"ଚଉଷଠି ଯୋଗିନୀ ମନ୍ଦିର, ହୀରାପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୬୩ କ ଧାଡ଼ି:
==ପୂଜା ପଦ୍ଧତି ଓ ପର୍ବପର୍ବାଣୀ==
ମନ୍ଦିରର ଦୈନନ୍ଦିନ ପୂଜା ପଦ୍ଧତି ପାଇଁ ଗ୍ରାମର ଦୁଇଟି ବ୍ରାହ୍ମଣ ପରିବାର ବହୁ କାଳରୁ ସେବାୟତ ରୂପେ କାର୍ଯ୍ୟ କରି ଆସୁଛନ୍ତି । ସେହିପରି ମାଳି, ବାରିକ ଇତ୍ୟାଦି ଗ୍ରାମର ସେବାୟତମାନେ ସେମାନଙ୍କର କାର୍ଯ୍ୟ ଯଥା ସମୟରେ କରିବାର ସୁବନ୍ଦୋବସ୍ତ ହୋଇଅଛି । କିନ୍ତୁ ବଡ଼ ବଡ଼ ମେଳା ମହୋତ୍ସବ, ହୋମ ଯଜ୍ଞ ଇତ୍ୟାଦି ସମୟରେ ଅନ୍ୟ ପୂଜକଙ୍କ ସହଯୋଗରେ କାର୍ଯ୍ୟ ସମ୍ପାଦନ ହୋଇଥାଏ । ଅତୀତରେ ପୁଷ୍କରିଣୀର ଜଳ ଠାକୁରାଣୀଙ୍କର ନୀତି କାର୍ଯ୍ୟରେ ବ୍ୟବହାର ହେଉଥିଲା । କିନ୍ତୁ ଜଳ ଦୁଷିତ ହୋଇଯିବାରୁ କୂଅ ଓ ନଳକୂଅର ଜଳ ବ୍ୟବହାର ହେଉଅଛି । ବଡ଼ ବଡ଼ ହୋମ ଓ ମେଳା ମହୋତ୍ସବରେ ଏଠାରେ ରନ୍ଧନ ବ୍ୟବସ୍ଥାମାନ ମଧ୍ୟ ଅଛି । ଏହି ପୀଠରେ ବିବାହ, ବ୍ରତ ଇତ୍ୟାଦି ପବିତ୍ର କାର୍ଯ୍ୟମାନ ମଧ୍ୟ ହୋଇଥାଏ । ମନ୍ଦିରର ପ୍ରାଙ୍ଗଣରେ ଥିବା ଫୁଲ ଠାକୁରାଣୀଙ୍କ ନିକଟରେ ଲାଗି ହୋଇଥାଏ । ବଡ଼ ବଡ଼ ପର୍ବପର୍ବାଣି ତଥା ଦଶହରା, କାର୍ତ୍ତିକ ପୂର୍ଣ୍ଣିମା ଇତ୍ୟାଦି କାର୍ଯ୍ୟଗୁଡିକ ଗ୍ରାମବାସୀମାନଙ୍କ ତ‰ାବଧାନରେ ସୁରୁଖୁରୁରେ ସମ୍ପାଦନା ହୋଇଥାଏ । ପ୍ରତିଦିନ ଦେବୀମାନଙ୍କୁ ସ୍ନାନ କରାଯାଇ ଧୂପ, ଦୀପ ସହିତ ନୈବେଦ୍ୟ ଅର୍ପଣ ହୋଇଥାଏ । ମଧ୍ୟାହ୍ନରେ ରନ୍ଧା ଖାଦ୍ୟ ଓ ସନ୍ଧ୍ୟା ସମୟରେ ଆଳତୀ ସହ ଶୁଖିଲା ଭୋଗ ଲାଗି ହୋଇ ପହୁଡ଼ ପଡିଥାଏ । ଏଠାରେ ବର୍ଷକ ବାର ମାସ ଗ୍ରାମବାସୀଙ୍କର ଶୁଭକାର୍ଯ୍ୟଗୁଡିକର ଅନୁକୂଳ ହୋଇଥାଏ । ସନ୍ଧ୍ୟା ସମୟରେ ଏଠାରେ ଭାଗବତ, ଗୀତା, ପୁରାଣ ଇତ୍ୟାଦି ପାଠ ହୋଇଥାଏ । ନିତ୍ୟ ପୂଜା ବ୍ୟତୀତ ଏହି ପୀଠରେ ବଡ଼ ବଡ଼ ପର୍ବ ପର୍ବାଣିରେ ଦେବୀମାନଙ୍କ ଗହଣା, ହାର, ମାଳ, ମୁକୁଟ ସମେତ ନୂତନ ବସ୍ତ୍ର ବା ପାଟ ଇତ୍ୟାଦି ପରିଧାନ କରାଯାଇଥାଏ । ଦଶହରା ପର୍ବରେ ଦୀର୍ଘ ଷୋହଳ ଦିନ ଗ୍ରାମବାସୀଙ୍କ ତରଫରୁ ମାର୍ଜନା ହୋଇଥାଏ । ଦେବୀଙ୍କୁ ବିଭିନ୍ନ ବେଶରେ ଭୂଷିତ କରାଯାଇ ହୋମ, ଯଜ୍ଞ ସହିତ ଚଣ୍ଡୀପାଠ କରାଯାଇଥାଏ । ଦୋଳ ପୂର୍ଣ୍ଣିମାରେ ଦୋଳ ଯାତ୍ରା ହେଲା ଦେବୀଙ୍କର ପ୍ରଧାନ ପର୍ବ । ଶ୍ରୀପଞ୍ଚମୀ ସମୟରେ ଦୀର୍ଘ ୩ଦିନ ଧରି ଏଠାରେ ମହାଯଜ୍ଞ ହୋଇଥାଏ । ଚୈତ୍ର ପର୍ବ ଅବସରରେ ଦେବୀଙ୍କ ପାଖରେ ଘୃତ ଅନ୍ନ ସହ ଗୋଟା ମାଛ ପୋଡା ହୋଇ ଭୋଗ ହେବାର ବ୍ୟବସ୍ଥା ଅଛି । ଏହାକୁ ଅମୁହାଁ ଭୋଗ କୁହାଯାଇଥାଏ । ଏହି ଭୋଗ ତା'ପରଦିନ ଗ୍ରାମର ପ୍ରତ୍ୟେକ ଘରେ ବିତରଣ ହୋଇଥାଏ । ଏହିସବୁ ପ୍ରଧାନ ବାର୍ଷିକ ପର୍ବଗୁଡିକରେ ଗ୍ରାମ ଓ ପଡୋଶୀ ଗ୍ରାମର ଶହ ଶହ ଭକ୍ତ ସମବେତ ହୋଇ ଯେ ଯାହାର କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ଶୁଦ୍ଧପୂତ ମନରେ ଦେବୀଙ୍କୁ ଆଶୀର୍ବାଦ ଭିକ୍ଷା ମାଗିଥାନ୍ତି । ଏହିସବୁ ପ୍ରଧାନ ପର୍ବ ବ୍ୟତୀତ ଅନ୍ୟସବୁ ପର୍ବମାନ ମଧ୍ୟ ପାଳନ ହୋଇଥାଏ । ସେଗୁଡିକ ହେଲା ରଜପର୍ବ, ସାବିତ୍ରୀ ଅମାବାସ୍ୟା, ଚିତାଲାଗୀ ଅମାବାସ୍ୟା, ରାକ୍ଷୀ ପୂର୍ଣ୍ଣିମା, ରାଧାଷ୍ଟମୀ, ଜନ୍ମାଷ୍ଟମୀ, ଦୀପାବଳୀ, ଅକ୍ଷୟ ତୃତୀୟା, ମାନସା ପଞ୍ଚମୀ, ସୁଦଶାବ୍ରତ ଇତ୍ୟାଦି । ଆଉ ମଧ୍ୟ ମା' ଯୋଗିନୀଙ୍କ ମଙ୍ଗଳା, କାଳିକା ଓ ଲକ୍ଷ୍ମୀ ଠାକୁରାଣୀଙ୍କ ଉେ”ଶ୍ୟରେ ବହୁ ପ୍ରକାର ଓଷା, ପର୍ବପର୍ବାଣି ପାଳିତ ହୋଇଥାଏ । ଅତୀତରେ ଏହି ପୀଠର ପରିବେଶ ଭଲ ନଥିଲା । କାରଣ ଗମନାଗମନ, ଯୋଗାଯୋଗ, ପ୍ରସାର ଓ ପ୍ରଚାରର ଓ ପରିଚାଳନା ବ୍ୟବସ୍ଥା ଇତ୍ୟାଦି