"ଅଥୀନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ବହୁଳ ବ୍ୟବହୃତ ଶ୍ରେଣୀ ଯୋଡାଗଲା
No edit summary
୨୨ କ ଧାଡ଼ି:
ଶୂରବୀର ଓ ବୀରତ୍ୱପୂର୍ଣ୍ଣ କାର୍ଯ୍ୟର ଅଧିଷ୍ଠାତ୍ରୀ ଦେବୀ ହିସାବରେ ତାଙ୍କୁ ପ୍ରାୟତଃ ପ୍ରଚୀନ ଗ୍ରୀକ୍ ବୀର ମାନଙ୍କ ସହଚରୀ ରୂପେ ଚିତ୍ରଣ କରାଯାଏ | ସେ ଆଟ୍ରିକା ପ୍ରଦେଶ ଏବଂ ବିୟୋତିଆ ପ୍ରଦେଶ ମଧ୍ୟରେ ଥିବା ଏଥେନ୍ସ୍ ନଗରୀର ଅଧିଷ୍ଠାତ୍ରୀ କୁମାରୀ ଦେବୀ | ଏଥେନ୍ସ୍ ନଗରୀ ତାଙ୍କରି ନାମରେ ନାମିତ ଓ ଏଠାରେ ତାଙ୍କୁ ସମର୍ପିତ ପାର୍ଥେନନ୍ ନାମକ ବିଶାଳ ମନ୍ଦିର ରହିଛି | ସହଜେ ତ ସହର (polis)ର ସୁରକ୍ଷାଦାତ୍ରୀ ଦେବୀ ହିସାବରେ ପ୍ରାୟ ଅଧିକାଂଶ ଗ୍ରୀକ୍ ସହର ମାନଙ୍କରେ ସେ ପୂଜ୍ୟ ଥିଲେ, ତେବେ ଏଥେନ୍ସ୍‌ରେ ସେ ଜୀବନର ଅଭିନ୍ନ ଅଙ୍ଗ ଥିଲେ |
 
==କିମ୍ୱଦନ୍ତୀ==
==ଆବିର୍ଭାବ==
 
ୟୁନାନୀ ଦେବତା ଜ୍ୟୁସ୍ ଙ୍କର ପ୍ରଥମ ପତ୍ନୀ ଗର୍ଭବତୀ ହେଲେ । ଜ୍ୟୁସ୍ ଙ୍କ ମନରେ ଶଙ୍କା ଯାତ ହେଲା ଯଦି ମେତିସ (ଜ୍ୟୁସ୍ ଙ୍କ ପ୍ରଥମ ପତ୍ନୀ) ର ଗର୍ଭରୁ ପୁତ୍ର ଜାତ ହୁଏ ମୋର ଶକ୍ତି କମ୍ ହୋଇଯିବ । ଦ୍ଵିତୀୟ ପତ୍ନୀର କଥାରେ ପଡି ଜ୍ୟୁସ୍ ମେରିସ୍ କୁ ଗିଳିଦେଲେ । ତତ୍ ପଶ୍ଚାତ୍ ପ୍ରୋମେଥିଅସ୍ ନାମକ ଦେବତା ନିଜର ଅସ୍ତ୍ର ଦ୍ଵାରା ଜ୍ୟୁସ୍ ର ମସ୍ତକ ଛେଦନକଲେ ଏବଂ ସେଇ ଶରୀରରୁ ଅଥୀନାଙ୍କର ଅସ୍ତ୍ରଶସ୍ତ୍ର କବଜ ସହ ଆବିର୍ଭାବ ହେଲା ।
===ଜନ୍ମ===
 
