"ସାରଙ୍ଗଧର ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୪ କ ଧାଡ଼ି:
ଜାପାନରେ ସେ ପ୍ରଥମେ ଦିଆସିଲି ଶିଳ୍ପ ସମ୍ବନ୍ଧରେ ଶିକ୍ଷା ନେଲେ । ଅଧିକ ଶିଳ୍ପ ଶିକ୍ଷା ନିମନ୍ତେ ଜାପାନୀ ଭାଷା ଜାଣିବା ଜରୁରୀ ହେଲା । ମାତ୍ର ଜାପାନୀ ଭାଷା ଶିକ୍ଷା ନିମନ୍ତେ ଅନେକ ସମୟ ଲାଗିବାକୁ ଥିଲା । ତାପରେ ତାଙ୍କର ଧାରଣା ହେଲା ଯେ ଜାପାନରେ ଶିକ୍ଷା ସ୍ତର ଏତେ ଉଚ୍ଚ ନୁହଁ, ତେଣୁ ସେ ଜାପାନ ଛାଡି ଆମେରିକା ଯିବାକୁ ସ୍ଥିର କଲେ ଢେଙ୍କାନାଳ ରାଜା ତାଙ୍କୁ ଫେରି ଆସିବାକୁ ପତ୍ର ଲେଖିଲେ, ମାତ୍ର ତାକୁ ଭ୍ରୂକ୍ଷେପ ନ କରି ସେ ଆମେରିକା ଯିବାକୁ ବଦ୍ଧପରିକର ହେଲେ । ସେ ଶୁଣିଥିଲେ ଯେ ଆମେରିକାରେ ଚାକିରୀ କରି ପାଠ ପଢିପାରିବେ । ହେଲେ ଜାପାନରୁ ଆମେରିକା ଯିବା ନିମନ୍ତେ ଟିକଟ ଖର୍ଚ୍ଚ ମଧ୍ୟ ତାଙ୍କ ପାଖରେ ନ ଥିଲା । ପଣ୍ଡିତ ଗୋପବନ୍ଧୁ ଏବଂ ଆଚାର୍ଯ୍ୟ ହରିହର ଉତ୍କଳ ସମ୍ମିଳନୀ ତରଫରୁ ତାଙ୍କୁ ୩୦୦ ଟଙ୍କା ପଠାଇଲେ , ଏଥିରେ ସେ ତୃତୀୟ ଶ୍ରେଣୀ ଜଳ ଜାହାଜ ଟିକଟ ଖଣ୍ଡେ କରିପାରିଲେ । ପାଠ ପଢିବାକୁ ଆମେରିକା ଯାଉଥିବା ଛାତ୍ର ମାନଙ୍କ ପାଖରେ ଅତି କମ୍‍ରେ ୫୦ଡଲାର ଅର୍ଥ ଥିବାର ଗୋଟିଏ ନିୟମ ଥିଲା । ଏଥି ନିମନ୍ତେ ଜାପାନର ଥିବା ଜଣେ ମୁଲତାନ୍‍ ଅଞ୍ଚଳର ଜଣେ ବ୍ୟବସାୟୀ ତାଙ୍କୁ ବନ୍ଧୁତା ଦୃଷ୍ଟିରେ ଦାନ ଦେଲେ । ଅନ୍ୟ ଉପାୟ ନ ପାଇ ସାରଂଗଧର ତାକୁ ଗ୍ରହଣ କରିଥିଲେ , ହେଲେ ଆମେରିକା ପହଞ୍ଚିବାର ଚାରି ମାସ ମଧ୍ୟରେ ଫେରାଇଦେଇଥିଲେ ।
 
ଆମେରିକାରେ ପହଞ୍ଚି ସେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ବିଜ୍ଞାନ ଶିକ୍ଷା ପାଇଁ ନାମ ଲେଖାଇଥିଲେ । ଏହା ସେ ଢେଙ୍କାନାଳ ରାଜାଙ୍କୁ ଜଣାଇଥିଲେ, ମାତ୍ର ଏଥିରେ ରାଜା କ୍ରୋଧାନ୍ୱିତ ହୋଇ ତାଙ୍କର ବୃତ୍ତି ବନ୍ଦ କରିଦେଲେ । ଏହାପରେ ଅର୍ଥାଭାବର ସମ୍ମୁଖୀନ ହୋଇ ସେ ବେର୍କ୍ଲୀର ଜଣେ ଗୃହକର୍ତ୍ତ୍ରୀଙ୍କ ଘରେ ଦୈନିକ ଚାରିଘଣ୍ଟା କାର୍ଯ୍ୟ କରି ନିଜର ରହିବା ଓ ଖାଇବା ଖର୍ଚ୍ଚ ଯୋଗାଡ କରିଥିଲେ । ବିଶ୍ୱବିଦ୍ୟାଳୟ ପଢା ସହ ଗ୍ରୀଷ୍ମ ଛୁଟିରେ ସେ ଚିନି ବିଶୋଧନ ପ୍ରକ୍ରିୟା ମଧ୍ୟ ଶିଖିଲେ । ପଢା ଶେଷରେ ସେ ହାୱାଇ ସ୍ଥିତ ପାୟା ଚିନି କାରଖାନାରେ ଚିଫ୍‍ କେମିଷ୍ଟ ଭାବରେ ନିଯୁକ୍ତି ପାଇଥିଲେ
 
