"ବାଜି ରାଉତ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Psubhashish (ଆଲୋଚନା | ଅବଦାନ) |
Psubhashish (ଆଲୋଚନା | ଅବଦାନ) No edit summary |

୧ କ ଧାଡ଼ି:
{{Wikify|ଲେଖାଟି ସୃଜନଶୀଳ ସାହିତ୍ୟ ଶୈଳୀରେ ଲିଖିତ, ଏହା ସଜାଡ଼ା ହୋଇ ଉଇକିପିଡ଼ିଆ ଶୈଳୀରେ ଲେଖାହେବା ଉଚିତ|date=ଡିସେମ୍ବର ୨୦୧୪}}
{{ଛୋଟ|Baji Rout|}}
{{Infobox person
Line ୧୬ ⟶ ୧୭:

'''ବାଜି ରାଉତ''' (
== ପରିବାର ==
୧୯୨୬ ମସିହା ଅକ୍ଟୋବର ୫ ତାରିଖ ଦି ବାଜି ରାଉତ ଢ଼େଙ୍କାନାଳ ଜିଲ୍ଲାର ନିଳକଣ୍ଠପୁର ଗ୍ରାମରେ ଏକ ଗରିବ ଖଣ୍ଡାୟତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ ପିଲା ବେଳୁ ବାପାଙ୍କୁ ହରାଇ ମା'ଙ୍କ ଦ୍ୱାରା ପ୍ରତିପାଳିତ ହେଉଥିଲେ । ମା’ ଅନ୍ୟଘରେ ପାଇଟିକରି ତାଙ୍କୁ ପାଳୁଥିଲେ । ପରିବାରରେ ଚାଷବାଷ ସକାଶେ ଜମି ନ ଥିଲା । ହେତୁ ପାଇଲା ପରେ ସେତେବେଳର ଢେଙ୍କାନାଳର ରାଜା ଶଙ୍କର ପ୍ରତାପ ସିଂହଦେଓ ଗରିବ ମାନଙ୍କ ଉପରେ ଅତ୍ୟାଚାର କରୁଥିବାର ସେ ଅନୁଭବ କରିଥିଲେ । ପରେ ଢେଙ୍କାନାଳର ବୈଷ୍ଣବ ଚରଣ ପଟ୍ଟନାୟକ (ବୀର ବୈଷ୍ଣବ ନାମରେ
ଇଂରେଜ ସରକାରଙ୍କ ରାଜତ୍ବ କାଳରେ ଭାରତବର୍ଷରେ ଅନ୍ୟାନ୍ୟ ରାଜ୍ୟ ଭଳି ଓଡିଶାରେ ସାଧାରଣ ପ୍ରଜାମାନେ ବିଭିନ୍ନ ଭାବରେ ଶୋଷଣ ଓ ଅତ୍ୟାଚାରିତରେ ଜର୍ଜରିତ ହେଉଥିଲେ
୧୯୨୬ ମସିହା ଅକ୍ଟୋବର ମାସ ୫ ତାରିଖ ଦିନ ଢ଼େଙ୍କାନାଳ ଜିଲ୍ଲାର ନିଳକଣ୍ଠପୁର ଗ୍ରାମରେ ଏକ ଗରିବ ଖଣ୍ଡାୟତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଶହିଦ ବାଜି ରାଉତ
ସେତେବେଳେ ଗୋରାସାହେବଙ୍କ ରାଜୁତି ସମୟ
ଓଡିଆ ଜାତି ଟଳିବାର ନୁହେଁ
