"ମୁଣ୍ଡ ବିନ୍ଧା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୦ କ ଧାଡ଼ି:
=== ଗୌଣ(Secondary) ମୁଣ୍ଡ ବିନ୍ଧା ===
ମୁଣ୍ଡ ତଥା ବେକରେ ହେଉଥିବା କେତେକ ଅବସ୍ଥାରେ ଓ ରୋଗରେ ମୁଣ୍ଡ ବିନ୍ଧା ହୁଏ । ଏମାନଙ୍କ ମଧ୍ୟରୁ ଅଧିକାଂଶ ବିପଦ ପୂର୍ଣ୍ଣ ନୁହନ୍ତି । '''''ଅତ୍ୟଧିକ କଷ୍ଟ ଉପଶମକାରୀ ଔଷଧ ଖାଇଲେ ମଧ୍ୟ ବିପରୀତ କ୍ରମେ ଅଧିକ ମୁଣ୍ଡ ବିନ୍ଧା ହୁଏ''''' । <br />
କେତେକ ବିଶିଷ୍ଟ ପ୍ରକୃତି ଯୋଗୁ କେତେକବିଭିନ୍ନ ବିପଦପୂର୍ଣ୍ଣ ରୋଗର ସମ୍ଭାବନା ଦେଖାଯାଏ । କେତେକ ଲାଲ ପତାକା ଲକ୍ଷଣ ଥିଲେ ବିଶେଷଜ୍ଞଙ୍କ ଦ୍ଵାରା ଯଞ୍ଚଜାଞ୍ଚ କରିବା ଅପରିହାର୍ଯ୍ୟ ହୁଏ । ଲାଲ ପତାକା ଲକ୍ଷଣ: ୫୦ ବର୍ଷ ବୟଷ୍କ ବ୍ୟକ୍ତିଙ୍କର ଗୋଟିଏ ନୂଆ ପ୍ରକାର ମୁଣ୍ଡ ବିନ୍ଧା ଦେଖାଯାଏ, ଅଳ୍ପ କେତେକ ମିନିଟରେ ମୁଣ୍ଡ ବିନ୍ଧା ହେବା (thunderclap headache), ଗୋଟିଏ ଅଙ୍ଗ ଅଚଳ ହେବା, ସ୍ନାୟୁଗତ ପରୀକ୍ଷାରେ ବ୍ୟତିକ୍ରମ ଦେଖାଯିବା, ଦୃଷ୍ଟି ଶକ୍ତି କମିଯିବା, ଚୋବେଇବା ବେଳେ ଯନ୍ତ୍ରଣା ହେବା, ବେକ ଲାଠି ହୋଇଯିବା, ଜର, ଏଚ୍.ଆଇ.ଭି, କ୍ୟାନସର ଓ ଥ୍ରୋମ୍ବୋସିସ୍ । <br />
ସବାଆରାକ୍‌ନଏଡ୍ ରକ୍ତସ୍ରାବ ହେଲେ ଥଣ୍ଡରକ୍ଲାପ ମୁଣ୍ଡ ବିନ୍ଧା ହୁଏ, ଓ ଏହା ମସ୍ତିଷ୍କ ଆନିଉରିଜ୍ମ୍ ଜନିତ ରକ୍ତନଳୀ ଫାଟି ଗଲେ ହୁଏ । ମେନିଞ୍ଜାଇଟିସ ଯୋଗୁ ମୁଣ୍ଡ ବିନ୍ଧା ହୁଏ । ଖପୂରି ମଧ୍ୟରେ ଚାପ ବଢିଲେ ମୁଣ୍ଡ ବିନ୍ଧା ଅଧିକ ହୁଏ, ଏହା ସକାଳେ ଅଧିକ ହୁଏ ଓ ବାନ୍ତି ହୁଏ । ବ୍ରେନ ଟ୍ୟୁମର, ଇଡିଓପ୍ୟାଥିକ ଇଣ୍ଟ୍ରାକ୍ରାନିଆଲ୍ ଉଚ୍ଚ ରକ୍ତ ଚାପ ଓ ସେରେବ୍ରାଲ ଭେନସ ସାଇନସ ଥ୍ରୋମ୍ବୋସିସ୍ ଯୋଗୁ ଖପୂରି ଭିତରେ ଚାପ ବଢିଯାଏ । କାର୍ବନ ମୋନୋଅକ୍ସାଇଡ ବିଷ ଯୋଗୁ ମୁଣ୍ଡ ବିନ୍ଧା ସହ ବାନ୍ତି, ପେଶୀ ଦୂର୍ବଳତା ହୁଏ, ଗ୍ଲକୋମା ଯୋଗୁ ଆଖି ଚାହିପଟେ ବିନ୍ଧା ହୁଏ ।
 
== ବିକାରୀ ଶରୀର କ୍ରିୟା (Pathophysiology) ==
''ମସ୍ତିଷ୍କରେ ଯନ୍ତ୍ରଣା ବୋଧ କରିବା ସ୍ନାୟୁ ନାହିଁ'' । ଖପୁରୀ ଭିତରେ ଥିବା ମସ୍ତିଷ୍କ ଆବରଣ ଓ ଖପୁରୀ ବାହାରେ ଥିବା ଅନ୍ୟ ସଂରଚନା ଗୁଡିକରେ ଏହି ସ୍ନାୟୁ ଥିବା ଯୋଗୁ କଷ୍ଟ ଅନୁଭବ କରିହୁଏ । <br />