"ସାରଙ୍ଗଧର ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୭୭ କ ଧାଡ଼ି:
{{ଅଧାଗଢା}}
ସେହିପରି ଗଡଜାତ ଜଂଗଲରୁ କେନ୍ଦୁପତ୍ର ସଂଗ୍ରହ ଏକଚାଟିଆ ବ୍ୟବସାୟ ବନ୍ଦକରି କେନ୍ଦୁପତ୍ର ତୋଳାଳି ଗରିବ ଆଦିବାସୀ ନାରୀ ଓ ପୁରୁଷମାନଂକୁ ଅଧିକ ମଜୁରୀ ଦେବାଲାଗି ଆଇନ୍ ପ୍ରଣୟନ କରିବାକୁ ତାଂକ ଦାବିକୁ କଂଗ୍ରେସ୍ ସରକାର ପ୍ରତ୍ୟାଖ୍ୟାନ କରିଦେଲେ |ବରଂ ତାଂକୁ ଚୁପ୍ କରିଦେବା ପାଇଁ ମନ୍ତ୍ରୀପଦ ,ପବ୍ଲିକ ସର୍ଭିସ୍ କମିସନ୍ ଚେୟାରମ୍ୟାନ୍ ପଦ ଯଚାହେଲା | ଫଳରେ ତାଂକର କଂଗ୍ରେସ ଦଳ ଓ ସରକାର ଉପରୁ ଆସ୍ଥା ତୁଟିଗଲା |ସେ କଂଗ୍ରେସ୍ ଛାଡିବା ପାଇଁ ସ୍ଥିର କରିନେଲେ |
 
୧୯୪୮ ମସିହାରେ ସାରଙ୍ଗ ଧର କଂଗ୍ରେସ୍ ଦଳରୁ ଇସ୍ତଫା ଦେଇଦେଲେ |ସେତେବେଳେ ଗୋଟିଏ ଦଳ ଟିକଟରେ ଅସେମ୍ବ୍କି କିମ୍ବା ପାର୍ଲିଆମେଣ୍ଟକୁ ନିର୍ବାଚିତ ହୋଇ ଅନ୍ୟ ଦଳରେ ଯୋଗଦେଲେ ବିଧାନସଭା କିମ୍ବା ଇସ୍ତଫା ଦେବାର କୌଣସି ରାଜନୈତିକ ବା ଆଇନଗତ ବାଧ୍ୟବାଧକତା ନ ଥିଲା |ସାରଂଗ ଧର ଚାହିଁଥିଲେ ଅନ୍ୟ ପାର୍ଟିରେ ଯୋଗଦେଇ ମଧ୍ୟ ଓଡିଶା ବିଧାନସଭାରେ ସଭ୍ୟ ରହିପାରିଥାନ୍ତେ |କିନ୍ତୁ ରାଜନୈତିକ ଲାଭ ଅପେକ୍ଷା ନୈତିକ ମୂଲ୍ୟବୋଧ ତାଙ୍କ ପାଇଁ ଅଧିକ ମୂଲ୍ୟବାନ ଥିଲା |ସେ ସାଙ୍ଗେ ସାଙ୍ଗେ କଂଗ୍ରେସ୍ ଛାଡି ସୋସାଲିଷ୍ଟ୍ ପାର୍ଟିର ସଭ୍ୟପଦ ଗ୍ରହଣ କରିନଥିଲେ |