▲ଇଂରେଜ ସରକାରଙ୍କ ରାଜତ୍ବ କାଳରେ ଭାରତବର୍ଷରେ ଅନ୍ୟାନ୍ୟ ରାଜ୍ୟ ଭଳି ଓଡିଶାରେ ସାଧାରଣ ପ୍ରଜାମାନେ ବିଭିନ୍ନ ଭାବରେ ଶୋଷଣ ଓ ଅତ୍ୟାଚାରିତରେ ଜର୍ଜରିତ ହେଉଥିଲେ | ସେତେବେଳେ ଇଂରେଜ ସରକାର ତାଙ୍କର ଶାସନ ପ୍ରଣାଳୀକୁ ସରଳ କରିବା ଉଦ୍ଦେଶ୍ୟରେ ସମଗ୍ର ଓଡିଶାକୁ ଦୁଇ ଭାଗରେ ବିଭକ୍ତ କରି ମୋଗଲବନ୍ଦୀ ଏବଂ ଗଡଜାତ ଅଞ୍ଚଳ ଭାବରେ ନାମିତ କରିଥିଲେ | ମୋଗଲବନ୍ଦୀ ଅଞ୍ଚଳଗୁଡିକରେ ଜମିଦାରମାନେ ଏବଂ ଗଡଜାତ ଅଞ୍ଚଳମାନଙ୍କରେ ରାଜାମାନେ ଶାସନ ନାମରେ ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ | ଏହି ଦୁଇଭାଗ ମଧ୍ୟରୁ ଗଡଜାତ ଅଞ୍ଚଳର ପ୍ରଜାମାନଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡୁଥିଲା | ଗଡଜାତ ରାଜ୍ୟର ରାଜା ତଥା ପାରିଷାଦବର୍ଗଙ୍କ ଯାବତିୟ ଅନ୍ୟାୟ, ଅତ୍ୟାଚାର, ଶୋଷଣ, ବେଠି, ବେଘାରି, ଯୋରଜବରଦସ୍ତ ଟିକସ ଅସୁଲ, ମନମୁଖିଶାସନ, ମିଥ୍ୟା ମୋକଦ୍ଦମା ପ୍ରଭୁତିରେ ଜର୍ଜରିତ ହେଉଥିଲେ ଗଡଜାତବାସୀ | ସମୟେ ସମୟେ ଗଡଜାତ ଅଞ୍ଚଳରେ ଏହି ଶୋଷଣ କଷଣରେ ଫଳସ୍ବରୁପ ପୁନଜୀଭୁତ ଅସନ୍ତୋଷ କ୍ରମଶଃ ବୃଦ୍ଧି ପାଇ ବିସ୍ପୋରଣର ରୁପ ଧାରଣ କରୁଥିଲା, କିନ୍ତୁ ଇଂରେଜ ସରକାର ତାହାକୁ କଳେବଳେ କୌଶଳେ ଦମନ କରୁଥିଲେ | ଏହିସବୁ ଗଡଜାତ ଆନ୍ଦୋଳନ ସେତେବେଳେ ସମଗ୍ର ଭାରତବର୍ଷରେ ଆଲୋଡନ ସୃଷ୍ଟି କରିଥିଲା | ଭାରତର ସ୍ବାଧିନତା ସଂଗ୍ରାମ ସ୍ରୋତରେ ଦେଶର ସର୍ବକନିଷ୍ଠ ଦେଶଭକ୍ତ ୧୨ ବର୍ଷର ବାଳକ ବାଜି ରାଉତ ତାଙ୍କ ଜୀବନକୁ ବାଜି ଲଗାଇ ଶହିଦ ହୋଇଯାଇଥିଲେ |

୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ
▲୧୯୨୬ ମସିହା ଅକ୍ଟୋବର ମାସ ୫ ତାରିଖ ଦିନ ଢ଼େଙ୍କାନାଳ ଜିଲ୍ଲାର ନିଳକଣ୍ଠପୁର ଗ୍ରାମରେ ଏକ ଗରିବ ଖଣ୍ଡାୟତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଶହିଦ ବାଜି ରାଉତ | ଟିକିଟିକି ଗୋଡରେ ଠୁକୁଠୁକୁ ଚାଲିବା ଅବସ୍ଥାରେ ସେ ହୋଇଥିଲେ ବାପାଛେଉଣ୍ଡ | ସମସ୍ତେ ତାଙ୍କୁ ସ୍ନେହରେ ବାଜିଆ ବୋଲି ଡାକନ୍ତି | ପରିବାର କହିଲେ ମା’ ଓ ସେ | ଜମି, ବାଡି ଗୋବରେ ଗୋବେ ନାହିଁ | ମା’ ବାରଘରେ ପାଇଟିକରି ପିଲାଟି ମୁହଁରେ ଆହାର ଦିଏ | ଆଶା ଯେ, ପିଲାଟି ବଡ ହେଲେ ସାତ ପୁରୁଷର ନାଁ ରଖିବ | ଦିନ ପରେ ଦିନ ଗଡି ଚାଲିଲା | ଚାହୁଁ ଚାହୁଁ ବାଜିଆ ବାରବରଷର ହେଲେ | ସତକୁ ସତ ସେଇ ଟିକି ପିଲାଟି ଏ ଜାତି ଦେଶ ପାଇଁ ଜୀବନ ଉସ୍ଚର୍ଗ କରି ଅମର ହୋଇଗଲେ |
