ଟିର ସଭ୍ୟପଦ ଗ୍ରହଣ କରିନଥିଲେ |