ଅଥୀନାଙ୍କୁ ପ୍ରାୟତଃ ଗୀକ୍ ଦେବତା ଜିଉସ୍‍ଙ୍କ ସର୍ବପ୍ରିୟ ଝିଅ ରୂପେ ଚିତ୍ରିତ କରାଯାଇଥାଏ | ତାଙ୍କ ଜନ୍ମ ବିଷୟରେ ଥିବା ବିଭିନ୍ନ ଗାଥା ଗୁଡିକ ମଧ୍ୟରୁ ସର୍ବାଧିକ ପ୍ରଚଳିତ ହେଲା ଏପରି: ଥରେ ଜିଉସ୍, ବୁଦ୍ଧି ଓ ଚତୁରତାର ଦେବୀ ମେଟିସ୍‍ଙ୍କ ସହ ସମ୍ଭୋଗ କଲେ | ପୂର୍ବୋକ୍ତ ଭବିଷ୍ୟବାଣୀ ହୋ‍ଇଥିଲା ଯେ ମେଟିସ୍‍ଙ୍କ ସନ୍ତାନ ଜିଉସ୍‍ଙ୍କ ଠାରୁ ଅଧିକ ଶକ୍ତିଶାଳୀ ହେବ | ଏଣୁ ପରିସ୍ଥିତି ବିଷମ ହୋ‍ଇପାରେ ବୋଲି ଚିନ୍ତା କରି ଜିଉସ୍, ମେଟିସ୍‍ଙ୍କୁ ଜୀଅନ୍ତା ଗିଳିଦେଲେ | କିନ୍ତୁ ସେ ଯାଏଁ ମେଟିସ୍ ଗର୍ଭବତୀ ହୋ‍ଇ ସାରିଥାନ୍ତି |
 
କାଳକ୍ରମେ ଜିଉସ୍ ଭୀଷଣ ମୁଣ୍ଡବ୍ୟଥାରେ ଗ୍ରସ୍ତ ହେଲେ | ଏହାପରେ ପ୍ରୋମେଥିଅସ୍, ହେପ୍‍ହାଏସ୍ତସ୍, ହର୍ମିସ୍, ଏରିସ୍ କିମ୍ୱା ପାଲେମନ୍ (କିମ୍ୱଦନ୍ତୀର ସ୍ରୋତାନୁସାରେ ଭିନ୍ନ ଭିନ୍ନ) ଇଆବ୍ରିସ୍ ନାମକ କୁଠାରରେ ତାଙ୍କ ଶିରଶ୍ଛେଦନ କରନ୍ତେ ସମ୍ପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ଓ ସାଞ୍ଜୁ ଖଞ୍ଜିତ ଅଥୀନା ଯୁଦ୍ଧଡାକରା ଦେଇ ଆବିର୍ଭୂତ ହେଲେ | ପ୍ରାୟ ଗାଥା ଅନୁସାରେ ଜିଉସ୍‌ଙ୍କ ପତ୍ନୀ ହେରା ଏହି ଘଟଣାରେ ରାଗି ନିଜେ ନିଜେ ହେପ୍‍ହାଏସ୍ତସ୍‍ଙ୍କୁ ଜନ୍ମ ଦେଇଥିଲେ | ’କ୍ରାଟିଲସ୍’ ପୁସ୍ତକରେ ପ୍ଲାଟୋ ଲେଖିଛନ୍ତି ଯେ ଅଥୀନା ନାମର ଅର୍ଥ ’ଦେବତାଙ୍କ ଚିନ୍ତା’ (theou+noesis) |
 
===ଅନ୍ୟାନ୍ୟ କିମ୍ୱଦନ୍ତୀ===
 
ଅନ୍ୟ କିଛି କିମ୍ୱଦନ୍ତୀ ଅନୁସାରେ ଅଥୀନା ଅଲମ୍ପସ୍ ବାହାରେ ଜନ୍ମ ହେଲେ ଓ ଦେବତା ଟ୍ରିଟନ୍‍ଙ୍କ ଦ୍ୱାରା ପରିପାଳିତ ହୋ‍ଇଥିଲେ | ସାଞ୍ଚୁନିଆଥନ୍ ନାମକ ଐତିହାସିକଙ୍କ ପାଣ୍ଡୁଲିପିର ଅଂଶବିଶେଷ ଅନୁସାରେ ଅଥୀନା ଖ୍ରୋନୋସ୍‍ଙ୍କ ଝିଅ | ଏହା ଅନୁସାରେ ଅଥୀନା ଜିଉସ୍ ଓ ହେରାଙ୍କ ଭ‍ଉଣୀ ହେବେ |
 
