"ସାରଙ୍ଗଧର ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୭୦ କ ଧାଡ଼ି:
ସାରଙ୍ଗଧର ଓଡିଶା ବିଧାନସଭାରେ ତଥ୍ୟପୂର୍ଣ୍ଣ ଯୁକ୍ତି ଉପସ୍ଥାପିତ କରି ଗଡଜାତମାନଂକ ଅସଲ ଗୁମର ପଦାରେ ପକାଇ ଦେଇଥିଲେ |ଗଡଜାତ ରାଜାମାନଂକ ଦ୍ବାରା ଆଦିବାସୀମାନେ ସର୍ବାଧିକ ଅତ୍ୟାଚାରିତ ହୋଇଛନ୍ତି |ଜଂଗଲଜାତ ପଦାର୍ଥ ଉପରେ ନିଜର ଅଧିକାର ହରାଇଛନ୍ତି |ହୀରାକୁଦ ବନ୍ଧ ବାହାନାରେ ପଶ୍ଚିମ ଓଡିଶା ରାଜନ୍ୟମଣ୍ଡଳୀ ଆଦିବାସୀ ଓ ଅଣଆଦିବାସୀ ଲୋକଂକ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଚାହୁଁଛନ୍ତି |ସେମାନଙ୍କ ଅସଲ ଲକ୍ଷ୍ୟ ହେଉଛି ,ଆଦିବାସୀମାନଂକ ସମର୍ଥନରେ ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ କରିବା |ହୀରାକୁଦ ବନ୍ଧ ନିର୍ମିତ ହେଲେ ତାହାର ସୁଫଳ କେବଳ ଏଇ ପିଢି ର ଲୋକେ ନୁହନ୍ତି ,ଉତ୍ତରପୁରୁଷ ମଧ୍ୟ ଭୋଗ କରିବେ |ସମ୍ବଲପୁର୍ ଜିଲ୍ଲାର ବହୁ ଅଂଚଳରେ ଜଳସେଚନ ହେବା ସହିତ କୃଷି ଉତ୍ପାଦନ ବୃଦ୍ଧି ପାଇବ |ଯେଉଁ ଜଳବିଦ୍ୟୁତ୍ ଉତ୍ପାଦିତ ହେବ ସେଠରେ କେବଳ ଅନ୍ଧାର ଘର ଆଲୋକିତ ହେବ ନାହିଁ ,ପଶ୍ଚିମ ଓଡିଶାରେ ଶିଳ୍ପର ପ୍ରସାର ଘଟିବ |ତେଣୁ ଆଦିବାସୀ -ଅଣଆଦିବାସୀ ଉଭୟ ସମ୍ପ୍ରଦାୟର ଉନ୍ନତି ପାଇଁ ହୀରାକୁଦ ବନ୍ଧ ଏକାନ୍ତ ଜରୁରୀ |
ବିଧାନସଭାରେ ସାରଂଗଧର ମଧ୍ୟ ଥିଲେ ଗରିବ କୃଷକ ,ଶ୍ରମିକ ମାନଂକ ସ୍ବାର୍ଥର ଜାଗ୍ରତ ପ୍ରହରୀ |ଆଦିବାସୀ ମାନଂକ ପାଇଁ ତାଂକ ହୃଦୟ ମଧ୍ୟରେ ଥିଲା ଅନ୍ତହୀନ ସମବେଦନା |ସେ ବେସରକାରୀ ସ୍ତରରେ ଗଡଜାତ ଅଂଚଳର ଦୁଃସ୍ଥ ରାଜନୈତିକ କର୍ମୀନ୍କ ପିଲାମାନଂକ ଶିକ୍ଷାପାଇଁ ମାଳତୀ ଚୌଧୁରୀଂକ ସହ ୧୯୪୬ ମସିହାରେ ଅନୁଗୁଳ ଠାରେ ସ୍ଥାପନ କରିଥିଲେ 'ବାଜିରାଉତ ଛାତ୍ରାବାସ '|ଏଠାରେ ଆଦିବାସୀ ଓ ହରିଜନ ପିଲାମାନଂକୁ ରଖି ଶିକ୍ଷାଦାନ ବ୍ୟବସ୍ଥା କରାଯାଇଥିଲା |ସେହିପରି ୧୯୪୮ମସିହାରେଆଦିବାସୀମାନଂକ ମଧ୍ୟରେ ନୂତନ ଚେତନା ଜାଗ୍ରତ କରି ସେମାନଂକ ଉପରେ ହେଉଥିବା ଜୁଲୁମ୍ ର ପ୍ରତିକାର ଲାଗି ଗୋପବନ୍ଧୁ ଚୌଧୁରୀ ,ରମାଦେବୀ ,ଆଚାର୍ଯ୍ୟ ହରିହରଂକ ସହିତ ମିଶି ସେ ଉତ୍କଳ ନବଜୀବନ ମଣ୍ଡଳ ପ୍ରତିଷ୍ଠା କରିଥିଲେ |
 
 
ସାରଂଗଧରଂକର ଗାନ୍ଧି -ନେହେରୁ ଆଦର୍ଶରେ ପରିଚାଳିତ କଂଗ୍ରେସ୍ ଉପରେ ଯଥେଷ୍ଟ ଭରସା ଥିଲା |ସେ ଆଶା କରୁଥିଲେ କଂଗ୍ରେସ୍ ରାଜନୈତିକ ସ୍ବାଧିନତା ଆଣି ସାରିବା ପରେ ଅର୍ଥନୈତିକ ସ୍ବାଧିନତା ମଧ୍ୟ ଆଣିଦେବ |ସେ କଂଗ୍ରେସ୍ ମଧ୍ୟରେ ଥାଇ ଗଡଜାତ ମିଶ୍ରଣ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କାଇଦା ସହିତ ସମାଜବାଦୀ ସମାଜବ୍ୟବସ୍ଥା ପ୍ରବର୍ତ୍ତନ କରିବାରେ ସହାୟତା କରିପାରିବେ |
କିନ୍ତୁ ତାଂକର ସେ ସ୍ବପ୍ନ ସଫଳ ହେବାର ସମ୍ଭାବନା ଦେଖାଗଲା ନାହିଁ |ସର୍ଦ୍ଦାର୍ ପଟେଲଂକ ଉଦ୍ୟମ ଫଳରେ ମୟୁରଭଂଜ ଛାଡି ଅନ୍ୟ ପଚିଶିଟି ଗଡଜାତର ଓଡିଶା ସହିତ ମିଶ୍ରଣ ହେଲା ସତ ,ହେଲେ ରାଜାମାନଂକୁ ବିପୁଳ ଭୁସମ୍ପତ୍ତି ରଖିବାର ସୁଯୋଗ ଦିଆଯିବା ସହିତ ବର୍ଷକୁ ଲକ୍ଷ ଲକ୍ଷ ଟଂକା ଭତ୍ତା ଦିଆଗଲା |