‌==ବିବାହ==
 
କାଲିଫର୍ଣିଆ ବିଶ୍ୱବିଦ୍ୟାଳୟରେ ପଢିଲାବେଲେ ସାରଂଗଧରଂକର ଫ୍ରିଡା ହାଉସରିଥ୍‍ ନାମ୍ନୀ ସୁଇଡେନ୍‍ ରୁ ଆମେରିକାକୁ ଆସିଥିବା ଛାତ୍ରୀଂକ ସହ ପରିଚୟ ହୋଇଥିଲା । ସେ ମଧ୍ୟ ଥିଲେ ଜଣେ ଲେଖିକା ତଥା ଚିତ୍ରଶିଳ୍ପୀ । ଭାରତୀୟ ଦର୍ଶନ ଓ ସାହିତ୍ୟ ପ୍ରତି ସେ ଆକୃଷ୍ଟ ହୋଇଥିଲେ ଏବଂ ଭଗବତ୍‍ ଗୀତାର କର୍ମ ଯୋଗ ତାଂକୁ ବହୁତ ପ୍ରଭାବିତ କରିଥିଲା । କ୍ରମେ ସେ ଭାରତର ରାଜନୀତିକ ଓ ସାମାଜିକ ପରିସ୍ଥିତି ଜାଣିବାକୁ ପାଇଥିଲେ । ଜଣେ ଭାରତୀୟ ନେତାଂକ ଭାଷଣ ସଭା ପରେ ଚାଲିଥିବା ଆଲୋଚନା ଚକ୍ରରେ ସେ ସାରଂଗଧରଂକୁ ଭେଟିଥିଲେ ଓ ତାଂକର ବାସ୍ତବବାଦୀ ଚିଂତାଧାରା ଫ୍ରିଡାଂକୁ ସ୍ପର୍ଶ କରିଥିଲା । କାଳକ୍ରମେ ଦୁଇଜଣଂକ ଭିତରେ ଘନିଷ୍ଠତା ହୋଇଥିଲା ଓ ତାହା ପ୍ରଣୟରେ ପରିଣତ ହୋଇଥିଲା ।
 
ସେ ଭିତରେ ଫ୍ରୀଡାଂକ ଭାରତର ଶିକ୍ଷା ତଥା ସ୍ୱାସ୍ଥ୍ୟ ଉପରେ ଲେଖା କଲିକତାର ମଡର୍ଣ ରିଭ୍ୟୁ ନାମକ ପତ୍ରିକାରେ ପ୍ରକାଶ ପାଇଥିଲା । ଆଁଏରିକା ଯାଇଥିବା ସାର୍‍ ଜଗଦୀଶ ଚଂଦ୍ର ବୋଷ୍‍ଂକ ସହ ସେ ସାକ୍ଷାତକାର କରିଥିଲେ ଓ ବୋଷ ଦମ୍ପତ୍ତି ତାଂକୁ କଲିକତା ଆସି ବ୍ରାହ୍ମ ବାଳିକା ବିଦ୍ୟାଳୟରେ ଶିକ୍ଷା ଦାନ କରିବାକୁ ଆମଂତ୍ରଣ କରିଥିଲେ । ମାତ୍ର ବ୍ରିଟିଶ୍‍ ଦୂତାବାସ ଫ୍ରିଡାଂକୁ ଭିସା ମନାକରିଦେଲେ ଓ ସେ ହତାଶ ହେଲେ । ସେ ଆଉ କୌଣସି ଉପାୟରେ ଭାରତ ଆସିପାରିବେ ପଚାରି ସାରଂଗଧରଂକୁ ପତ୍ର ଦେଇଥିଲେ । ଏକ ପତ୍ରରେ ସାରନ୍ଗଧର ତାଂକୁ ବିବାହ ପ୍ରସ୍ତାବ ଦୈଥିଲେ
 
==ସମାଜ ସେବା==