▲ସେତେବେଳେ ଗୋରାସାହେବଙ୍କ ରାଜୁତି ସମୟ | ଓଡିଶାର ଗଡଜାତ ରାଜ୍ୟମାନଙ୍କ ରେ ପ୍ରଜା ଆନ୍ଦୋଳନ ଚାଲିଥାଏ | ଅଗଣିତ ଜନତାଙ୍କ ମନରେ ନୁତନ ଆଶାର ବିହୁଡି | ଆମ ଦେଶ ସ୍ବାଧିନ ହେବ | ଗୋରା ଶାସନର ନାଗଫାଶ ଫିଟିଯିବ | ସମସ୍ତଙ୍କ ଦେହରେ ଶତସିଂହର ବଳ | ବେକ କଟିଯାଉ ପଛକେ, ନିଜ ରକ୍ତ ଦେଇ ଦେଶ ସ୍ବାଧିନ କରିବେ | ମରିବେ ପଛକେ, ଡରି ଯାଇ ପଛକୁ ହଟିବେ ନାହିଁ | ଢ଼େଙ୍କାନାଳର ବୀର ପ୍ରଜାଗଣ ଜୀବନକୁ ପଣ କରି ଶପଥ ନେଇଛନ୍ତି |
କୋଳାହଳରେ ବାଜିଆଙ୍କ ନିଦ ଭାଂଗିଗଲା
ଆଖି ପିଛୁଳାକେ ବନ୍ଧୁକରୁ ଛୁଟି ଅସିଲା ଗୁଳି ଗୁଡୁମ୍ ଗୁଡୁମ୍
ରକ୍ତ ଜୁଡୁବୁଡୁ ଦେହରେ ସେ ପୁଣି ଉଠି ଠିଆ ହେଲେ
ଗାଁ ଲୋକେ ଡାକ ଶୁଣି ତତକ୍ଷାଣତ୍ ଧଇଁଲେ
ପୁଲିସ୍ ମନେମନେ କୌଶଳ
▲ଓଡିଆ ଜାତି ଟଳିବାର ନୁହେଁ | ସେଇ ଢ଼େଙ୍କାନାଳର ପ୍ରଜାମଣ୍ଡଳ ସ୍ବେଚ୍ଛାସେବୀଙ୍କ ସହିତ ଯୋଗ ଦେଇଥାନ୍ତି ବାରବରଷର ବାଳୁତ କୁମର ବାଜି ରାଉତ |

ନିଳକଣ୍ଠପୁର ଗୁଳିକାଣ୍ଡର ପରଦିନ ଅର୍ଥାତ୍ ୧୯୩୮ ମସିହା ଅକ୍ଟୋବର ମାସ ୧୨ ତାରିଖ ଦିନ ଦେଶ ପାଇଁ ପ୍ରାଣବଳି ଦେଇଥିବା ସାତଜଣ ବୀରଙ୍କର ପାର୍ଥିବ ଶରୀରକୁ କଟକ ଆଣି ବିରାଟ ପଟୁଆର ହେଲା
ସର୍ବ କନିଷ୍ଠ ବାଜି ରାଉତ ଥିଲେ ମୁକ୍ତି ସଂଗ୍ରାମର ଅନ୍ୟତମ ସଂଗ୍ରାମୀ ଓ ଗଡଜାତର ସୁର୍ଯ୍ୟ
▲୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ | ମୁହଁକୁ ମୁହଁ ଦିଶୁନି | ତିନି ଦିନ ହେଲା ମେଘ, ବର୍ଷା, ବିଜୁଳି ଓ ଘଡଘଡିର ତାଣ୍ଡବଲୀଳା ଚାଲିଛି | ସେଇ ଅନ୍ଧାରିଆ ରାତିରେ ପ୍ରଜାମଣ୍ଡଳର କେତେଜଣ ସ୍ବେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀ ଘାଟରେ ଡଂଗା ଜଗି ରହିଛନ୍ତି ବାଳକ ବୀର ବାଜି ରାଉତ | ସେ ପ୍ରଜାମଣ୍ଡଳର ସିପାହୀ ସାଜିଛନ୍ତି | ଘାଟ ଡଂଗା ଜଗିବା ସେଦିନ ତାଙ୍କର ପାଳିଥିଲା | କାରଣ ପ୍ରଜାମଣ୍ଡଳର ହୁକୁମ ଥିଲା, ନଦିଘାଟରୁ ଦୁରରେ ଡଂଗା ଲୁଚେଇ ରଖିବ, ଗୋରା ଫଉଜ ମାନେ ଯେପରି ନଦୀ ପାର ନହୁଅନ୍ତି, ସେମାନଙ୍କ ଗତିବିଧି ଉପରେ ନଜର ରଖି କ୍ୟାମ୍ପକୁ ଖବର ଦେବ, ଆଉ ପ୍ରଜାମଣ୍ଡଳର ସାଥୀଙ୍କୁ ନିରାପଦରେ ପାର କରାଇବ | ପିଲାଲୋକ ସିଏ | ଟିକେ ହାଲିଆ ହୋଇ ବସି ପଡିଛନ୍ତି କି ନାହିଁ, ନିଦରେ ତାଙ୍କର ଆଖିପତା ମୁଦି ହୋଇଗଲା |

▲କୋଳାହଳରେ ବାଜିଆଙ୍କ ନିଦ ଭାଂଗିଗଲା | ଅନ୍ୟ ସ୍ବେଚ୍ଛାସେବୀମାନେ ଧଡପଡ ହୋଇ ଉଠି ପଡିଲେ | ଶୁଣିଲେ ଡଂଗାକୁ ତୁରନ୍ତ କୁଳରେ ଲଗାଇବା ପାଇଁ ନରହନ୍ତା ସିପାହୀ ଦଳ ଗର୍ଜନ କରୁଛନ୍ତି “ କୁଳକୁ ଡଂଗା ଆଣ, କୁଳକୁ ଡଂଗା ଆଣ |” ବାଜିଆ ଦେହରେ ଶତ ସିଂହର ବଳ ଜାଗି ଉଠିଲା | କ୍ରୋଧରେ ଜର୍ଜରିତ ହୋଇ ରକ୍ତରେ ତାଙ୍କର ନିଆଁ ଲାଗିଗଲା | ସେ ହଠାତ୍ ସ୍ବେଚ୍ଛାସେବୀଙ୍କ ଓ ବାନର ସେନାଙ୍କ ଆଗକୁ ଚାଲି ଆସିଲେ | ଏ ମାଟିର ସିଂହଛୁଆ ସେ | ଫଉଜ କୁ ଅନେଇ ବୀରଦର୍ପରେ ଜବାବ ଦେଲେ –“ ପ୍ରଜାମଣ୍ଡଳର ହୁକୁମ, ଡଂଗା ଦେବି ନାହିଁ |” ସିପାହୀମାନେ ପୁଣି କହିଲେ – “ ଜାଣିଛୁ ଆମେ କିଏ ? ଆମେ ତୋତେ ଗୁଳିରେ ଉଡାଇ ଦେଇପାରୁ |” ବାଜିଆ କ୍ରୋଧରେ ଗର୍ଜନ କରି କହିଲେ –“ ଆରେ, ରଖ ତୋ’ ଗୁଳି | ମୁଁ ଜାଣିଛି ତୁମେ ହେଉଛ ଅତ୍ୟାଚାରୀ ରାଜାର କୁକୁର ଦଳ – ତୁମେ ଗାଁ ଗାଁ ବୁଲି ଗାଁଗଣ୍ଡା ଛାରଖାର କରୁଛ, ସମ୍ପତି ଲୁଟ୍ କରୁଛ, ମା ଓ ଭଉଣୀଙ୍କ ଇଜ୍ଜତ ନେଉଛ, ଭାଇମାନଙ୍କୁ ଜୀବନରେ ମାରୁଛ | ତୁମେ ପଶୁ, ରାକ୍ଷସ |”
▲ଆଖି ପିଛୁଳାକେ ବନ୍ଧୁକରୁ ଛୁଟି ଅସିଲା ଗୁଳି ଗୁଡୁମ୍ ଗୁଡୁମ୍ | ଗୁଳି ମାଡ଼ରେ ବଜିଆଙ୍କ କଁଅଁଳିଆ ଖପୁରୀଟି ଫାଟି ଦି’ ଫାଳ ହୋଇଗଲା | ଗଛ କାଟିଲା ଭଳି ସେ ତଳେ ପଡିଗଲେ | ସେଇ
▲ରକ୍ତ ଜୁଡୁବୁଡୁ ଦେହରେ ସେ ପୁଣି ଉଠି ଠିଆ ହେଲେ | ସେ ଡରିବାର ପିଲା ନୁହେଁ | ତାଙ୍କ ଭିତରଟା ବଜ୍ରଠାରୁ ଆହୁରି କଠିନ | ଦେହରେ ତାଙ୍କର ଅମାପ ଶକ୍ତି | ବଡ ପାଟିରେ ଡାକ ଛାଡିଲେ “ ଧାଇଁ ଆସ ହେ ଧାଇଁ ଆସ | ପ୍ରଜାମଣ୍ଡଳର ଲୋକ କେଉଁଠି ଅଛ ଧାଇଁ ଆସ | ଆମ ଘାଟକୁ ପୁଲିସ୍ ଆଇଚି |” ତା’ ପରେ ସବୁ ଶେଷ |
