"ଏଡା ଲଭ୍ଲେସ୍" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Gorvachove (ଆଲୋଚନା | ଅବଦାନ) "{{ଛୋଟ|Ada Lovelace}} {{Infobox person | name = ଏଡା ଲଭ୍ଲେସ୍ | image..." ନାଆଁରେ ପୃଷ୍ଠାଟିଏ ତିଆରିକଲେ |
(କିଛି ବଦଳିନାହିଁ)
|
୨୩:୫୮, ୭ ଅପ୍ରେଲ ୨୦୧୫ ଅନୁସାରେ କରାଯାଇଥିବା ବଦଳ
ଅଗଷ୍ଟା ଏଡା କିଙ୍ଗ, କାଉଣ୍ଟେସ୍ ଅଫ୍ ଲଭ୍ଲେସ୍ (୧୦ ଡିସେମ୍ବର ୧୮୧୫-୨୭ ନଭେମ୍ବର ୧୮୫୨, ଜନ୍ମନାମ - ଅଗଷ୍ଟା ଏଡା ବାଇରନ୍) ଜଣେ ବ୍ରିଟିଶ ଗଣିତଜ୍ଞ ଥିଲେ ଏବଂ ଏଡା ଲଭ୍ଲେସ୍ ନାମରେ ଜଣାଶୁଣା । ସେ ମୁଖ୍ୟତଃ ଭାବେ ଚାର୍ଲସ୍ ବ୍ୟାବେଜ୍ଙ୍କ ଦ୍ୱାରା ଆଦ୍ୟ ନିର୍ମିତ ଯାନ୍ତ୍ରିକ କମ୍ପ୍ୟୁଟର ଆନାଲିଟିକାଲ୍ ଇଞ୍ଜିନ ଉପରେ ଅନେକ କାର୍ଯ୍ୟ କରିଥିଲେ । ତାଙ୍କ ଦ୍ୱାରା ପ୍ରସ୍ତୁତ ନୋଟ୍ ବା ତମସୁକ ଗୁଡ଼ିକୁ କୌଣସି ଏକ ଯନ୍ତ୍ର ବା ମେସିନ ଉଦ୍ଦେଶ୍ୟରେ ଲିଖିତ ପ୍ରଥମ ଆଲ୍ଗୋରିଦମ୍ ବୋଲି ମାନ୍ୟତା ମିଳିଛି ଏବଂ ସେଥି ନିମନ୍ତେ ଏଡାଙ୍କୁ ପୃଥିବୀର ପ୍ରଥମ କମ୍ପ୍ୟୁଟର ପ୍ରୋଗ୍ରାମର କୁହାଯାଇଥାଏ ।[୧][୨][୩]
ଏଡା ଲଭ୍ଲେସ୍ | |
---|---|
ଜନ୍ମ | ଅଗଷ୍ଟା ଏଡା ବାଇରନ୍ ୧୦ ଡିସେମ୍ବର ୧୮୧୫ ଲଣ୍ଡନ, ଇଂଲଣ୍ଡ |
ମୃତ୍ୟୁ | ୨୭ ନଭେମ୍ବର ୧୮୫୨ ମାରିଲ୍ବୋନ, ଲଣ୍ଡନ, ଇଂଲଣ୍ଡ | (ବୟସ ୩୬)
ସେଣ୍ଟ ମ୍ୟାରୀ ମାଗ୍ଡାଲିନ୍ ଚର୍ଚ୍ଚ, ହକ୍ନଲ;, ନଟିଂହାମ୍, ଇଂଲଣ୍ଡ | |
Title | କାଉଣ୍ଟେସ୍ ଅଫ୍ ଲଭ୍ଲେସ୍ |
ବୈବାହିକ-ସାଥୀ(s) | ୱିଲିଅମ୍ କିଙ୍ଗ-ନୋଏଲ, ୧ମ ଆର୍ଲ୍ ଅଫ୍ ଲଭ୍ଲେସ୍ |
ସନ୍ତାନ |
|
ପିତାମାତାs |
|
ଏଡା ଲଭ୍ଲେସ୍ଙ୍କ ଜନ୍ମ ୧୦ ଡିସେମ୍ବର ୧୮୧୫ରେ ପ୍ରସିଦ୍ଧ ଇଂରାଜୀ କବି ଲର୍ଡ ବାଇରନ୍ ଓ ଆନେ ଇଜାବେଲା ବାଇରନ୍ଙ୍କ ଔରସରୁ ହୋଇଥିଲା ।[୪] ଏଡାଙ୍କ ଜନ୍ମର ଏକମାସ ପରେ ତାଙ୍କ ବାପା, ମାଆଙ୍କ ଠାରୁ ଅଲଗା ହୋଇଯାଇଥିଲେ ଓ ଚାରିମାସ ପରେ ଇଂଲଣ୍ଡ ଛାଡ଼ି ଚାଲିଯାଇଥିଲେ; ଏବଂ ଶେଷରେ "ଗ୍ରୀକ୍ ସ୍ୱାଧୀନତା ସଂଗ୍ରାମ" ସମୟରେ ରୋଗରେ ପୀଡ଼ିତ ହୋଇ ଏଡାଙ୍କୁ ୮ ବର୍ଷ ହୋଇଥିବା ସମୟରେ ମୃତ୍ୟୁବରଣ କରିଥିଲେ । ଏଡାଙ୍କ ମାଆ ଲର୍ଡ ବାଇରନ୍ଙ୍କ ପ୍ରତି ତିକ୍ତତା ହେତୁ ଏଡାଙ୍କୁ ତାଙ୍କଠାରୁ ଦୂରେଇ ରଖିବାକୁ, ଏଡାଙ୍କୁ ଗଣିତ ଓ ତର୍କ ପଢ଼ିବାକୁ ଅଧିକା ଉତ୍ସାହିତ କରିଥିଲେ । ଏହା ସତ୍ତ୍ୱେ ଏଡା ନିଜ ବାପାଙ୍କ ପ୍ରତି ଆଗ୍ରହ ରଖିଥିଲେ (ଏବଂ ନିଜର ଶେଷ ଇଚ୍ଛା ଅନୁସାରେ, ନିଜ ବାପାଙ୍କ ସମାଧି କଡ଼ରେ ସମାଧି ନେବାର ଅଭିଳାଷ ପୂରଣ କରିଥିଲେ ।)
ଏଡା ନିଜର ଦୃଷ୍ଟିକୋଣକୁ "କାବ୍ୟିକ ବିଜ୍ଞାନ(poetical science)"[୫] ଓ ନିଜକୁ ଜଣେ "ବିଶ୍ଳେଷିକା (ଓ ତତ୍ତ୍ୱଜ୍ଞାନୀ)[୬] ଭାବେ ବର୍ଣ୍ଣନା କରିଛନ୍ତି । ଆଦ୍ୟ ଯୌବନରେ ନିଜର ଗଣିତ ପ୍ରତିଭା ହେତୁ ସମସାମୟିକ ବ୍ରିଟିଶ ଗଣିତଜ୍ଞ ଚାର୍ଲସ୍ ବ୍ୟାବେଜ୍ଙ୍କ ସହିତ ତାଙ୍କର ସଂପର୍କ ଓ ବନ୍ଧୁତା ଥିଲା, ଏବଂ ବିଶେଷ ଭାବେ ସେ ଚାର୍ଲସ୍ ବ୍ୟାବେଜ୍ ଆନାଲିଟିକାଲ୍ ଇଞ୍ଜିନ ଉପରେ କରିଥିବା ଗବେଷଣା ପ୍ରତି ଅଧିକ ଆକର୍ଷିତ ହୋଇଥିଲେ । ୧୮୪୨-୪୩ ମଧ୍ୟରେ ସେ "ଫେଡେରିକୋ ଲୁଇଗି ମେନାବ୍ରିଆ" ନାମକ ଜଣେ ଇଟାଲୀୟ ସେନାବାହିନୀର ଇଞ୍ଜିନିୟରଙ୍କ କାମକୁ ଅନୁବାଦ କରିଥିଲେ, ଏବଂ ନିଜର ଏକ ବିସ୍ତୃତ ନୋଟ୍ ପ୍ରଦାନ କରିଥିଲେ । ଏହି ନୋଟ୍ରେ ମେସିନ୍ ନିମନ୍ତେ ଲିଖିତ ପ୍ରଥମ ପ୍ରୋଗ୍ରାମ ରହିଥିବାର ବିଶ୍ୱାସ କରାଯାଏ । ଏଡାଙ୍କ ନୋଟ୍ ଗୁଡ଼ିକୁ କମ୍ପ୍ୟୁଟରର ଆଦ୍ୟ-ଇତିହାସ ଦୃଷ୍ଟିରୁ ଅତି ଗୁରୁତ୍ତ୍ୱପୂର୍ଣ୍ଣ ମନେକରାଯାଏ ଓ ସେ କମ୍ପ୍ୟୁଟର କେବଳ ସଂଖ୍ୟାଗଣନା ନ କରି ଅନ୍ୟ କାମ ପାଇଁ ଉପଯୋଗୀ ହୋଇପାରିବ ବୋଲି ମଧ୍ୟ କଳ୍ପନା କରିଥିଲେ ।