"ସାରଙ୍ଗଧର ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୬୯ କ ଧାଡ଼ି:
1946 ମସିହା ସେପଟେମ୍ବର୍ ପାଂଚ ତାରିଖ ଦିନ ଗୃହରେ ହୀରାକୁଦ ବନ୍ଧ ନିର୍ମାଣ ସମ୍ପର୍କରେ ଗରମ ଗରମ ଆଲୋଚନା ଚାଲିଥିଲା |ହୀରାକୁଦ ବନ୍ଧ ବିରୁଦ୍ଧରେ ସେତେବେଳେ ପାଟନା ରାଜାଂକ ନେତୃତ୍ବରେ ଗଡଜାତର ରାଜାମାନେ ବନ୍ଧ ବିରୋଧୀ ଆନ୍ଦୋଳନ ଚଳାଇଥିଲେ |ହିରାକୁଦ ବନ୍ଧ ହୋଇଗଲେ ବହୁ ଆଦିବାସୀ ଘରଦ୍ବାର ଜଳମଗ୍ନ ହୋଇଯିବ |ସେମାନେ ଅନାଥ ହୋଇଯିବେ ବୋଲି ବଲାଂଗୀରରୁ ଲୋକ ନେଇ ସମ୍ବଲପୁରରେ ରାଜାଂକ କୁମ୍ଭୀର କାନ୍ଦଣ| ଆରମ୍ଭ କରିଥିଲେ |
ସାରଙ୍ଗଧର ଓଡିଶା ବିଧାନସଭାରେ ତଥ୍ୟପୂର୍ଣ୍ଣ ଯୁକ୍ତି ଉପସ୍ଥାପିତ କରି ଗଡଜାତମାନଂକ ଅସଲ ଗୁମର ପଦାରେ ପକାଇ ଦେଇଥିଲେ |ଗଡଜାତ ରାଜାମାନଂକ ଦ୍ବାରା ଆଦିବାସୀମାନେ ସର୍ବାଧିକ ଅତ୍ୟାଚାରିତ ହୋଇଛନ୍ତି |ଜଂଗଲଜାତ ପଦାର୍ଥ ଉପରେ ନିଜର ଅଧିକାର ହରାଇଛନ୍ତି |ହୀରାକୁଦ ବନ୍ଧ ବାହାନାରେ ପଶ୍ଚିମ ଓଡିଶା ରାଜନ୍ୟମଣ୍ଡଳୀ ଆଦିବାସୀ ଓ ଅଣଆଦିବାସୀ ଲୋକଂକ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଚାହୁଁଛନ୍ତି |ସେମାନଙ୍କ ଅସଲ ଲକ୍ଷ୍ୟ ହେଉଛି ,ଆଦିବାସୀମାନଂକ ସମର୍ଥନରେ ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ କରିବା |ହୀରାକୁଦ ବନ୍ଧ ନିର୍ମିତ ହେଲେ ତାହାର ସୁଫଳ କେବଳ ଏଇ ପିଢି ର ଲୋକେ ନୁହନ୍ତି ,ଉତ୍ତରପୁରୁଷ ମଧ୍ୟ ଭୋଗ କରିବେ |ସମ୍ବଲପୁର୍ ଜିଲ୍ଲାର ବହୁ ଅଂଚଳରେ ଜଳସେଚନ ହେବା ସହିତ କୃଷି ଉତ୍ପାଦନ ବୃଦ୍ଧି ପାଇବ |ଯେଉଁ ଜଳବିଦ୍ୟୁତ୍ ଉତ୍ପାଦିତ ହେବ ସେଠରେ କେବଳ ଅନ୍ଧାର ଘର ଆଲୋକିତ ହେବ ନାହିଁ ,ପଶ୍ଚିମ ଓଡିଶାରେ ଶିଳ୍ପର ପ୍ରସାର ଘଟିବ |ତେଣୁ ଆଦିବାସୀ -ଅଣଆଦିବାସୀ ଉଭୟ ସମ୍ପ୍ରଦାୟର ଉନ୍ନତି ପାଇଁ ହୀରାକୁଦ ବନ୍ଧ ଏକାନ୍ତ ଜରୁରୀ |
ବିଧାନସଭାରେ ସାରଂଗଧର ମଧ୍ୟ ଥିଲେ ଗରିବ କୃଷକ ,ଶ୍ରମିକ ମାନଂକ ସ୍ବାର୍ଥର ଜାଗ୍ରତ ପ୍ରହରୀ |ଆଦିବାସୀ ମାନଂକ ପାଇଁ ତାଂକ ହୃଦୟ ମଧ୍ୟରେ ଥିଲା ଅନ୍ତହୀନ ସମବେଦନା |ସେ ବେସରକାରୀ ସ୍ତରରେ ଗଡଜାତ ଅଂଚଳର ଦୁଃସ୍ଥ ରାଜନୈତିକ କର୍ମୀନ୍କ ପିଲାମାନଂକ ଶିକ୍ଷାପାଇଁ ମାଳତୀ ଚୌଧୁରୀଂକ ସହ ୧୯୪୬ ମସିହାରେ ଅନୁଗୁଳ ଠାରେ ସ୍ଥାପନ କରିଥିଲେ 'ବାଜିରାଉତ ଛାତ୍ରାବାସ '|ଏଠାରେ ଆଦିବାସୀ ଓ ହରିଜନ ପିଲାମାନଂକୁ ରଖି ଶିକ୍ଷାଦାନ ବ୍ୟବସ୍ଥା କରାଯାଇଥିଲା |ସେହିପରି ୧୯୪୮ମସିହାରେ୧୯୪୮ମସିହାରେଆଦିବାସୀମାନଂକ ମଧ୍ୟରେ ନୂତନ ଚେତନା ଜାଗ୍ରତ କରି ସେମାନଂକ ଉପରେ ହେଉଥିବା ଜୁଲୁମ୍ ର ପ୍ରତିକାର ଲାଗି ଗୋପବନ୍ଧୁ ଚୌଧୁରୀ ,ରମାଦେବୀ ,ଆଚାର୍ଯ୍ୟ ହରିହରଂକ ସହିତ ମିଶି ସେ ଉତ୍କଳ ନବଜୀବନ ମଣ୍ଡଳ ପ୍ରତିଷ୍ଠା କରିଥିଲେ |