"ରାୟଗଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୭୫ କ ଧାଡ଼ି:
ଖ୍ରୀଷ୍ଟପୁର୍ବ ତୃତୀୟ ଶତାବ୍ଦୀରେ ଅଶୋକଙ୍କ ରାଜତ୍ଵ ବେଳେ ଏହା କଳିଙ୍ଗ ଅଧୀନରେ ଥିଲା । ଗଙ୍ଗବଂଶୀ ଏବଂ ସୂର୍ଯ୍ୟବଂଶୀ ରାଜାମାନଙ୍କ ରାଜତ୍ଵ କାଳରେ ଏହା ଗୁଡାରୀ କଟକର କରଦ ରାଜା ଦାଦାର୍ଣବ ଦେବଙ୍କ ଅଧିନରେ ଥିଲା । ମୁକୁନ୍ଦଦେବଙ୍କ ପରାଜୟପରେ ନନ୍ଦପୁର ରାଜାଙ୍କ ଅଧୀନରେ ଏହା ୪୭ ବର୍ଷ ପାଇଁ ରହିଥିଲା । ଇଂରେଜ ଶାସନ ଅମଳରେ ଏହା ଜୟପୁର ରାଜାଙ୍କ ଅଧିନରେ ରହିଲା ଏବଂ ସ୍ଵାଧୀନ ଓଡିଶାରେ ଏହା ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅନ୍ତର୍ଭୁକ୍ତ ଥିଲା । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଶିକ୍ଷାର ବିକାଶ ନିମନ୍ତେ ସ୍ଥାନୀୟ [[ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲ]]ର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ । ରାୟଗଡାର ବିଶିଷ୍ଟ ସମାଜସେବୀ ସ୍ଵର୍ଗତ [[କୃଷ୍ଣଚନ୍ଦ୍ର ବକ୍ସିପାତ୍ର]] ଉତ୍କଳ ସମ୍ମିଳନୀର ଜିଲ୍ଲା ସଭାପତି ଥିଲେ ।
==ଶିକ୍ଷା ଓ ସଂସ୍କୃତି==
ସହରସ୍ଥିତ [[ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲ]] ଏବଂ ଗୋପବନ୍ଧୁ ମ୍ୟୁନିସିପାଲ ହାଇସ୍କୁଲ ଏଠାକାର ଶିକ୍ଷା ବିକାଶରେ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିଛନ୍ତି । ଏହାଛଡା ୧୯୬୪ ମସିହାରେ ପ୍ରତିଷ୍ଠିତ ସରକାରୀ ବାଳିକା ବିଦ୍ୟାଳୟ ଏଠାକାର ନାରୀଶିକ୍ଷାରେ ପ୍ରଗତି ପାଇଁ ଚେଷ୍ଟିତ । ସ୍ଥାନୀୟ [[ଠକ୍କର ବାପା ଆଶ୍ରମ, ରାୟଗଡ଼ା|ଠକ୍କର ବାପା ଆଶ୍ରମ]] ପରିସରରେ ଅନୁସୂଚିତ ଉପଜାତିର ପିଲାଙ୍କ ପାଇଁ ପ୍ରାଇମେରୀ ବିଦ୍ୟାଳୟଟିଏ ରହିଅଛି । ଏଠାକାର ଅନ୍ୟାନ୍ୟ ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡିକ ହେଲା:-
* [[ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ]], ରାୟଗଡ଼ା
* ସେଇଣ୍ଟ୍ ଜାଭିୟର ସ୍କୁଲ,
୮୬ କ ଧାଡ଼ି:
[[File:Maa Mangala Maa Temple, Rayagada.jpg|thumb|100px|ରାଣୀଗୁଡା ନିକଟସ୍ଥ ମା ମଙ୍ଗଳା ମନ୍ଦିର]]
[[File:Hanging-Bridge.jpg|thumb|100px| ରାୟଗଡାର ଝୁଲନ୍ତା ପୋଲ]]
 
== ଦର୍ଶନୀୟ ସ୍ଥାନ==
ରାୟଗଡ଼ା [[ଦେବୀ ମଝିଘରିଆଣୀ ମନ୍ଦିର|ମା ମଝିଘରିଆଣୀ]] ଙ୍କ ପ୍ରାଚୀନ ପୀଠ ଅଟେ । ଏହି ପୀଠ ଏବେ ନୂତନ ରୂପରେ ଏକ ଦର୍ଶନୀୟ ସ୍ଥାନ ପାଲଟିଛି । [[ନାଗାବଳୀ]] ନଦୀର ଦୁଇପାର୍ଶ୍ଵକୁ ସଂଯୋଗ କରୁଥିବା [[ଝୁଲନ୍ତା ପୋଲ, ରାୟଗଡ଼ା|ଝୁଲନ୍ତା ପୋଲ]] ରାୟଗଡାର ଏକ ଦର୍ଶନୀୟ ସ୍ଥାନ<ref>[http://www.oddistricts.nic.in/district_profile/travel_and_tourism/tp_details.php?id=140 "Rayagada district websiteରେ ଚର୍ଚ୍ଚିତ ଝୁଲନ୍ତା ପୋଲ"]</ref>। ରାୟଗଡା ସହର ଉପକଣ୍ଠରେ [[ହାତୀପଥର, ରାୟଗଡ଼ା|ହାତୀପଥର]] ଏକଦା ଏକ ଦର୍ଶନୀୟ ସ୍ଥାନ ଥିଲା । ଏତଦ୍‌ ବ୍ୟତୀତ ସହରର ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ଗୁଡିକ ହେଲା:-
"https://or.wikipedia.org/wiki/ରାୟଗଡ଼ା"ରୁ ଅଣାଯାଇଅଛି