[୭] ତାଙ୍କର କାବ୍ୟିକ ବିଜ୍ଞାନ ଦୃଷ୍ଟିକୋଣ ଆନାଲିଟିକାଲ୍ ଇଞ୍ଜିନ ଉପରେ ଅନେକ ପ୍ରଶ୍ନ ଉଠାଇଥିଲା ଏବଂ ସମାଜ ଓ ବ୍ୟକ୍ତିବିଶେଷ ମଧ୍ୟରେ ଟେକ୍ନୋଲୋଜି ବା ପ୍ରଯୁକ୍ତି ବିଦ୍ୟା କିପରି ଭାବେ ସହଯୋଗୀ ହୋଇପାରିବ ସେ ଉପରେ ଅନେକ ପରୀକ୍ଷା ହୋଇଥିଲା ।[୮]
ଜୀବନୀ
ବାଲ୍ୟ ଜୀବନ
ଏଡା ଲଭ୍ଲେସ୍ଙ୍କ ଜନ୍ମ ୧୦ ଡିସେମ୍ବର ୧୮୧୫ରେ ଇଂରାଜୀ କବି ଜର୍ଜ ଗର୍ଡନ୍ ବାଇରନ୍, ୬ଷ୍ଠ ବାରନ୍ ବାଇରନ୍, ଓ ଆନେ ଇଜାବେଲା "ଆନାବେଲା" ମିଲ୍ବାଙ୍କେ ବାରୋନେସ୍ ବାଇରନ୍ଙ୍କ ଔରସରୁ ଅଗଷ୍ଟା ଏଡା ବାଇରନ୍ ନାମରେ ହୋଇଥିଲା ।[୯] ଜର୍ଜ ବାଇରନ୍ ଏକ ପୁତ୍ର ସନ୍ତାନର ଆଶା ପୋଷଣ କରିଥିଲେ ଓ ସ୍ତ୍ରୀ କନ୍ୟା ସନ୍ତାନ ଜନ୍ମ ଦେଇଥିବାରୁ ନିରାଶ ହୋଇଥିଲେ ।[୧୦] ଅଗଷ୍ଟାଙ୍କ ନାମକରଣ ବାଇରନ୍ଙ୍କ ସାବତ ଭଉଣୀ ଅଗଷ୍ଟା ଲିଃଙ୍କ ନାମ ଅନୁସାରେ ହୋଇଥିଲା ଓ ବାଇରନ୍ ତାଙ୍କୁ "ଏଡା" ନାମରେ ସମ୍ବୋଧନ କରୁଥିଲେ ।[୧୧]
ଜାନୁଆରୀ ୧୬, ୧୮୧୬ରେ ଆନାବେଲା ନିଜ ପିତାମାତାଙ୍କ କଥାରେ, ତାଙ୍କ କିର୍କବି ମାଲୋରି ସ୍ଥିତ ନିଜ ଘରକୁ ଏକମାସର ଏଡାଙ୍କୁ ଧରି ଚାଲିଯାଇଥିଲେ ।[୧୦] ସେ ସମୟର ବ୍ରିଟିଶ ନିୟମ ଅନୁଯାୟୀ ବିବାହ ବିଚ୍ଛେଦ କ୍ଷେତ୍ରରେ ବାପାମାନେ ନିଜ ସନ୍ତାନର ଅଭିଭାବକ ଦାୟିତ୍ୱ ତୁଲାଉଥିଲେ ମଧ୍ୟ, ବାଇରନ୍ ନିଜର ପୈତୃକ ଅଧିକାର ଦାବୀ କରିନଥିଲେ;[୧୨] କିନ୍ତୁ ନିଜ ଭଉଣୀଙ୍କୁ ଏଡାଙ୍କ ବିକାଶ ସଂପର୍କୀୟ ଖବର ଜଣାଇବାକୁ ଅନୁରୋଧ କରିଥିଲେ ।[୧୩] ୨୧ ଏପ୍ରିଲରେ ବାଇରନ୍ ବିଚ୍ଛେଦ ପତ୍ରରେ ସ୍ୱାକ୍ଷର କରିଥିଲେ ଓ ନିଜର ଅନିଚ୍ଛା ସତ୍ତ୍ୱେ କିଛିଦିନ ପରେ ଇଂଲଣ୍ଡ ଛାଡ଼ି ଚାଲିଯାଇଥିଲେ ।[୧୪] ବିବାହ ବିଚ୍ଛେଦ ଉପରାନ୍ତ, ଆନାବେଲା ବାରରନ୍ଙ୍କ ଉପରେ ଅମାନବିକ ବ୍ୟବହାରର ଆରୋପ ମଧ୍ୟ ଲଗାଇଥିଲେ ।[୧୫] ଏହି ଘଟଣାକ୍ରମଗୁଡ଼ିକ ଏଡାଙ୍କୁ ଭିକ୍ଟୋରିଆନ୍ ସମାଜରେ ପରିଚିତ କରାଇଥିଲା । ବାଇରନ୍ ନିଜ ଝିଅଙ୍କ ସହିତ କୌଣସି ସଂପର୍କ ରଖିନଥିଲେ ଓ କେବେ ପୁଣି ଦେଖିବାର ସୁଯୋଗ ମଧ୍ୟ ପାଇନଥିଲେ । ବାଇରନ୍ ୧୮୨୪ ରେ ଏଡାଙ୍କୁ ୮ ବର୍ଷ ହୋଇଥିବା ସମୟରେ ମୃତ୍ୟୁବରଣ କରିଥିଲେ ଓ ଏଡାଙ୍କ ଜୀବନରେ ମାଆ ଆନାବେଲାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।[୧୬] ଏଡା ତାଙ୍କ ବାପାଙ୍କ ପରିବାରର ବାର୍ଷିକ ତୈଳଚିତ୍ରରେ ମଧ୍ୟ ନିଜର ବିଂଶ ଜନ୍ମବାର୍ଷିକୀ ପର୍ଯ୍ୟନ୍ତ ସ୍ଥାନ ପାଇନଥିଲେ ।[୧୭] ୧୮୫୬ରେ ଏଡାଙ୍କ ମାଆ ଆଇନ ଅନୁଯାୟୀ "ବାରୋନେସ୍ ୱେଣ୍ଟୱର୍ଥ" ହୋଇଥିଲେ ।
ଆନାବେଲା କିଶୋରୀ ଏଡାଙ୍କ ସହିତ ଘନିଷ୍ଠ ସଂପର୍କ ରଖି ନଥିଲେ, ଓ ପ୍ରାୟତଃ ଏଡାଙ୍କୁ ନିଜ ଆଇ ଜୁଡିଥ୍, ଲେଡି ମିଲ୍ବାଙ୍କେଙ୍କ ତତ୍ତ୍ୱାବଧାନରେ ଛାଡ଼ିଦେଉଥିଲେ । କିନ୍ତୁ ସେ ସମୟରେ ସାମାଜିକ ଚଳଣିକୁ(ବିବାହ ବିଚ୍ଛେଦରେ ପିତାମାନେ ସନ୍ତାନଙ୍କ ତତ୍ତ୍ୱାବଧାନ ତଥା ମଙ୍ଗଳ ନିମନ୍ତେ ଦାୟୀ) ଆଖି ଆଗରେ ରଖି ଆନାବେଲା ନିଜକୁ ଜଣେ ଆଦର୍ଶ ମାଆ ଭାବେ ଦର୍ଶାଉ ଥିଲେ । ଏଥି ନିମନ୍ତେ ସେ ନିଜ ମାଆଙ୍କୁ ଏଡାଙ୍କ ମଙ୍ଗଳ ସଂପର୍କିତ ଚିଠି ଲେଖୁଥିଲେ ଓ ସେଗୁଡ଼ିକୁ ସାଇତି ରଖିବାକୁ ମଧ୍ୟ କହୁଥିଲେ; କାରଣ ତାହା ପରବର୍ତ୍ତୀ ସମୟରେ ଜଣେ ଯତ୍ନବାନ ମାଆର ପ୍ରମାଣ ଭାବେ ବ୍ୟବହାର କରାଯାଇପାରିବ ।