"ସାରଙ୍ଗଧର ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୪୬ କ ଧାଡ଼ି:
ଆମେରିକାରେ ପହଞ୍ଚି ସେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ବିଜ୍ଞାନ ଶିକ୍ଷା ପାଇଁ ନାମ ଲେଖାଇଥିଲେ । ଏହା ସେ ଢେଙ୍କାନାଳ ରାଜାଙ୍କୁ ଜଣାଇଥିଲେ, ମାତ୍ର ଏଥିରେ ରାଜା କ୍ରୋଧାନ୍ୱିତ ହୋଇ ତାଙ୍କର ବୃତ୍ତି ବନ୍ଦ କରିଦେଲେ । ଏହାପରେ ଅର୍ଥାଭାବର ସମ୍ମୁଖୀନ ହୋଇ ସେ ବେର୍କ୍ଲୀର ଜଣେ ଗୃହକର୍ତ୍ତ୍ରୀଙ୍କ ଘରେ ଦୈନିକ ଚାରିଘଣ୍ଟା କାର୍ଯ୍ୟ କରି ନିଜର ରହିବା ଓ ଖାଇବା ଖର୍ଚ୍ଚ ଯୋଗାଡ କରିଥିଲେ । ବିଶ୍ୱବିଦ୍ୟାଳୟ ପଢା ସହ ଗ୍ରୀଷ୍ମ ଛୁଟିରେ ସେ ଚିନି ବିଶୋଧନ ପ୍ରକ୍ରିୟା ମଧ୍ୟ ଶିଖିଲେ । ପଢା ଶେଷରେ ସେ ହାୱାଇ ସ୍ଥିତ ପାୟା ଚିନି କାରଖାନାରେ ଚିଫ୍‍ କେମିଷ୍ଟ ଭାବରେ ନିଯୁକ୍ତି ପାଇଥିଲେ ।
 
==ବିବାହ==
 
କାଲିଫର୍ଣିଆ ବିଶ୍ୱବିଦ୍ୟାଳୟରେ ପଢିଲାବେଲେ ସାରଂଗଧରଂକର ଫ୍ରିଡା ହାଉସରିଥ୍‍ ନାମ୍ନୀ ସୁଇଡେନ୍‍ ରୁ ଆମେରିକାକୁ ଆସିଥିବା ଛାତ୍ରୀଂକ ସହ ପରିଚୟ ହୋଇଥିଲା । ସେ ମଧ୍ୟ ଥିଲେ ଜଣେ ଲେଖିକା ତଥା ଚିତ୍ରଶିଳ୍ପୀ । ଭାରତୀୟ ଦର୍ଶନ ଓ ସାହିତ୍ୟ ପ୍ରତି ସେ ଆକୃଷ୍ଟ ହୋଇଥିଲେ ଏବଂ ଭଗବତ୍‍ ଗୀତାର କର୍ମ ଯୋଗ ତାଂକୁ ବହୁତ ପ୍ରଭାବିତ କରିଥିଲା । କ୍ରମେ ସେ ଭାରତର ରାଜନୀତିକ ଓ ସାମାଜିକ ପରିସ୍ଥିତି ଜାଣିବାକୁ ପାଇଥିଲେ । ଜଣେ ଭାରତୀୟ ନେତାଂକ ଭାଷଣ ସଭା ପରେ ଚାଲିଥିବା ଆଲୋଚନା ଚକ୍ରରେ ସେ ସାରଂଗଧରଂକୁ ଭେଟିଥିଲେ ଓ ତାଂକର ବାସ୍ତବବାଦୀ ଚିଂତାଧାରା ଫ୍ରିଡାଂକୁ ସ୍ପର୍ଶ କରିଥିଲା । କାଳକ୍ରମେ ଦୁଇଜଣଂକ ଭିତରେ ଘନିଷ୍ଠତା ହୋଇଥିଲା ଓ ତାହା ପ୍ରଣୟରେ ପରିଣତ ହୋଇଥିଲା ।