"ଆଣ୍ଟୋନି ଜେରୋମ୍‌ ବାଲାର୍ଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"ଆଣ୍ଟୋନି ଜେରୋମ୍‌ ବାଲାର୍ଡ ସେପ୍ଟେମ୍ବର ୩୦-୧୮୦୨---..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
୩ କ ଧାଡ଼ି:
ଆଣ୍ଟୋନି ଜେରୋମ୍ ବାଲାର୍ଡ ଜଣେ ଫରାସୀ ବୈଜ୍ଞାନିକ। ସେ ୧୮୦୨ ମସିହା ସେପ୍ଟେମ୍ବର ୩୦ତାରିଖରେ ଦକ୍ଷିଣ ଫ୍ରାନସର ମଣ୍ଟ୍‌ପେଲିଅରରେ ଜନ୍ମ ଗ୍ରହଣ କରିଥିଲେ। ସେ ସ୍କୁଲ ଅଫ ଫାର୍ମାସିରୁ ୧୮୨୬ ମସିହାରେ ଡିଗୀ ପାଇବା ପରେ ରସାୟନ ଶାସ୍ତ୍ରର ଡେମନ୍‌ଷ୍ଟ୍ରେଟର ରୂପେ କାର୍ଯ୍ୟ ଆରମ୍ଭ କରିଥିଲେ। ୧୮୨୫ ମସିହାରେ ସମୁଦ୍ର ଜଳର ପରୀକ୍ଷଣ କଲାବେଳେ ସେ ଏକ ଗାଢ ଲାଲ୍‌ ରଙ୍ଗର ତରଳ ପଦାର୍ଥ ଆବିଷ୍କାର କରିଥିଲେ। ଏହାର ଧର୍ମ କ୍ଲୋରିନ୍‌ ଓ ଆୟୋଡିନର ଧର୍ମ ସଙ୍ଗେ ସାମଞ୍ଜସ୍ୟ ରଖୁଥିଲା । ବାଲାର୍ଡ ଏହାକୁ ମୁରିଦ ନାମରେ ନାମକରଣ କରିଥିଲେ। ପରେ ଏହାକୁ ବ୍ରୋମିନ୍ ନାମରେ ନାମିତ କରାଯାଇଥିଲା। ୧୮୩୪ ମସିହାରେ ବାଲାର୍ଡ, ଡାଇକ୍ଲୋରାଇଡ୍ ଅକ୍ସାଇଡ୍‌ (Cl2O) ଓ କ୍ଲୋରିକ ଏସିଡ(HClO)ର ଆବିଷ୍କାର କରିଥିଲେ।
୧୮୩୩ ମସିହାରେ ମଣ୍ଟପେଲିଅର ବିଶ୍ୱ ବିଦ୍ୟାଳୟର ରସାୟନ ବିଭାଗର ପ୍ରଫେସର ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ୧୮୫୪ ମସିହାରେ ସେ କଲେଜ୍‌ ଡି ଫ୍ରାନ୍‌ସରେ ପ୍ରଫେସର ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ମୃତ୍ୟୁ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିଥିଲେ।
 
[[ଶ୍ରେଣୀ:ବୈଜ୍ଞାନିକ]]