"ସ୍ପିଡୋମିଟର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"ମୋଟର ଗାଡ଼ିଟି ରାସ୍ତାରେ ଗତି କରୁଥିବା ବେଳେ ତାହାର..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
୩ କ ଧାଡ଼ି:
ସ୍ବିଡ଼ୋମିଟରଟିକୁ ଗୋଟିଏ ନମନୀୟ ତାର ଯୋଗେ ଗିଅର ପେଡ଼ି ମଧ୍ୟରେ ଥିବା ଧାତବ ଦଣ୍ଡ ସହ ଯୋଡ଼ା ଯାଇଥାଏ । ଏହି ଧାତବ ଦଣ୍ଡଟି ଗୋଟିଏ ଆଲୁମିନିୟମ କପ ମଧ୍ୟରେ ଥିବା ତାର କୁଣ୍ଡଳି ମଧ୍ୟରେ ଯୋଡ଼ି ହୋଇଥାଏ । ଏହି ଆଲୁମିନିୟମଟି ଗୋଟିଏ ସ୍ଥାୟୀ ଚୁମ୍ବକ ମଧ୍ୟରେ ରହିଥାଏ, ଯାନଟି ଗତି କରିବା ଆରମ୍ଭ କଲେ ଧାତବ ଦଣ୍ଡଟି ସହ ତାର କୁଣ୍ଡଳଟି ମଧ୍ୟ ଘୂରେ । ତାର କୁଣ୍ଡଳିଟି ଚୁମ୍ବକ ମଧ୍ୟରେ ଘୂରୁଥିବାରୁ ସେଥିରେ ବିଦୁ୍ୟତ ସ୍ରୋତ ସୃଷ୍ଟି ହୋଇଥାଏ । ଏହି ବିଦୁ୍ୟତ୍ ସ୍ରୋତ ହିଁ ସ୍ବିଡ଼ୋମିଟରର କାକୁ ଘୂରାଇଥାଏ । ଯାନଟି ଅଧିକ ବେଗରେ ଗତି କଲେ ସେ ତାର କୁଣ୍ଡଳିରୁ ଅଧିକ ବିଦୁ୍ୟତ୍ ବାହାରେ । ତାହା ସ୍ବିଡ଼ୋମିଟରର କାକୁ ଅଧିକ ଘୂରାଏ । ଇଲେକ୍ଟ୍ରୋନିକ୍ ସ୍ବିଡ଼ୋମିଟରଟିରେ ଯାନର ବେଗ ଏକ ପରଦାରେ ଲେଖି ହୋଇ ଯାଉଥାଏ ।
ସ୍ବିଡ଼ୋମିଟର ସହ ଆଉ ଗୋଟିଏ ଉପକରଣ ବି ଲାଗିଥାଏ । ଏହା ଯାନଟି କେତେ ଦୂରଗଲା ତାହା ଜଣାଇଥାଏ । ଏହି ଯନ୍ତ୍ରଟିର ନାମ ହେଉଛି ଓଡ଼ୋମିଟର ବା ଦୂରତା ମାପକ ଯନ୍ତ୍ର । ଏହି ଓଡ଼ୋମିଟର ଉଦ୍ଭାବନ ବହୁତ ପୁରୁଣା । ତେବେ ୧୮୫୪ ମସିହାରେ ସାମୁଏଲ ଜନସନ୍ ଆଧୁନିକ ଓଡ଼ୋମିଟର ବାହାର କରିଥିଲେ । ଓଡ଼ୋମିଟର ଯନ୍ତ୍ରଟିରେ କେତେ ଗୋଟି ଗିଅର ରହିଥାଏ । ପ୍ରତିଗିଅରରେ ୦ଠାରୁ ୯ ପର୍ଯ୍ୟନ୍ତ ଅଙ୍କ ଥାଏ । ଯାନଟି ପ୍ରତି ୧୦୦ ମିଟର ଗତି କଲା ପରେ ପ୍ରଥମ ଗିଅରଟି ଗୋଟିଏ ଅଙ୍କ ଘୂରିଥାଏ । ଯାନଟି ଏକ କିଲୋମିଟର ଗତି କଲେ ପ୍ରଥମ ଗିଅରଟି ଗୋଟିଏ ଘେରା ବୁଲିଯାଏ । ମାତ୍ର ତାହାର ପର ଗିଅରଟି ଦଶ ଭାଗରୁ ଭାଗେ ଘୂରିଥାଏ । ଏହିପରି ପ୍ରତିଗିଅର ଥରେ ଘୂରିଲେ ତାହାର ପରଗିଅର ଦଶଭାଗରୁ ଏକଭାଗ ଘୂରି ଯାନଟି ଅତିକ୍ରମ କରୁଥିବା ଦୂରତା ଦେଖାଉଥାଏ ।
 
[[ଶ୍ରେଣୀ:ବୈଜ୍ଞାନିକ ଯନ୍ତ୍ରପାତି]]