"ଅମର୍ତ୍ୟ ସେନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୪ କ ଧାଡ଼ି:
== କର୍ମ ଜୀବନ ==
 
ବର୍ତ୍ତମାନ ସେ ଆମେରିକାର ହାର୍ଭାଡ୍ ବିଶ୍ୱବିଦ୍ୟାଳୟରେ ଥମାସ୍ ଡବ୍ଲ୍ୟୁ. ଲାମୋନ୍ତ୍ ପ୍ରଫେସର୍ ଓ ଅର୍ଥନୀତି ଓ ଦର୍ଶନ ଶାସ୍ତ୍ରରେ ପ୍ରଫେସର୍ ଭାବରେ କାର୍ଯ୍ୟରତ । ସେ ଭାରତର ନାଳନ୍ଦା ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବରେ ମଧ୍ୟ ଦାୟିତ୍ତ୍ୱ ତୁଲାନ୍ତି । କଲିକତାର ପ୍ରେସିଡେନ୍ସି କଲେଜରେ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ୍ କଲା ପରେ ୧୯୫୩ ମସିହାରେ ସେ କେମ୍ବ୍ରିଜର ଟ୍ରିନିଟି କଲେଜକୁ ଉଚ୍ଚତର ଶିକ୍ଷା ପାଇଁ ଗଲେ । କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ସେ ୧୯୫୫ ମସିହାରେ ଅର୍ଥନୀତିରେ ଦ୍ୱୀତିୟ ସ୍ନାତକ ଡିଗ୍ରୀ ଲାଭ କଲେ । କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ସେ ଅର୍ଥନୀତିରେ ପି.ଏଚ୍.ଡି. ଡିଗ୍ରୀ ପାଇଁ ଅଧ୍ୟୟନ କରୁଥିବା ସମୟରେ ତାଙ୍କୁ କଲିକତାସ୍ଥ ନବନିର୍ମିତ ଜାଦବପୁର୍ ବିଶ୍ୱବିଦ୍ୟାଳୟରେ ଅର୍ଥନୀତିର ପ୍ରଫେସର୍ ଓ ବିଭାଗ ମୂଖ୍ୟର ପଦ ଦିଆଗଲା । ସେ ସେହି ପଦବୀରେ ୧୯୫୬ ମସିହାରୁ ୧୯୫୮ ମସିହା ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ । ୧୯୬୩ ମସିହାରୁ ୧୯୭୧ ମସିହା ପର୍ଯ୍ୟନ୍ତ ସେ ଦିଲ୍ଲୀ ସ୍କୁଲ୍ ଅଫ୍ ଇକନମିକ୍ମରେ ପ୍ରଫେସର୍ ଭାବରେ କାମ କଲେ । <ref name=Delhi>{{cite web|title=Amartya Sen &#124; Biographical: Delhi School of Economics |url= http://www.nobelprize.org/nobel_prizes/economic-sciences/laureates/1998/sen-bio.html |website=The Sveriges Riksbank Prize in Economic Sciences in Memory of Alfred Nobel 1998 |publisher=Nobel Prize |accessdate=12 June 2012 }}</ref> ସେ ଏହାପରେ ୧୯୭୨ରୁ ୧୯୭୭ ପର୍ଯ୍ୟନ୍ତ ଲଣ୍ଡନ୍ ସ୍କୁଲ୍ ଅଫ୍ ଇକନୋମିକ୍ସରେ, ୧୯୭୭ରୁ ୧୯୮୬ ପର୍ଯ୍ୟନ୍ତ ଅକ୍ସଫର୍ଡ୍ ବିଶ୍ୱବିଦ୍ୟାଳୟରେ, ୧୯୮୭ରୁ ୧୯୯୮ ପର୍ଯ୍ୟନ୍ତ ହାର୍ଭାଡ୍ ବିଶ୍ୱବିଦ୍ୟାଳୟରେ କାମ କଲେ । ୧୯୯୮ ମସିହାରେ ସେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଟ୍ରିନିଟି କଲେଜରେ ମାଷ୍ଟର୍ ଭାବରେ ନିୟୋଜିତ ହେଲେ । <ref name=Master_Camb /> ୨୦୦୪ ମସିହାର ଜାନୁଆରୀ ମାସରେ ସେ ପୁଣି ହାର୍ଭାଡ୍ ବିଶ୍ୱବିଦ୍ୟାଳୟକୁ
ଲେଉଟି ଆସିଲେ ।