ଅତ୍ୟନ୍ତ ଅବହେଳିତ ହୋଇଥିଲା । ସର୍ବୋପରି ଅସ୍ୱାସ୍ଥ୍ୟକର ତଥା ଅପରିଷ୍କାର ପରିବେଶ ଘେରି ରହିଥିବାରୁ ଏହା ଶ୍ରୀହୀନ ଦେଖାଯାଉଥିଲା । ଦେଶ ସ୍ୱାଧୀନତା ପ୍ରାପ୍ତ ପରେ କ୍ରମଶଃ ଏହି ପୀଠର ଅବସ୍ଥା ଉନ୍ନତି ସାଧନ ହୋଇପାରିଛି । ବର୍ତ୍ତମାନ ଏହି ପୀଠକୁ ଭାରତ ସରକାରଙ୍କର ପ୍ରତ୍ନତ‰ ବିଭାଗ ହାତକୁ ନେଇ ସର୍ବାଙ୍ଗୀନ ଉନ୍ନତି ପାଇଁ ଉଦ୍ୟମ ଜାରି ରଖିଛନ୍ତି । ସରକାରୀ ସ୍ତରରେ ଏହି ପୀଠକୁ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରାଯାଇଛି ।
 
ଏହି ପୀଠଟି ପୁରୀ, କୋଣାର୍କ ଓ ଭୁବନେଶ୍ୱର ସ୍ୱର୍ଣ୍ଣ ତ୍ରିଭୁଜ ଶକ୍ତି ମଣ୍ଡଳ ମଧ୍ୟରେ ଅବସ୍ଥିତ । ଏହି ସ୍ୱର୍ଣ୍ଣ ତ୍ରିଭୂଜ ମଣ୍ଡଳୀ ପୀଠକୁ ପୃଥିବୀର ବିଭିନ୍ନ ପ୍ରାନ୍ତରୁ ବାର୍ଷିକ ହଜାର ହଜାର ପର୍ଯ୍ୟଟକ ଓ ଭକ୍ତମାନେ ଭ୍ରମଣରେ ଆସିଥାନ୍ତି । ଏହି ପୀଠରେ ଲୁMାୟିତ ହୋଇ ରହିଥିବା ସୋðନ୍ଦର୍ଯ୍ୟ ମାଧୁରୀ, ପ୍ରାକୃତିକ ସୋðନ୍ଦର୍ଯ୍ୟ ଓ ପରିବେଶ ଇତ୍ୟାଦିକୁ ଆଧୁନିକ ପ୍ରଣାଳୀର ରୂପ ଦେଲେ ନିଶ୍ଚୟ ଏହି ପୀଠ ପ୍ରତି ପର୍ଯ୍ୟଟକ ଆକୃଷ୍ଟ ହେବେ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ଏହି ପୀଠକୁ ଭାରତୀୟ ସ୍ତରରେ ସୁବିଦିତ କରାଇବା ପାଇଁ ସ୍ଥାନୀୟ ବାସିନ୍ଦା ତଥା ଯୁବପିଢ଼ିମାନଙ୍କର ପ୍ରଗାଢ଼ ଇଚ୍ଛାଶକ୍ତି ଓ ଉଦ୍ୟମ ଏକାନ୍ତ ଆବଶ୍ୟକ । ସର୍ବୋପରି ଏହି ପୀଠର ମହିମା ଓ ଗୁଣ ଗାରିମାକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରଚାର ଓ ପ୍ରସାର ଜରୁରୀ ଅଟେ । ଏହି ପୀଠର ସର୍ବାଙ୍ଗୀନ ଉନ୍ନତି କରିବା ଓ ଏହି ପୀଠର ନାମକୁ ସୁବିସ୍ତୃତ କରିବା ପାଇଁ ୨୦୦୭ ମସିହାରୁ ନୃତ୍ୟ ପ୍ରତିଭା ନାମକ ଭୁବନେଶ୍ୱରର ଏକ ଅନୁଷ୍ଠାନ ରାଜ୍ୟ ସରକାରଙ୍କର