"ସାରଙ୍ଗଧର ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୧ କ ଧାଡ଼ି:
ହେଲେ ତାଂକ ପାଖର ଅର୍ଥ ନଥିବାରୁ ପ୍ରଥମେ ସେ ନୀଳଗିରି ସ୍କୁଲ୍‍ରେ ଶିକ୍ଷକତା କଲେ । ସେ କଲିକତାର ଏକ ସଂସ୍ଥା ଯାହାକି ମେଧାବୀ ଛାତ୍ର ମାନଂକୁ ବିଦେଶରେ ପାଠ ପଢ ନିମଂତେ ସହାୟତା କରୁଥିଲା , ତା ସହ ଯୋଗାଯୋଗ କରି ମାସିକ ୨୫ ଟଂକା ହିସାବରେ ଦୁଇ ବର୍ଷ ନିମଂତେ ବୃତ୍ତି ପାଇଲେ । ମାଟ୍ର ସେ ସଂସ୍ଥାର ଆଉ ଗୋଟିଏ ସର୍ତ୍ତ ଥିଲା କି ଯେ ସେ ଢେଂକାନାଳ ରାଜାଂକ ଠାରୁ ମଧ୍ୟ କିଛି ମାସିକ ବୃତ୍ତି ନେବେ । ଢେଂକାନାଳ ରାଜା ଶ୍ରୀ ସୁର ପ୍ରତାପ ସିଂହଦେଓ ତଂକୁ ମାସିକ ବୃତ୍ତି ଯୋଗାଇଦେବା ପାଇଁ ରାଜିହେଲେ । ପଣ୍ଡିତ ଗୋପବଂଧୁ ଏବଂ ଆଚାର୍ଯ୍ୟ ହରିହର ମଧ୍ୟ କିଛି ଅର୍ଥ ଦେଲେ । ଏହାପରେ ସାରଂଗଧର ୧୯୦୭ ମସିହାରେ ଜାପାନ ଯାତ୍ରା କଲେ ।
 
ଜାପାନରେ ସେ ପ୍ରଥମେ ଦିଆସିଲି ଶିଳ୍ପ ସମ୍ବନ୍ଧରେ ଶିକ୍ଷା ନେଲେ । ଅଧିକ ଶିଳ୍ପ ଶିକ୍ଷା ନିମଂତେ ଜାପାନୀ ଭାଷା ଜାଣିବା ଜରୁରୀ ହେଲା । ମାତ୍ର ଜାପାନୀ ଭାଷା ଶିକ୍ଷା ନିମଂତେ ଅନେକ ସମୟ ଲାଗିବାକୁ ଥିଲା । ତାପରେ ତାଂକର ଧାରଣା ହେଲା ଯେ ଜାପାନରେ ଶିକ୍ଷା ସ୍ତର ଏତେ ଉଚ୍ଚ ନୁହଁ, ତେଣୁ ସେ ଜାପାନ ଛାଡି ଆମେରିକା ଯିବାକୁ ସ୍ଥିର କଲେ ଢେଂକାନାଳ ରାଜା ତାଂକୁ ଫେରି ଆସିବାକୁ ପତ୍ର ଲେଖିଲେ, ମାତ୍ର ତାକୁ ଭ୍ରୂ କ୍ଷେପ ନ କରି ସେ ଆମେରିକା ଯିବାକୁ ବଦ୍ଧପରିକର ହେଲେ । ସେ ଶୁଣିଥିଲେ ଯେ ଆମେରିକାରେ ଚାକିରୀ କରି ପାଠ ପଢିପାରିବେ । ହେଲେ ଜାପାନରୁ ଆମେରିକା ଯିବା ନିମଂତେ ଟିକଟ ଖର୍ଚ୍ଚ ମଧ୍ୟ ତାଂକ ପାଖରେ ନ ଥିଲା । ପଣ୍ଡିତ ଗୋପବଂଧୁ ଏବଂ ଆଚାର୍ଯ୍ୟ ହରିହର ଉତ୍କଳ ସମ୍ମିଳନୀ ତରଫରୁ ତାଂକୁ ୩୦୦ ଟଂକା ପଠାଇଲେ , ଏଥିରେ ସେ ତୃତୀୟ ଶ୍ରେଣୀ ଜଳ ଜାହାଜ ଟିକଟ ଖଣ୍ଡେ କରିପାରିଲେ । ପାଠ ପଢିବାକୁ ଆମେରିକା ଯାଉଥିବା ଛାତ୍ର ମାନଂକ ପାଖରେ ଅତି କମ୍‍ରେ ୫୦ଡଲାର ଅର୍ଥ ଥିବାର ଗୋଟିଏ ନିୟମ ଥିଲା । ଏଥି ନିମଂତେ ଜାପାନର ଥିବା ଜଣେ ମୁଲତାନ୍‍ ଅଂଚଳର ଜଣେ ବ୍ୟବସାୟୀ ତାଂକୁ ବଂଧୁତା ଦୃଷ୍ଟିରେ ଦାନ ଦେଲେ । ଅଂୟ ଉପାୟ ନ ପାଇ ସାରଂଗଧର ତାକୁ ଗ୍ରହଣ କରିଥିଲେ , ହେଲେ ଆମେରିକା ପହଂଚିବାର ଚାରି ମାସ ମଧ୍ୟଋଏମଧ୍ୟରେ ଫେରାଇଦେଇଥିଲେ ।
 
ଆମେରିକାରେ ପହଂଚି ସେ କାଲିଫର୍ଣିଆର ବେର୍କ୍ଲି ବିଶ୍ୱବିଦ୍ୟାଳୟରେ ବିଗ୍ୟାନ ଶିକ୍ଷା ପାଇଁ ନାମ ଲେଖାଇଥିଲେ ।