[୧୮] ଏକ ଚିଠିରେ ଆନାବେଲା ଏଡାଙ୍କୁ ଏକ ବସ୍ତୁ ଭଳି ବର୍ଣ୍ଣନା କରିଥିଲେ ।[୧୯] ଏଡାଙ୍କ କୈଶୋରରେ ତାଙ୍କ ମାଆଙ୍କ ଅନ୍ତରଙ୍ଗ ବାନ୍ଧବୀ ମାନେ ଏଡାଙ୍କୁ ନଜରରେ ରଖୁଥିଲେ । ଏଡା ପରବର୍ତ୍ତୀ ସମୟରେ ଏହି ପର୍ଯ୍ୟବେକ୍ଷକମାନଙ୍କୁ ତାଙ୍କ ଉପରେ କପୋଳକଳ୍ପିତ ଗପ ସୃଷ୍ଟିକରିବାର ଆରୋପ ଲଗାଇଥିଲେ ।[୨୦]
ଏଡା ଛୋଟ ବୟସରୁ ଅଧିକାଂଶ ସମୟରେ ରୋଗଗ୍ରସ୍ତ ରହୁଥିଲେ ଓ ଆଠ ବର୍ଷ ବୟସରେ ତୀବ୍ର ମୁଣ୍ଡବିନ୍ଧା ଅନୁଭବ କରିଥିଲେ ଯାହା ତାଙ୍କ ଦୃଷ୍ଟିଶକ୍ତିକୁ ଘଟାଇଥିଲା ।[୧୧] ଜୁନ୍ ୧୯୨୯ରେ ମିଳିମିଳାରେ ଆକ୍ରାନ୍ତ ହୋଇ ସେ ପକ୍ଷାଘାତରେ ପିଡ଼ୀତ ହୋଇଥିଲେ । ତାଙ୍କୁ ପ୍ରାୟ ଏକ ବର୍ଷ ବିଛଣାରେ ରହିବାକୁ ପଡ଼ିଥିଲା ଓ ଏହା ତାଙ୍କ ବିକଳଙ୍ଗତାକୁ ବଢାଇଥିଲା ବୋଲି ମନେ କରାଯାଏ । ୧୮୩୧ ସୁଦ୍ଧା ସେ କ୍ରଚ୍ ଧରି ଚାଲିବା ଆରମ୍ଭ କରିଥିଲେ । ରୋଗଗ୍ରସ୍ତ ରହିବା ସତ୍ତ୍ୱ ଏଡା ଗଣିତ ଓ ପ୍ରଯୁକ୍ତି ବିଦ୍ୟା ପ୍ରତି ଅତ୍ୟଧିକ ଆଗ୍ରହ ପୋଷଣ କରିଥିଲେ । ୧୨ ବର୍ଷ ବୟସରେ ସେ ଉଡ଼ିବାକୁ ଆଶା ରଖିଥିଲେ ଏବଂ ଏହି ସ୍ୱପ୍ନକୁ ଗୁରୁତ୍ୱ ସହିତ ଗ୍ରହଣ କରି ଅଗ୍ରସର ହୋଇଥିଲେ । ଫେବ୍ରୁଆରୀ ୧୯୨୮ରେ, ସେ ପକ୍ଷ ବନାଇବାକୁ କାମ କରିଥିଲେ । ଏଥି ନିମନ୍ତେ ସେ ଅନେକ ପ୍ରକାର କାଗଜ, ସିଲ୍କ, ତାର ଓ ପରର ପରୀକ୍ଷା କରିଥିଲେ । ଏହା ବ୍ୟତୀତ ପକ୍ଷୀମାନଙ୍କ ଶରୀର ବିଜ୍ଞାନକୁ ଅନୁସରଣ କରି ଦେହ ଓ ପକ୍ଷର ସଠିକ ଅନୁପାତ ନିର୍ଣ୍ଣୟ କରିଥିଲେ । ଏଥିପାଇଁ ଏକ ବହି ଲେଖିବାକୁ ମଧ୍ୟ ମନସ୍ଥ କରିଥିଲେ । ଶେଷରେ ବାଷ୍ପକୁ କିପରି ଉଡାଣ ସହିତ ଯୋଡ଼ା ଯାଇପାରିବ ସେଥିପାଇଁ ଚିନ୍ତା କରିଥିଲେ ।[୮]
୧୮୩୩ର ଆଦ୍ୟ ଭାଗରେ ଏଡା ନିଜର ଜଣେ ପ୍ରଶିକ୍ଷକଙ୍କ ସହିତ ସଂପର୍କ ରଖିଥିବାର ଜଣାପଡ଼ିବାରୁ ସେ ତାଙ୍କ ସହିତ ଘର ଛାଡ଼ି ଚାଲିଯିବାର ଉଦ୍ୟମ କରିଥିଲେ । ପ୍ରଶିକ୍ଷକଙ୍କ ସମ୍ବନ୍ଧୀୟ ମାନେ ଏଡାଙ୍କୁ ଚିହ୍ନିପାରି, ଏଡାଙ୍କ ମାଆଙ୍କୁ ଖବର ଦେଇଥିଲେ । ଆନାବେଲା ଓ ତାଙ୍କ ବାନ୍ଧବୀ ମାନଙ୍କ ଦ୍ୱାରା ଏହି ଖବରକୁ ସମାଜ ଆଗରୁ ଲୁଚାଇ ରଖାଯାଇଥିଲା ।[୨୧] ଏଡା ନିଜର ସାନ ସାବତ ଭଉଣୀ ଆଲେଗ୍ରା ଯିଏ ଲର୍ଡ ବାଇରନ୍ ଓ କ୍ଲେୟାର୍ କ୍ଲେୟାର୍ମୋଣ୍ଟଙ୍କ ଝିଅ ଥିଲେ, କେବେ ଭେଟି ନଥିଲେ । ଆଲେଗ୍ରା ୧୮୨୨ରେ ୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ଏଡା ବାଇରନ୍ଙ୍କ ସାବତ ଭଉଣୀ ଅଗଷ୍ଟା ଲିଃଙ୍କ ଝିଅ ଏଲିଜାବେଥ୍ ମେଡୋରା ଲିଃଙ୍କ ସହିତ କିଛି ମାତ୍ରାରେ ସଂପର୍କ ରଖିଥିଲେ ।[୨୨]
ଯୌବନ
ଏଡା ଓ ତାଙ୍କ ପ୍ରଶିକ୍ଷକ ମେରି ସମର୍ଭିଲେଙ୍କ ଘନିଷ୍ଠ ସଂପର୍କ ବଢ଼ିଉଠିଥିଲା ।[୨୩] ସମର୍ଭିଲେଙ୍କୁ ସେ ଅଧିକ ସମ୍ମାନ ଓ ଶ୍ରଦ୍ଧା କରୁଥିଲେ ଓ ସେମାନେ ଅନେକ ବର୍ଷ ପର୍ଯ୍ୟନ୍ତ ସଂପର୍କ ରଖିଥିଲେ। ଆଣ୍ଡ୍ରିଉ କ୍ରସ, ସାର୍ ଡେଭିଡ଼ ବ୍ରିଉଷ୍ଟର, ଚାର୍ଲସ୍ ହ୍ୱେଟ୍ଷ୍ଟୋନ୍, ଚାର୍ଲସ୍ ଡିକେନ୍ସ ଓ ମାଇକେଲ ଫାରାଡେ ମଧ୍ୟ ଏଡାଙ୍କ ଜଣାଶୁଣା ଥିଲେ । ୧୮୩୪ ସୁଦ୍ଧା ଏଡା କୋର୍ଟକୁ ନିୟମିତ ଯାଉଥିଲେ ଓ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିଲେ । ଏଡା ଭଲ ନାଚୁଥିଲେ ଓ ଅନେକ ସମୟରେ ଲୋକଙ୍କ ପ୍ରଶଂସାର ପାତ୍ର ହେଉଥିଲେ । କିନ୍ତୁ ଲର୍ଡ ବାଇରନ୍ଙ୍କ ବନ୍ଧୁ ଜନ୍ ହୋବ୍ହାଉସ୍ ତାଙ୍କୁ ଜଣେ ମୋଟା ଚମଡ଼ାଧାରୀ ମହିଳା ଯିଏ କେବଳ ତାଙ୍କ ବନ୍ଧୁଙ୍କ ମୁହଁ ନେଇ ଜନ୍ମ ହୋଇଛି ବୋଲି ବର୍ଣ୍ଣନା କରିଥିଲେ ।