"ସାରଙ୍ଗଧର ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୬୮ କ ଧାଡ଼ି:
୧୯୪୬ ମସିହା ଓଡିଶା ବିଧାନସଭାକୁ ଯିବା ପାଇଁ ତାଂକୁ ତିର୍ତ୍ତୋଲ -ଏରସମା ନିର୍ବାଚନ ମଣ୍ଡଳୀ ରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରିବାକୁ ହୋଇଥିଲା |ସେଠରେ ସେ ବିଧାନସଭା କୁ ନିର୍ବାଚିତ ହୋଇ ବିଧାୟକ ଭାବରେ ଶପଥ ଗ୍ରହଣ କରିଥିଲେ | ସେତେବେଳେ ବିଧାନସଭାରେ ଓଡିଆ ଭାଷାରେ ଭାଷଣ ଦେବାର ବିଧି ନ ଥିଲା |କାରଣ ସେତେବେଳେ ଇଂରେଜୀ ଶାସନର ଅବସାନ ଘଟି ନ ଥିଲା କିମ୍ବା ମହାରାଣୀନ୍କ ଇଂରାଜୀ ଭାଷାର ପ୍ରଭୁତ୍ବ ହ୍ରାସ ପାଇନଥିଲା |ସାରଂଗଧର କିନ୍ତୁ ବାଚସ୍ପତି ନ୍କ ବାରଣ ସତ୍ବେ ଓଡିଶା ବିଧାନସଭାରେ ନିଜ ମାତୃଭାଷା ଓଡିଆରେ ଭାଷଣ ଦେବା ଆରମ୍ଭ କରିଦେଲେ |ତାଂକର ଯୁକ୍ତି ଥିଲା ,ଓଡିଶା ବିଧାନସଭାରେ ଓଡିଆରେ ଭାଷଣ ଦେବିନାହିଁ ତ ଆଉ କେଉଁଠି ନିଜର ବକ୍ତବ୍ୟ ରଖିବି ?ଇଂଲଣ୍ଡର ହାଉସ୍ ଅଫ୍ କମନସ୍ ରେ ସାଂସଦମାନେ ନିଜ ମାତୃଭାଷାରେ ଭାଷଣ ଦେଉଥିଲା ବେଳେ ଆମେ ନିଜ ମାତୃଭାଷାରେ ଭାଷଣ ଦେବୁନାହିଁ କାହିଁକି ?
1946 ମସିହା ସେପଟେମ୍ବର୍ ପାଂଚ ତାରିଖ ଦିନ ଗୃହରେ ହୀରାକୁଦ ବନ୍ଧ ନିର୍ମାଣ ସମ୍ପର୍କରେ ଗରମ ଗରମ ଆଲୋଚନା ଚାଲିଥିଲା |ହୀରାକୁଦ ବନ୍ଧ ବିରୁଦ୍ଧରେ ସେତେବେଳେ ପାଟନା ରାଜାଂକ ନେତୃତ୍ବରେ ଗଡଜାତର ରାଜାମାନେ ବନ୍ଧ ବିରୋଧୀ ଆନ୍ଦୋଳନ ଚଳାଇଥିଲେ |ହିରାକୁଦ ବନ୍ଧ ହୋଇଗଲେ ବହୁ ଆଦିବାସୀ ଘରଦ୍ବାର ଜଳମଗ୍ନ ହୋଇଯିବ |ସେମାନେ ଅନାଥ ହୋଇଯିବେ ବୋଲି ବଲାଂଗୀରରୁ ଲୋକ ନେଇ ସମ୍ବଲପୁରରେ ରାଜାଂକ କୁମ୍ଭୀର କାନ୍ଦଣ| ଆରମ୍ଭ କରିଥିଲେ |
ସାରଙ୍ଗଧର ଓଡିଶା ବିଧାନସଭାରେ ତଥ୍ୟପୂର୍ଣ୍ଣ ଯୁକ୍ତି ଉପସ୍ଥାପିତ କରି ଗଡଜାତମାନଂକ ଅସଲ ଗୁମର ପଦାରେ ପକାଇ ଦେଇଥିଲେ |ଗଡଜାତ ରାଜାମାନଂକ ଦ୍ବାରା ଆଦିବାସୀମାନେ ସର୍ବାଧିକ ଅତ୍ୟାଚାରିତ ହୋଇଛନ୍ତି |ଜଂଗଲଜାତ ପଦାର୍ଥ ଉପରେ ନିଜର ଅଧିକାର ହରାଇଛନ୍ତି |ହୀରାକୁଦ ବନ୍ଧ ବାହାନାରେ ପଶ୍ଚିମ ଓଡିଶା ରାଜନ୍ୟମଣ୍ଡଳୀ ଆଦିବାସୀ ଓ ଅଣଆଦିବାସୀ ଲୋକଂକ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଚାହୁଁଛନ୍ତି |ସେମାନଙ୍କ ଅସଲ ଲକ୍ଷ୍ୟ ହେଉଛି ,ଆଦିବାସୀମାନଂକ ସମର୍ଥନରେ ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ କରିବା |ହୀରାକୁଦ ବନ୍ଧ ନିର୍ମିତ ହେଲେ ତାହାର ସୁଫଳ କେବଳ ଏଇ ପିଢି ର ଲୋକେ ନୁହନ୍ତି ,ଉତ୍ତରପୁରୁଷ ମଧ୍ୟ ଭୋଗ କରିବେ |ସମ୍ବଲପୁର୍ ଜିଲ୍ଲାର ବହୁ ଅଂଚଳରେ ଜଳସେଚନ ହେବା ସହିତ କୃଷି ଉତ୍ପାଦନ ବୃଦ୍ଧି ପାଇବ |ଯେଉଁ ଜଳବିଦ୍ୟୁତ୍ ଉତ୍ପାଦିତ ହେବ ସେଠରେ କେବଳ ଅନ୍ଧାର ଘର ଆଲୋକିତ ହେବ ନାହିଁ ,ପଶ୍ଚିମ ଓଡିଶାରେ ଶିଳ୍ପର ପ୍ରସାର ଘଟିବ |ତେଣୁ ଆଦିବାସୀ -ଅଣଆଦିବାସୀ ଉଭୟ ସମ୍ପ୍ରଦାୟର ଉନ୍ନତି ପାଇଁ ହୀରାକୁଦ ବନ୍ଧ ଏକାନ୍ତ ଜରୁରୀ |