===କୁମାରୀ ଅଥୀନା===
 
ପ୍ରାୟ ଗ୍ରୀକ୍ ଦେବାଦେବୀ ବିବାହିତ ଥିଲେ କିମ୍ୱା ସେମାନଙ୍କ ପ୍ରେମିକ ବା ପ୍ରେମିକା ଥିଲେ | କିନ୍ତୁ ଅଥୀନା ଏଥିରୁ ଭିନ୍ନ ଓ ଚିରକୁମାରୀ ଥିଲେ | ଏଥେନ୍ସ୍‍ର ଆକ୍ରୋପଲିସ୍ ରେ ଥିବା ତାଙ୍କ ସର୍ବପ୍ରସିଦ୍ଧ ମନ୍ଦିର ପାର୍ଥେନନ‍ର ନାମକରଣ ତେଣୁକରି ଏପରି ହୋ‍ଇଛି (parthenos ଅର୍ଥ କୁମାରୀ) | ମନ୍ଦିରଟି କେବଳ ତାଙ୍କର କୁମାରୀତ୍ୱର ପ୍ରତୀକ ନଥିଲା ବରଂ ତାଙ୍କୁ ଯୌନ ସଂଯମ ଓ ସତୀତ୍ୱ ରକ୍ଷାର ଦେବୀ ରୂପେ ମଧ୍ୟ ଦର୍ଶାଉଥିଲା | ତତ୍କାଳୀନ ରକ୍ଷଣଶୀଳ ସମାଜରେ ଏହି କୁମାରୀତ୍ୱ ଶୁଦ୍ଧତାର ପ୍ରତୀକ ମଧ୍ୟ ଥିଲା |
 
===ଏରିଖ୍‌ତୋନିଉସ୍===
 
ହେପ୍‍ହାଏସ୍ତସ୍ ଏକଦା ଅଥୀନାଙ୍କୁ ଧର୍ଷଣର ଚେଷ୍ଟା କଲେ କିନ୍ତୁ ଅଥୀନା ନିଜ ଚତୁରତାରୁ ସେଠୁ ଖସିଗଲେ | କିନ୍ତୁ ହେପ୍‍ହାଏସ୍ତସ୍‍ଙ୍କ ବୀର୍ଯ୍ୟ ପୃଥିବୀ ଉପରେ ପଡିଲା ଓ ପୃଥିବୀର ଦେବୀ ଗାୟାଙ୍କ ଠାରୁ ଏରିଖ୍‌ତୋନିଉସ୍ ଜନ୍ମ ନେଲେ | ସାବତ ପୁଅ ରୂପେ ଅଥୀନା ତାଙ୍କୁ ପାଳିଲେ |
 