[୨୪] ଏଭଳି ବର୍ଣ୍ଣନା କରିବା ପରେ ୨୪ ଫେବୃଆରୀ ୧୮୩୪ରେ ଏଡାଙ୍କର ହୋବ୍ହାଉସଙ୍କ ସହିତ ଦେଖା ହୋଇଥିଲା ଓ ଏଡା ତାଙ୍କୁ ପସନ୍ଦ କରନ୍ତି ନାହିଁ ବୋଲି କହିଥିଲେ ମଧ୍ୟ ଆଗାମୀ ସମୟରେ ବନ୍ଧୁ ଭାବେ ଗ୍ରହଣ କରିଥିଲେ ।[୨୫]
୮ ଜୁଲାଇ ୧୮୩୫ରେ ଏଡା ୱିଲିଅମ୍ କିଙ୍ଗ, ୮ମ ବାରନ୍ କିଙ୍ଗଙ୍କୁ ବିବାହ କରିଥିଲେ ଓ ବାରୋନେସ୍ କିଙ୍ଗରେ ପରିଣତ ହୋଇଥିଲେ ।[୨୬] ସେମାନଙ୍କର ଓକ୍ହାମ୍, ସରେ ଠାରେ ଥିବା ଓକ୍ହାମ୍ ପାର୍କରେ ଏକ ବିଶାଳ ବାସଭବନ ଥିଲା । ଏହା ବ୍ୟତୀତ ଲୋଚ୍ ଟୋରିଡନ୍ ଓ ଲଣ୍ଡନଠାରେ ମଧ୍ୟ ବାସଗୃହ ଥିଲା । ପୋର୍ଲୋକ୍ ୱେର୍, ସମର୍ସେଟ୍ ନିକଟରେ ଥିବା ୱର୍ଦି ମାନୋର୍ରେ ସେମାନେ ନିଜର ମଧୁଶଯ୍ୟା କଟାଇଥିଲେ । ସେହି ମାନୋର୍ଟି ଶିକାର ସମୟରେ ବିଶ୍ରାମଗୃହ ଭାବେ ବ୍ୟବହାର କରିବା ପାଇଁ ୧୭୯୯ରେ ନିର୍ମିତ ହୋଇଥିଲା ଏବଂ ମଧୁଶଯ୍ୟ ନିମନ୍ତେ ରାଜା ଏହାକୁ ପୁଣି ଉନ୍ନତ ଭାବେ ସଜାଡ଼ିଥିଲେ । ପରେ ସେମାନଙ୍କ ଖରାଦିନ ଛୁଟି କଟାଇବାକୁ ଏହା ବ୍ୟବହୃତ ହୋଇଥିଲା । ତାଙ୍କର ତିନିଟି ସନ୍ତାନ ଥିଲେ: ବାଇରନ୍ (ଜନ୍ମ-୧୨ ମେ ୧୮୩୬); ଆନେ ଇଜାବେଲା(ଡାକନାମା ଆନାବେଲା ଓ ପରେ ଲେଡି ଆନେ ବ୍ଲଣ୍ଟ; ଜନ୍ମ - ୨୨ ସେପ୍ଟେମ୍ବର ୧୮୩୭), ଓ ରାଲ୍ଫ ଗର୍ଡନ (ଜନ୍ମ - ୨ ଜୁଲାଇ ୧୮୩୯) । ଆନାବେଲାଙ୍କ ଜନ୍ମ ଠିକ୍ ପରେ ପରେ ଏଡା ବହୁଦିନ ଧରି ରୋଗରେ ପୀଡ଼ିତ ରହିଥିଲେ ଓ ଭଲ ହେବାପାଇଁ ଅନେକ ମାସ ନେଇଥିଲେ ।[୨୫] ୧୮୩୮ରେ ଏଡାଙ୍କ ସ୍ୱାମୀ ଆର୍ଲ୍ ଅଫ୍ ଲଭ୍ସେସ୍ ହୋଇଥିଲେ, ତେଣୁ ଏଡା ତାଙ୍କ ବୈବାହିକ ଜୀବନ ସାରା "ଦି ରାଇଟ୍ ଅନରେବ୍ଲ୍ ଦି କାଉଣ୍ଟେସ୍ ଅଫ୍ ଲଭ୍ଲେସ୍" ଭାବେ ରହିଥିଲେ । ୧୮୪୩-୪୪ରେ ଏଡାଙ୍କ ମାଆ ୱିଲିଅମ୍ ବେଞ୍ଜାମିନ୍ କାର୍ପେଣ୍ଟର୍ଙ୍କୁ ତାଙ୍କ ସନ୍ତାନ ମାନଙ୍କୁ ପଢ଼ାଇବା ପାଇଁ ନିଯୁକ୍ତ କରିଥିଲେ ଓ ଏଡାଙ୍କ ନୈତିକ ଉପଦେଷ୍ଟା ହେବାକୁ ପରାମର୍ଶ ଦେଇଥିଲେ ।[୨୭] କିନ୍ତୁ ୱିଲିଅମ୍ ଏଡାଙ୍କ ପ୍ରତି ଆକୃଷ୍ଟ ହୋଇ ପଡ଼ିଥିଲେ, ଓ ପରେ ଏଡାଙ୍କ ସହିତ ସଂପର୍କ ରଖିବାକୁ ଚେଷ୍ଟା କରିବାରୁ ଏଡା ତାଙ୍କଠାରୁ ଦୂରେଇ ଯାଇଥିଲେ ।[୨୮]
୧୮୪୧ରେ ଏଡା ଓ ମେଡୋରା ଲିଃଙ୍କୁ ଏଡାଙ୍କ ମାଆ ଜଣାଇଥିଲେ ଯେ, ଲର୍ଡ ବାଇରନ୍ ମେଡୋରାଙ୍କ ମଧ୍ୟ ବାପା ଅଟନ୍ତି ।[୨୯] ୨୭ ଫେବୃଆରୀ ୧୮୪୧ରେ ଏଡା ତାଙ୍କ ମାଆଙ୍କୁ ଲେଖି ଜଣାଇଥିଲେ; "ସେ ଏଥିରେ ବିଲକୁଲ୍ ଆଶ୍ଚର୍ଯ୍ୟାନ୍ୱିତ ନୁହନ୍ତି । ତାଙ୍କ ମାଆ କେବଳ ଏକ ଛୋଟ ସନ୍ଦେହ ଦୂର କରିଛନ୍ତି ଯାହା ଏଡା ବର୍ଷ ବର୍ଷ ଧରି ସନ୍ଦେହ କରୁଥିଲେ ।"[୩୦] ଏଡା ଲର୍ଡ ବାଇରନ୍କୁ ଏହି ଅବୈଧ ସଂପର୍କ ପାଇଁ ଦୋଷୀ ମାନି ନଥିଲେ ଓ ଅଗଷ୍ଟା ଲିଃଙ୍କ ଚରିତ୍ରକୁ କୁଟିଳ ବୋଲି ଦୋଷ ଦେଇଥିଲେ ।[୩୧] ୧୮୪୦ରେ ଏଡା ଅନେକ ବିବାଦୀୟ ଖବରରେ ଛନ୍ଦି ହୋଇ ପଡ଼ିଥିଲେ ଯେପରିକି ପ୍ରଥମରେ ସ୍ୱାମୀଙ୍କ ବ୍ୟତୀତ ଅନ୍ୟ ପୁରୁଷ ବନ୍ଧୁଙ୍କ ସହିତ ସଂପର୍କ,[୩୨] ଦ୍ୱିତୀୟରେ ଜୁଆ ଖେଳିବାର ନିଶା । ଏହି ଜୁଆଖେଳ ଦ୍ୱାରା ସେ ଅନେକ ପୁରୁଷ ବନ୍ଧୁଙ୍କୁ ନେଇ ଏକ ସିଣ୍ଡିକେଟ୍ ଗଢ଼ିଥିଲେ ଓ ଋଣ ପାଇଁ ୧୮୫୧ରେ ଏକ ଗାଣିତିକ ମଡେଲ ମଧ୍ୟ ବାହାର କରିଥିଲେ । କିନ୍ତୁ ଜୁଆରେ ଅନେକ ଟଙ୍କା ହାରିବା ପରେ ସେ ସିଣ୍ଡିକେଟ୍କୁ ଋଣ ପରିଶୋଧ ନ କରି ପାରିବାରୁ, ଏହା ସ୍ୱାମୀଙ୍କୁ ଜଣାଇବାକୁ ବାଧ୍ୟ ହୋଇଥିଲେ ।