▲ଗାଁ ଲୋକେ ଡାକ ଶୁଣି ତତକ୍ଷାଣତ୍ ଧଇଁଲେ | ସତେ ଯେପରି ଗାଁଟା ସାରା ନଈ କୁଳକୁ ଉଠି ଆସିଲେ | ସମସ୍ତେ ସେଇ ନଈ ତୁଠରେ ଡଂଗା ଦଉଡିକୁ ଅନଟାରେ ବାନ୍ଧି ଛାତି ଫୁଲାଇ ଠିଆ ହୋଇଗଲେ | ଜୀବନ ପଛକେ ଚାଲିଯିବ ଡଂଗା ଫିଟିବ ନାହିଁ | ପ୍ରଜାମଣ୍ଡଳର ହୁକୁମ୍ ଏପଟ ସେପଟ ହେବାର ନୁହେଁ |

▲ପୁଲିସ୍ ମନେମନେ କୌଶଳ ପାଞ୍ଚୂଲା | କାହାକୁ ଆଉ ଗୁଳି ମାରିଲା ନାହିଁ | ଛୁରୀରେ ଡଂଗା ଦଉଡି କାଟି ମଝି ନଈକୁ ଡଂଗା ବାହି ନେଲା | ଡଂଗା ମଝି ନଈରେ ହୋଇଛି କି ନାହିଁ, ଛୁଟିଲା ଗୁଳିର ସୁଅ ଗୁଡୁମ୍ ଗୁଡୁମ୍ | ସେଇଠି ଟଳି ପଡିଲେ ନିଳକଣ୍ଠପୁର ଗାଁର ଆଉ କେତେ ଜଣ | ହୁରୁଷି, ରଘୁ, ଗୁର, ନଟ, ଲକ୍ଷମଣ ଓ ଫଗୁ | ଦେଶ ପାଇଁ ଛୁଆ ବଡ ମିଶି ସାତ ଜଣ ଶହିଦ ହୋଇଗଲେ | ସେଇ ଅନ୍ଧାର ରାତିରେ ମଣିଷର ଉଷୁମ ରକ୍ତରେ ବ୍ରାହ୍ମଣୀ ନଈର ପାଣି ଲାଲ ହୋଇଗଲା |
▲ନିଳକଣ୍ଠପୁର ଗୁଳିକାଣ୍ଡର ପରଦିନ ଅର୍ଥାତ୍ ୧୯୩୮ ମସିହା ଅକ୍ଟୋବର ମାସ ୧୨ ତାରିଖ ଦିନ ଦେଶ ପାଇଁ ପ୍ରାଣବଳି ଦେଇଥିବା ସାତଜଣ ବୀରଙ୍କର ପାର୍ଥିବ ଶରୀରକୁ କଟକ ଆଣି ବିରାଟ ପଟୁଆର ହେଲା | ଶେଷରେ ଆଜିର ଖାନ୍ନଗର ମଶାଣିରେ ଗୋଟିଏ ଚିତାରେ ସମସ୍ତେ ପାଉଁଶ ହୋଇଗଲେ | ମାଟିର ଦେହ ମାଟିରେ ମିଶିଗଲା | ଯୁଗଯୁଗ ପାଇଁ ସେମାନେ ହେଲେ ସ୍ବାଧିନତା ସଂଗ୍ରାମର ବୀର ଅମର ସୈନିକ |

▲ସର୍ବ କନିଷ୍ଠ ବାଜି ରାଉତ ଥିଲେ ମୁକ୍ତି ସଂଗ୍ରାମର ଅନ୍ୟତମ ସଂଗ୍ରାମୀ ଓ ଗଡଜାତର ସୁର୍ଯ୍ୟ | ପଙ୍କରୁ ପଦ୍ମ ଜନ୍ମ ନେଲା ପରି ଏକ ଅନ୍ଧାରୀ ମୁଲକରେ ଜନ୍ମ ହୋଇଥିଲେ ମଧ୍ୟ ସେ ସାରା ଜାତି ଓ ନିଜର ଜନ୍ମଭୁମି ପାଇଁ ଜୀବନ ଉସ୍ଚର୍ଗ କରି ଭବିଷ୍ୟତ ବଂଶଧରମାନଙ୍କ ନିମନ୍ତେ ଏକ ପ୍ରେରଣା ର ଉସ୍ଚ ହୋଇ ରହିଗଲେ |

== ଆଧାର ==
{{ଆଧାର}}
== ଅଧିକ ତଥ୍ୟ ==
* [http://orissamatters.com/2005/10/06/baji-raut-the-youngest-martyr-of-india/ BAJI RAUT: THE YOUNGEST MARTYR OF INDIA]