କିମ୍ୱଦନ୍ତୀ ଅନୁସାରେ ଦେବୀ ଶିଶୁ ଏରିଖ୍‌ତୋନିଉସ୍‍ଙ୍କୁ ଗୋଟେ ଛୋଟ ବାକ୍ସରେ ରଖି ଏଅଥେନ୍ସର ତିନି ଭ‍ଉଣୀ ହର୍ସି, ପାଣ୍ଡ୍ରୋସସ୍ ଓ ଆଗ୍ଲାଉଲସ୍ ଙ୍କୁ ଜଗିବାକୁ ଦେଲେ | ସେ ନ ଫେରିବା ଯାଏଁ ବାକ୍ସ ନ ଖୋଲିବା ଲାଗି ଚେତାବନୀ ଦେଇ ସେ ଚାଲିଗଲେ | କଥା ନ ମାନି ବାକ୍ସ ଖୋଲି ଦିଅନ୍ତେ ଏରିଖ୍‌ତୋନିଉସ୍ ସର୍ପ ରୂପରେ ପ୍ରକଟ ହେଲେ | ତାଙ୍କ ଶକ୍ତିରେ ପାଗଳ ହୋ‍ଇ ହର୍ସି ଓ ଆଗ୍ଲାଉଲସ୍ ପାହାଡରୁ ଡେଇଁ ଆତ୍ମହତ୍ୟା କଲେ | ଐତିହାସିକଙ୍କ ମତରେ ଏହି ଗଳ୍ପଟି ଥେସ୍ମୋଫୋରିଆ ପୂଜାରେ (ଯେଉଁଥିରେ ଏକ ଛୋଟ ବାକ୍ସ ବ୍ୟବହୃତ ହୁଏ) ଭାଗ ନେଉଥିବା ଯୁବତୀ ମାନଙ୍କ ପାଇଁ ଉଦ୍ଦିଷ୍ଟ |
 
ରୋମର କବି ଓଭିଦ୍‍ଙ୍କ (୪୩-୧୭ଖ୍ରୀ.ପୂ) କିମ୍ୱଦନ୍ତୀ ଅନୁସାରେ ଦେବତା ହର୍ମିସ୍, ହର୍ସି କୁ ଭଲପାଇବସନ୍ତି | ତିନି ଭ‍ଉଣୀ ଅଥୀନାଙ୍କ ପୂଜା ଲାଗି ମନ୍ଦିର ଯାଆନ୍ତି ଆଉ ସେଇଠି ହର୍ସିକୁ ମନେଇବା ଲାଗି ଆଗ୍ଲାଉଲସ୍ କୁ ହର୍ମିସ୍ କହନ୍ତି | ଏଥିଲାଗି ଆଗ୍ଲାଉଲସ୍ ତାଙ୍କଠୁ ଅର୍ଥ ଆଶା କରିବାରୁ ହର୍ମିସ୍ ତାକୁ ସେଇ ଧନ୍ରାଶି ଦିଅନ୍ତି ଯାହାକି ତିନି ଭ‍ଉଣୀ ଅଥୀନାଙ୍କୁ ଅର୍ପଣ କରିସାରିଥା’ନ୍ତି | ଆଗ୍ଲାଉଲସ୍‍ର ଲୋଭର ଦଣ୍ଡସ୍ୱରୂପ ଅଥୀନା ଆଗ୍ଲାଉଲସ୍ କୁ ନିଜ ଭ‍ଉଣୀ ହର୍ସି ପ୍ରତି ଈର୍ଷାନ୍ୱିତ କରିଦେଲେ | ଯେବେ ହର୍ମିସ୍, ହର୍ସିକୁ ପ୍ରେମଯାଚନା କରିବାକୁ ଆସିଲେ, ତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ଆଗ୍ଲାଉଲସ୍ ତାଙ୍କ ରାସ୍ତାରେ ଛିଡା ହେବାରୁ ହର୍ମିସ୍ ତାକୁ ପଥର କରିଦେଲେ |
 
ଏରିଖ୍‌ତୋନିଉସ୍‍ଙ୍କୁ ଏଥେନ୍ସର ସ୍ଥାପକ-ରାଜା ଧରାଯାଏ | ତାଙ୍କ ପ୍ରତି ଅଥୀନାଙ୍କ ସର୍ବଦା କୃପାଦୃଷ୍ଟି ରହିଥିଲା |
==ଆଧାର==
{{ଆଧାର}}
"https://or.wikipedia.org/wiki/ଅଥୀନା"ରୁ ଅଣାଯାଇଅଛି