[୩୩] ୧୮୪୪ ପରେ ଆଣ୍ଡ୍ରିଉ କ୍ରସଙ୍କ ପୁଅ ଜନ୍ ସହିତ ତାଙ୍କର ଏକ ଛାୟା ସଂପର୍କ ଗଢ଼ିଉଠିଥିଲା । ଜନ୍ କ୍ରସ ତାଙ୍କର ଅନେକ ଚିଠିପତ୍ରକୁ ଏକ ଚୁକ୍ତିପତ୍ର ଅନୁସାରେ ଏଡାଙ୍କ ମୃତ୍ୟୁ ପରେ ନଷ୍ଟ କରିଦେଇଥିଲେ ।[୩୪] ଏଡାଙ୍କ ଅନ୍ତିମ ସମୟରେ ଏଡା ଜନ୍ଙ୍କ ଆଗମନ ନେଇ ପ୍ରାୟ ଭୟଭୀତ ରହୁଥିଲେ ।[୩୫]
ମୃତ୍ୟୁ
୨୭ ନଭେମ୍ବର ୧୮୫୨ରେ ଏଡା ୩୬ ବର୍ଷ ବୟସରେ ଗର୍ଭାଶୟ କର୍କଟ ରୋଗରେ ମୃତ୍ୟୁବରଣ କରିଥିଲେ ।[୩୬] ମୃତ୍ୟୁର କାରଣ ଡାକ୍ତରଙ୍କ ଦ୍ୱାରା ଅତ୍ୟଧିକ ରକ୍ତପାତ ବୋଲି ମନେ କରାଯାଏ ।[୩୭] ମୃତ୍ୟୁ ପୂର୍ବରୁ ଏଡା ଅନେକ ମାସ ଧରି ରୋଗଗ୍ରସ୍ତ ଥିଲେ, ଓ ସେହି ସମୟରେ ଆନାବେଲା ତାଙ୍କ ଆଦେଶ ନେଇ ସମସ୍ତ ବନ୍ଧୁବାନ୍ଧବଙ୍କ ସହ ସଂପର୍କ ଛିନ୍ନ କରିଦେଇଥିଲେ । ଏଡା ମାଆଙ୍କ ଦ୍ୱାରା ପ୍ରଭାବିତ ହୋଇ ଧାର୍ମିକ ଭାବେ ରୂପାନ୍ତରିତ ହୋଇଥିଲେ ଓ ଆନାବେଲାଙ୍କୁ ନିଜ ପ୍ରବନ୍ଧକ ଭାବେ ବାଛିଥିଲେ ।[୩୮] ୩୦ ଅଗଷ୍ଟରେ ସ୍ୱାମୀଙ୍କ ନିକଟରେ କିଛି ଦୋଷ ସ୍ୱୀକାର କରିବା ପରେ ସେ ତାଙ୍କ ସହ ସମସ୍ତ ସଂପର୍କ ଛିନ୍ନ କରିଥିଲେ । ଏଡା ସ୍ୱାମୀଙ୍କୁ କ’ଣ କହିଥିଲା ଆଜି ପର୍ଯ୍ୟନ୍ତ ଅଜଣା ରହିଛି ।[୩୯] ଏଡାଙ୍କ ଅନୁରୋଧ କ୍ରମେ ତାଙ୍କୁ ନିଜ ବାପାଙ୍କ ସମାଧି ନିକଟରେ ସେଣ୍ଟ ମ୍ୟାରୀ ମାଗ୍ଡାଲିନ୍ ଚର୍ଚ୍ଚ, ହକ୍ନଲ; ନଟିଂହାମ୍, ଇଂଲଣ୍ଡ ଠାରେ ସମାଧି ଦିଆଯାଇଥିଲା ।
ଶିକ୍ଷା
ଏଡା ରୋଗଗ୍ରସ୍ତ ରହିବା ସତ୍ତ୍ୱେ ନିଜର ଶିକ୍ଷା ଜାରି ରଖିଥିଲେ ।[୪୦] ଲର୍ଡ ବାଇରନ୍ଙ୍କଠାରୁ ସଂସ୍ପର୍ଶରୁ ଦୂରେଇ ରଖିବା ନିମନ୍ତେ ତାଙ୍କ ମାଆ ଏଡାଙ୍କୁ ଛୋଟ ବୟସରୁ ଗଣିତ ପଢ଼ିବାକୁ ଆଗ୍ରହୀ କରିଥିଲେ । ୱିଲିଅମ୍ ଫ୍ରେଣ୍ଡ, ୱିଲିଅମ୍ କିଙ୍ଗ ଓ ମେରି ସମର୍ଭିଲେଙ୍କ ଠାରୁ ଘରୋଇ ଶିକ୍ଷା ଗ୍ରହଣ କରୁଥିଲେ । ପରେ ଏଡା ପ୍ରସିଦ୍ଧ ଗଣିତଜ୍ଞ ଓ ତାର୍କିକ ଅଗଷ୍ଟସ୍ ଡି ମୋର୍ଗାନ୍ଙ୍କ ଠାରୁ ମଧ୍ୟ ଶିକ୍ଷା ଲାଭ କରିଥିଲେ । ୧୮୩୨ ମସିହାରୁ, ୧୭ ବର୍ଷ ବୟସରେ ଏଡାଙ୍କ ଗଣିତ ପ୍ରତିଭାର ବିକାଶ ହୋଇଥିଲା ଓ ଯୌବନାବସ୍ଥାରେ ତାଙ୍କୁ ଗଣିତ ବହୁମାତ୍ରାରେ ପ୍ରଭାବିତ କରି ରଖିଥିଲା ।[୪୧] ଲେଡି ବାଇରନ୍ଙ୍କୁ ଏକ ଚିଠିରେ ଡି ମୋର୍ଗାନ୍ ଜଣାଇଥିଲେ ଯେ; ଏଡାଙ୍କ ଗଣିତ ପ୍ରତିଭା ତାଙ୍କୁ ଭବିଷ୍ୟତରେ ଏକ ଆଗଧାଡ଼ିର ଗଣିତଜ୍ଞ ମାନ୍ୟତା ଆଣିଦେବ ।[୪୨]
ଏଡା ଅନେକ ସମୟରେ କବିତା ଓ ବିଜ୍ଞାନର ବିଷୟବସ୍ତୁକୁ ମିଳାଇ ଅନେକ ମୌଳିକ ଅସ୍ତିତ୍ୱ ଉପରେ ପ୍ରଶ୍ନ ଉଠାଉଥିଲେ । ଏଡା ବିଶ୍ୱାସ କରୁଥିଲେ ଯେ ଅନ୍ତର୍ଜ୍ଞାନ ଓ ପରିକଳ୍ପନା ଗଣିତ ଓ ବିଜ୍ଞାନ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଅଟେ । ସେ ତତ୍ତ୍ୱମିମାଂସାକୁ ଗଣିତ ଭଳି ମାନ୍ୟ କରୁଥିଲେ ଏବଂ ଏହି ଦୁଇଟି ବିଷୟ ଦ୍ୱାରା ଆମ ଚାରିପଟେ ରହିଥିବା ଅଦୃଶ୍ୟ ପୃଥିବୀର ଅନେକ ଅଜଣା କଥା ଜାଣିହେବ ବୋଲି ବିଶ୍ୱାସ କରୁଥିଲେ ।[୪୩]
କାର୍ଯ୍ୟ
ପ୍ରଥମ କମ୍ପ୍ୟୁଟର ପ୍ରୋଗ୍ରାମ