ପର୍ଯ୍ୟଟନ ବିଭାଗ, ଜିଲ୍ଲାସ୍ତରୀୟ ବାଲିଅନ୍ତା ପଞ୍ଚାୟତ ସମିତି ଓ ସ୍ଥାନୀୟ ଯୁବକମାନଙ୍କ ଉଦ୍ୟମରେ ଚଉଷଠି ଯୋଗିନୀ ମହୋତ୍ସବ ପାଳିତ ହୋଇ ଆସୁଅଛି । ସେହି ବର୍ଷଠାରୁ ପ୍ରତିବର୍ଷ ଡିସେମ୍ବର ମାସରେ ଏହି ମହୋତ୍ସବ ପାଳନ ହୋଇ ଆଜି ସପ୍ତମ ମହୋତ୍ସବରେ ଉପନୀତ ହୋଇ ପାରିଛି । ଏହି ଉତ୍ସବ ମା' ଯୋଗିନୀଙ୍କ ପୀଠରେ ଦୀର୍ଘ ତିନି ଦିନ ଧରି ମହାସମାରୋହରେ ଓ ଆଲୋକ ସଜାସଜି ହୋଇ ନୃତ୍ୟ ଓ ନାଚ ପରିବେଷଣ ହୋଇଥାଏ । ଓଡ଼ିଶାର ସୁନାମଧନ୍ୟ ନୃତ୍ୟଶିଳ୍ପୀମାନଙ୍କର ନିପୁଣ ନୃତ୍ୟ କଳା ପରିବେଷଣ ମାଧ୍ୟମରେ ପୁରସ୍କାର ପ୍ରଦାନ କରାଯାଇଥାଏ । ପ୍ରତିଦିନ ଓଡ଼ିଶାର ମନ୍ତ୍ରୀ, ବିଧାୟକ ଓ ଶିକ୍ଷାବିତ୍ ଓ କଳାଶିଳ୍ପୀରେ ନିପୁଣତା ଥିବା ଭଦ୍ରବ୍ୟକ୍ତିମାନେ ଅତିଥି ରୂପେ ଯୋଗଦେଇ ପୁରସ୍କାର ବିତରଣ କରିଥାନ୍ତି । ଆଉ ମଧ୍ୟ ପ୍ରତିବର୍ଷ ଏକ ସ୍ମରଣିକା ଉନ୍ମୋଚନ ହୋଇଥାଏ । ଏହାଫଳରେ ଦୈନିକ ପତ୍ର ପତ୍ରିକା ଓ ଗଣମାଧ୍ୟମ ମାଧ୍ୟମରେ ଏହି ପୀଠର ପ୍ରସାର ଓ ପ୍ରଚାର ହୋଇ ପାରୁଛି । ସର୍ବୋପରି ଏହି ଉତ୍ସବର ଶେଷ ଦିବସରେ ନିପୁଣ ପାରଦର୍ଶିତା ଲାଭ କରିଥିବା ନୃତ୍ୟଶିଳ୍ପୀମାନଙ୍କୁ ଚଉଷଠି ଯୋଗିନୀ ନୃତ୍ୟକଳା ମହୋତ୍ସବ ଉପାଧିରେ ସମ୍ମାନିତ କରାଯାଇଥାଏ । ପ୍ରତ୍ନତ‰ ବିଭାଗ ଏହାକୁ ନବୀକରଣ କରାଇବା ପାଇଁ ଗମନାଗମନ ଠାରୁ ନୂତନ ଗୃହ ନିର୍ମାଣ କାମ ଜାରି ରଖିଛନ୍ତି । ଏହି ପୀଠର ପବିତ୍ରତା ଅତୀବ ମହାନ ଓ ଗରିୟସୀ । କାରଣ ଏହି ପୀଠ ସର୍ବଧର୍ମର ଯୋଗ, ତନ୍ତ୍ର ଓ ସଂସ୍କୃତିର କେନ୍ଦ୍ରସ୍ଥଳୀ ରୂପେ ଶାସ୍ତ୍ରାନୁମୋଦିତ । ତେଣୁ ଏହି ପୀଠ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର କର୍ମଶାଳା ଅର୍ଥାତ୍ ମୂଳ ସାଧନା ପୀଠ ।
== ଆଧାର ==
{{ଆଧାର}}