୧୮୪୦ରେ ବ୍ୟାବେଜ୍ ଟ୍ୟୁରିନ୍ ବିଶ୍ୱବିଦ୍ୟାଳୟକୁ ତାଙ୍କ "ଆନାଲିଟିକାଲ୍ ଇଞ୍ଜିନ" ଉପରେ ଏକ ଅଭିଭାଷଣ ଦେବାକୁ ଆମନ୍ତ୍ରିତ ହୋଇଥିଲେ । ଲୁଇଗି ମେନାବ୍ରିଆ ନାମକ ଜଣେ ଇଟାଲୀୟ ଇଞ୍ଜିନିଅର, ଯେ କି ପରବର୍ତ୍ତୀ ସମୟରେ ଇଟାଲୀର ପ୍ରଧାନମନ୍ତ୍ରୀ ହୋଇଥିଲେ; ବ୍ୟାବେଜ୍ଙ୍କ ଅଭିଭାଷଣକୁ ଫରାସୀ ଭାଷାରେ ଅନୁବାଦ କରିଥିଲେ ଓ ତାହା ଜେନେଭା ବିଶ୍ୱବିଦ୍ୟାଳୟର ଏକ ଜର୍ଣ୍ଣାଲ୍ରେ ଅକ୍ଟୋବର ୧୮୪୨ରେ ପ୍ରକାଶିତ ହୋଇଥିଲା । ବ୍ୟାବେଜ୍ଙ୍କ ବନ୍ଧୁ ଚାର୍ଲସ୍ ହ୍ୱେଟ୍ଷ୍ଟୋନ୍ ଏଡାଙ୍କୁ ମେନାବ୍ରିଆଙ୍କ ପେପର୍ର ଇଂରାଜୀ ଅନୁବାଦ କରିବାକୁ କହିଥିଲେ । ଏଡା ସେହି ପେପର୍ଟିକୁ ନୋଟ୍ ଦେଇ ଲେଖିଥିଲେ ଓ ତାହା ମଧ୍ୟ ଅନୁବାଦରେ ଯୋଗ କରାଯାଇଥିଲା । ସେହି ବର୍ଷର ଅଧିକାଂଶ ଭାଗ ଏଡା ବ୍ୟାବେଜ୍ଙ୍କ ସହାୟତାରେ ଅନୁବାଦରେ ବ୍ୟସ୍ତ ରହିଥିଲେ । ସେହି ନୋଟ୍ଗୁଡ଼ିକ ମେନାବ୍ରିଆଙ୍କ କାମଠାରୁ ବ୍ୟାପକ ଥିଲା ଓ ଟେଲର୍ଙ୍କ "ସାଇଣ୍ଟିଫିକ୍ ମୋୟରସ୍"ରେ ପ୍ରକାଶିତ ହୋଇଥିଲା । ୧୯୫୩ ମସିହାରେ, ଏଡାଙ୍କ ମୃତ୍ୟୁର ପ୍ରାୟ ୧୦୦ ବର୍ଷ ପରେ ଚାର୍ଲସ୍ ବ୍ୟାବେଜ୍ଙ୍କ ଆନାଲିଟିକାଲ୍ ଇଞ୍ଜିନ ବିଷୟରେ ଏଡାଙ୍କ ନୋଟ୍ଗୁଡ଼ିକ ପୁନଃ-ପ୍ରକାଶିତ ହୋଇଥିଲା । ବର୍ତ୍ତମାନ ସମୟରେ ଆନାଲିଟିକାଲ୍ ଇଞ୍ଜିନକୁ କମ୍ପ୍ୟୁଟରର ଆଦ୍ୟ ମଡେଲ ଭାବେ ଗ୍ରହଣ କରାଯାଏ ଓ ଏଡାଙ୍କ ନୋଟ୍ଗୁଡ଼ିକ ସଫ୍ଟୱେରର ବିବରଣୀ ବୋଲି ଧରାଯାଏ ।[୪୪]
ଏଡାଙ୍କ ନୋଟ୍ଗୁଡ଼ିକ ଇଂରାଜୀ ବର୍ଣ୍ଣମାଳାର "ଏ(A)" ଠାରୁ "ଜି(G)" ପର୍ଯ୍ୟନ୍ତ କ୍ରମାନୁସାରେ ଥିଲା, ଏବଂ ସେଥିରେ ଆନାଲିଟିକାଲ୍ ଇଞ୍ଜିନ ନିମନ୍ତେ "ବର୍ଣ୍ଣୋଲି ସଂଖ୍ୟା" ଗଣନା କରିବାକୁ ଏକ ଆଲ୍ଗୋରିଦମ୍ ରହିଛି । ଏହି ଗଣନା ପଦ୍ଧତିକୁ କମ୍ପ୍ୟୁଟର ନିମନ୍ତେ ପ୍ରଥମ ଆଲ୍ଗୋରିଦମ୍ କୁହାଯାଏ ଓ ସେଥି ନିମନ୍ତେ ଏଡାଙ୍କୁ ପୃଥିବୀର ପ୍ରଥମ କମ୍ପ୍ୟୁଟର ପ୍ରୋଗ୍ରାମର କୁହାଯାଏ ।[୪୫][୪୬] ଆନାଲିଟିକାଲ୍ ଇଞ୍ଜିନ୍ଟି ସଂପୂର୍ଣ୍ଣ ଭାବେ ନିର୍ମିତ ହୋଇ ପାରିନଥିଲା ଓ ସେଥି ପାଇଁ ଏଡାଙ୍କ ପଦ୍ଧତିର କେବେ ପରୀକ୍ଷଣ ହୋଇ ପାରି ନଥିଲା ।
ବିବାଦ
ଲୋକପ୍ରିୟ ସଂସ୍କୃତିରେ
ଏଡା ଓ ତାଙ୍କ ବାପାଙ୍କ ସଂପର୍କକୁ ନେଇ ରୋମୁଲସ୍ ଲିନ୍ନି ୧୯୭୭ରେ "ଚାଇଲ୍ଡ ବାଇରନ୍" ନାମକ ଏକ ନାଟକ ଲେଖିଥିଲେ ।[୪୭] ୧୯୯୦ରେ ୱିଲିଅମ୍ ଗିବ୍ସନ୍ ଓ ବ୍ରୁସ୍ ଷ୍ଟର୍ଲିଂ "ଦି ଡିଫରେନ୍ସ ଇଞ୍ଜିନ" ନାମକ ଏକ ଉପନ୍ୟାସ ରଚନା କରିଥିଲେ ।[୪୮] ଏହା ବ୍ୟତୀତ ୧୯୯୭ରେ "କନ୍ସିଭିଙ୍ଗ ଏଡା"[୪୯] ନାମକ ଏକ ଚଳଚ୍ଚିତ୍ର, ଓ ୨୦୦୫ରେ ଜନ୍ କ୍ରୌଲିଙ୍କ ଉପନ୍ୟାସ "ଲର୍ଡ ବାଇରନ୍ସ୍ ନଭେଲ୍ : ଦି ଇଭିନିଙ୍ଗ୍ ଲ୍ୟାଣ୍ଡ"ରେ ମଧ୍ୟ ଏଡାଙ୍କୁ ଚିତ୍ରଣ କରାଯାଇଥିଲା ।[୫୦]
୧୯୯୩ରେ ଟମ୍ ଷ୍ଟୋପ୍ପାର୍ଡଙ୍କ ନାଟକ "ଏର୍କାଡିଆ"ରେ ଥିବା ଚରିତ୍ର ଥୋମାସିନା କଭର୍ଲି ଏଡାଙ୍କ ଉପରେ ଆଧାରିତ ଥିଲା ।[୫୧][୫୨] ସିଡ୍ନୀ ପାଡୁଆଙ୍କ ୱେବ୍ କମିକ୍ "ଦି ଥ୍ରିଲିଙ୍ଗ ଆଡ୍ଭେଞ୍ଚର୍ସ ଅଫ୍ ଲଭ୍ଲେସ୍ ଏଣ୍ଡ ବ୍ୟାବେଜ୍" ରେ ଏଡା ଓ ବ୍ୟାବେଜ୍ ମୁଖ୍ୟ ଚରିତ୍ର ଭାବେ ଜଣାଶୁଣା । ଏହି କମିକ୍ରେ ଏଡାଙ୍କ ନୋଟ୍ରୁ ବହୁ ତଥ୍ୟ ସିଧାସଳଖ ବ୍ୟବହାର କରାଯାଇଛି ।[୫୩]
ସ୍ମୃତିରେ
ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ବିଭାଗ ଦ୍ୱାରା "ଏଡା" ନାମକ ଏକ କମ୍ପ୍ୟୁଟର ଭାଷା ବିକାଶ କରାଯାଇଥିଲା । ଏହି ଭାଷାର ସନ୍ଦର୍ଭ ପୁସ୍ତିକାଟି ୧୦ ଡିସେମ୍ବର ୧୯୮୦ରେ ଗୃହୀତ ହୋଇଥିଲା, ଏହାର ପ୍ରତିରକ୍ଷା ମାନକ ଭାଷାକୁ ଏଡାଙ୍କ ଜନ୍ମବର୍ଷର ସଂଖ୍ୟା ଦିଆଯାଇଥିଲା । ୧୯୯୮ରୁ "ବ୍ରିଟିଶ କମ୍ପ୍ୟୁଟର ସୋସାଇଟି" ଏଡାଙ୍କ ନାମରେ ଏକ ପଦକ ପ୍ରଦାନ କରିଆସୁଛି[୫୪] ଓ ୨୦୦୮ରୁ ମହିଳା କମ୍ପ୍ୟୁଟର ବିଜ୍ଞାନୀ ମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା କରାଉଛି ।[୫୫] ଯୁକ୍ତରାଜ୍ୟରେ ଅନୁଷ୍ଠିତ ହେଉଥିବା ବାର୍ଷିକ "ବି.ସି.ଏସ୍. ୱିମେନ ଲଭ୍ଲେସ୍ କୋଲୋକିୟମ୍" ଏଡାଙ୍କ ନାମ ଅନୁସାରେ ହୋଇଛି ।[୫୬] ମଧ୍ୟ-ଅକ୍ଟୋବର୍ରେ ମଧ୍ୟ "ଏଡା ଲଭ୍ଲେସ୍ ଦିବସ" ପାଳନ କରାଯାଏ ।[୫୭]
ମହିଳା ମାନଙ୍କୁ ନେଇ ମୁକ୍ତ ସଂସ୍କୃତି ଉପରେ ଏକ ଅଭିଯାନ "ଏଡା ଇନିସିଏଟିଭ୍" ମଧ୍ୟ ଆରମ୍ଭ ହୋଇଛି ।[୫୮]
ଏଡାଙ୍କ ୧୯୭ତମ ଜନ୍ମବାର୍ଷିକୀରେ ଗୁଗଲ ଏକ "ଗୁଗଲ ଡୁଡଲ୍" ତାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥିଲା ।[୩][୫୯] ଏହି ଡୁଡଲ୍ରେ ଏଡା ଏକ ଗାଣିତିକ ସୁତ୍ର ଉପରେ କାର୍ଯ୍ୟ କରୁଥିବାର ଓ କମ୍ପ୍ୟୁଟର ବିବର୍ତ୍ତନକୁ ଚିତ୍ର ମାଧ୍ୟମରେ ଦର୍ଶା ଯାଇଥିଲା ।[୩]
ଜାରାଗୋଜା ବିଶ୍ୱବିଦ୍ୟାଳୟ କମ୍ପ୍ୟୁଟର ବିଜ୍ଞାନ ଓ ଅଭିଯାନ୍ତ୍ରିକୀ ଅଟ୍ଟାଳିକାକୁ ଏଡା ବାଇରନ୍ ଅଟ୍ଟାଳିକା ଭାବେ ନାମକରଣ କରାଯାଇଛି ।[୬୦] ପୋର୍ଲକ୍ ଗ୍ରାମରେ ଥିବା କମ୍ପ୍ୟୁଟର ସେଣ୍ଟରକୁ ମଧ୍ୟ ଏଡାଙ୍କ ସମ୍ମାନାର୍ଥେ ନାମ ଦିଆଯାଇଛି । କିର୍କବି-ଇନ୍-ଆଶ୍ଫିଲ୍ଡ, ନଟିଂହାମ୍ରେ ଥିବା ଏକ ଅଟ୍ଟାଳିକାକୁ ମଧ୍ୟ "ଏଡା ଲଭ୍ଲେସ୍ ହାଉସ" ନାମ ଦିଆଯାଇଛି ।[୬୧] ଲଣ୍ଡନର କ୍ରସରୋଡ଼ ରେଳ ପ୍ରକଳ୍ପରେ ବ୍ୟବହୃତ ହୋଇଥିବା ଏକ ଟନେଲ୍ ଖୋଳା ମେସିନ୍କୁ ମଧ୍ୟ ଏଡା ଲଭ୍ଲେସ୍ଙ୍କ ନାମ ଅନୁସାରେ "ଏଡା" ଦିଆଯାଇଥିଲା ।[୬୨]
ସମୟାନୁସାରେ ନାମ
- ୧୦ ଡିସେମ୍ବର ୧୮୧୫ - ୮ ଜୁଲାଇ ୧୮୩୫: ଦି ଅନରେବ୍ଲ୍ ଏଡା ଅଗଷ୍ଟସ୍ ବାଇରନ୍
- ୮ ଜୁଲାଇ ୧୮୩୫ - ୧୮୩୮: ଦି ରାଇଟ୍ ଅନରେବ୍ଲ୍ ଦି ଲେଡ଼ି କିଙ୍ଗ
- ୧୮୩୮ - ୨୭ ନଭେମ୍ବର ୧୮୫୨: ଦି ରାଇଟ ଅନରେବ୍ଲ୍ ଦି କାଉଣ୍ଟେସ୍ ଅଫ ଲଭ୍ଲେସ୍
ଆଧାର
- ↑ Fuegi & Francis 2003, pp. 16–26.
- ↑ Phillips, Ana Lena (November–December 2011). "Crowdsourcing gender equity: Ada Lovelace Day, and its companion website, aims to raise the profile of women in science and technology". American Scientist. 99 (6): 463.
- ↑ ୩.୦ ୩.୧ ୩.୨ "Ada Lovelace honoured by Google doodle". The Guardian. 10 December 2012. Retrieved 10 December 2012.
- ↑ http://www.biography.com/people/ada-lovelace-20825323 Ada Lovelace Biography], biography.com
- ↑ Toole 1998, pp. 234–235.
- ↑ Toole 1998, pp. 156–157.
- ↑ Fuegi & Francis 2003, pp. 19, 25.
- ↑ ୮.୦ ୮.୧ Toole, Betty Alexandra (1987), "Poetical Science", The Byron Journal, 15: 55–65, doi:10.3828/bj.1987.6. ଆଧାର ଭୁଲ: Invalid
<ref>
tag; name "ABCL" defined multiple times with different content - ↑ Stein 1985, p. 14.
- ↑ ୧୦.୦ ୧୦.୧ Turney 1972, p. 35.
- ↑ ୧୧.୦ ୧୧.୧ Stein 1985, p. 17.
- ↑ Stein 1985, p. 16.
- ↑ Woolley 1999, p. 80.
- ↑ Turney 1972, pp. 36–38.
- ↑ Woolley 1999, pp. 74–77.
- ↑ Turney 1972, p. 138 .
- ↑ Woolley 1999, p. 10.
- ↑ Woolley 1999, pp. 85–87.
- ↑ Woolley 1999, p. 86.
- ↑ Woolley 1999, p. 119.
- ↑ Woolley 1999, pp. 120–21.
- ↑ Turney 1972, p. 155.
- ↑ Woolley 1999, pp. 138–40.
- ↑ Turney 1972, pp. 138–39.
- ↑ ୨୫.୦ ୨୫.୧ Turney 1972, p. 139.
- ↑ "Ada Augusta Byron", The Peerage.
- ↑ Woolley 1999, pp. 285–86.
- ↑ Woolley 1999, pp. 289–96.
- ↑ Turney 1972, p. 159.
- ↑ Turney 1972, p. 160.
- ↑ Moore 1961, p. 431.
- ↑ Woolley 1999, p. 302.
- ↑ Woolley 1999, pp. 340–42.
- ↑ Woolley 1999, pp. 336–37.
- ↑ Woolley 1999, p. 361.
- ↑ "December 1852 1a * MARYLEBONE – Augusta Ada Lovelace", Register of Deaths, GRO.
- ↑ Baum 1986, pp. 99–100.
- ↑ Woolley 1999, p. 370.
- ↑ Woolley 1999, p. 369.
- ↑ Stein 1985, pp. 28–30.
- ↑ Turney 1972, p. 138.
- ↑ Stein 1985, p. 82.
- ↑ Toole 1998, pp. 91–100.
- ↑ Fuegi & Francis 2003, pp. 16–26.
- ↑ Simonite, Tom (24 March 2009). "Short Sharp Science: Celebrating Ada Lovelace: the 'world's first programmer'". New Scientist. Retrieved 14 April 2012.
- ↑ Parker, Matt (2014). Things to Make and Do in the Fourth Dimension. Farrar, Straus & Giroux. p. 261. ISBN 0374275653.
- ↑ Klein, Alvin (13 May 1984), "Theatre in review: A lusty Byron in Rockland", New York Times
- ↑ Plant, Sadie (1995), "The Future Looms: Weaving Women and Cybernetics", in Featherstone, Mike; Burrows, Roger (eds.), Cyberspace/Cyberbodies/Cyberpunk: Cultures of Technological Embodiment, SAGE Publications, in association with Theory, Culture & Society, School of Human Studies, Univ. of Teesside, pp. 45–64
{{citation}}
: Italic or bold markup not allowed in:|publisher=
(help) - ↑ Holden, Stephen (26 February 1999), "'Conceiving Ada': Calling Byron's Daughter, Inventor of a Computer", New York Times
- ↑ Straub, Peter (5 June 2005), "Byron's heir", Los Angeles Times
- ↑ " http://www.newyorker.com/books/page-turner/tom-stoppards-arcadia-at-twenty Tom Stoppard’s 'Arcadia,' at Twenty"]. The New Yorker.
- ↑ Profile, Gale Edwards, 1994, Director of "Arcadia" for the Sydney Theatre Company
- ↑ Doctorow, Cory (5 October 2009). "Comic about Ada Lovelace and Charles Babbage". BoingBoing. Retrieved 10 October 2014.
- ↑ "Lovelace Lecture & Medal". BCS. Retrieved 2 March 2008.
{{cite journal}}
: Cite journal requires|journal=
(help) - ↑ "Undergraduate Lovelace Colloquium, BCSWomen". Leeds. Retrieved 6 March 2008.
{{cite journal}}
: Cite journal requires|journal=
(help) - ↑ "BCSWomen Lovelace Colloquium". UK.
- ↑ "FAQ". About. Finding Ada. Retrieved 10 December 2012.
- ↑ Aurora, Valerie (13 December 2011), "An update on the Ada Initiative", LWN, retrieved 5 October 2012
- ↑ "Google celebrates Ada Lovelace's 197th birthday with a doodle". The Times of India. Retrieved 10 December 2012.
- ↑ "Ada Byron Building".
- ↑ "Conference Facilities". Ashfield District Council. Retrieved 21 October 2012.
{{cite journal}}
: Cite journal requires|journal=
(help) - ↑ Kremer, William (1 August 2013). "Crossrail: Where is it in the list of 'big digs'?". BBC News.
ସହାୟକ ଗ୍ରନ୍ଥ ସୂଚୀ
- Baum, Joan (1986), The Calculating Passion of Ada Byron, Archon, ISBN 0-208-02119-1.
- Elwin, Malcolm (1975), Lord Byron's Family, John Murray.
- Fuegi, J; Francis, J (October–December 2003), "Lovelace & Babbage and the creation of the 1843 'notes'", Annals of the History of Computing, IEEE, 25 (4), doi:10.1109/MAHC.2003.1253887.
- Isaacson, Walter (2014), The Innovators: How a Group of Hackers, Geniuses, and Geeks Created the Digital Revolution, Simon & Schuster.
- Kim, Eugene; Toole, Betty Alexandra (May 1999). "Ada and the First Computer". Scientific American..
- Lewis, JS (1995). Princess of Parallelograms and Her Daughter. Vol. 18. pp. 387–94. doi:10.1016/0277-5395(95)80030-S.
{{cite book}}
:|journal=
ignored (help). - Marchand, Leslie (1971), Byron A Portrait, John Murray.
- Menabrea, Luigi Federico (1843), "Sketch of the Analytical Engine Invented by Charles Babbage", Scientific Memoirs, 3, archived from the original on 15 September 2008, retrieved 29 August 2008
{{citation}}
: Unknown parameter|deadurl=
ignored (|url-status=
suggested) (help) With notes upon the memoir by the translator. - Moore, Doris Langley (1977), Ada, Countess of Lovelace, John Murray.
- Moore, Doris Langley (1961), The Late Lord Byron, Philadelphia: Lippincott, ISBN 0-06-013013-X, OCLC 358063.
- Stein, Dorothy (1985), Ada: A Life and a Legacy, MIT Press Series in the History of Computing, Cambridge, Massachusetts: The MIT Press, ISBN 0-262-19242-X.
- Toole, Betty Alexandra (1992), Ada, the Enchantress of Numbers: A Selection from the Letters of Ada Lovelace, and her Description of the First Computer, Strawberry Press, ISBN 0912647094.
- Toole, Betty Alexandra (1998), Ada, the Enchantress of Numbers: Prophet of the Computer Age, Strawberry Press, ISBN 0912647183.
- Woolley, Benjamin (February 1999), The Bride of Science: Romance, Reason, and Byron's Daughter, AU: Pan Macmillan, ISBN 0-333-72436-4, retrieved 7 April 2013.
- Woolley, Benjamin (February 2002) [1999], The Bride of Science: Romance, Reason, and Byron's Daughter, McGraw-Hill Ryerson, ISBN 978-0-07138860-3, retrieved 7 April 2013.
ବାହାର ଲିଙ୍କ
- "Ada Lovelace: Founder of Scientific Computing". Women in Science. SDSC.
- "Ada Byron, Lady Lovelace". Biographies of Women Mathematicians. Agnes Scott College.
- "Papers of the Noel, Byron and Lovelace families". UK: Archives hub.
- O'Connor, John J.; Robertson, Edmund F., "ଏଡା ଲଭ୍ଲେସ୍", MacTutor History of Mathematics archive, University of St Andrews.
- "Ada Lovelace & The Analytical Engine". Babbage. Computer History.
- "Ada & the Analytical Engine". Educause.
- "Ada Lovelace, Countess of Controversy". Tech TV vault. G4 TV.
- "Ada Lovelace" (streaming). In Our Time (audio). UK: The BBC (Radio 4). 6 March 2008.
- "Ada Lovelace's Notes and The Ladies Diary". Yale.
- "The fascinating story Ada Lovelace". Sabine Allaeys (Youtube).
- "Ada Lovelace, the World's First Computer Programmer, on Science and Religion". Maria Popova (Brain).
- "How Ada Lovelace, Lord Byron's Daughter, Became the World's First Computer Programmer". Maria Popova (Brain).